ଠାକୁର ଘରର ବାସୀ ଫୁଲକୁ ନେଇ କରନ୍ତୁ ଏହି ୨ଟି କାମ, ଏହା କରିବା ଦ୍ୱାରା ବଢ଼ିଥାଏ ଘରର ସମୃଦ୍ଧି ଓ ସୁଖ !

ଏହା ସମସ୍ତେ ଜାଣିଛନ୍ତି ଯେ ବାସୀ ଫୁଲ ଗୃହରେ ଦାରିଦ୍ର୍ୟତା ଆଣିଥାଏ । ସାଧରଣତଃ ଘରେ ମନ୍ଦିର ବନାଇବାର ଉଦ୍ଦେଶ୍ୟ ହେଉଛି ଘରର ସକାରାତ୍ମକତା ବଜାୟ ରଖିବା । ତେଣୁ ସବୁ ଘରେ ପୂଜା ପାଇଁ ଏକ ସ୍ୱତନ୍ତ୍ର ମନ୍ଦିର ଥାଏ । ଏହାଦ୍ବାରା ଦେବଦେବୀଙ୍କ ଆଶୀର୍ବାଦ ମଧ୍ୟ ସର୍ବଦା ବଜାୟ ରହିଥାଏ । ତେବେ ଘରେ ମନ୍ଦିର ବନାଇବାର ଅନେକ କାରଣ ରହିଛି । ଏହାଦ୍ବାରା ଘରର ବାତାବରଣ ଶୁଦ୍ଧ ରହିଥାଏ । ଯାହାଦ୍ୱାରା ପରିବାରର ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ ।

ଘରର ଆଖପାଖ ବାତାବରଣ ମଧ୍ୟ ସକାରାତ୍ମକ ରହିଥାଏ । ତେଣୁ ମନ୍ଦିରର ଧ୍ୟାନ ନେବା ଉଚିତ ଏବଂ ପ୍ରତ୍ୟେକ ଦିନ ଭଗବାନଙ୍କ ପୂଜା କରିବା ଉଚିତ । ଏହାବ୍ୟତୀତ ଘରର ମନ୍ଦିରରେ ସର୍ବଦା ଧୂପ ଏବଂ ସୁଗନ୍ଧିତ ଅତର ରଖିବା ଉଚିତ । ଯାହାଦ୍ୱାରା ଘରର ସକାରାତ୍ମକତା ନଷ୍ଟ ହେବ ନାହିଁ ଏବଂ ଭଗବାନ ସବୁବେଳେ ପ୍ରସନ୍ନ ରହିବେ । କିନ୍ତୁ ଘରର ମନ୍ଦିରରେ କିଛି ଭୁଲ କାମ ମଧ୍ୟ କରିବା ଆଦୋୖ ଉଛି ନୁହେଁ । ଅନେକ ସମୟରେ ସକାଳ ବେଳେ ଲୋକେ ପୂଜା କରିବା ପୂର୍ବରୁ ବାସୀ ଫୁଲକୁ ଅନ୍ୟତ୍ର ନଫିଙ୍ଗି ଘରେ ପକାଇ ରଖନ୍ତି। ଯାହାର ଅନେକ ଖରାପ ପ୍ରଭାବ ରହିଛି ।

ତେଣୁ ସର୍ବପ୍ରଥମେ ପୂଜାଘରେ କିମ୍ବା ମନ୍ଦିରରେ ସ୍ଥାପିତ ହୋଇଥିବା ଭଗବାନଙ୍କ ମୂର୍ତ୍ତିକୁ ସଫାସୁତୁରା କରିବା ଉଚିତ । ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଏହା ଯେ ପୂଜାରେ ବ୍ୟବହୃତ ହେଉଥିବା ଫୁଲ , ପ୍ରସାଦ ଆଦିକୁ ଅଧିକ ସମୟ ପର୍ଯ୍ୟନ୍ତ ଘରେ ରଖିବା ଉଚିତ ନୁହେଁ । ଯଦି ଘରେ ଏହା ଅଧିକ ସମୟ ପର୍ଯ୍ୟନ୍ତ ପଡ଼ି ରହେ ତେବେ ଏହା ଘରର ସ୍ୱଚ୍ଛତାକୁ ନଷ୍ଟ କରିଥାଏ । ଏହାବ୍ୟତୀତ ଭଗବାନଙ୍କ ଭଙ୍ଗା ଫୋଟ ଏବଂ ଭଙ୍ଗା ମୂର୍ତ୍ତି ମଧ୍ୟ ଘରେ ବାସ୍ତୁ ଦୋଷକୁ ବଢ଼ାଇ ଥାଏ ।

ତେଣୁ ଏହି ଜିନିଷ ଥିଲେ ମଧ୍ୟ ଏହାକୁ ମନ୍ଦିରରୁ ବାହାର କରିଦେବା ଉଚିତ । ତା ବଦଳରେ ନୂଆ ମୂର୍ତ୍ତି କିମ୍ବା ଫୋଟ ସ୍ଥାପିତ କରିବା ଉଚିତ । ଏହାଦ୍ବାରା ଗୃହର ବାସ୍ତୁ ଦୋଷ ସର୍ବଦା ଦୂର ରହିଥାଏ । ଏହାବ୍ୟତୀତ ଗ୍ରହ ଦୋଷ ମଧ୍ୟ ଲାଗି ନଥାଏ ।

Leave a Reply

Your email address will not be published. Required fields are marked *