ଯଦି ରାତିର ଏହି ପ୍ରହରରେ ହଠାତ ନିଦ ଭାଙ୍ଗୁଛି ତେବେ ହୋଇ ଯାଆନ୍ତୁ ସାବଧାନ

ମନୁଷ୍ୟ ଜୀବନରେ କର୍ମ ଯେତିକି ଗୁରୁତ୍ୱପୂର୍ଣ୍ଣ ସେତିକି ଗୁରୁତ୍ୱପୂର୍ଣ୍ଣ ହେଉଛି ନିଦ୍ରା । ଉପଯୁକ୍ତ ନିଦ୍ରା ନଗଲେ କାମ କରିବାକୁ କ୍ଷମତା ମଧ୍ୟ ଆସି ନଥାଏ । ତେଣୁ ଶୋଇବାର ଏକ ସ୍ୱତନ୍ତ୍ର ସମୟ ହେଉଛି ରାତି ସମୟ । ମନୁଷ୍ୟକୁ ରାତିରେ ଶୀଘ୍ର ଶୋଇ ବ୍ରହ୍ମ ମୁହୁର୍ତ୍ତରେ ଉଠିବା ଉଚିତ । କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ମନୁଷ୍ୟ ପାଇଁ ଏହା ସମ୍ଭବ ହେଉନାହିଁ ।

ରାତିରେ ବିଳମ୍ବରେ ଶୋଇବାର ଆଉ ଏକ କାରଣ ହେଉଛି ସୋସିଆଲ ମିଡ଼ିଆର ବ୍ୟବହାର । ଏହି କାରଣରୁ ଅନେକ ସମୟରେ ରାତିରେ ଗୋଟିଏ ପ୍ରହରରେ ହଠାତ ନିଦ ଭାଙ୍ଗିଯାଏ । ଯାହାଦ୍ୱାରା ଆଉ ନିଦ ହୋଇ ନଥାଏ । ଏପରି ହେବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ହୋଇଥାଏ । ଯଦି ଏପରି କୌଣସି ଏକ ଦିନ ହେଉଛି ତେବେ ସେଥିରେ କୌଣସି ସମସ୍ୟା ନାହିଁ କିନ୍ତୁ ଯଦି ଏପରି ପ୍ରତ୍ୟେକ ଦିନ କୌଣସି ଏକ ନିର୍ଦିଷ୍ଟ ସମୟରେ ହେଉଛି ତେବେ ଏହାକୁ ଅଣଦେଖା କରିବା ଉଚିତ ନୁହେଁ । ଏହା ଆପଣଙ୍କ ଜୀବନରେ ହେବାକୁ ଯାଉଥିବା ପରିବର୍ତ୍ତନ ସମ୍ବନ୍ଧରେ ସୂଚନା ଦେଇଥାଏ ।

୧ . ଯଦି ଆପଣ ରାତିରେ ଶୋଇବାକୁ ଚାହୁଁଛନ୍ତି କିନ୍ତୁ ରାତି ୯ ରୁ ୧୧ ମଧ୍ୟରେ ନିଦ ହେଉନାହିଁ ତେବେ ଆପଣଙ୍କୁ କୌଣସି ଚିନ୍ତା ଘାରୁଛି । ଏପରି ପରିସ୍ଥିତିରେ ଆପଣ ମୁଁହ ଧୋଇ ସକାରାତ୍ମକ ମନ୍ତ୍ରର ଜପ କରି ମନକୁ ସ୍ଥିର କରନ୍ତୁ । ଏହାଦ୍ବାରା ଆପଣଙ୍କୁ ମାନସିକ ଚିନ୍ତାରୁ ମୁକ୍ତି ମିଳିବା ସହିତ ଏକ ଭଲ ନିଦ ମଧ୍ୟ ମିଳିବ ।

୨ . ଯଦି ରାତି ୧.୦୦ ପାଖପାଖି ସମୟରେ ନିଦ ଭାଙ୍ଗୁଛି ତେବେ ଏଥିରେ ଚିନ୍ତିତ ନହୋଇ ମନକୁ ଦୃଢ଼ କରି ନିଅନ୍ତୁ ଯେ ଯାହା ହେବାର ଅଛି ତ ତାହା ନିଶ୍ଚୟ ହେବ । ଏବଂ ତାପରେ ଶୋଇ ଯାଆନ୍ତୁ । ଯଦି କୌଣସି ମାନସିକ ଚିନ୍ତା ବିନା ରାତି ପାଖାପାଖି ୧୨ ରେ ନିଦ ଭାଙ୍ଗି ଯାଉଛି ତେବେ ଏହାର ଅର୍ଥ ଏହା ଯେ କୌଣସି ଏକ ଅଦୃଶ୍ୟ ଶକ୍ତି ଆପଣଙ୍କ ସହ ସମ୍ପର୍କ କରିବାକୁ ଚାହୁଁଛି । ଏହାଦ୍ୱାରା ଆପଣଙ୍କ ଜୀବନ ପ୍ରତି ମଧ୍ୟ ବିପଦ ହୋଇପାରେ ।

୩ . ରାତିରେ ୧୨ ରୁ ୩ ପର୍ଯ୍ୟନ୍ତ ସମୟ ଖୁବ ଗଭୀର ନିଦର ସମୟ ଅଟେ । ଏହି ସମୟରେ ନିଦ ଭାଙ୍ଗିବା ଅର୍ଥ ଆପଣଙ୍କର ଲିଭର ସମ୍ବନ୍ଧୀୟ ସମସ୍ୟା ରହିଛି । ଏହା ଆପଣଙ୍କ ଚିଡ଼ିଚିଡ଼ାପଣକୁ ମଧ୍ୟ ଦର୍ଶାଇ ଥାଏ । ଏପରି ପରିସ୍ଥିତିରେ ଥଣ୍ଡାପାଣି ପିଇ ଈଶ୍ୱରଙ୍କୁ ଆରାଧନା କରି ନିଜର ସମସ୍ତ ସମସ୍ୟା ବ୍ୟକ୍ତ କରନ୍ତୁ ।

୪ . ଯଦି ଆପଣ ରାତି ୧୨ ରୁ ୩ ମଧ୍ୟରେ କୌଣସି ସ୍ୱପ୍ନ ଦେଖୁଛନ୍ତି ତେବେ ତାହା ଭବିଷ୍ୟତରେ ସତ ହୋଇପାରେ । ଯଦି ଆପଣଙ୍କ ନିଦ ରାତି ୩ ରେ ଭାଙ୍ଗି ଯାଉଛି ତେବେ ଏହା ଈଶ୍ୱରଙ୍କ ସୂଚନା ହୋଇପାରେ । ବୋଧହୁଏ ଦିବ୍ୟ ଶକ୍ତି ମାନେ ଚାହୁଁଛନ୍ତି ଯେ ଆପଣ ଏହି ସମୟରେ ଉଠି ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ।

କିନ୍ତୁ ଯଦି ଆପଣଙ୍କ ନିଦ ରାତି ୩ ରୁ ୫ ମଧ୍ୟରେ ଖୋଲିଥାଏ ତେବେ ଆପଣଙ୍କର ଫୁସଫୁସ ସମ୍ବନ୍ଧୀୟ କୌଣସି ସମସ୍ୟା ଥାଇପାରେ । ଏହାବ୍ୟତୀତ କୌଣସି ଅଦୃଶ୍ୟ ଶକ୍ତି ହୁଏତ ଆପଣଙ୍କ ସହିତ ସମ୍ପର୍କ କରିବାକୁ ଚାହୁଁଥାଇ ପାରେ । କାରଣ ଏହି ସମୟ ହେଉଛି ଅମୃତ ବେଳା । ଏହି ସମୟରେ ନିଦ ଭାଙ୍ଗିଲେ ଘରେ ଧନ ପ୍ରାପ୍ତି ହେବାର ସଙ୍କେତ ମଧ୍ୟ ଦେଇଥାଏ ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ ହୋଇଥାଏ ।

୫ . ଯଦି ଆପଣଙ୍କ ନିଦ ସକାଳ ୫ ରୁ ୭ ମଧ୍ୟରେ ହଠାତ ଭାଙ୍ଗି ଯାଉଛି ତେବେ ଏହାର ଅର୍ଥ କୌଣସି ସମସ୍ୟା ଆପଣଙ୍କୁ ଚିନ୍ତିତ କରୁଛି । ଆପଣ ମନରୁ ଖୁବ ଦୁଃଖିତ ଅଛନ୍ତି ।ମାତ୍ର ଏହା ଅଧିକ ଶକ୍ତିଶାଳୀ ହେବା ଦିଗରେ ମଧ୍ୟ ସୂଚିତ କରିଥାଏ । ତେଣୁ ସକାଳୁ ଏହି ସମୟରେ କିମ୍ବା ଆହୁରି ଜଲଦି ଉଠିବା ସ୍ୱାସ୍ଥ୍ୟ ପାଇଁ ବେଶ ଭଲ ହୋଇଥାଏ ।

Leave a Reply

Your email address will not be published. Required fields are marked *