ଏହି ସବୁ ଅଭ୍ୟାସ ଯୋଗୁ ଶନି ଦେବ କ୍ରୋଧିତ ହୋଇଯାନ୍ତି,ଏହି ଅଭ୍ୟାସ ସବୁ ଆଜି ହିଁ ପରିବର୍ତ୍ତନ କରିଦିଅନ୍ତୁ।

ପ୍ରଭୁ ଶନିଦେବଙ୍କୁ ନ୍ୟାୟର ଭଗବାନ ବୋଲି କୁହାଯାଏ ଏବଂ ତାଙ୍କୁ ନ୍ୟାୟ ପ୍ରିୟ ଦେବତା ମଧ୍ୟ ମାନାଯାଏ। ବ୍ୟକ୍ତି ନିଜ ଜୀବନରେ ଯେମିତି କାର୍ଯ୍ୟ କରେ, ସେହି ଅନୁଯାୟୀ ପ୍ରଭୁ ଶନିଦେବ ଫଳ ଦିଅନ୍ତି, ଯେଉଁମାନେ ଜୀବନରେ ଭଲ କାମ କରନ୍ତି ସେମାନଙ୍କ ଉପରେ ପ୍ରଭୁ ଶନିଦେବଙ୍କର ସଦାସର୍ବଦା କୃପାଦୃଷ୍ଟି ପୋଡି ଥାଏ,କିନ୍ତୁ ଯେଉଁମାନେ ଖରାପ କାର୍ଯ୍ୟ କରନ୍ତି ସେମାନଙ୍କର ଖରାପ ପରିଣାମ ପ୍ରଭୁ ଶନିଦେବ କରିଥାନ୍ତି, ଯେଉଁମାନେ ଖରାପ କାମ କରନ୍ତି ସେମାନଙ୍କୁ ପ୍ରଭୁ ଶନିଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥାଏ,ସେଥିପାଇଁ ଆପଣ ଆପଣଙ୍କ ଜୀବନରେ ସର୍ବଦା ଭଲ କାମ କରନ୍ତୁ, ଯଦି ଆପଣ ଭଲ କାମ କରିବେ,ତାହେଲେ ଶନିଙ୍କ ମହାଦଶାରେ ଥିଲେ ମଧ୍ୟ ପ୍ରଭୁ ଶନିଦେବ ଆପଣଙ୍କୁ ହଇରାଣ କରିବେ ନାହିଁ। ଆଜି ଆମେ ଜ୍ୟୋତିଷ ଶାସ୍ତ୍ରଙ୍କ ଅନୁସାରେ,କିଛି ଅଭ୍ୟାସ ବିଷୟରେ ସୂଚନା ଦେବାକୁ ଯାଉଛୁ, ଯଦି ଏହି ଅଭ୍ୟାସଗୁଡ଼ିକ ମଧ୍ୟରୁ କୌଣସି ଟି ଅଭ୍ୟାସ ଆପଣଙ୍କଠାରେ ଥାଏ, ତାହେଲେ ଆପଣ ଆପଣଙ୍କର ଏହି ଅଭ୍ୟାସ ଗୁଡିକୁ ତୁରନ୍ତ ପରିବର୍ତ୍ତନ କରିଦିଅନ୍ତୁ, କାରଣ ପ୍ରଭୁ ଶନିଦେବ ଏହି କାରଣରୁ କ୍ରୋଧିତ ହୁଅନ୍ତି, ଅନେକ ଥର ଏମିତି ଦେଖାଯାଇଛି ଯେ ଅନେକ ପ୍ରତିକାର କରିବା ପରେ ମଧ୍ୟ ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ,ଏହା ପଛରେ ଆମର କର୍ମ ଥାଏ, ଆମେ ଯେମିତି କର୍ମ କରିବୁ ପ୍ରଭୁ ଶନିଦେବ ଆମ କର୍ମ ଅନୁଯାୟୀ ଫଳ ଦେବେ, ସେଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା ଏହି ଅଭ୍ୟାସଗୁଡ଼ିକୁ ଯେତେଶୀଘ୍ର ପାରିବେ ପରିବର୍ତ୍ତନ କରନ୍ତୁ।

ଏହି ୬ଟି ଅଭ୍ୟାସ କାରଣରୁ ପ୍ରଭୁ ଶନିଦେବ କ୍ରୋଧିତ ହଇଥାନ୍ତି।

୧- ପ୍ରାୟତଃ ଦେଖିଥିବେ ଯେ, ଲୋକମାନେ ଘର କାମ ସାରିବା ପରେ, ଝାଡୁ ଲଗାନ୍ତି, ଝାଡୁ ଲଗେଇ ସାରିବା ପରେ ଝାଡୁକୁ ଦୂରକୁ ଫୋପାଡ଼ି କରି ରଖନ୍ତି,କିନ୍ତୁ ଆପଣଙ୍କର ଏହି ଅଭ୍ୟାସ କାରଣରୁ ପ୍ରଭୁ ଶନିଦେବ କ୍ରୋଧିତ ହୋଇଥାନ୍ତି। ଝାଡୁକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ। ଯଦି ଆପଣ ଝାଡୁର ଆଦର କରୁନାହାନ୍ତି ତାହେଲେ ଏହାର ମାନେ ଆପଣ ମା ଲକ୍ଷ୍ମୀଙ୍କର ଅନାଦର (ଅସମ୍ମାନ)କରୁଛନ୍ତି, ଆଉ ଏମିତି ଭୁଲ କେବେବି କରିବେ ନାହିଁ, ସେଥିପାଇଁ ଆପଣ ଝାଡୁକୁ ଆଦର କରନ୍ତୁ। ୨- ଅନେକ ଲୋକଙ୍କର ଅଭ୍ୟାସ ଅଛି ଯେ ସେମାନେ ନିଜ ଘରର ଜିନିଷ ଠିକ୍ ସ୍ଥାନରେ ରଖନ୍ତି ନାହିଁ, ସେମାନେ ନିଜ ଘରର ଜିନିଷକୁ ଚାରିଆଡେ ଫୋପାଡି ଦିଅନ୍ତି ଏବଂ ପୋଷାକକୁ ମଧ୍ୟ ଠିକ୍ ଭାବରେ ରଖନ୍ତି ନାହିଁ, ସେମାନେ ଏଠି ସେଠି ମଇଳା ପୋଷାକ ରଖିଦିଅନ୍ତି, କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ଏହା ବହୁତ ଭୁଲ ବୋଲି ବିବେଚନା କରାଯାଏ କାରଣ, ଏହି ଅଭ୍ୟାସ ପାଇଁ ପ୍ରଭୁ ଶନିଦେବ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି, ଯେଉଁଥିପାଇଁ ଆପଣଙ୍କୁ ଶନି ଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡିବ, ଯଦି ପ୍ରଭୁ ଶନିଦେବ ଆପଣଙ୍କ ଉପରେ କ୍ରୋଧିତ ହୋଇଯିବେ ତାହେଲେ ଆପଣଙ୍କ ଜୀବନରେ ବହୁତ କିଛି ଅସୁବିଧା ହୋଇଯାଇପାରେ। ୩- ଯଦି କୌଣସି ବ୍ୟକ୍ତି କଥା କଥାରେ କ୍ରୋଧ କରନ୍ତି, କିମ୍ବା ଉଚ୍ଚ ସ୍ୱରରେ କହିବାର ଅଭ୍ୟାସ ଅଛି, ତାହେଲେ ଆପଣ ଶୀଘ୍ର ଏହି ଅଭ୍ୟାସକୁ ବଦଳାଇଦିଅନ୍ତୁ, କାରଣ ଏହିପରି ଲୋକମାନଙ୍କୁ ପ୍ରଭୁ ଶନିଦେବ ଆଦୌ ପସନ୍ଦ କରନ୍ତି ନାହିଁ । ପ୍ରଭୁ ଶନିଦେବ ସେହି ମାନଙ୍କ ଉପରେ ଆନନ୍ଦ ହୋଇଥାନ୍ତି ଯେଉଁମାନେ ସର୍ବଦା ଶାନ୍ତ ସ୍ଵଭାବରେ ହୋଇଥାନ୍ତି, ଯେଉଁମାନେ ସଂଯମତା ଏବଂ ନମ୍ରତା ସହିତ କଥା ହୁଅନ୍ତି। ୪- ଦେଖିଥିବେ ଅନେକ ଲୋକ ଗରିବ ଲୋକ ଏବଂ ଅସହାୟ ଲୋକଙ୍କୁ ଅପମାନିତ କରିଥାନ୍ତି। ଯଦି ଭୋକିଲା କିମ୍ବା ଭିକାରୀ ଦ୍ୱାରକୁ ଆସନ୍ତି, ତେବେ ସେମାନେ ତାଙ୍କୁ ତଡ଼ି ଦିଅନ୍ତି, କିନ୍ତୁ ଭୁଲରେ ବି ମଧ୍ୟ ଏମିତି କାମ କରିବା କଥା ନୁହେଁ। ଏହା କରାଯିବା ଉଚିତ ନୁହେଁ କାରଣ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଲୋକମାନଙ୍କୁ ଅପମାନିତ କରିବା ପ୍ରଭୁ ଶନିଦେବଙ୍କୁ ଅପମାନିତ କରୁଛନ୍ତି ବୋଲି ମାନାଯାଏ, ସେଥିପାଇଁ ଯଦି ଜଣେ ଭିକାରୀ କିମ୍ବା ଭୋକିଲା ବ୍ୟକ୍ତି ଆପଣଙ୍କ ଘରକୁ ମାଗିବା ପାଇଁ ଆସନ୍ତି, ତାହେଲେ ତାଙ୍କୁ କିଛି ନିଶ୍ଚୟ ଦିଅନ୍ତୁ।

Google

୫- ଆପଣ ଖାଦ୍ୟ ଖାଇ ସାରିବା ପରେ ଆପଣ ଥାଳିକୁ ଏଠି ସେଠି ଛାଡିବା ଉଚିତ୍ ନୁହେଁ, କାରଣ ପ୍ରଭୁ ଶନିଦେବ ଏହି କାରଣରୁ କ୍ରୋଧିତ ହୁଅନ୍ତି, ଯଦି ଆପଣ ଏହା କରନ୍ତି, ତେବେ ଆପଣଙ୍କୁ ଶନି ଦେବଙ୍କ ଖରାପ ପ୍ରଭାବର ସାମ୍ନା କରିବାକୁ ପଡିବ । ୬- ବ୍ୟକ୍ତିଙ୍କୁ କେବେହେଲେ ପ୍ରତାରଣା କରାଯିବା ଉଚିତ୍ ନୁହେଁ, ଯେଉଁମାନେ ବେଇମାନ ଭାବରେ ଅନ୍ୟମାନଙ୍କ ଧନ ସମ୍ପତ୍ତି ପ୍ରାପ୍ତ କରିଥାନ୍ତି ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ଧନ ସେମାନଙ୍କୁ କେବେବି ଶୁଭ ଫଳ ଦିଏ ନାହିଁ, ଯଦି ଜଣେ ବ୍ୟକ୍ତି ଅନ୍ୟର ପରିଶ୍ରମ ର (ଅଧିକାର) ଟଙ୍କା ହଡ଼ପ କରେ, ଏହି କାରଣରୁ ପ୍ରଭୁ ଶନିଦେବ କ୍ରୋଧିତ ହୋଇଥାନ୍ତି, ଯେଉଁମାନେ ପରିଶ୍ରମ କରନ୍ତି ସେମାନଙ୍କ ଉପରେ ଭଗବାନ ଶନିଙ୍କଦେବଙ୍କ କୃପା ସଦାସର୍ବଦା ରହିଥାଏ । ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ” ଜୟ ଶନିଦେବ ” ଅବଶ୍ୟ ଲେଖି ଦିଅନ୍ତୁ । ଶନିଦେବଙ୍କ ଆଶୀର୍ବାଦ ହେଲେ ଆପଣଙ୍କର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

Leave a Reply

Your email address will not be published. Required fields are marked *