ଅତି ଖରାପ ଭାଗ୍ୟବି ବଦଳି ଯିବ । କେବଳ ଏହି ଗୋଟିଏ ସ୍ଥାନରେ ବାନ୍ଧି ଦିଅନ୍ତୁ କଳା ସୂତା :-

ଆଜି ଆମେ ଆପଣଙ୍କୁ କିଛି ଏପରି ଉପାୟ ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଆପଣଙ୍କ ଜୀବନର ସବୁ ନକରାତ୍ମକତା ଦୂରେଇ ଯିବ ଏବଂ ସବ୍ୟ କ୍ଷେତ୍ରରେ ସଫଳତା ପ୍ରାପ୍ତ ହେବ । ସାଧରଣତଃ ପରିବାରରେ ଅନେକ ସମସ୍ୟା ଥାଏ । ଯେପରିକି ପାରିବାରିକ କଳହ , ହିଂସା , ଅସଫଳତା ଇତ୍ୟାଦି ଅନେକ ସମସ୍ୟା ରହିଥାଏ । ବାସ୍ତବରେ ଏସବୁର କାରଣ ଅନେକ ପ୍ରକାରର ହୋଇପାରେ । ଯେମିତିକି ଘରେ ରଖାଯାଇଥିବା ବିଭିନ୍ନ ଜିନିଷର ବାସ୍ତୁ ଦୋଷ କାରଣରୁ ଏପରି ସମସ୍ୟା ଆସିଥାଏ । କିନ୍ତୁ ଏହାର ସବୁଠାରୁ ବଡ଼ କାରଣ ହେଉଛି ଇର୍ଷା ।

ଇର୍ଷା କାରଣରୁ ମଣିଷ ଅନ୍ୟ ଉପରେ ଖରାପ ନଜର ପକାଇଥାଏ । ତେଣୁ ଆଜିକାର ଏହି ଲେଖାରେ ଆମେ ଏକ ଏପରି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରିବା ଦ୍ୱାରା ନଜର ଦୋଷ ଦୂର ହେବା ସହିତ କାର୍ଯ୍ୟରେ ସଫଳତା ମଧ୍ୟ ମିଳିଯିବ । ଏହାଦ୍ବାରା ଅନ୍ୟ ସମସ୍ୟା ମଧ୍ୟ ଦୂର ହୋଇଯିବ । ଏହି ଉପାୟ ପାଇଁ ରେଶମ କଳା ସୂତା ଆବଶ୍ୟକ । ଏହାକୁ ଅନେକ ପୁରୁଣା ସମୟରୁ ହିଁ ନଜର ଦୋଷ ଦୂର କରିବା ପାଇଁ ବ୍ୟବହାର କରାଯାଇ ଆସୁଛି । ଏହାବ୍ୟତୀତ କଳା ସୂତା ଅନ୍ୟାନ୍ୟ ସମସ୍ୟାରୁ ମୁକ୍ତି ପାଇଁ କରାଯାଇ ଆସୁଛି । ମନୁଷ୍ୟର ଶରୀର ପଞ୍ଚତତ୍ୱରେ ତିଆରି ହୋଇଥାଏ । ତେଣୁ କଳା ସୂତା ବାନ୍ଧିବା ଦ୍ୱାରା ପଞ୍ଚତତ୍ୱରୁ ମିଳୁଥିବା ସକାରାତ୍ମକ ଶକ୍ତି ମନୁଷ୍ୟର କ୍ଷତି ପହଞ୍ଚାଇ ପାରେନାହିଁ

ଏହି କଳା ସୂତା ନକରାତ୍ମକ ଶକ୍ତିକୁ ଅବଶୋଷିତ କରିଥାଏ । ଯାହାଦ୍ୱାରା କୌଣସି ନକରାତ୍ମକତା ମନୁଷ୍ୟ ପାଖକୁ ପହଞ୍ଚି ପାରେନାହିଁ । ସେଥିପାଇଁ ଘରର ବଡ଼ ମାନେ ଘରେ ଏକ ଛୋଟ ପିଲା ଜନ୍ମ ହେଲେ ଗୋଡ଼ରେ କିମ୍ବା ହାତରେ କଳା ସୂତା ବାନ୍ଧି ଦିଅନ୍ତି ।ଏହା ଦ୍ୱାରା ଆଉ ନଜର ଦୋଷ ପଡେନାହିଁ । ବିବାହ ସମୟରେ ମଧ୍ୟ ବର ବଧୂଙ୍କୁ କଳା ଟିକା ଲଗା ଯାଇଥାଏ । ଏହି କଳା ରଙ୍ଗ ସର୍ବଦା ଖରାପ ଶକ୍ତି ଠାରୁ ରକ୍ଷା କରିଥାଏ । ଶନିବାର ଦିନ ଏକ କଳା ସୂତା ନେଇ ଶନିଦେବଙ୍କ ମନ୍ଦିରକୁ ଯାଆନ୍ତୁ ।

ଏହାପରେ ସୋରିଷ ତେଲରେ ସାମାନ୍ୟ ବୁଡ଼ାଇ ଦିଅନ୍ତୁ । କିମ୍ବା ହନୁମାନଙ୍କ ମନ୍ଦିରକୁ ଯାଇ ହନୁମାନ ସିନ୍ଦୁର ଲଗାଇ ସାତଟି ଗଣ୍ଠି ପକାନ୍ତୁ । ପ୍ରତ୍ୟେକ ଗଣ୍ଠି ପକାଇବା ସମୟରେ ନିଜର ସମସ୍ୟା କହିବା ଉଚିତ । ଏହାପରେ ସେହି ସୂତାକୁ ଶନିଦେବଙ୍କ ଚରଣରେ ରଖି ଦୀପ ଜଳାନ୍ତୁ ଏବଂ ୨୧ ଥର ଓଁ ସଂ ଶନିଶ୍ଚରାୟ ନମଃ ଜପ କରନ୍ତୁ କିମ୍ବା ହନୁମାନ ମନ୍ଦିରକୁ ଗଲେ ଥରେ ହନୁମାନ ଚାଲିଶା ପାଠ କରନ୍ତୁ । ଏହାପରେ ସେହି ସୂତାକୁ ଦୀପ ଉପର ଦେଇ ସାତ ଥର ବୁଲାଇ ଘରକୁ ପଳାଇ ଆସନ୍ତୁ ।

ମନେ ରଖନ୍ତୁ ଏହି ଉପାୟ ପରେ ଭୁଲରେବି କାହା ସହିତ କଥା ହୁଅନ୍ତୁ ନାହିଁ । ଘରକୁ ଆସି ସେହି ସୂତାକୁ ଘରର ପୂଜାଘରେ ରଖି ଦିଅନ୍ତୁ ଏବଂ ତାପରେ ତାହାକୁ ଯେଉଁ ବ୍ୟକ୍ତିଙ୍କ ପାଇଁ ମନ୍ତ୍ରିତ କରିଛନ୍ତି ସେହି ବ୍ୟକ୍ତିର ବାହୁରେ ବାନ୍ଧି ଦିଅନ୍ତୁ । ଏହାଦ୍ବାରା ନଜର ସମସ୍ୟା ସବୁଦିନ ପାଇଁ ଦୂରେଇ ଯିବ ଏବଂ ଶନିଦେବ ମଧ୍ୟ ଅତ୍ୟନ୍ତ ଖୁସି ହେବେ । ଯଦି ଆପଣ ଅଧିକ ଲମ୍ବା ସୂତା ନେଇଛନ୍ତି ତେବେ ଆପଣ ତାହାକୁ ଆପଣଙ୍କ ଘରର ସବୁ ସଦସ୍ୟଙ୍କ ହାତରେ ବାନ୍ଧି ପାରିବେ ।

ଏବଂ ଧ୍ୟାନ ଦେବେ ଯେପରି ସେଥିରେ କୌଣସି ପ୍ରକାରେ ବ୍ଲେଡ଼ କିମ୍ବା କଇଁଚି ନଲାଗେ । ଯଦି ଆପଣ କଳା ସୂତା ନିଜ ଶରୀରର କୌଣସି ଅଙ୍ଗରେ ବାନ୍ଧିବାକୁ ଚାହୁଁ ନାହାଁନ୍ତି ଏବଂ ଏହା ମଧ୍ୟ ଚାହୁଁଛନ୍ତି ଯେ ଆପଣଙ୍କ ପରିବାର ଉପରେ କୌଣସି ଖରାପ ପ୍ରଭାବ ନପଡୁ ତେବେ କଳା ସୂତାକୁ ଘରର ମୁଖ୍ୟଦ୍ୱାରରେ ମଧ୍ୟ ବାନ୍ଧି ପାରିବେ ।

Leave a Reply

Your email address will not be published. Required fields are marked *