କୌଣସିବି ସମସ୍ୟା ଥିଲେ ଏହି ପାଞ୍ଚଟି ଜିନିଷ ଦାନ କରନ୍ତୁ ନାହିଁ :-

ଭଗବାନ ଶିବଙ୍କ ଅନୁଯାୟୀକିଛି ଏପରି ଜିନିଷ ଅଛି ଯାହାକୁ ଦାନ କଲେ ସବୁ ଅଧାରେ ରହି ଯାଇଥିବା କାମ ଏବଂ ବିଗିଡ଼ି ଯାଇଥିବା କାମ ପୂରଣ ହୋଇଯାଏ ।ଦାନ କରିବା ଦ୍ୱାରା ମନୁଷ୍ୟର ଅନେକ ମଙ୍ଗଳ ହୋଇଥାଏ । ଏହାଦ୍ବାରା ଭୋକିଲା ବ୍ୟକ୍ତିକୁ ଖାଦ୍ୟ ମଧ୍ୟ ମିଳିଥାଏ । ଶାସ୍ତ୍ର ଅନୁଯାୟୀ ମନୁଷ୍ୟକୁ ନିଜ ଜୀବନକାଳ ଭିତରେ ଦୁଇଥର ଗୁପ୍ତଦାନ କରିବା ଉଚିତ । ଯାହାଦ୍ୱାରା ଆଉ ନର୍କକୁ ଯିବାକୁ ପଡ଼ି ନଥାଏ । କିନ୍ତୁ କିଛି ଏପରି ଜିନିଷ ଅଛି ଯାହାକୁ ଆଦୋୖ ଦାନ କରିବା ଉଚିତ ନୁହେଁ । କିନ୍ତୁ ଶିବ ମହାପୁରାଣ ଅନୁଯାୟୀ ଆଉ କିଛି ବସ୍ତୁ ଏପରି ଅଛି ଯାହାକୁ ଦାନ କଲେ ଜୀବନର ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ ।

୧ . ଲୁଣ :-

ଶାସ୍ତ୍ର ଅନୁଯାୟୀ ସୋମବାର ଦିନ ଲୁଣର ଦାନ କରିବା ସର୍ବଶ୍ରେଷ୍ଠ ଅଟେ । ଏହାଦ୍ବାରା ସବୁ ପ୍ରକାରର ସମସ୍ୟା ଦୂରେଇ ଯିବା ସହିତ ପୁଣ୍ୟ ମଧ୍ୟ ପ୍ରାପ୍ତି ହୋଇଥାଏ । କିନ୍ତୁ ଆପଣ ଯଦି ବଡ଼ ଗୋଲାକାର ଦାନା ଥିବା ଲୁଣ ଦାନ କରନ୍ତି ତେବେ ତାହା ସର୍ବଶ୍ରେଷ୍ଠ ଅଟେ । କିନ୍ତୁ ଯଦି ଆପଣ ସାଧାରଣ ଲୁଣ ଦାନ କରନ୍ତି ତେବେ ତାହା ମଧ୍ୟ ଉତ୍ତମ ଅଟେ ।

୧ . ଗୁଡ଼ :-

ଗୁଡ଼ ଦାନ କରିବା ଦ୍ୱାରା ସମ୍ପର୍କ ମଧୁର ହୋଇଥାଏ । ତେବେ ତାହା ସ୍ୱାମୀ ସ୍ତ୍ରୀ ମଧ୍ୟରେ ସମ୍ପର୍କ ହେଉ କିମ୍ବା ଅନ୍ୟ ସମ୍ପର୍କ ହେଉ । ଯଦି ଆପଣଙ୍କ ବୈବାହିକ ସମ୍ପର୍କରେ ସମସ୍ୟା ଦେଖା ଦେଉଛି କିମ୍ବା ବାଧା ଉତ୍ପନ୍ନ ହେଉଛି ତେବେ ମହାଦେବଙ୍କ ଶରଣକୁ ଯାଆନ୍ତୁ । ମହାଦେବଙ୍କୁ ଗୁଡ଼ ଅର୍ପଣ କରିବା ସହିତ ଗୁଡ଼ ଦାନ ମଧ୍ୟ କରନ୍ତୁ । ଏହାଦ୍ବାରା ସମସ୍ୟା ଯେତେ ବଡ଼ ହୋଇଥାଉ ନା କାହିଁକି ତାହାର ସମାଧାନ ହୋଇଯିବ । ଆପଣ ଗାଈକୁ ଶ୍ରଦ୍ଧାରେ ଗୁଡ଼ ଖୁଆଇଲେ ମଧ୍ୟ ମହାଦେବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି ।

୩ . ଆତ୍ମବିଶ୍ୱାସ :-

ବର୍ତ୍ତମାନ ସମୟରେ ବିଶେଷ କରି ଯୁବକ ମାନଙ୍କର ଆତ୍ମବିଶ୍ୱାସ ଖୁବ କମ । ଅନେକ ପରିଶ୍ରମ ସତ୍ତ୍ୱେବି ମନରେ ଆତ୍ମବିଶ୍ୱାସ ଆଣି ପାରୁ ନାହାଁନ୍ତି । ତେବେ ଶନିବାର ଦିନ କଳା ତିଳ ଦାନ କରନ୍ତୁ । ଆପଣ ଚାହିଁଲେ ଧଳା ତିଳ ମଧ୍ୟ ଦାନ କରି ପାରିବେ । ଏହାଦ୍ବାରା ଆତ୍ମବିଶ୍ୱାସ ବଢ଼ିବା ସହିତ ଅନ୍ୟାନ୍ୟ ସମସ୍ୟା ମଧ୍ୟ ଦୂରେଇ ଯିବ ।

୪ . ଯଦି ଆପଣ ଶନିବାର ଦିନ ଗହମ ଏବଂ ଚାଉଳ ଦାନ କରନ୍ତି । ଏହାଦ୍ବାରା ଘରେ କେବେବି ଅନ୍ନର ଅଭାବ ଦେଖା ଦିଏ ନାହିଁ । ଏହାବ୍ୟତୀତ ଗାଈକୁ ଯଦି ଆପଣ ରୋଟି ଏବଂ ଗୁଡ଼ ଖୁଆନ୍ତି ତେବେ ତେବେ ଏହାର ହଜାରେ ଗୁଣ ପୁଣ୍ୟ ପ୍ରାପ୍ତି ହୋଇଥାଏ । ସୂର୍ଯ୍ୟ ଗ୍ରହକୁ ମଜବୁତ କରିବା ପାଇଁ ରବିବାର ଦିନ କୌଣସି ଜଣେ ଗରୀବଙ୍କୁ ୧୦୦ ଗ୍ରାମ ଗୁଡ଼ ଦାନ କରନ୍ତୁ ।

୫ . ମଙ୍ଗଳବାର ଦିନ ମାଙ୍କଡ଼କୁ ଚଣା ଖୁଆଇବା ତଥା ଚଣା ଦାନ କଲେ ଖୁବ ପୁଣ୍ୟ ମିଳିଥାଏ । ଏହାଦ୍ବାରା ମଙ୍ଗଳ ଗ୍ରହ ମଜବୁତ ବି ହେବା ସହିତ ହନୁମାନଙ୍କ କୃପା ମଧ୍ୟ ପ୍ରାପ୍ତ ହୋଇଥାଏ ।

୬ . କ୍ୟାରିଅରକୁ ସୁଧାରିବା ପାଇଁ ମୁଗ ଡାଲି , ସବୁଜ ରଙ୍ଗର କପଡ଼ା , ବିବାହିତା ମହିଳା ମାନେ ଚୁଡ଼ି ଦାନ କରିବା ଦ୍ୱାରା ଶୁଭ ହୋଇଥାଏ । ଗୁରୁବାର ଦିନ ହଳଦିଆ ବସ୍ତୁ ଦାନ କଲେ ଉଭୟ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କର କୃପା ବର୍ଷିଥାଏ ।ଶୁକ୍ରବାର ଦିନଟି ମାତା ଲକ୍ଷ୍ମୀଙ୍କୁ ଅର୍ପିତ ଅଟେ । ତେଣୁ ଏହିଦିନ ଦାନ ଧର୍ମ କରିବା ସହିତ ଧଳା ଖିରିର ଦାନ କରିବା ଅତ୍ୟନ୍ତ ଶୁଭ ହୋଇଥାଏ ।

୭ . ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କୁ ନାଲି ଫୁଲ ଅର୍ପଣ କଲେ ଧନ ସମ୍ବନ୍ଧୀୟ ସମସ୍ୟା ଦୂରେଇ ଯାଏ । ଶନିବାର ଦିନ କଳା ତିଳଦାନ କଲେ ବ୍ୟକ୍ତିର ସବୁ ସମସ୍ୟା ଦୂର ହୋଇଯାଏ ଏବଂ ଶନିଦେବ ମଧ୍ୟ ପ୍ରସନ୍ନ ହୁଅନ୍ତି ।

Leave a Reply

Your email address will not be published. Required fields are marked *