ବେକରେ କୌଣସି ବି ଲୋକେଟ ପିନ୍ଧିବା ଆଗରୁ ନିଶ୍ଚୟ ଜାଣି ନିଅନ୍ତୁ କିଛି କଥା , ନଚେତ ହୋଇପାରେ ସମସ୍ୟା :-

ଦୁନିଆରେ ସବୁ ମଣିଷ କୌଣସି ନା କୌଣସି ସମସ୍ୟା ଦେଇ ଗତି କରିଥାଏ । ଏହି ସମୟରେ ମନୁଷ୍ୟକୁ ଆଶା ଆବଶ୍ୟକ ଥାଏ ଯେ କିଏ ତାକୁ ସମସ୍ୟାରୁ ଉଦ୍ଧାର କରିବ । ମନୁଷ୍ୟ ନିଜ ସମସ୍ୟା ସମୟରେ ସର୍ବପ୍ରଥମେ ଭଗବାନଙ୍କୁ ଡାକିଥାଏ । ବାସ୍ତବରେ ହିଁ ସଙ୍କଟ ସମୟରେ ସହାୟତା ଈଶ୍ୱରଙ୍କ ଠାରୁ ହିଁ ପ୍ରାପ୍ତ ହୋଇଥାଏ । ଯଦି ଆମେ ଗରୁଡ଼ ପୁରାଣ ବିଷୟରେ କହିବୁ ତେବେ ସେଥିରେ ଭକ୍ତଙ୍କୁ ଦେବତାନ୍କୟ ତରଫରୁ ତାଙ୍କ ପଦଚିହ୍ନ , ଅସ୍ତ୍ର ଶସ୍ତ୍ର , ରୁଦ୍ରାକ୍ଷ , ରତ୍ନ ମାଳା ଏଭଳି ଅନେକ ପଦାର୍ଥ ଦିଆଯାଉଥିଲା । ଆଜିକା ସମୟରେ ଏହାକୁ ଆମେ ଲୋକେଟ ରୂପରେ ଧାରଣ କରିଥାଉ । ତେଣୁ ଏହି ପ୍ରଥା ବର୍ତ୍ତମାନର ନୁହେଁ ବରଂ ଅନେକ ପୁରାକାଳରୁ ଚାଲି ଆସୁଛି ଏବଂ ଆମେ ତାହାକୁ ଇଷ୍ଟଙ୍କ ଭେଟ ଭାବି ନିଜ ପାଖରେ ରଖିଥାଉ । ତେଣୁ ଆଜିକାର ଏହି ଲେଖାରେ ଲୋକେଟ ପରିଧାନ ସମ୍ବନ୍ଧରେ କିଛି ଜରୁରୀ ନିୟମ ବିଷୟରେ କହିବାକୁ ଯାଉଛୁ ।

ଯଦି ଆପଣ କୌଣସି ଦେବଦେବୀଙ୍କୁ ପୂଜା ଆରାଧନା କରୁଛନ୍ତି ତେବେ ସେହି ଦେବଦେବୀଙ୍କ ଲୋକେଟକୁ ଧାରଣ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ମାତ୍ର ତାହାକୁ ଧାରଣ କରିବା ପୂର୍ବରୁ ତାହାର ଶୁଦ୍ଧି କରିବା ନିତାନ୍ତ ଜରୁରୀ ଅଟେ । ତେଣୁ ଲୋକେଟକୁ ସର୍ବପ୍ରଥମେ ସକାଳୁ ଉଠି ଖୀରରେ ବୁଡ଼ାଇ ରଖନ୍ତୁ ଏବଂ ସୋମବାର ଦିନ ମହାଦେବଙ୍କ ଶିବଙ୍କ ଚରଣରେ ସ୍ପର୍ଶ କରାଇ ତାହାକୁ ଧାରଣ କରାନ୍ତୁ । ଏପରି କରିବା ଦ୍ୱାରା ସେହି ଲୋକେଟରେ ଶକ୍ତି ଆସିଥାଏ ଏବଂ ସେହି ଲୋକେଟକୁ ଧାରଣ କରିବା ଦ୍ୱାରା ସବୁକିଛି ଭଲ ହୋଇଥାଏ । ମାତ୍ର ଧ୍ୟାନ ଦେବେ ଆପଣ ଯେଉଁ ଭଗବାନଙ୍କ ଲୋକେଟ ପିନ୍ଧୁଛନ୍ତି ତାହାକୁ ସେହି ଦେବତାଙ୍କ ବାରରେ ହିଁ ଧାରଣ କରନ୍ତୁ । ଯେପରିକି ଗଣେଶଙ୍କର ବୁଧବାର ଦିନ , ଶ୍ରୀକୃଷ୍ଣଙ୍କର ଗୁରୁବାର ଦିନ , ମାତା ରାଣୀଙ୍କର ଶୁକ୍ରବାର ଦିନ ଏବଂ ଶନି ମହାରାଜଙ୍କର ଶନିବାର ଦିନ ।

ଯଦି ଆପଣ କଳା ସୂତା ବାନ୍ଧୁଛନ୍ତି ତେବେ ଶନିବାର ଦିନ ବାନ୍ଧନ୍ତୁ ।ଯଦି ଆପଣ କୌଣସି ରତ୍ନ କିମ୍ବା ମୁଦ୍ରା ପିନ୍ଧୁଛନ୍ତି ତେବେ ରବିବାର ଦିନ ସୂର୍ଯ୍ୟ ଆରାଧନା ପରେ ହିଁ ଧାରଣ କରିବା ଉଚିତ । ଏପରି କଲେ ଅନେକ ଲାଭ ହୋଇଥାଏ । ଯଦି ଆପଣ ଏହାକୁ ବେକରେ ଧାରଣ କରୁଛନ୍ତି ତେବେ ଈଶ୍ୱର ସର୍ବଦା ଆପଣଙ୍କ ହୃଦୟରେ ରହିବେ । ଯାହାଦ୍ୱାରା ଆପଣଙ୍କୁ ଭୟ ମଧ୍ୟ ଲାଗିବ ନାହିଁ । ଏହାବ୍ୟତୀତ ଆପଣ କୌଣସି ସ୍ଥାନରେବି ଏହାକୁ ଧାରଣ କରି ପାରିବେ । କାରଣ ସବୁ ସ୍ଥାନରେ ହିଁ ଭଗବାନଙ୍କ ଉପସ୍ଥିତି ରହିଛି । କିନ୍ତୁ ଯଦି ଆପଣନ୍କ5ଘରେ କାହାରି ମୃତ୍ୟୁ ହୋଇଛି କିମ୍ବା ଶବ ସତ୍କାର ଯାଉଛନ୍ତି ତେବେ ସେହି ସମୟରେ ଲୋକେଟ ଧାରଣ କରନ୍ତୁ ନାହିଁ । ମନେ ରଖନ୍ତୁ ଯେ ଆପଣ ଯଦି କୌଣସି ଲୋକେଟ ଧାରଣ କରୁଛନ୍ତି ତେବେ ତା ମଧ୍ୟରେ ଈଶ୍ୱର ସେତେବେଳେ ଆଉ ବାସ କରନ୍ତି ନାହିଁ , ଯେତେବେଳେ ଆପଣ କୌଣସି ଭୁଲ କାମ କରନ୍ତି ।

ଶାସ୍ତ୍ର ଅନୁଯାୟୀ ଚାନ୍ଦି ଧାତୁର ଲୋକେଟ ସବୁଠାରୁ ଅଧିକ ଶୁଭ ହୋଇଥାଏ । ଯଦି ଆପଣ କୌଣସି ଦେବଦେବୀଙ୍କୁ ପୂଜା କରୁଛନ୍ତି ତେବେ ସେହି ଦେବତାଙ୍କ ପ୍ରତିମା ଚାନ୍ଦିରେ ବନାଇ ତାହାର ଶୁଦ୍ଧି କରି ଧାରଣ କଲେ ଜୀବନର ସବୁ ନକରାତ୍ମକତା ଦୂର ହୋଇଯିବ । ତେଣୁ ଯଦି ଆପଣଙ୍କୁ ଅଧିକ ଭୟ ଲାଗୁଛି ତେବେ ମହାଦେବ ଶିବଙ୍କ ତ୍ରିଶୂଳ ଲୋକେଟ ଧାରଣ କରନ୍ତୁ । ଏହାଦ୍ବାରା ମନରୁ ସବୁ ଭୟ ଦୂର ହୋଇଯିବ । ଯଦି ଆପଣଙ୍କୁ ଜୀବନରେ ଅନେକ କଠିନତାର ସାମ୍ନା କରିବାକୁ ପଡୁଛି କିମ୍ବା କୌଣସି କାମରେ ସଫଳ ହେଉ ନାହାଁନ୍ତି ତେବେ ଗଣେଶଙ୍କ ଲୋକେଟ ଧାରଣ କରନ୍ତୁ । ଧ୍ୟାନ ରଖିବେ ଯେପରି ଭଗବାନ ଗଣେଶଙ୍କ ଲୋକେଟ ବସିଥିବା ଅବସ୍ଥାରେ ନରହେ ।

ଯଦି ଆପଣଙ୍କୁ ସର୍ପଦୋଷ ପିତୃ ଦୋଷ ଭଳି ସମସ୍ୟା ରହିଛି ତେବେ ଶିବଙ୍କ ସର୍ପର ମୁଦ୍ରା ହାତରେ ଧାରଣ କରିବା ଉଚିତ । ଯଦି ଆପଣଙ୍କ ଘରେ କ୍ଳେଶ ବିବାଦ ଦେଖା ଦେଉଛି ଏବଂ ତାହା ଶେଷ ହେବାର ନାମ ନେଉନାହିଁ ତେବେ ଶିବଙ୍କ ଡମରୁ ଲୋକେଟ ପରିଧାନ କଲେ ସବୁ ସମସ୍ୟା ଦୂର ହୋଇଯିବ । କଇଁଛ ସହିତ ମାତା ଲକ୍ଷ୍ମୀଙ୍କର ସିଧାସଳଖ ସଂଯୋଗ ଥାଏ । ଏହି ଲୋକେଟ ପରିଧାନ କଲେ ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ କଇଁଛ ମୁଦ୍ରା ହାତରେ ଧାରଣ କଲେ ବ୍ୟକ୍ତିର ଭାଗ୍ୟ ବଦଳି ଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏହା ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ । ତେଣୁ ଏହି ମୁଦ୍ରା ଧାରଣ କରିଥିବା ବ୍ୟକ୍ତି ଉପରେ ଧନ ବର୍ଷା ହୋଇଥାଏ । ଯଦି ଜୀବନରେ ଦୁଃଖ ସମସ୍ୟା ଅଛି ତେବେ ଏହି ମୁଦ୍ରା ଧାରଣ କଲେ ସବୁ ସମସ୍ୟା ଦୂର ହୋଇଯିବ । ମାତ୍ର ଏହି ମୁଦ୍ରାକୁ ଧାରଣ କରିବାର କିଛି ନିୟମ ରହିଛି ।

୧ . କଇଁଛ ମୁଦ୍ରାକୁ ଆପଣ ଏପରି ଧାରଣ କରନ୍ତୁ ଯେପରି କଇଁଛର ମୁଁହ ଆପଣଙ୍କ ଦିଗରେ ରହିବ । ଏହାଦ୍ବାରା ଧନ ଆକର୍ଷିତ ହେବ ଏବଂ ଘର ପରିବାରରେ ସୁଖ ସମୃଦ୍ଧି ବଢ଼ିବ ।

୨ . କଇଁଛର ମୁଁହ ଯଦି ଆପଣଙ୍କ ବିପରୀତ ଦିଗରେ ରହେ ତେବେ ଆପଣଙ୍କର ଆର୍ଥିକ କ୍ଷତି ହୋଇପାରେ । କାରଣ ଏହାଦ୍ବାରା ଧନ ଆସିବା ପରିବର୍ତ୍ତେ ଯିବାକୁ ଲାଗିବ ।

୩ . କଇଁଛ ମୁଦ୍ରାକୁ ମଧ୍ୟମା ଆଙ୍ଗୁଠି କିମ୍ବା ତର୍ଜନୀରେ ଧାରଣ କରନ୍ତୁ ନାହିଁ ।

୪ . ଏହି ମୁଦ୍ରାକୁ କେବଳ ଶୁକ୍ରବାର ଦିନ ହିଁ ଧାରଣ କରିବା ଉଚିତ । କାରଣ ଶୁକ୍ରବାର ମାତା ଲକ୍ଷ୍ମୀଙ୍କ ବାର ହୋଇଥାଏ ।

୫ . ଏହି ମୁଦ୍ରା ଚାନ୍ଦିରେ ତିଆରି କରିବା ଆବଶ୍ୟକ ।

୬ . କଇଁଛ ମୁଦ୍ରା ତିଆରି କରିବା ସମୟରେ ଏହା ଉପରେ ଶ୍ରୀ ଲେଖନ୍ତୁ ଯେପରି ତାହା ଆପଣଙ୍କ ଦିଗରେ ରହିବ ।

୭ . ଏହି ମୁଦ୍ରାକୁ ପିନ୍ଧିବା ପରେ ଖେଳ ଖେଳରେ ଏପଟ ସେପଟ ବୁଲାନ୍ତୁ ନାହିଁ । କାରଣ ଏହା ବିପରୀତ ଦିଗରେ ଘୁରିଯାଏ ତେବେ ଆପଣଙ୍କୁ ଧନହାନୀ ହୋଇପାରେ ।

୮ . ଯଦି ଆପଣଙ୍କୁ ଏହି ମୁଦ୍ରା କେବେ ବାହାର କରିବାର ଆବଶ୍ୟକତା ପଡ଼େ ତେବେ ତାହାକୁ ଏଣେତେଣେ ନରଖି ପୂଜାଘରେ ମାତା ଲକ୍ଷ୍ମୀଙ୍କ ଚରଣରେ ହିଁ ରଖନ୍ତୁ ।

Leave a Reply

Your email address will not be published. Required fields are marked *