ହିନ୍ଦୁ ଧର୍ମରେ ସାପ ପୂଜନୀୟ ଅଟେ ଏବଂ ଆମ ଧର୍ମ ଶାସ୍ତ୍ରରେ ସାପ ବିଷୟରେ ଅନେକ କାହାଣୀ ଏବଂ ତଥ୍ୟ ପୂର୍ବରୁ ମଧ୍ୟ ବର୍ଣ୍ଣିତ ହୋଇଛି । କେଉଁଠି ସାପ ଦେବତାଙ୍କ ପ୍ରତୀକ ତ କେଉଁଠି ମୃତ୍ୟୁର ପ୍ରଳୟ ଅଟେ । ମନୁଷ୍ୟ ଜୀବନ ସହିତ ସାପ କେଉଁଠି ନା କେଉଁଠି ଜଡ଼ିତ ଅଟେ । ସ୍ୱପ୍ନରେ ସାପ ଆସିବା ସ୍ୱାଭାବିକ ଏବଂ ଏହାକୁ ନେଇ ସାଧରଣତଃ ଲୋକେ ଡରି ଯାଆନ୍ତି ଏବଂ ଏହାକୁ ଅଶୁଭ ଭାବି ନିଅନ୍ତି । ସ୍ୱପ୍ନରେ ସାପ ଦେଖିବାର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି । କେତେବେଳେ ତାହା ଶୁଭ ହୋଇଥାଏ ତ କେତେବେଳେ ଅଶୁଭ । ଆଜିକାର ଲେଖାରେ ଆମେ ସ୍ୱପ୍ନରେ ସାପ ଦେଖିବାର କଣ ଅର୍ଥ ହୋଇଥାଏ ସେହି ବିଷୟରେ କହିବୁ ।
୧ . ସ୍ୱପ୍ନରେ ସାପ ଧରିବା:-
ସ୍ୱପ୍ନରେ ସାପ ଦେଖିବାର ଅର୍ଥ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଆପଣଙ୍କୁ ଅନେକ ଧନ ସମ୍ପତ୍ତି ମିଳିଥାଏ ଏବଂ ଜୀବନରେ ସମସ୍ୟା କମିଯାଏ । କିନ୍ତୁ ସ୍ୱପ୍ନରେ ସାପ ଦେଖିବା ଅଶୁଭ ମାନା ଯାଏ । ଏହାଦ୍ବାରା ଘର ଉପରକୁ ବିପଦ ଆସିପାରେ ଏବଂ ଶତ୍ରୁ ବୃଦ୍ଧି ହୋଇଥାଏ । ସାପ ଅଣ୍ଡା ଦେଖିବା ମଧ୍ୟ କୌଣସି ବଡ଼ ବିପଦ ଦିଗରେ ଇସାରା କରିଥାଏ ।
୨ . ସ୍ୱପ୍ନରେ ସାପକୁ ମାରିବା:-
ଯଦି ସ୍ୱପ୍ନରେ ଆପଣ ସାପକୁ ମାରି ଦିଅନ୍ତି ତେବେ ଭବିଷ୍ୟତରେ ଆସୁଥିବା ଆପଣଙ୍କ ମୃତ୍ୟୁ ଟଳିଯିବ । ଏହାର ଅର୍ଥ ଆପଣ ନିଜ ଶତ୍ରୁକୁ ପରାସ୍ତ କରିବେ ।
୩ . ସାପ ଏବଂ ନେଉଳର ଲଢ଼େଇ:-
ସ୍ୱପ୍ନରେ ସାପ ଏବଂ ନେଉଳର ଲଢ଼େଇ ଦେଖିଲେ ନିକଟ ଭବିଷ୍ୟତରେ ସରକାରୀ ବିଭାଗରେ କୌଣସି ନୋଟିସ ଆସିପାରେ । ଆପଣଙ୍କୁ କୌଣସି କୋର୍ଟ କଚେରୀରେ କେସ ଲଢ଼ିବାକୁ ପଡ଼ିପାରେ ।
୪ . ସାପ ଦାନ୍ତ ଦେଖିବା:-
ସ୍ୱପ୍ନରେ ସାପ ଦାନ୍ତ ଦେଖିବାର ଅର୍ଥ ହେଉଛି ଆପଣଙ୍କର କେହି ସାଙ୍ଗ କିମ୍ବା ନିଜ ଲୋକ ଆପଣଙ୍କୁ ଧୋକା ଦେବେ । ଏହାବ୍ୟତୀତ ସ୍ୱପ୍ନରେ ସାପକୁ ରଙ୍ଗ ବଦଳୁ ଥିବାର ଦେଖିବା ଜୀବନରେ ନୂଆ ଅବସର ପ୍ରାପ୍ତି ପ୍ରତି ଇସାରା ଦେଇଥାଏ ।
୫ . ସାପ କାମୁଡ଼ିବା:-
ସ୍ୱପ୍ନରେ ଯଦି ଆପଣ ନିଜକୁ ସାପ କାମୁଡୁଥିବାର ଦେଖନ୍ତି ତେବେ ଏହା ଭବିଷ୍ୟତ ବିପଦ ପ୍ରତି ସୂଚିତ କରିଥାଏ । ତେଣୁ ଆପଣ ସତର୍କ ହୋଇଯିବା ଉଚିତ । ନିକଟ ଭବିଷ୍ୟତରେ କୌଣସି ରୂପରେ ଆପଣଙ୍କ ଉପରକୁ ବିପଦ ଆସିପାରେ ।
୬ . ସାପ ଛୁଆ:-
ଯଦି ଆପଣ ସ୍ୱପ୍ନରେ ସାପ ଛୁଆକୁ ଦେଖନ୍ତି ତେବେ ଏହା ଜୀବନରେ ଆସିବାକୁ ଯାଉଥିବା ବିପଦର ସଙ୍କେତ ଅଟେ ।
୭ . ସାପ ଆକ୍ରମଣ:-
ସ୍ୱପ୍ନରେ ଯଦି ସାପ ଆପଣଙ୍କ ଉପରକୁ ଆକ୍ରମଣ କରୁଥିବାର ଦେଖନ୍ତି ତେବେ ଆଗାମୀ ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ କଠିନ ହେବାକୁ ଯାଉଛି । ଆପଣଙ୍କୁ ନିଜ ଜୀବନରେ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିପାରେ ।
୮ . ସାପ ଗାତରେ ପଶିବା:-
ସ୍ୱପ୍ନରେ ସାପକୁ ଗାତରେ ପଶୁଥିବାର ଦେଖିଲେ ଆପଣଙ୍କୁ ନିକଟ ଭବିଷ୍ୟତରେ ଧନ ପ୍ରାପ୍ତି ହେବାକୁ ଯାଉଛି । ଆପଣ ଯାହା ବିଷୟରେ କେବେ ଭାବି ନଥିବେ ସେହିଭଳି ଆପଣଙ୍କୁ ଧନ ପ୍ରାପ୍ତ ହେବାକୁ ଯାଉଛି ।
୯ . ସାପ ନିଜ ଦିଗରେ ଆସିଲେ:-
ଯଦି ଆପଣ ସ୍ବପ୍ନରେ ସାପକୁ ନିଜ ଦିଗରେ ଆସୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କ ମୃତ୍ୟୁ ହେବାକୁ ଯାଉଛି । ଏହାର ଅର୍ଥ ଆପଣଙ୍କ ମୃତ୍ୟୁ ସମୟ ଆସିଗଲାଣି ।
୧୦ . ସାପ ସହିତ ଲଢ଼େଇ:-
ଯଦି ଆପଣ ସ୍ୱପ୍ନରେ ସାପ ସହିତ ନିଜକୁ ଲଢ଼େଇ କରୁଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣ ଜୀବନରେ ଖରାପ ପରିସ୍ଥିତିରେ ସଫଳତା ପୂର୍ବକ ଲଢ଼ିବେ ।
୧୧ . ଶିବଲିଙ୍ଗରେ ସାପ:-
ଯଦି ଆପଣ ସ୍ୱପ୍ନରେ ଶିବଲିଙ୍ଗରେ ସାପ ଗୁଡ଼େଇ ରହିଥିବାର ଦେଖନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ବହୁତ ଯଦି ମହାଦେବଙ୍କ କୃପା ପ୍ରାପ୍ତ ହେବାକୁ ଯାଉଛି ।