ଭୁଲରେ ବି ଏହିଦିନ ସ୍ନାନ କରିବା ଉଚିତ ନୁହେଁ ନଚେତ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ । :-

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସ୍ନାନ ମନୁଷ୍ୟକୁ ପବିତ୍ର କରୁଥିବା ସବୁଠାରୁ ମହତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଏହାଦ୍ବାରା ଶରୀର ପବିତ୍ର ହେବା ସହିତ ମନ ମଧ୍ୟ ପବିତ୍ର ହୋଇଥାଏ । ଏହା ସହିତ ଯେଉଁ ମନୁଷ୍ୟ ପ୍ରତ୍ୟେକ ଦିନ ସ୍ନାନ କରିଥାଏ ତା ପାଖକୁ କେବେବି ଖରାପ ଶକ୍ତି ଆସି ନଥାଏ । ଆମ ପ୍ରାଚୀନ ଗ୍ରନ୍ଥ ମାନଙ୍କରେ ସ୍ନାନକୁ ଅନେକ ମହତ୍ତ୍ୱ ଦିଆଯାଇଛି । ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ସ୍ନାନ କରିଥାଏ ତା ଉପରେ ଦେବୀ ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହନ୍ତି । ଯେଉଁ ବ୍ୟକ୍ତି ସର୍ବଦା ସ୍ନାନ କରନ୍ତି ଏବଂ ପରିଷ୍କାର ରହନ୍ତି ସେମାନଙ୍କ ଉପରେ ଶନିଦେବ ପ୍ରସନ୍ନ ରହନ୍ତି । ମାତ୍ର ଯେଉଁମାନେ ସ୍ନାନ କରନ୍ତି ନାହିଁ କିମ୍ବା ଦାନ୍ତ ପରିଷ୍କାର ରଖନ୍ତି ନାହିଁ ସେମାନଙ୍କ ଉପରେ ଶନିଦେବଙ୍କ କୋପଦୃଷ୍ଟି ପଡ଼ିଥାଏ ।

ଗରୁଡ଼ ପୁରାଣ ଅନୁଯାୟୀ ଗରୁଡ଼ ଦେବ ଶ୍ରୀକୃଷ୍ଣଙ୍କୁ ସ୍ନାନର ମହତ୍ତ୍ୱ ବିଷୟରେ ପଚାରି ଥିଲେ । ଶ୍ରୀକୃଷ୍ଣ ମଧ୍ୟ ସ୍ନାନର ଅନେକ ମହତ୍ତ୍ୱ ବିଷୟରେ କହିଛନ୍ତି । ଆଜିକା ସମୟରେ ଲୋକେ ଶାସ୍ତ୍ର ପୁରାଣକୁ ପ୍ରାୟ ମାନୁ ନାହାଁନ୍ତି । ଯାହାଦ୍ୱାରା ସ୍ନାନ କରିବାରେ ଅନେକ ଭୁଲ କରୁଛନ୍ତି । ଯାହାଦ୍ୱାରା ସେମାନେ ଅଜାଣତରେ ସମସ୍ୟାର ବଶବର୍ତ୍ତୀ ହେଉଛନ୍ତି । ମାତ୍ର ଏହାଦ୍ବାରା ପରିବାରରେ ସମସ୍ୟା ଦେଖାଦେବା ସହିତ , ଧନାହାନୀ ଏବଂ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦେଖା ଦେଇଥାଏ । ତେଣୁ ଭଗବାନ ଶ୍ରୀକୃଷ୍ଣ ସ୍ନାନର ପ୍ରକାରଭେଦ , ସ୍ନାନ କରିବାର ସମୟ ଏବଂ ସ୍ନାନ ନକରିବା ଦ୍ୱାରା ହେଉଥିବା ଅଶୁଭ ସମସ୍ୟା ବିଷୟରେ କହିଛନ୍ତି ।

୧ . ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସ୍ନାନ କରିବାର ଏକ ଉଚିତ ସମୟ ରହିଛି । ଯାହାକି ବ୍ରହ୍ମମୁହୁର୍ତ୍ତ ଅଟେ । ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତି ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରିଥାଏ ସେହି ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ରହନ୍ତି । ଯାହାଦ୍ୱାରା ସେହି ବ୍ୟକ୍ତିର କେବେ ଧନ ସମ୍ବନ୍ଧୀୟ ସମସ୍ୟା ହୁଏ ନାହିଁ । ଏହା ବ୍ୟତୀତ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରୁଥିବା ବ୍ୟକ୍ତି ସବୁ କ୍ଷେତ୍ରରେ ସଫଳ ହୋଇଥାଏ ଏବଂ କେବେବି ପରାଜୟ ହୁଏ ନାହିଁ । ଏହି କାରଣରୁ ପ୍ରାଚୀନ କାଳରେ ଋଷି ମୁନି ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରି ସୂର୍ଯ୍ୟଦେବଙ୍କୁ ଜଳ ତର୍ପଣ କରୁଥିଲେ । ଯାହାଦ୍ୱାରା ସେମାନଙ୍କୁ ଦିର୍ଘାୟୁ ପ୍ରାପ୍ତ ହେଉଥିଲା ।

୨ . ରାତିରେ ଶୋଇବା ସମୟରେ ମନୁଷ୍ୟ ଶରୀରରୁ ଝାଳ ଏବଂ ମୁହଁରୁ ଦୂଷିତ ଲାଳ ବାହାରିଥାଏ । ଯାହାଦ୍ୱାରା ମନୁଷ୍ୟର ଶରୀର ଅଶୁଦ୍ଧ ହୋଇଯାଏ । ତେଣୁ ସକାଳୁ ଜଲଦି ଉଠି ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ଦ୍ୱାରା ଶରୀର ପବିତ୍ର ହୋଇଯାଏ । ବିନା ସ୍ନାନରେ ଯଦି କେହି ମନୁଷ୍ୟ କୌଣସି ଶୁଭ କାର୍ଯ୍ୟ କିମ୍ବା ଧର୍ମ କାର୍ଯ୍ୟ କରନ୍ତି ତେବେ ଏଥିପାଇଁ ଅନେକ ସମସ୍ୟା ଭୋଗିବାକୁ ପଡ଼ିଥାଏ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ସକାଳୁ ଉଠି ନିଜର ସବୁ ନିତ୍ୟକର୍ମ ସାରି ହିଁ କୌଣସି ସ୍ଥାନକୁ କିମ୍ବା କୌଣସି ଧର୍ମ କାର୍ଯ୍ୟ କରିବା ଉଚିତ । ଅନେକ ରାକ୍ଷସ ପ୍ରବୃତ୍ତିର ଲୋକେ କିନ୍ତୁ ସକାଳୁ ବିଳମ୍ବରେ ଉଠିବା ସହିତ ସ୍ନାନ କରନ୍ତି ନାହିଁ । ଏହାଦ୍ବାରା ଅନେକ ସମସ୍ୟା ହୋଇଥାଏ । ଏହାଦ୍ବାରା ଅନେକ ନକରାତ୍ମକ ଶକ୍ତି ଆଖପାଖରେ ଘୁରିବୁଲେ । ଯେମିତିକି ଅଲକ୍ଷ୍ମୀ କ୍ଳେଶଦ୍ଵେଷ ଏହିପରି ଅନେକ ନକରାତ୍ମକତା ଉକ୍ତ ବ୍ୟକ୍ତିକୁ ପ୍ରଭାବିତ କରିଥାଏ ।

ଶାସ୍ତ୍ର ଅନୁସାରେ ସ୍ନାନ କରିବା ସମୟରେ ସର୍ବ ପ୍ରଥମେ ଗୋଡ଼କୁ ଶୁଦ୍ଧ କରିବା ଉଚିତ ଏବଂ ଶେଷରେ ମୁଣ୍ଡରେ ପାଣି ଦେବା ଉଚିତ । ପୂର୍ବରୁ ନଦୀରେ ମୁନି ଋଷି ସ୍ନାନ କରୁଥିଲେ ଯାହାଦ୍ୱାରା ପାଦ ପ୍ରଥମେ ନଦୀରେ ପ୍ରବେଶ ହେବା ମାତ୍ରେ ଶୁଦ୍ଧ ହେଉଥିଲା । ଏପରି ସ୍ନାନ କରିବାକୁ ନା କେବଳ ଧାର୍ମିକ ଦୃଷ୍ଟିରୁ ବରଂ ବୈଜ୍ଞାନିକ ଦୃଷ୍ଟିକୋଣରୁ ମଧ୍ୟ ସର୍ବୋତ୍ତମ ବୋଲି ବିବେଚନା କରାଯାଇଛି ।

ପ୍ରାଚୀନ ଧର୍ମ ଗ୍ରନ୍ଥରେ ଅନେକ ପ୍ରକାରର ସ୍ନାନ ବିଷୟରେ କୁହାଯାଇଛି ।

୧ . କାୟ ସ୍ନାନ :-

ଏହି ସ୍ନାନ ସାଧରଣତଃ ରୋଗଗ୍ରସ୍ତ ବ୍ୟକ୍ତି ମାନେ କରିଥାନ୍ତି । ଯାହାଦ୍ୱାରା କେବଳ ସେମାନଙ୍କ ଦେହକୁ ଓଦା କପଡ଼ାରେ କିମ୍ୱା ପାଣିରେ ସ୍ନାନ କରାଯାଏ ମାତ୍ର ମୁଣ୍ଡରେ ପାଣି ଦିଆଯାଏ ନାହିଁ ।

୨ . ବରୁଣ ସ୍ନାନ :-

ବରୁଣ ସ୍ନାନ ନଦୀ କିମ୍ବା ସରୋବରରେ ଡୁବକି ଲଗେଇ କରାଯାଇଥାଏ ।

୩ . ଦିବ୍ୟ ସ୍ନାନ :-

ଯେଉଁ ବ୍ୟକ୍ତି ସୂର୍ଯ୍ୟ କିରଣ ସହିତ ପାଣିରେ ସ୍ନାନ କରିଥାଏ ତାହାକୁ ଦିବ୍ୟ ସ୍ନାନ କୁହାଯାଏ ।

୪ . ବାୟୋବ ସ୍ନାନ :-

ଯେଉଁ ସ୍ନାନ ଗୋମୂତ୍ର ସିଞ୍ଚି ତାପରେ ଜଳରେ ସ୍ନାନ କରାଯାଏ ତାହାକୁ ବାୟୋବ ସ୍ନାନ କରାଯାଏ । ଏହା ମୁକ୍ତି ପ୍ରଦାନ କରୁଥିବା ସ୍ନାନ ଅଟେ ।

୫ . ଭସ୍ମ ସ୍ନାନ :-

ଏହି ସ୍ନାନ ଅଘୋରି କିମ୍ବା ମୁନି ଋଷି ମାନେ କରିଥାନ୍ତି । ଶରୀରରେ ଭସ୍ମ ଲଗାଇ ଜଳରେ ବୁଡ଼ିଲେ ତାହାକୁ ଭସ୍ମ ସ୍ନାନ କୁହାଯାଏ । ବିଶେଷ କରି ଗର୍ଭବତୀ ସ୍ତ୍ରୀଙ୍କୁ ଗ୍ରହଣ କାଳରେ ସ୍ନାନ କରିବା ଉଚିତ ନୁହେଁ । କାରଣ ଏହି ସମୟରେ ଜଳ ଅଶୁଦ୍ଧ ହୋଇଯାଏ ।

Leave a Reply

Your email address will not be published. Required fields are marked *