ଘରେ ଝାଡୁକୁ ଏପରି ରଖୁଥିଲେ ହୋଇ ଯାଆନ୍ତୁ ସାବଧାନ,ନଚେତ ଗୋଟିଏ ଭୁଲ କରିପାରେ ଭିକାରୀ

ଝାଡୁ ଘରୁ ଅଳିଆ ଆବର୍ଜନା ପରିଷ୍କାର କରିବା ସହିତ ଜୀବନରୁ ନକରାତ୍ମକତା ଦୂର କରିବାରେ ମଧ୍ୟ ସହାୟକ ହୋଇଥାଏ । ତେଣୁ ଝାଡୁକୁ ଘରେ ରଖିବା ସମୟରେ ଏବଂ ବ୍ୟବହାର କରିବା ସମୟରେ କିଛି ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ । ଝାଡୁକୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମଧ୍ୟ କୁହାଯାଏ । ଏମିତିକି ରୋଗ ଦୂର କରୁଥିବା ମାତା ଶୀତଳତା ମଧ୍ୟ ଗୋଟିଏ ହାତରେ ଝାଡୁ ଧରିଥାନ୍ତି ।

୧ . ତେଣୁ ପ୍ରଥମତଃ ଝାଡୁ କରିବାର ଉପଯୁକ୍ତ ସମୟ ରହିଛି । ଯଦି ଆପଣ କୌଣସି ସମୟରେ କଥାବାର୍ତ୍ତା କରିବାରେ ବ୍ୟସ୍ତ ଅଛନ୍ତି ତେବେ ସେହି ସମୟରେ ଆଦୋୖ ଝାଡୁ ଲଗାନ୍ତୁ ନାହିଁ ।

୨ . ଯଦି ଭୁଲରେ ପାଦ ଝାଡୁରେ ବାଜି ଯାଏ ତେବେ ତୁରନ୍ତ ମାତା ଲକ୍ଷ୍ମୀଙ୍କୁ କ୍ଷମା ମାଗି ନିଅନ୍ତୁ । ଏହାବ୍ୟତୀତ ଯଦି ଆପଣ ଜାଣିଶୁଣି ଝାଡୁରେ ଗୋଡ଼ ସ୍ପର୍ଶ କରନ୍ତି ତେବେ ମାତା ଲକ୍ଷ୍ମୀ ରୁସ୍ଟ ହେବେ ଏବଂ ଅଭିଶାପ ମଧ୍ୟ ଦେବେ । ପୁଣି ମହିଳା ମାନେ ମାସିକ ଧର୍ମ ସମୟରେ ଝାଡୁକୁ ଛୁଇଁବା ଉଚିତ ନୁହେଁ । ଏହାଦ୍ବାରା ଝାଡୁ ଅପବିତ୍ର ହୋଇଯାଏ ଏବଂ ଘରକୁ ଦାରିଦ୍ର୍ୟତା ଆସିବା ସହିତ ରାହୁ ଏବଂ କେତୁ ପ୍ରଭାବ ପକାଇଥାନ୍ତି ।

୩ . ସକାଳ ସମୟରେ ସୂର୍ଯ୍ୟଦୋୟ ପରେ ଅର୍ଥାତ ସକାଳର ସୂର୍ଯ୍ୟ କିରଣ ପଡ଼ିବା ପରେ ପୂଜାପାଠ କରିବା ପୂର୍ବରୁ ପୁରା ଘର ଝାଡୁ ମାରି ସଫା କରିବା ଉଚିତ । ସନ୍ଧ୍ୟା ପୂର୍ବରୁ ଅର୍ଥାତ ସୂର୍ଯ୍ୟାସ୍ତ ପୂର୍ବରୁ ହିଁ ଘରେ ଝାଡୁ ମାରିବାର ଥିଲେ କାମ ଶେଷ କରନ୍ତୁ । ସନ୍ଧ୍ୟା ସମୟରେ ଝାଡୁ ମାରିଲେ ଆଗାମୀ ସମୟରେ ଏହା ବର୍ବାଦିର କାରଣ ହୋଇଥାଏ । ତଥାପି ଯଦି ଝାଡୁ ମାରିବା ଅତି ଜରୁରୀ ତେବେ ମାଟିକୁ ବାହାରେ ପକାନ୍ତୁ ନାହିଁ । ନଚେତ ମାତା ଲକ୍ଷ୍ମୀ ଘରୁ ଚାଲିଯିବେ । ଏହାକୁ ଘର ଭିତରେ ହିଁ ରଖନ୍ତୁ ଏବଂ ଆଗାମୀ ଦିନ ଘର ବାହାରେ ପକାଇ ଦିଅନ୍ତୁ ।

୪ . ରାତିରେ ଶୋଇବା ପୂର୍ବରୁ ଝାଡୁ କରିବା ଉଚିତ ନୁହେଁ । ଏହାଦ୍ବାରା ଦାରିଦ୍ର୍ୟତା ଆସିଥାଏ । ଆପଣ ଚାହିଁଲେ ପୋଛା ମାରି ପାରିବେ କିନ୍ତୁ ଝାଡୁର ପ୍ରୟୋଗ କରନ୍ତୁ ନାହିଁ । କାରଣ ଏହି ସମୟ ମାତା ଲକ୍ଷ୍ମୀଙ୍କର ବିଶ୍ରାମ କରିବାର ସମୟ ହୋଇଥାଏ । ଏମିତିରେ ଅନ୍ଧାରରେ ଝାଡୁ ମାରିବାର ବିଧି କେବଳ ଦୀପାବଳି ଦିନ ଥାଏ । କିନ୍ତୁ ଏହା ସବୁଦିନ କରିବା ଉଚିତ ନୁହେଁ ।

୫ . ଯଦି ଘରର କୌଣସି ସଦସ୍ୟ ବାହାରକୁ କୌଣସି କାମରେ ଯାଉଛନ୍ତି ତେବେ ତୁରନ୍ତ ଝାଡୁ ଲଗାଇବା ଉଚିତ ନୁହେଁ । ଏହାଦ୍ବାରା ଘର ସଦସ୍ୟଙ୍କ କାର୍ଯ୍ୟ ଅସଫଳ ହୋଇଥାଏ । ଏହାବ୍ୟତୀତ ଘରକୁ ବନ୍ଧୁବର୍ଗ ଆସିଲେ ତୁରନ୍ତ ଝାଡୁ ମାରିବା ଉଚିତ ନୁହେଁ । ଏକ ଘଣ୍ଟା ପରେ ହିଁ ଝାଡୁ ଧରିବା ଉଚିତ ।

୬ .କାନ୍ଦିବା ସମୟରେ କିମ୍ବା କ୍ରୋଧିତ ହୋଇ ଝାଡୁ ଧରିବା ଉଚିତ ନୁହେଁ । ମନରେ ସନ୍ଦେହ ନେଇ ମଧ୍ୟ ଝାଡୁ ଧରିବା ଉଚିତ ନୁହେଁ । ଏହାଦ୍ବାରା ଝାଡୁ ଅପବିତ୍ର ହୋଇଯାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ କ୍ରୋଧିତ ହୁଅନ୍ତି ।

୭ . ଝାଡୁ ମାରିବା ସମୟରେ ପ୍ରଥମେ ଘରର ଐଶାନ୍ୟ କୋଣରୁ ପୂର୍ବ ଦିଗକୁ ଝାଡୁ ଲଗାନ୍ତୁ । ପୂଜାଘରେ କେବେବି ଝାଡୁ ଲଗାନ୍ତୁ ନାହିଁ ।

୮ . ଘରେ ଝାଡୁ ବାହାରେ ନରଖି ଏପରି ସ୍ଥାନରେ ଲୁଚାଇ ରଖନ୍ତୁ ଯେଉଁଠି କାହାର ନଜର ପଡୁ ନଥିବ । ଝାଡୁକୁ ସବୁବେଳେ ଦକ୍ଷିଣ ପଶ୍ଚିମ ଦିଗରେ ରଖନ୍ତୁ । ଭୁଲରେବି ଏହାକୁ ପୂଜାଘରେ କିମ୍ବା ଐଶାନ୍ୟ କୋଣରେ ରଖନ୍ତୁ ନାହିଁ । ଏହାବ୍ୟତୀତ ହୋଲରେ , ରୋଷେଇ ଘରେ କିମ୍ବା ଶୋଇବା କକ୍ଷରେ ବେଡ଼ ତଳେ କେବେବି ଝାଡୁ ରଖନ୍ତୁ ନାହିଁ । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ ।

୯ . ଝାଡୁକୁ ଭୁଲରେବି ଜୋତା ରଖିବା ସ୍ଥାନ ଏବଂ ମୁଖ୍ୟ ଦ୍ୱାରରେ ରଖନ୍ତୁ ନାହିଁ । ଝାଡୁକୁ ଛିଡ଼ା କରି ରଖିବା ମଧ୍ୟ ଉଚିତ ନୁହେଁ । ଝାଡୁକୁ କେବେବି ଓଦା ରଖନ୍ତୁ ନାହିଁ । ନଚେତ ଘରକୁ ବିଭିନ୍ନ ପ୍ରକାରର ରୋଗ ଆକ୍ରମଣ କରିଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଘରୁ ଚାଲିଯାଆନ୍ତି । ଝାଡୁକୁ ଶନିବାର ଦିନ ହିଁ କିଣିବା ଉଚିତ । ଅନ୍ୟ ଦିନ ମାନଙ୍କରେ କିଣିଲେ ତାହା ଦାରିଦ୍ର୍ୟତାର କାରଣ ହୋଇଥାଏ ।

Leave a Reply

Your email address will not be published. Required fields are marked *