ସକାଳୁ ଉଠିବା ମାତ୍ରେ କେବଳ ଏହି ଚାରି ଅକ୍ଷରର ମନ୍ତ୍ର ଆପଣଙ୍କୁ କରିପାରେ ଧନୀ , ନିଶ୍ଚୟ ଜାଣି ରଖନ୍ତୁ

ଅନେକ ସମୟରେ ମନୁଷ୍ୟ ଜୀବନରେ ଅନେକ ସମସ୍ୟା ଆସିଯାଏ , ଯାହାକୁ ସେ କେବେବି ଚିନ୍ତା କରି ନଥାଏ । ଘର ମଧ୍ୟରେ ଏପରି ଅଶାନ୍ତି ଦେଖାଦିଏ ଯେ ସେ ଅଣନିଶ୍ୱାସୀ ହୋଇଯାଏ । ପୁଣି କେତେବେଳେ କିଛି ଭଲ କାମ ହେଉହେଉ ବିଗିଡ଼ି ଯାଏ । ଯାହା ତାକୁ ଖୁବ ଦୁଃଖିତ କରିଦିଏ । ଯାହାଦ୍ୱାରା ସେ ସବୁବେଳେ ଚିନ୍ତିତ ରହେ ଏବଂ ସେହି ସମସ୍ୟାରୁ ସବୁବେଳେ ବାହାରିବାକୁ ଚାହେଁ । ତେବେ ଆଜିକାର ଏହି ଲେଖାରେ ଆମେ ଏହିସବୁ ସମସ୍ୟାର ଏକ ସମାଧାନ ବିଷୟରେ କହିବୁ ଯାହାକୁ ଆପଣ ସକାଳ ସମୟରେ କଲେ ଜୀବନର ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ । ଆମେ ଆଜି ଆପଣଙ୍କୁ ଏକ ମନ୍ତ୍ର ବିଷୟରେ କହିବୁ ଯାହାକୁ ଯଦି ଆପଣ ନିଷ୍ଠାର ସହିତ ପ୍ରତ୍ୟେକ ଦିନ କରନ୍ତି ତେବେ ମହାଦେବ ଶିବ ନିଶ୍ଚୟ ପ୍ରସନ୍ନ ହୋଇଯିବେ ।

ମହାଦେବ ଶିବ ଏବଂ ମାତା ପାର୍ବତୀ ଉଭୟ ହିଁ ନିଜ ଭକ୍ତଙ୍କ ଉପରେ ସବୁବେଳେ ଆଶୀର୍ବାଦ ରଖନ୍ତି । ଭଗବାନ ଶିବ ପ୍ରସନ୍ନ ହେବା ଅର୍ଥ ମାତା ପାର୍ବତୀ ମଧ୍ୟ ପ୍ରସନ୍ନ ହୋଇ ଯାଆନ୍ତି । କୌଣସି ଜଣଙ୍କୁ ପ୍ରସନ୍ନ କଲେ ଅନ୍ୟ ଜଣେ ମଧ୍ୟ ପ୍ରସନ୍ନ ହୋଇ ଯାଆନ୍ତି । ତେଣୁ ମାତା ପାର୍ବତୀ ଏବଂ ମହାଦେବ ଶିବଙ୍କ କୃପା ଦୃଷ୍ଟି ପାଇବା ପାଇଁ ସକାଳୁ କିଛି ଶବ୍ଦର ଜପ ନିଶ୍ଚୟ କରିବା ଉଚିତ ।

ପ୍ରଥମ ଉପାୟକୁ ଯେକେହିବି କରି ପାରିବେ । ଅର୍ଥାତ ଛୋଟ ପିଲାଠାରୁ ଆରମ୍ଭ କରି ବଡ଼ ଲୋକ ମାନେ ମଧ୍ୟ ଏହି ମନ୍ତ୍ରର ଜପ କରି ପାରିବେ । ବିଦ୍ୟାର୍ଥୀ କିମ୍ବା ଛୋଟ ପିଲାମାନେ ଏହି ମନ୍ତ୍ରର ଜପ କରିବା ଦ୍ୱାରା ମାନସିକ ବିକାଶ ହୋଇଥାଏ । ଘରର ମହିଳା ମାନେ ମଧ୍ୟ ଏହି ଉପାୟକୁ ନିଶ୍ଚୟ କରିବା ଉଚିତ । ସାଧରଣତଃ ଭଗବାନଙ୍କ ପୂଜାପାଠ କରିବା ପାଇଁ କିମ୍ବା ପ୍ରସନ୍ନ କରିବା ପାଇଁ ସକାଳୁ ସ୍ନାନ କରି , ଭଲ ପୋଷାକ ପରିଧାନ କରି ଅନେକ ନିୟମର ପାଳନ କରିବାକୁ ପଡ଼ିଥାଏ ।

କିନ୍ତୁ ଆଜି ଆମେ ଯେଉଁ ଉପାୟ ବିଷୟରେ କହିବୁ ସେହି ଉପାୟରେ କୌଣସି ନିୟମର ଆବଶ୍ୟକତା ନାହିଁ । କେବଳ ସକାଳୁ ଉଠି ଦୁଇଟି ଶବ୍ଦ ବିନା ସ୍ନାନରେ କହିଲେ ସବୁ ପ୍ରକାରର ସମସ୍ୟା ଦୂରେଇ ଯିବ ଏବଂ ଶୁଭ ଫଳ ମଧ୍ୟ ପ୍ରାପ୍ତ ହେବ । ସାଧରଣତଃ ଏହି ଉପାୟ ନବବିବାହିତା ମହିଳା ଯଦି କରନ୍ତି ତେବେ ଘରର ସନ୍ତାନ ସୁଖ ପ୍ରାପ୍ତ ହୋଇଥାଏ । ଏହାବ୍ୟତୀତ ବୈବାହିକ ଜୀବନ ମଧ୍ୟ ସୁଖକର ହୋଇଯିବ । ବୟସ୍କ ଲୋକ ମଧ୍ୟ ନିଜର ଭଲ ସ୍ୱାସ୍ଥ୍ୟ କାମନା କରି ଏବଂ ବ୍ୟବସାୟୀ ମାନେ ବ୍ୟବସାୟରେ ଉନ୍ନତି ଆଶା କରି ଏହି ମନ୍ତ୍ରର ଜପ କରି ପାରିବେ ।

ଏହି ମନ୍ତ୍ରର ଜପ ଦ୍ୱାରା ମନର ସବୁ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ଭଗବାନ ଶିବ ମଧ୍ୟ ଆଶୀର୍ବାଦ କରନ୍ତି । ଏହାବ୍ୟତୀତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଜୀବନର ପ୍ରାରମ୍ଭ ଦେବଦେବୀଙ୍କ ପୂଜାପାଠରୁ ଆରମ୍ଭ କରିବା ଉଚିତ । ଯାହାଦ୍ୱାରା ତାହାର ଶୁଭ ଫଳ ପ୍ରାପ୍ତ ହେବ । ତେବେ ସେହି ମନ୍ତ୍ରଟି ହେଉଛି ‘ ଓଁ ଜଂ ସଃ ‘ । ଏହା ଲହୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଅଟେ । ଯାହା ଜପ କରିବା ଦ୍ୱାରା ଜାତକ ଦୋଷ ମଧ୍ୟ ଦୂରେଇ ଯାଏ । ଦୁଇ ହାତକୁ ଯୋଡ଼ି ଏହି ମନ୍ତ୍ରର ଜପ କରିବା ଉଚିତ । ‘ କରାଗ୍ରେ ବସତେ ଲକ୍ଷ୍ମୀ । କର ମଧ୍ୟେ ସରସ୍ୱତୀ । କର ମୂଳେତୁ ଗୋବିନ୍ଦ । ପ୍ରଭାତେ କର ଦର୍ଶନମ ” । ଏହାର ଅର୍ଥ ହାତର ଅଗ୍ର ଭାଗରେ ମାତା ଲକ୍ଷ୍ମୀ , ମଝିରେ ସରସ୍ୱତୀ ଏବଂ ତଳେ ଗୋବିନ୍ଦ ବାସ କରନ୍ତି । ତେଣୁ ଏହି ଜପ କରିବା ଦ୍ୱାରା ମନୁଷ୍ୟର ସମସ୍ୟା ଦୁରେଇ ଯାଏ ଏବଂ ସବୁ ମନସ୍କାମନା ମଧ୍ୟ ପୂରଣ ହୁଏ ।

Leave a Reply

Your email address will not be published. Required fields are marked *