ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ଦବାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ , ରାତାରାତି ହୋଇଯିବେ ମାଲାମାଲ :-

ଝାଡୁକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ କୁହାଯିବା ସହିତ ଏହା ମନୁଷ୍ୟ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା କେବଳ ଘରକୁ ପରିଷ୍କାର କରିବା ପାଇଁ ବ୍ୟବହୃତ ହୁଏ ନାହିଁ । ବରଂ ଏହାର ଅନେକ ମହତ୍ତ୍ୱ ରହିଛି । ଶାସ୍ତ୍ର ଅନୁଯାୟୀ ସନ୍ଧ୍ୟା ସମୟରେ ଘରେ ଝାଡୁ ମାରିବା ଉଚିତ ନୁହେଁ । କାରଣ ଏହାଦ୍ବାରା ମାତା ଲକ୍ଷ୍ମୀ ଘରୁ ଚାଲିଯାଆନ୍ତି ଏବଂ ଏହାଦ୍ବାରା ଦାରିଦ୍ର୍ୟତା ମଧ୍ୟ ଆସିଥାଏ ।

ପୁଣି ପରିବାରର କେହି ସଦସ୍ୟ ଘରୁ ବାହାରିବା ପରର ଘରେ ତୁରନ୍ତ ଝାଡ଼ୁ ଲଗାଇବା ଉଚିତ ନୁହେଁ । ବରଂ କିଛି ସମୟ ପରେ ଝାଡ଼ୁ ଲଗାଇବା ଉଚିତ । ଆଜି ଆମେ ଆପଣଙ୍କୁ ଝାଡୁ ସହିତ ଜଡ଼ିତ କିଛି ବିଶେଷ ସୂଚନା ବିଷୟରେ କହିବୁ ଯାହାକୁ ଯଦି ଆପଣ କରନ୍ତି ତେବେ ଆପଣ ସବୁଦିନ ପାଇଁ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବେ ଏବଂ ଆର୍ଥିକ ଲାଭ ମଧ୍ୟ ହେବ ।

ପ୍ରଥମତଃ ଝାଡୁକୁ କେବେବି ରାତିରେ ଛାତ ଉପରେ ଖୋଲା ଆକାଶ ତଳେ ରଖିବା ଉଚିତ ନୁହେଁ । ଆପଣ ଚାହିଁଲେ ଦିନରେ ଝାଡୁକୁ ଧୋଇ ଶୁଖାଇ ପାରିବେ । ମାତ୍ର ରାତି ସମୟରେ ତାହାକୁ ଖୋଲା ଆକାଶ ତଳେ ଆଦୋୖ ରଖନ୍ତୁ ନାହିଁ । କାରଣ ନକରାତ୍ମକତା ଆଗାମୀ ଦିନ ଝାଡ଼ୁ ଦେଇ ଘରକୁ ପ୍ରବେଶ କରିଥାଏ । ଝାଡୁରେ କେବେ କାହାକୁ ପିଟିବା ଉଚିତ ନୁହେଁ । ପୁଣି ସେ କୌଣସି ପଶୁ ପକ୍ଷୀ କିମ୍ବା ମନୁଷ୍ୟ ହୋଇଥାନ୍ତୁ ନା କାହିଁକି । ନିଜର ଖରାପ ସମୟକୁ ସବୁଦିନ ପାଇଁ ଦୂରେଇବାକୁ ଚାହୁଁଥିଲେ ଭୁଲରେବି ଝାଡୁରେ ଗୋଡ଼ ବଜାନ୍ତୁ ନାହିଁ । ଯଦି କୌଣସି କାରଣରୁ ବାଜି ଯାଉଛି ତେବେ ତୁରନ୍ତ ମାତା ଲକ୍ଷ୍ମୀଙ୍କୁ କ୍ଷମା ମାଗି ନିଅନ୍ତୁ ।

ଝାଡୁର ଗୁପ୍ତ ଦାନ କରିବା ଅତ୍ୟନ୍ତ ଶୁଭ ଫଳ ଆଣିଥାଏ । ଏଥିପାଇଁ ଅମାବାସ୍ୟା , ଗୁରୁବାର କିମ୍ବା ଶୁକ୍ରବାର ଦିନ ବ୍ରହ୍ମ ମୁହୂର୍ତ୍ତରେ ମନ୍ଦିରକୁ ଯାଇ ସେଠାରେ ସଫାସୁତୁରା କରିବା ପରେ ଗୋଟିଏ କିମ୍ବା ତିନୋଟି ଝାଡୁ ଛାଡ଼ି ଆସନ୍ତୁ । ମନେ ରଖନ୍ତୁ ଯେ କୌଣସି ବ୍ୟକ୍ତି ବିଶେଷଙ୍କୁ ଝାଡୁ ଦାନ କରିବା ଅଶୁଭ ହୋଇଥାଏ ।

ଯଦି ଆପଣ କୌଣସି ନୂଆ ଘରକୁ ଯାଉଛନ୍ତି ତେବେ ନିଶ୍ଚିତ ଭାବରେ ନୂଆ ଝାଡୁ ନେଇ ଯାଆନ୍ତୁ । କିନ୍ତି ପୁରୁଣା ଝାଡୁକୁ ମଧ୍ୟ ଫିଙ୍ଗନ୍ତୁ ନାହିଁ ବରଂ ଦୁଇ ଦିନ ପରେ ତାହାକୁ ଘରକୁ ଆଣି କିଛି ଦିନ ବ୍ୟବହାର କରି ବାହାର କରି ଦିଅନ୍ତୁ । ସନ୍ଧ୍ୟା କିମ୍ବା ସୂର୍ଯ୍ୟାସ୍ତ ପରେ ଝାଡୁ ଲଗାନ୍ତୁ ନାହିଁ । ସର୍ବଦା ଗୋଟିଏ ସ୍ଥାନରେ ଝାଡୁ ରଖନ୍ତୁ । ଯଦି ଆପଣ ସ୍ୱପ୍ନରେ ଝାଡୁ ଦେଖୁଛନ୍ତି ତେବେ ଏହାର ଅର୍ଥ ଧନ ସମସ୍ୟା କାରଣରୁ ଆପଣ ଚିନ୍ତିତ ହେବେ । ଭାଙ୍ଗି ଯାଇଥିବା କିମ୍ବା ଛିଣ୍ଡି ଯାଇଥିବା ଝାଡୁର ବ୍ୟବହାର କରନ୍ତୁ ନାହିଁ ।

ନଚେତ ଏହାଦ୍ବାରା ଆର୍ଥିକ କ୍ଷତି ହୋଇଥାଏ । ଝାଡୁକୁ ଅଧିକ ଦିନ ଧରି ବ୍ୟବହାର କରନ୍ତୁ ନାହିଁ । ଯେତେବେଳେ ଆପଣ ଝାଡୁ କରିବା ପରେ ଅଳିଆକୁ ବାହାରେ ଫିଙ୍ଗୁଛନ୍ତି , ତାହାକୁ ଫିଙ୍ଗିବା ପରେ ଝାଡୁକୁ ହାଲୁକା ମାଟିରେ ଦୁଇ ତିନିଥର ପିଟି ଦିଅନ୍ତୁ । ଏହାପରେ ଆଉ ପଛକୁ ନବୁଲି ଘରକୁ ପଳାଇ ଆସନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ସମସ୍ୟା ଦୂରେଇ ଯିବ ଏବଂ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ କରିବେ ।

ଯେତେବେଳେ ଆପଣ ନୂଆ ଝାଡୁ କିଣି ଆଣୁଛନ୍ତି ସେତେବେଳେ ଝାଡୁର ମୁଠିରେ ଏକ ମୋୖଲି ସୁତା କିମ୍ବା ଧଳା ସୂତା ବାନ୍ଧି ଦିଅନ୍ତୁ । ଯାହାଦ୍ୱାରା ଲକ୍ଷ୍ମୀ ସ୍ଥିର ରହିବେ । ଯଦି ଆପଣଙ୍କ ଘରେ ବଡ଼ ଆର୍ଥିକ ସମସ୍ୟା ରହିଛି ତେବେ ପାଖ କୌଣସି ମନ୍ଦିର , ଲକ୍ଷ୍ମୀନାରାୟଣ ହେଲେ ତାହା ଅଧିକ ଉତ୍ତମ ଅଟେ , ସେହି ମନ୍ଦିରକୁ ଯାଇ ତିନୋଟି ଝାଡୁ ଏବଂ ଗୋଟିଏ ଦୀପ ଦାନ କରନ୍ତୁ ।

ଏହି ଉପାୟକୁ କରିବା ପାଇଁ ସକାଳ ସମୟରେ ମନ୍ଦିରକୁ ଯାଇ ସେଠାରେ ପରିଷ୍କାର କରି ଝାଡୁକୁ ଛାଡ଼ି ଆସନ୍ତୁ । ଆପଣଙ୍କ ମନସ୍କାମନା ନିଶ୍ଚୟ ପୂରଣ ହୋଇଯିବ । ଖରାପ ହୋଇ ଯାଇଥିବା ଝାଡୁକୁ ଗୁରିବାର କିମ୍ବା ଶୁକ୍ରବାର ଦିନ ଘରୁ ବାହାରକୁ ବାହାର କରନ୍ତୁ ନାହିଁ । ନଚେତ ମାତା ଲକ୍ଷ୍ମୀ ଚାଲିଯିବେ ।

Leave a Reply

Your email address will not be published. Required fields are marked *