ଚିନ୍ତିତ ରହୁଥିଲେ ଶ୍ରୀକୃଷ୍ଣଙ୍କ ଏହି କେତୋଟି କଥା ସ୍ମରଣ କରନ୍ତୁ , ସବୁ ଦୁଃଖ ଦୂର ହୋଇଯିବ :-

ଦୁନିଆରେ ମଣିଷ ଦୁଇଟି ଉପାୟରେ ଜୀବନ ବଞ୍ଚିଥାଏ । ପଥମଟି ହେଉଛି ବିଦ୍ୟା ଏବଂ ଅନ୍ୟଟି ହେଉଛି ସାଂସାରିକ ସୁଖ , ମୋହ ମାୟା ଇତ୍ୟାଦି । ମଣିଷ ସବୁବେଳେ ଅସନ୍ତୁଷ୍ଟ ହିଁ ରହେ । ଜୀବନରେ ଯାହାକିଛି ମଣିଷ ପାଖରେ ଥାଏ ଯେପରିକି ଧନ ସମ୍ପତ୍ତି , ପରିବାର , ସାଙ୍ଗ ସାଥି ଇତ୍ୟାଦି ଥିବା ସତ୍ତ୍ୱେବି ମଣିଷ ସବୁବେଳେ ଦୁଃଖରେ ରହେ ନାହିଁ । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା କିଛି କଥା ବିଷୟରେ କହିବୁ ଯାହାକୁ ପ୍ରୟୋଗ କଲେ ଆପଣଙ୍କ ଜୀବନର ସବୁ ଦୁଃଖ କ୍ଳେଶ ଦୂର ହୋଇଯିବ ।

୧ . ପର ଚିନ୍ତା :-

ମଣିଷର ସବୁଠାରୁ ଖରାପ ଗୁଣ ଏହା ଯେ ସେ ନିଜକୁ ନଦେଖି ସବୁବେଳେ ପରର ଚିନ୍ତା କରିଥାଏ । ଅର୍ଥାତ ପରର ଚର୍ଚ୍ଚା କରିଥାଏ । ଅନ୍ୟ ଲୋକେ କଣ କରୁଛନ୍ତି କଣ ନାଇଁ , ଯଦି ଏସବୁ ନଦେଖି ମଣିଷ ନିଜ ଉପରେ ଧ୍ୟାନ ଦିଏ ତେବେ ମଣିଷ କେବେବି ଦୁଃଖରେ ରହିବ ନାହିଁ । ଅନ୍ୟର ଭୁଲ ଦେଖି ଚର୍ଚ୍ଚା କରିବା ପରିବର୍ତ୍ତେ ଯଦି ନିଜର ଭୁଲ ସୁଧାରି ନିଜ କାମକୁ ଉନ୍ନତ କରାଯାଏ ତେବେ ତାହା ଅଧିକ ଉତ୍ତମ ହେବ ।

୨ . ନର୍କକୁ ଯିବାକୁ ତିନୋଟି ମାର୍ଗ ରହିଥାଏ| ଯଥା ଲୋଭ , କ୍ରୋଧ ଏବଂ କାମନା । ଏସବୁ ଠାରୁ ଦୂରେଇ ରହିଲେ ମଣିଷ ଜୀବନରେ ଦୁଃଖ ଆସି ନଥାଏ ।

୩ . କର୍ମରେ ଭରସା ରଖ ଫଳରେ ନୁହେଁ :-

ମଣିଷର ପ୍ରକୃତି ଏହା ଯେ ସେ ନିଜ କର୍ମକୁ ଠିକ ନରଖି ସବୁବେଳେ ଫଳ ଉପରେ ଆଶା ରଖେ । ଯାହାକି ଆଦୌ ଉଚିତ ନୁହେଁ । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ କର୍ମ କର ମାତ୍ର ଫଳର ଆଶା ରଖନାହିଁ । କାରଣ ଭଲ କର୍ମ କଲେ ଭଲ ଫଳ ସୁନିଶ୍ଚିତ ଅଟେ ।

୪ . ଅତୀତ ଏବଂ ଭବିଷ୍ୟତ ଚିନ୍ତା :-

ଦୁନିଆରେ ଅଧିକାଂଶ ଲୋକ ନିଜର ଅତୀତ ଏବଂ ଭବିଷ୍ୟତ ଭାବି ନିଜ ସମୟକୁ ବର୍ବାଦ କରନ୍ତି । ଯାହା ଦ୍ୱାରା ପରବର୍ତ୍ତୀ ସମୟରେ ସେମାନେ ଦୁଃଖରେ ରହନ୍ତି । ଯଦି ଅତୀତ ଏବଂ ଭବିଷ୍ୟତକୁ ନଭାବି ନିଜର ବର୍ତ୍ତମାନ କଥା ଚିନ୍ତା କରନ୍ତି ତେବେ ଏକ ଉତ୍ତମ ଭବିଷ୍ୟତ ସ୍ଥାପନ ହେବ ।

୫ . ବିନା ଚିନ୍ତାରେ କର୍ମ କର :-

ଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ପାର୍ଥକ୍ୟ ଖୁବ କମ ରହିଥାଏ । ତେଣୁ ଯଦି ଜଣେ ମଣିଷ କର୍ମ ନକରି କଣ ହେଉଛି କଣ ନାଇଁ ଏହି ବିଷୟରେ ଚିନ୍ତା କରେ ତେବେ ତାହା ଲାଭଦାୟକ ହୋଇନଥାଏ ବରଂ ତାହା ଦୁଃଖ ଦେଇଥାଏ । ତେଣୁ ସବୁବେଳେ ବିନା କୌଣସି ଚିନ୍ତାରେ କର୍ମ କରି ଚାଲିବା ଉଚିତ ।

୬ . ନିଜର କିଛିବି ନୁହେଁ :-

ମଣିଷ ନିଜର ଶରୀରକୁ ନିଜର ଭାବିଥାଏ । କିନ୍ତୁ ବାସ୍ତବରେ ପଞ୍ଚ ମହାଭୂତରେ ହିଁ ମଣିଷ ଶରୀର ସୃଷ୍ଟି ହୋଇଥାଏ ଏବଂ ଶେଷରେ ସେହି ପଞ୍ଚ ମହାଭୂତରେ ହିଁ ସମାହିତ ହୋଇଥାଏ । ମାତ୍ର ଯାହା ନିଜର ତାହା ସମ୍ବନ୍ଧରେ କେହିବି ବିଚାର କରନ୍ତି ନାହିଁ । ତେଣୁ କେବଳ ଆତ୍ମା ବିଷୟରେ ହିଁ ଚିନ୍ତା କରନ୍ତୁ ।

୮ . ଭୟ କରନ୍ତୁ ନାହିଁ :-

ପୂର୍ବରୁ କଣ ହୋଇଥିଲା , କଣ ହେଉଛି ଏବଂ କଣ ହେବ ତାହାକୁ ଭାବି ଭୟଭୀତ ହୁଅନ୍ତୁ ନାହିଁ ବରଂ ସତ୍ୟତା ସହିତ ଜୀବନ ବଞ୍ଚନ୍ତୁ । ଏହାଦ୍ବାରା ଖୁବ ଶାନ୍ତି ମିଳିଥାଏ ।

୮ . ଆତ୍ମବିଶ୍ବାସ :-

ମଣିଷ ନିଜ ଉପରେ ଭରସା କରିବା ଦରକାର । ମଣିଷ ନିଜର ଆତ୍ମବିଶ୍ବାସ ବୃଦ୍ଧି କଲେ ସେ ସବୁକିଛି କାର୍ଯ୍ୟ କରିପାରେ ।

୯ . କ୍ରୋଧ :-

ସବୁ ସମସ୍ୟାର ମୂଳ ହେଉଛି କ୍ରୋଧ । ଯେଉଁ କାରଣରୁ ମଣିଷ ସବୁବେଳେ ହିଂସା ଏବଂ ଚିନ୍ତାରେ ଭରି ରହିଥାଏ । ତେଣୁ ମନରେ ଆସୁଥିବା ବିଚାର ସବୁବେଳେ ନିଜକୁ ଅଧିକ ପ୍ରଭାବ ପକାଏ ଏବଂ ମଣିଷକୁ କାବୁ କରିନିଏ । ତେଣୁ କ୍ରୋଧ ଉପରେ ବିଜୟ ହାସଲ କଲେ ହିଁ ଶାନ୍ତି ପ୍ରାପ୍ତ ହୋଇଥାଏ ।

୧୦ . କର୍ମ ପ୍ରତି ବ୍ୟବହାରକୁ ସୁନିଶ୍ଚିତ ରଖନ୍ତୁ :-

ଆପଣ ସବୁବେଳେ ତାହା କରନ୍ତୁ ଯାହା ଆପଣଙ୍କୁ ସନ୍ତୁଷ୍ଟି ଦେଉଛି । ନିଜ କାର୍ଯ୍ୟକୁ ନିଷ୍ଠାର ସହିତ କରନ୍ତୁ ।

୧୨ . ନିଜକୁ ଚିହ୍ନନ୍ତୁ :-

ଏହି ଦୁନିଆରେ କେହି କାହାର ନୁହେଁ ଏବଂ ଆପଣ ବି କାହାର ନୁହଁ । ତେଣୁ ଅନ୍ୟ ଭିତରେ ନିଜର ଖୁସି ଖୋଜିବା ବନ୍ଦ କରି ନିଜର ଆତ୍ମାର ସନ୍ତୁଷ୍ଟି ଉପରେ ଧ୍ୟାନ ଦିଅନ୍ତୁ ।

Leave a Reply

Your email address will not be published. Required fields are marked *