ସ୍ନାନ କରିବା ପରେ ତୁରନ୍ତ କରି ଦିଅନ୍ତୁ ଏହି କାମ

ଯଦି ଆପଣ ଜୀବନରେ ଅନେକ ସମସ୍ୟା , କଳହ , ଶତ୍ରୁତାର ସାମ୍ନା କରୁଛନ୍ତି , ଧନ ହାନୀର ସାମ୍ନା କରୁଛନ୍ତି ତେବେ ତାହାର ଏକମାତ୍ର କାରଣ ହେଉଛି ଆପଣଙ୍କ ସ୍ନାନ କରିବାର ଅଭ୍ୟାସ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ସ୍ନାନ କରିବା ପରେ କେଉଁ କାମ ଭୁଲରେବି କରିବା ଉଚିତ ନୁହେଁ । ନଚେତ ଘରେ ଦାରିଦ୍ର୍ୟତା ଦେଖାଦେବ ।

୧ . ସ୍ନାନ କରିବା ମଣିଷ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ହିନ୍ଦୁ ଧର୍ମ ଅନୁସାରେ ଯେଉଁ ବ୍ୟକ୍ତି ପ୍ରତିଦିନ ସ୍ନାନ କରିଥାଏ ସେ ପୁଣ୍ୟ ଭୋଗି ହୋଇଥାଏ । ଅନେକ ସମୟରେ ମନୁଷ୍ୟ ବାଥରୁମରେ ବାଲ୍ଟିରେ ପାଣି ଭର୍ତ୍ତି କରି ସ୍ନାନ କରିଥାଏ ଏବଂ ଅଧା ପାଣି ରଖି ସେହିପରି ଛାଡ଼ି ଚାଲିଯାଇଥାଏ । ଏହାଦ୍ବାରା ସେହି ପାଣିରେ ଘରର ଅନ୍ୟ ସଦସ୍ୟ ସ୍ନାନ କରନ୍ତି । ଏପରି କରିବା ଦ୍ୱାରା ସେହି ବ୍ୟକ୍ତିର ଆୟୁଷ କମିଯାଏ ଏବଂ ନକରାତ୍ମକତା ମଧ୍ୟ ବଢ଼ିଥାଏ । ତେଣୁ ପ୍ରତ୍ୟେକ ଦିନ ସ୍ନାନ କରିବା ପରେ ବାଲ୍ଟି ଏବଂ ଅନ୍ୟାନ୍ୟ ଜିନିଷରୁ ପାଣି ବାହାର କରି ତାହାକୁ ଓଲଟା ରଖିବା ଉଚିତ । ଆପଣ ଚାହିଁଲେ ସାୱାର ବ୍ୟବହାର କରି ଗାଧୋଇ ପାରିବେ । ଏହାଦ୍ବାରା ଜଳ ସଂରକ୍ଷଣ ହେବା ସହିତ ଏପରି ସମସ୍ୟା ମଧ୍ୟ ହେବ ନାହିଁ ।

୨ . ବିଶେଷ କରି ପୁରୁଷ ମାନେ ସ୍ନାନ କରିବା ପରେ ଅନ୍ତ ବସ୍ତ୍ରକୁ ସେହିପରି ଛାଡ଼ି ଦିଅନ୍ତି । ମନେ ରଖନ୍ତୁ ପୁରୁଷ ଏବଂ ମହିଳା ମାନଙ୍କୁ ନିଜର ଅନ୍ତ ବସ୍ତ୍ର ନିଜେ ଧୋଇବା ଉଚିତ । ଏହାକୁ କୌଣସି ମହିଳା ଧୋଇବା ଉଚିତ ନୁହେଁ । ଏହାସହିତ ରାତି ସମୟରେ ଏହାକୁ ଭିଜାଇ ରଖିବା ଉଚିତ ନୁହେଁ । ଏହାଦ୍ବାରା ଘରକୁ ନକରାତ୍ମକତା ଆସିଥାଏ ।

୩ .ସ୍ନାନ କରି ସାରିବା ପରେ ପାଦ ଧୋଇବା ଉଚିତ ନୁହେଁ । ସ୍ନାନ ପରେ ଭଗବାନଙ୍କ ପୂଜା କରିବା ଉଚିତ । ଯଦି ଆପଣ ସ୍ନାନ କରି ସାରିବା ପରେ ପୁନର୍ବାର ପାଦ ଧୁଅନ୍ତି ତେବେ ପୁଣିଥରେ ଅପବିତ୍ର ହୋଇ ଯାଆନ୍ତି । ହିନ୍ଦୁ ଧର୍ମରେ ଏହାକୁ ବର୍ଜିତ ମାନା ଯାଇଛି । ହିନ୍ଦୁ ଧର୍ମରେ ପାଦରୁ ମୁଣ୍ଡ ଦିଗରେ ସ୍ନାନ କରିବାର ନିୟମ ରହିଛି ।

୪ . ହିନ୍ଦୁ ଧର୍ମ ଅନୁସାରେ ସ୍ନାନ କରିବା ସମୟରେ ମନୁଷ୍ୟକୁ ନିରବ ହୋଇ ସ୍ନାନ କରିବା ଉଚିତ ନୁହେଁ । ଏହି ସମୟରେ କୌଣସି ମନ୍ତ୍ର ଜପ କରନ୍ତୁ କିମ୍ବା କୌଣସି ଗୀତ ଗାଇବା ମଧ୍ୟ ଉଚିତ ଅଟେ ।

୫ . କୌଣସି ବିବାହିତା ମହିଳାଙ୍କୁ ସ୍ନାନ କରିବା ପରେ ତୁରନ୍ତ ସିନ୍ଦୁର ଲଗାଇବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ସେହି ମହିଳାଙ୍କ ସ୍ୱାମୀଙ୍କ ଆୟୁଷ କମିଯାଏ । ତେଣୁ ଯଦି ସ୍ନାନ କରିବା ପରେ କେଶ ଓଦା ଥାଏ ତେବେ କିଛି ସମୟ ପରେ କେଶ ଶୁଖିଯିବା ପରେ ହିଁ ସିନ୍ଦୁର ଲାଗାନ୍ତୁ ।

୬ . ସ୍ନାନ କରିବା ପରେ ତୁରନ୍ତ ନେଲକଟର କିମ୍ବା ଏପରି କିଛି ଜିନିଷର ବ୍ୟବହାର କରିବା ଉଚିତ ନୁହେଁ । ଏସବୁ କାମ ସ୍ନାନ କରିବା ପୂର୍ବରୁ କରାଯାଏ । ଯଦି ସ୍ନାନ କରିବା ପରେ ଆପଣ ଏପରି କରନ୍ତି ତେବେ ଆପଣଙ୍କୁ ସ୍ନାନ କରିବାର ପୁଣ୍ୟ ଅର୍ଜନ ହୁଏ ନାହିଁ ।

୭ . ସ୍ନାନ କରିବା ପରେ କେବେବି ଅଗ୍ନିକୁ ସ୍ପର୍ଶ କରନ୍ତୁ ନାହିଁ । ଅଗ୍ନିକୁ ଭୋଗ ଲଗାଇବା ପରେ ହିଁ ସ୍ପର୍ଶ କରାଯାଏ । ତେଣୁ ଉଭୟ ପୁରୁଷ ଏବଂ ମହିଳା ସ୍ନାନ କରିବା ପରେ ତୁରନ୍ତ ଚୁଲି କିମ୍ବା ଗ୍ୟାସ ଛୁଅନ୍ତୁ ନାହିଁ । ତେଣୁ ସ୍ନାନ ପରେ ଅଗ୍ନି ଦେବତା ଏବଂ ମାତା ଅନ୍ନପୂର୍ଣ୍ଣାଙ୍କୁ ପ୍ରାର୍ଥନା କରି ରୋଷେଇ କରନ୍ତୁ ।

୮ . ସ୍ନାନ କରିବା ପରେ ତୁରନ୍ତ ଶୃଙ୍ଗାର କରିବା ଉଚିତ ନୁହେଁ । ଏହା ପୂର୍ବରୁ ଯଦି ଆପଣଙ୍କ କେଶ ଓଦା ଅଛି ତେବେ ତାହାକୁ ଶୁଖାନ୍ତୁ ଏବଂ ଯଦି କେଶ ଖୋଲା ଅଛି ତେବେ ତାହାକୁ ବାନ୍ଧି ଦିଅନ୍ତୁ । ଏହାପରେ ହିଁ ଯାଇ ଶୃଙ୍ଗାର କରନ୍ତୁ । ଯଦି ଆପଣ ନଦୀରେ ସ୍ନାନ କରୁଛନ୍ତି ତେବେ ନଦୀକୁ ପ୍ରବେଶ କରିବା ପୂର୍ବରୁ ପ୍ରଥମେ ନଦୀ ମାତାଙ୍କୁ ପ୍ରଣାମ କରି ସ୍ନାନ କରିବା ଉଚିତ । ନଚେତ ନଦୀରେ ସ୍ନାନ କରିବାର ପୁଣ୍ୟ ପ୍ରାପ୍ତ ହୁଏନାହିଁ । ଦୁଇ ବୟସ୍କ ବ୍ୟକ୍ତିଙ୍କୁ କେବେ ସାଥିରେ ସ୍ନାନ କରିବା ଉଚିତ ନୁହେଁ । ସ୍ନାନ କରିବା ସମୟରେ ନିଜ ମୁହଁକୁ କେବେ ଦକ୍ଷିଣ ଦିଗକୁ କରି ସ୍ନାନ କରନ୍ତୁ ନାହିଁ । କାରଣ ଏହା ପିତରଙ୍କ ଦିଗ ହୋଇଥାଏ ।

Leave a Reply

Your email address will not be published. Required fields are marked *