ମାତ୍ର ଏକ ଗ୍ଲାସ ପାଣିରୁ ଜାଣନ୍ତୁ ଘରେ ଭୂତ ଅଛି କି ନାହିଁ

ମଣିଷ ଜୀବନରେ ଅନେକ ସମୟରେ ଏପରି ପରିସ୍ଥିତି ଆସିଥାଏ ଯେତେବେଳେ ସେ ଖୁବ ଚିନ୍ତିତ ରହେ । ଏକାଧିକ ସମସ୍ୟା ମଣିଷକୁ ଗ୍ରାସ କରେ । ପୁଣି ଘରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା କିମ୍ବା ଅକାଳ ମୃତ୍ୟୁ ଜନିତ ସମସ୍ୟା ମଧ୍ୟ ଆସିଥାଏ । ଏସବୁ ବ୍ୟତୀତ ମଣିଷର ଶତ୍ରୁ ମଧ୍ୟ ବଢ଼ି ଯାଆନ୍ତି । ଘରେ ଭିନ୍ନ ଭିନ୍ନ ସମସ୍ୟା ଦେଖା ଦିଏ । କିନ୍ତୁ ଏସବୁ ଘଟିବା ପଛରେ ମଣିଷର ହିଁ ଭୁଲ ଥାଏ ଯାହାକୁ ମଣିଷ ଜାଣିଲେ ସେଥିରୁ ବର୍ତ୍ତିବାକୁ ସକ୍ଷମ ହୋଇ ପାରିବ । ତେଣୁ ଆଜିକାର ଏହି ଲେଖାରେ ଆମେ ଏହି ବିଷୟରେ କହିବାକୁ ଯାଉଛୁ ।

୧ . କେବେବି କାହାରି ଅଇଁଠା ଗ୍ଲାସରେ ପାଣି ପିଇବା ଉଚିତ ନୁହେଁ । ଏହାଦ୍ବାରା ନକରାତ୍ମକତାର ଖରାପ ପ୍ରଭାବ ପଡ଼ିଥାଏ । ଭିନ୍ନ ଭିନ୍ନ ରୋଗ ଆକ୍ରମଣ କରିଥାଏ । ଏହିସବୁ କାରଣରୁ ମଣିଷର ଜାତକ ଉପରେ ରାହୁ ଦୋଷ ପଡ଼ିଥାଏ । ଯେଉଁ କାରଣରୁ ସେ ସବୁ କାର୍ଯ୍ୟରେ ଅସଫଳ ହୋଇଥାଏ । ଅଇଁଠା ଥାଳି କିମ୍ବା ଗ୍ଲାସ ରାସ୍ତା କଡ଼ରେ ପଡ଼ିଥିବା ଡସ୍ଟବିନ ଭଳି ହୋଇଥାଏ । ଅନେକ ସମୟରେ ପରିବାରରେ ଲୋକେ ଅଇଁଠା ଗ୍ଲାସରେ ପାଣି ପିଇଦିଅନ୍ତି । ଏହାଦ୍ବାରା ଘରକୁ ନକରାତ୍ମକତା ପ୍ରବେଶ କରିଥାଏ । ତେଣୁ ସର୍ବଦା ଖାଇବା କିମ୍ବା ପିଇବା ପୂର୍ବରୁ ବାସନ ଧୋଇ ଖାଇବା ଉଚିତ ।

୨ . ଅନେକ ସମୟରେ ଘରେ ରଖାଯାଇଥିବା ଜିନିଷପତ୍ର ଏପଟସେପଟ ହୋଇଯାଏ । ପ୍ରଥମତଃ ଘରେ ସବୁ ଜିନିଷକୁ ଠିକଠିକ ସ୍ଥାନରେ ରଖିବା ଉଚିତ । ଯଦି ଆପଣ ତାହା ନକରନ୍ତି ତେବେ ନିଶ୍ଚିତ ଭାବରେ ଘରକୁ ନକରାତ୍ମକତା ପ୍ରବେଶ କରିବ ଏବଂ ଏଭଳି ଆକ୍ଟିଭିଟି ହେବ । ତେଣୁ ଘରେ ସବୁ ଜିନିଷକୁ ବ୍ୟବସ୍ଥିତ ସ୍ଥାନରେ ସଜାଇ ରଖନ୍ତୁ । ଏହାଦ୍ୱାରା ମାତା ଲକ୍ଷ୍ମୀଙ୍କ ପ୍ରବେଶ ହେବା ସହିତ ଘରେ ଧନ ସମ୍ପତ୍ତିର ବୃଦ୍ଧି ମଧ୍ୟ ହେବ ।

୩ . ଅନେକ ସମୟରେ ରାତିରେ ଲାଇଟ ହଠାତ ଜଳି ଉଠିବା କିମ୍ବା ବନ୍ଦ ହେବା ଦେଖାଯାଇଥାଏ । ଏହା ନିଶ୍ଚିତ ଭାବରେ କୌଣସି ନକରାତ୍ମକ ଶକ୍ତିର ବାସ ହେଉଥିବା ସୂଚାଇ ଥାଏ । ପୁଣି ଯଦି ଆପଣ ରାତି ସମାୟରେ ପାଉଁଜି ଶବ୍ଦ ଶୁଣିବାକୁ ପାଉଛନ୍ତି ତେବେ ତାହା ଅତ୍ୟନ୍ତ ଅଶୁଭ ହୋଇଥାଏ । ଯଦି ଆପଣଙ୍କ ଘରେ ଏସବୁ ଘଟଣା ଘଟୁଛି ତେବେ ଏସବୁରୁ ବଞ୍ଚିବା ପାଇଁ ଆପଣଙ୍କୁ ଘରେ ହନୁମାନ ଚାଳିଶାର ପାଠ କରିବାକୁ ପଡ଼ିବ ।

୪ . ଯଦି ଆପଣଙ୍କ ଘରର ସଦସ୍ୟଙ୍କର ଦୀର୍ଘ ସମୟ ହେବ ରୋଗ ଭଲ ନହେବା , କିମ୍ବା ଘରର କୌଣସି ବ୍ୟକ୍ତିର ଅକାଳ ମୃତ୍ୟୁ ହେବା , ଘରକୁ ପରିଷ୍କାର କରିବା ସତ୍ତ୍ୱେବି ଖରାପ ଗନ୍ଧ ଆସିବା , ବାରମ୍ବାର ତେଲ ପଡ଼ିବା , କାଚ ଗ୍ଲାସ ଭାଙ୍ଗିବା ଇତ୍ୟାଦି ଘଟଣା ମଧ୍ୟ ନକରାତ୍ମକ ଶକ୍ତି ଥିବା ସୂଚାଇଥାଏ । ଅନେକ ସମୟରେ ଆପଣଙ୍କୁ ଖରାପ ସ୍ୱପ୍ନ ମଧ୍ୟ ଆସିଥାଏ ଯାହାକି ବାସ୍ତବରେ ଖରାପ ସଙ୍କେତ ନେଇହିଁ ଆସିଥାଏ । ଏହାଦ୍ବାରା ଆପଣ ଜାଣି ପାରିବେ ଯେ ଆପଣଙ୍କ ଘରେ କୌଣସି ଖରାପ ଶକ୍ତିର ପ୍ରଭାବ ରହିଛି ।

୪ . ଯଦି ଆପଣ ଖାଇ ସାରିବା ପରେବି ଆପଣଙ୍କୁ ବାରମ୍ବାର ଭୋକ ଲାଗୁଛି ତେବେ ଜାଣି ରଖାନ୍ତୁ ଯେ ହୁଏତ ଆପଣଙ୍କ ଉପରେ କୌଣସି ଖରାପ ନଜର ରହିଛି କିମ୍ବା ଆପଣଙ୍କ ଉପରେ କୌଣସି ଖରାପ ଶକ୍ତିର ପ୍ରଭାବ ରହିଛି । ପୁଣି ଘରର କାନ୍ଥରେ ସବୁବେଳେ ଫାଟ ସୃଷ୍ଟି ହେବା ମଧ୍ୟ ଖରାପ ସଙ୍କେତ ଦେଇଥାଏ । ଅନେକ ସମୟରେ ମହିଳା ମାନେ ଚିଡ଼ିଚିଡ଼ା ସ୍ୱଭାବର ହୋଇଯାନ୍ତି । ଏପରି ଯଦି ସବୁବେଳେ ହୁଏ ତେବେ ଜାଣିଯାଆନ୍ତୁ ଯେ ଆପଣଙ୍କ ଘର ଉପରେ କିମ୍ବା ସେହି ମହିଳାଙ୍କ ଉପରେ କୌଣସି ଖରାପ ଶକ୍ତିର ପ୍ରଭାବ ରହିଛି ।

୫ . ଅନେକ ସମୟରେ ଏପରି ହୋଇଥାଏ ଯେ ଘରର ଟ୍ୟାପରୁ ପାଣି ପଡ଼ିଥାଏ , ପୁଣି ଘରର ଦର୍ପଣ ଭାଙ୍ଗିବା କିମ୍ବା ଘରେ ବଢ଼ିଆଣି ଜାଲ୍ଯ ବନାଇବେ ଏସବୁ ମଧ୍ୟ କୌଣସି ଖରାପ ଶକ୍ତିର ପ୍ରଭାବର ସଙ୍କେତ ଦେଇଥାଏ । ଏପରି କ୍ଷେତ୍ରରେ ଘରର ସ୍ୱଚ୍ଛତା ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଘରକୁ ଭାବ ଭାବରେ ପରିଷ୍କାର କରି ଘରକୁ ସୁଗନ୍ଧିତ କରିବା ଉଚିତ । ପ୍ରତିଦିନ ଘର ସଫା କରିବା ପରେ ଗଙ୍ଗା ପାଣି ସିଞ୍ଚନ କରିବା ଉଚିତ । ଏପରି କରିବା ଦ୍ୱାରା ନକରାତ୍ମକ ଦୂରେଇ ଯିବ ।

୬ . ଆପଣ ମାନେ ପ୍ରାୟ ରାତିରେ ପରିସ୍ରା ପାଇଁ ଉଠୁଥିବେ । କିନ୍ତୁ ରାତ୍ରି ୧ ରୁ ୩ ମଧ୍ୟରେ ଖରାପ ଶକ୍ତି ମାନଙ୍କର ପ୍ରଭାବ ରହେ । ଖରାପ ଶକ୍ତି ବିଚରଣ କରନ୍ତି । ତେଣୁ ଏମିତିରେ ଆପଣଙ୍କୁ ଏହି ସମୟ ମଧ୍ୟରେ ପରିସ୍ରା କରିବାକୁ ଉଠିବା ଠିକ ନୁହେଁ । ଆଉ ଅନେକ ସମୟରେ ଲୋକେ ବାହାରେ ପରିସ୍ରା କରନ୍ତି । ଏପରି କରିବା ଦ୍ୱାରା ଖରାପ ଶକ୍ତିର ପ୍ରଭାବ ତ ପଡ଼ିଥାଏ । ତାଛଡ଼ା ଦେବୀ ଦେବତା ମଧ୍ୟ କ୍ରୋଧିତ ହୁଅନ୍ତି ।

୭ . ସୂର୍ଯ୍ୟାସ୍ତ ପରେ କେବେବି କପଡ଼ା ଧୁଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଖରାପ ଶକ୍ତିର ପ୍ରଭାବ ପଡ଼ିଥାଏ । ପୁଣି ସୂର୍ଯ୍ୟାସ୍ତ ପରେ ଘରର କୌଣସି ଜିନିଷ କାହାକୁ ଦେବା ଉଚିତ ନୁହେଁ । ସ୍ୱାମୀ ସ୍ତ୍ରୀ ଏହି ସମୟରେ ସମ୍ବନ୍ଧ ସ୍ଥାପନ କରିବା ଉଚିତ ନୁହେଁ । ସୂର୍ଯ୍ୟାସ୍ତ ସମୟରେ ଭଗବାନଙ୍କ ଆରାଧନା କରିବା ଉଚିତ । ଏହାଦ୍ବାରା ଘରୁ ଖରାପ ଶକ୍ତିର ପ୍ରଭାବ କମିଯାଏ ।

୮ . ଭୁଲରେ ବି କେବେ ଅନ୍ୟର ଡ୍ରେସ କିମ୍ବା ଜୋତା ପିନ୍ଧନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କ ଉପରେ ଖରାପ ଶକ୍ତିର ପ୍ରଭାବ ପଡ଼ିଥାଏ ଏବଂ ଅନ୍ୟାନ୍ୟ ସମସ୍ୟା ଆସିବା ଆରମ୍ଭ ହୋଇଯାଏ । ଏପରି ଭୁଲ ଆପଣଙ୍କ ଦାରିଦ୍ର୍ୟତାର କାରଣ ହୋଇପାରେ । ଏହାଛଡା ଅନ୍ୟ ବ୍ୟକ୍ତିର ନଖ ନିଜ ଘରେ କେବେ କାଟନ୍ତୁ ନାହିଁ । ଏହାଦ୍ବାରା ଆପଣଙ୍କର ହିଁ କ୍ଷତି ହେବ । ପରିବାରକୁ ସମସ୍ୟା ଆସିବ । ଘରେ ଭୂତ ପ୍ରେତର ବାସ ମଧ୍ୟ ହୋଇପାରେ । ଯେଉଁ ଘରେ ବୁଢିଆଣି ଜାଲ ବନାଇଥାଏ ତାହାକୁ ତୁରନ୍ତ ସଫା କରିବା ଉଚିତ ନଚେତ ଏହା ଦୁଷ୍ଟ ଶକ୍ତିକୁ ଆକର୍ଷିତ କରିଥାଏ ।

Leave a Reply

Your email address will not be published. Required fields are marked *