୧୯ ବର୍ଷ ପରେ ଭୟଙ୍କର ରକ୍ଷା ବନ୍ଧନ । କରନ୍ତୁନି ଏହି ଭୁଲ ନଚେତ ହେବ ଅନର୍ଥ । ଜାଣି ନିଅନ୍ତୁ କିଛି ଖାସ ନିୟମ ।

ଶ୍ରାବଣ ମାସରେ ରକ୍ଷା ବନ୍ଧନ ପୂର୍ଣ୍ଣିମା ସହିତ ବଳଭଦ୍ରଙ୍କ ଜନ୍ମ ମଧ୍ୟ ଅଟେ । ତେଣୁ ରକ୍ଷା ବନ୍ଧନ ପାଳନ କରିବା ପାଇଁ ସଠିକ ଦିନ ଏବଂ ସମୟ ବିଷୟରେ ଅନେକ ଲୋକନଙ୍କର ଦ୍ଵନ୍ଦ ଦୂର କରିବା ପାଇଁ ଆଜି ଆମେ ସେହି ସବୁର ସଠିକ ଦିନ ବିଷୟରେ କହିବୁ । ସାଧରଣତଃ ଶ୍ରାବଣ ମାସର ପୂର୍ଣ୍ଣିମାରେ ରକ୍ଷା ବନ୍ଧନ ଏବଂ ଆଗାମୀ ଦିନ ବଳଭଦ୍ରଙ୍କ ଜନ୍ମଦିନ ପାଳନ ହୋଇଥାଏ । କିନ୍ତୁ ଚଳିତ ମାସ ୩୦ ତାରିଖରେ ରକ୍ଷା ବନ୍ଧନ ପାଳିତ ହେବା ସହିତ ୩୧ ରେ ପୂର୍ଣ୍ଣିମା ଏବଂ ବଳଭଦ୍ରଙ୍କ ଜନ୍ମ ଦିନ ରହିବ । କାରଣ ୩୦ ତାରିଖ ସକାଳ ୧୦.୫୯ ପରେ ହିଁ ପୂର୍ଣ୍ଣିମା ଆରମ୍ଭ ହୋଇଯିବ ଏବଂ ଆଗାମୀ ଦିନ ସକାଳ ୦୭.୦୫ ପର୍ଯ୍ୟନ୍ତ ରହିବ ।

କିନ୍ତୁ କହିରଖିବୁ ଯେ ଅଗଷ୍ଟ ୩୧ ରେ ସକାଳ ୭ ପ୍ରତିପଦ କାରଣରୁ ଅଗଷ୍ଟ ୩୦ ଦ୍ବିପ୍ରହରରେ ହିଁ ବଳଭଦ୍ରଙ୍କ ଜନ୍ମଦିନ ପାଳିତ ହେବ । ରକ୍ଷା ବନ୍ଧନରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । କିନ୍ତୁ ଯଦି ଭଉଣୀ ଭଦ୍ରା କାଳରେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ତେବେ ଭାଇର ଅମଙ୍ଗଳ ହୋଇଥାଏ । ସୂର୍ପଣଖା ମଧ୍ୟ ରାବଣ ହାତରେ ଭଦ୍ରା କାଳରେ ରାକ୍ଷୀ ବାନ୍ଧିବା କାରଣରୁ ଅଳ୍ପ ଦିନ ମଧ୍ୟରେ ରାବଣର ମୃତ୍ୟୁ ହୋଇଥିଲା । ଭଦ୍ରା ହେଉଛନ୍ତି ଶନିଦେବଙ୍କ ଭଉଣୀ । ନିଜର ଅହଂକାର କାରଣରୁ ସେ ବ୍ରହ୍ମ ଦେବଙ୍କ ଅଭିଶାପ ପ୍ରାପ୍ତ ହୋଇଥିଲେ । ଅଭିଶାପ ଅନୁଯାୟୀ ଭଦ୍ରା କାଳ ପଡ଼ିଲେ କୌଣସି ଶୁଭ କାର୍ଯ୍ୟ ହୋଇ ପାରିବ ନାହିଁ । ଚଳିତ ବର୍ଷ ଭଦ୍ରା କାଳ ଅଗଷ୍ଟ ୩୦ ରେ ପଡ଼ିବ କିନ୍ତୁ ତାହା ମର୍ତ୍ତରେ ନୁହେଁ ବରଂ ପାତାଳରେ ।

ତେଣୁ ଆପଣ ବିନା କୌଣସି ଚିନ୍ତାରେ ଅଗଷ୍ଟ ୩୦ ତାରିଖ ଦିନ ଭାଇ ହାତରେ ରାକ୍ଷୀ ବାନ୍ଧି ପାରିବେ । ରକ୍ଷା ବନ୍ଧନ ଦିନ ଭାଇ କିମ୍ବା ଭଉଣୀ କେହିବି କଳା ବସ୍ତ୍ର ଧାରଣ କରିବା ଉଚିତ ନୁହେଁ । ଏହାବ୍ୟତୀତ ତାମସିକ ଭୋଜନ ମଧ୍ୟ ବର୍ଜିତ କରିବା ଉଚିତ । ଏହିଦିନ ଭଉଣୀ ରାକ୍ଷୀ ବାନ୍ଧିବା ସମୟରେ ଭାଇ ପୂର୍ବ ଦିଗକୁ କିମ୍ବା ଉତ୍ତର ଦିଗକୁ ମୁହଁ କରିବା ସହିତ ଭଉଣୀ ପଶ୍ଚିମ କିମ୍ବା ଦକ୍ଷିଣ ଦିଗକୁ ମୁହଁ କରିବା ଉଚିତ । ଭାଇ ହାତରେ ରାକ୍ଷୀ ବାନ୍ଧିବା ସମୟରେ ଭାଇର ଜୀବନରେ ଯେପରି କୌଣସି ସମସ୍ୟା ନଆସିବ , ସେଥିପାଇଁ ଏକ ମନ୍ତ୍ର ମଧ୍ୟ ଜପ କରିବା ଉଚିତ । ମନ୍ତ୍ରଟି ହେଉଛି , ” ଯେନୋବଦ୍ଧୋ ବଳିରାଜା , ଦାନବେନ୍ଦ୍ରୋ ମହସୁରଃ , ତେନ ତ୍ବାମିପି ବନ୍ଧାମି , ରକ୍ଷମାଂ ଚରମାଚଳ ।।

ଏହିଦିନ ଭଉଣୀ ନିଜ ଭାଇ ହାତରେ ରକ୍ଷା ସୂତ୍ର ବାନ୍ଧିବା ସହିତ କୁଳପୁରୋହିତ ମାନେ ନିଜ ଯଜମାନଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧିଥାନ୍ତି ଏବଂ ପଇତା ମଧ୍ୟ ଧାରଣ କରନ୍ତି । ଏହିଦିନ ଗାଈଗୋରୁଙ୍କୁ ବିଶେଷ ଭାବରେ ସିନ୍ଦୁର ଚନ୍ଦନ ଏବଂ ଫୁଲ ଅର୍ପିତ କରି ପୂଜା କରାଯାଏ । ଯେଉଁ ପିଠା ତିଆରି କରାଯାଏ ତାହାକୁ ଗାଈଗୋରୁଙ୍କୁ ଖାଇବାକୁ ଦିଆଯାଇଥାଏ ।

Leave a Reply

Your email address will not be published. Required fields are marked *