ଲୁଣକୁ ଘରର ଏହି ସ୍ଥାନରେ ରଖିଲେ ଦାରିଦ୍ର୍ୟତା ସବୁଦିନ ପାଇଁ ଦୂରେଇ ଯାଏ ଏବଂ ହୋଇଥାଏ ମାତା ଲକ୍ଷ୍ମୀଙ୍କ ଆଗମନ

ଲୁଣ ଦ୍ୱାରା ହିଁ ସନ୍ତୁଳିତ ଜୀବନର ଶିକ୍ଷା କରିବା ଉଚିତ । କାରଣ ପ୍ରତ୍ୟକ ମନୁଷ୍ୟର ଜୀବନ ସନ୍ତୁଳିତ ରହିବା ଉଚିତ । ନଚେତ ଜୀବନରେ କୌଣସି କାରଣରୁ ତିକ୍ତତା ବଢ଼ିଯାଏ । ଖାଦ୍ୟରେ ଲୁଣର ମହତ୍ତ୍ୱ କେତେ ତାହା ଖାଦ୍ୟର ସ୍ଵାଦରୁ ହିଁ ଜଣା ପଡ଼ିଥାଏ । କାରଣ ଉପଯୁକ୍ତ ମାତ୍ରାର ଲୁଣ ଖାଦ୍ୟକୁ ଠିକ ସ୍ୱାଦ ଦେଇଥାଏ । ମାତ୍ର ଅଧିକ ଲୁଣ ପୁରା ଖାଦ୍ୟକୁ ହିଁ ନଷ୍ଟ କରିଦିଏ । ଯାହାଦ୍ୱାରା ସ୍ୱାସ୍ଥ୍ୟ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣର କିଛି ଏପରି ପ୍ରୟୋଗ ବିଷୟରେ କୁହାଯାଇଛି ଯାହାକୁ କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂରେଇ ଯାଏ । ତେଣୁ ଆଜିକାର ଲେଖାରେ ଆମେ ଲୁଣର ସେହି ବିଶେଷ ପ୍ରୟୋଗ ବିଷୟରେ କହିବୁ ।

୧ . ଲୁଣ ସବୁବେଳେ ନକରାତ୍ମକତାକୁ ନଷ୍ଟ କରି ନିଜ ଭିତରରେ ଥିବା ସକାରାତ୍ମକତାକୁ ସବୁଠି ସଂଚାରିତ କରିଥାଏ । ତେଣୁ ଯଦି ଆପଣଙ୍କ ଘରେ କୌଣସି ପ୍ରକାରର ଅଶାନ୍ତି କିମ୍ବା କ୍ଳେଶ ଦେଖା ଦିଏ ତେବେ ଘରର ଚାରି କୋଣରେ ପାତ୍ରରେ ଲୁଣ ଭର୍ତ୍ତି କରି ରଖି ଦିଅନ୍ତୁ । କିମ୍ବା ଘର ପୋଛିବା ସମୟରେ ପାଣିରେ ଲୁଣ ମିଶାଇ ପୋଛନ୍ତୁ । ଏହାଦ୍ବାରା ଘରର ଭିତରର ନକରାତ୍ମକତା ଦୂରେଇ ଯିବ ।

୨ . ବାଥରୁମରେ କୌଣସି ପ୍ରକାରର ବାସ୍ତୁ ଦୋଷ ମଧ୍ୟ ନକରାତ୍ମକତା ସୃଷ୍ଟି କରିଥାଏ । ଯାହାଦ୍ୱାରା ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ ଏବଂ ଅନ୍ୟାନ୍ୟ ସମସ୍ୟା ମଧ୍ୟ ହୋଇଥାଏ । ତେଣୁ ବାଥରୁମରେ ଏକ କାଚ ପାତ୍ରରେ ଲୁଣ ଭର୍ତ୍ତି କରି ରଖି ଦିଅନ୍ତୁ । ଏହାଦ୍ବାରା ବାସ୍ତୁ ଦୋଷ ଦୂର ହୋଇଯିବ ଏବଂ ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ହୋଇଯିବ । ଖାଲି ସେତିକି ନୁହେଁ ଆର୍ଥିକ ସମସ୍ୟା ମଧ୍ୟ ଦୂରେଇ ଯିବ ।

୩ . ଘରର ମୁଖ୍ୟଦ୍ୱାର ସବୁଠାରୁ ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ । କାରଣ ଏହି ମୁଖ୍ୟଦ୍ୱାର ଦେଇ ସକାରାତ୍ମକତା କିମ୍ବା ନକରାତ୍ମକତା ଘର ମଧ୍ୟକୁ ପ୍ରବେଶ କରିଥାଏ । ତେଣୁ ନକରାତ୍ମକତା ପ୍ରବେଶକୁ ବିରୋଧ କରିବା ପାଇଁ ଘରର ମୁଖ୍ୟଦ୍ୱାରରେ ଏକ ନାଲି କପଡ଼ାରେ ଲୁଣ ବାନ୍ଧି ଟଙ୍ଗେଇ ଦିଅନ୍ତୁ । ଏପରି କଲେ କୌଣସି ପ୍ରକାରର ନକରାତ୍ମକତା ଘର ମଧ୍ୟକୁ ପ୍ରବେଶ କରି ପାରିବ ନାହିଁ ।

୪ . ଯଦି ଘରର ଛୋଟ ପିଲାଙ୍କ ଉପରେ କୌଣସି ପ୍ରକାରର ନଜର ଦୋଷ ରହିଛି ତେବେ ସ୍ନାନ କରୁଥିବା ପାଣିରେ ଲୁଣ ମିଶାଇ ସେମାନଙ୍କୁ ସ୍ନାନ କରାନ୍ତୁ । ଏହାଦ୍ବାରା ନଜର ଦୋଷ ଦୂରେଇ ଯିବ ।

୫ . ରାହୁ ଏବଂ କେତୁ ସମ୍ବନ୍ଧୀୟ ଦୋଷ ଠାରୁ ମଧ୍ୟ ଲୁଣ ଦ୍ୱାରା ମୁକ୍ତି ମିଳିଥାଏ । ତେଣୁ ରାତିରେ ଶୋଇବା ପୂର୍ବରୁ ଉଷୁମ ପାଣିରେ ଲୁଣ ମିଶାଇ ହାତ ଗୋଡ଼ ଧୋଇ ଶୋଇଲେ ଏହି ସମସ୍ୟା ଦୂରେଇ ଯାଏ ।

୬ . ଯଦି ଘରେ ସ୍ଵାମୀ ସ୍ତ୍ରୀ କୁ ନେଇ କୌଣସି ମତାନ୍ତର ହେଉଛି ତେବେ ଶୋଇବା ରୁମରେ ଏକ ପାତ୍ରରେ ରୋକ ସଲଟ ରଖନ୍ତୁ ଏବଂ ସପ୍ତାହର କୌଣସି ଗୋଟିଏ ଦିନ ସେହି ଲୁଣ ଖାଆନ୍ତୁ । ଦେଖିବେ ସେହି ସମସ୍ୟା ଦୂରେଇ ଯିବ ।

ଏସବୁ ପରେ ଲୁଣ ସମ୍ବନ୍ଧୀୟ କିଛି ସଚେତନତା ବିଷୟରେ ଜାଣି ରଖିବା ଉଚିତ । ନଚେତ ଆପଣଙ୍କର ସବୁ ପ୍ରୟୋଗ ଅନର୍ଥ ହୋଇଯିବ ।

୧ . ଭୁଲରେ ବି ରାତ୍ରି ସମୟରେ କୌଣସି ବାହାର ଲୋକକୁ ଲୁଣ ଦିଅନ୍ତୁ ନାହିଁ ।

୨ . ଯଦି ଆପଣ କାହାକୁ ଲୁଣ ଦେଉଛନ୍ତି ତେବେ ସିଧାସଳଖ ହାତରେ ଦିଅନ୍ତୁ ନାହିଁ । ବରଂ କୌଣସି ପାତ୍ର କିମ୍ବା ଥାଳିରେ ଦିଅନ୍ତୁ । ନଚେତ ସେହି ବ୍ୟକ୍ତିଙ୍କ ସହିତ କୌଣସି ପ୍ରକାରର ବିବାଦ ହୋଇପାରେ ।

୩ . ଲୁଣକୁ କେବେବି ଷ୍ଟିଲ କିମ୍ବା ଲୁହା ପାତ୍ରରେ ରଖିବା ଉଚିତ ନୁହେଁ । କାରଣ ଲୁହା ପାତ୍ରରେ ଲୁଣ ରଖିବା ଦ୍ୱାରା ଘରେ କ୍ଳେଶ ଏବଂ ସମସ୍ୟା ବୃଦ୍ଧି ହୋଇଥାଏ ଏବଂ ଦାରିଦ୍ର୍ୟତା ମଧ୍ୟ ଆସିଥାଏ ।

Leave a Reply

Your email address will not be published. Required fields are marked *