ବିବାହିତା ମହିଳା କେବେବି ଏହି ଗହଣା ପିନ୍ଧିବା ଉଚିତ ନୁହେଁ , ନଚେତ ହୋଇଯାଏ ସ୍ୱାମୀର ମୃତ୍ୟୁ :-

ବିବାହିତା ମହିଳା ମାନେ କାହାରି କଥାରେ ପଡ଼ି ଭୁଲରେବି କିଛି ଜିନିଷ ଆଦୋୖ ପିନ୍ଧିବା ଉଚିତ ନୁହେଁ । ସେ ପୁଣି ନିଜ ସ୍ୱାମୀ ହୋଇଥାନ୍ତୁ ନା କାହିଁକି । ନଚେତ ନିଜ ସ୍ୱାମୀର ହିଁ ମୃତ୍ୟୁ ହୋଇପାରେ । ହିନ୍ଦୁ ଧର୍ମରେ ବାସ୍ତୁ ଶାସ୍ତ୍ରର ଅନେକ ମହତ୍ତ୍ୱ ରହିଛି । କୌଣସି କାମ କରିବା ପୂର୍ବରୁ ବାସ୍ତୁ ବିଷୟରେ ଜାଣିବା ଜରୁରୀ ହୋଇଥାଏ । ଯାହାଦ୍ୱାରା ଭବିଷ୍ୟତରେ କୌଣସି ସମସ୍ୟାର ସାମ୍ନା କରିବାକୁ ପଡ଼ି ନଥାଏ ।

ଆଜିକାଲିର ଆଧୁନିକ ଯୁଗରେ ମହିଳା ମାନେ ଏପରି ଜିନିଷ ପିନ୍ଧିଥାନ୍ତି ଯାହା ବିଷୟରେ ସେମାନଙ୍କୁ ଜଣା ନଥାଏ । ଶାସ୍ତ୍ରରେ ଅନେକ ଏପରି ଜିନିଷ ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ପରିଧାନ କଲେ ପରିବାର ଉପରକୁ ସମସ୍ୟା ଆସିଥାଏ ଏବଂ ନକରାତ୍ମକତା ଆସିଥାଏ । ତେଣୁ ଚାଲନ୍ତୁ ସେହି ତିନୋଟି ଜିନିଷ ବିଷୟରେ ଜାଣିନେବା ।

୧ . ଧଳା ବସ୍ତ୍ର :-

ଶାସ୍ତ୍ର ଅନୁଯାୟୀ କୌଣସି ବି ବିବାହିତା ମହିଳା ଧଳା ବସ୍ତ୍ର ପିନ୍ଧିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ମାନ ସମ୍ମାନ ଉପରେ ପ୍ରଭାବ ପଡ଼ିଥାଏ । ଆଜିକା ଯୁଗରେ ମହିଳା ମାନେ ସୁନ୍ଦର ଦେଖା ଯିବା ପାଇଁ ଏପରି ବସ୍ତ୍ର ପିନ୍ଧିଥାନ୍ତି ଯାହା ବିଷୟରେ ଭାବିବା ମଧ୍ୟ ପାପ ସମାନ ହୋଇଥାଏ । ବାସ୍ତୁ ଶାସ୍ତ୍ର ଅନୁସାରେ କୌଣସି ମହିଳା ପୁରାପୁରି ଧଳା ବସ୍ତ୍ର ପରିଧାନ କରିବା ଉଚିତ ନୁହେଁ ।

ଏହାର କାରଣ ହେଉଛି ଯେ ଧଳା ରଙ୍ଗର ଶାଢୀ ପିନ୍ଧିବା ଦ୍ୱାରା ପତିବ୍ରତା ଧର୍ମ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଏ ଏବଂ ସମ୍ପର୍କରେ ନକରାତ୍ମକ ଶକ୍ତିର ଆଗମନ ହୋଇଥାଏ । କାରଣ ଏହି ବସ୍ତ୍ର ବିଧବା ମାନଙ୍କର ଅଟେ । ତେଣୁ ଏମିତିରେ ଆପଣ ସ୍ୱାମୀଙ୍କ ମୃତ୍ୟୁର କାରଣ ହୋଇ ପାରନ୍ତି । ଯଦି ଆପଣ ଧଳା ରଙ୍ଗର ବସ୍ତ୍ର ପିନ୍ଧିବାକୁ ଚାହୁଁଛନ୍ତି ତେବେ ଏପରି ବସ୍ତ୍ର ପିନ୍ଧନ୍ତୁ ଯେଉଁଥିରେ ଅନ୍ୟ ରଙ୍ଗ ନିଶ୍ଚିତ ଥିବ । କିନ୍ତୁ କୁଆଁରୀ ଝିଅ ଧଳା ରଙ୍ଗର ବସ୍ତ୍ର ପିନ୍ଧି ପାରିବେ ।

୨ . ସୁନା ଧାତୁ :-

ଏହି ଆଧୁନିକ ଯୁଗରେ ମହିଳା ମାନେ ସୁନ୍ଦର ଦେଖା ଯିବା ପାଇଁ ପାଦରେ ସୁନାର ପାଉଁଜି ଏବଂ ସୁନାର ଅଣ୍ଟା ବିଛା ପିନ୍ଧି ଥାଆନ୍ତି । ଯାହାକି ସମ୍ପୂର୍ଣ୍ଣ ଅଶୁଭ ଅଟେ । ପାଦରେ ସୁନାର ପାଉଁଜି ପିନ୍ଧିବା ଦ୍ୱାରା କୁବେର ମହାରାଜଙ୍କ ଅପମାନ ହୋଇଥାଏ । ଯାହାଦ୍ୱାରା ପରିବାରରେ ସମ୍ପର୍କ ନଷ୍ଟ ହୋଇପାରେ । ଏହାଦ୍ବାରା ଅନେକ ସମସ୍ୟା ମଧ୍ୟ ଆସିପାରେ । ଏଥିପାଇଁ ପାଦରେ ସୁନା ପାଉଁଜି ଆଦୋୖ ପିନ୍ଧିବା ଉଚିତ ନୁହେଁ । ଏହାଦ୍ବାରା ପାପ ଲାଗିଥାଏ । ମହିଳା ଚାହିଁଲେ ରୂପାର ପାଉଁଜି ପିନ୍ଧି ପାରିବେ ।

୩ . ସିନ୍ଦୁର ଏବଂ ମଙ୍ଗଳସୁତ୍ର :-

ହିନ୍ଦୁ ଧର୍ମ ଅନୁସାରେ ସିନ୍ଦୁର ଏବଂ ମଙ୍ଗଳସୁତ୍ର ବିନା ବିବାହ ଅଧା ବୋଲି ମାନା ଯାଇଥାଏ । ତେଣୁ ଏମିତିରେ ଯେଉଁ ମହିଳା ବିବାହିତା ହୋଇଥିବା ସତ୍ତ୍ୱେ ସିନ୍ଦୁର ଲଗାଏ ନାହିଁ । ସେହି ମହିଳା ପାପୀ ବୋଲି ମାନା ଯାଇଥାଏ । ଯାହାଦ୍ୱାରା ସମ୍ପର୍କ ମଧ୍ୟ ଖରାପ ହୋଇଥାଏ । ତେଣୁ ସିନ୍ଥିରେ ସିନ୍ଦୁର ରହିବା ଆବଶ୍ୟକ ଅଟେ । ମଙ୍ଗଳସୁତ୍ରରେ ସୁନା ଧାତୁ ଲାଗିଥାଉ କିମ୍ବା ନଲାଗିଥାଉ କିନ୍ତୁ ହଳଦିଆ ସୂତାରେ କଳା ପୁନ୍ଥି ଲାଗିଥିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *