ଘରେ କାହାରି ମୃତ୍ୟୁ ହେଲେ ଏହି ଦୁଇଟି କାମ ଆଦୋୖ କରିବା ଉଚିତ ନୁହେଁ । ଜାଣି ନିଅନ୍ତୁ ।

ହିନ୍ଦୁ ଧର୍ମରେ ସୁତକ ଏବଂ ବାତକ ନାମକ ଦୁଇଟି ପରମ୍ପରା ଚାଲି ଆସୁଛି । ମନୁଷ୍ୟ ଘରେ କାହାରି ମୃତ୍ୟୁ ହେଲେ ଘର ପରିବାର ଏବଂ ସମସ୍ତ ଆତ୍ମୀୟଙ୍କ ଘରେ ସୁତକ ନିୟମ ଲାଗିଥାଏ । କହିରଖିବୁ ଯେ ସୁତକ ସାଧରଣତଃ ମନୁଷ୍ୟର ଜନ୍ମ ସମୟରେ ହେଉଥିବା ଅଶୁଦ୍ଧି ଏବଂ ପାପର ପ୍ରାୟଶ୍ଚିତ ଆକାରରେ ହୋଇଥାଏ । ସେହିଭଳି ମନୁଷ୍ୟର ମୃତ୍ୟୁ ସମୟରେ ଲାଗୁଥିବା ଅଶୁଦ୍ଧିକୁ ବାତକ କୁହାଯାଏ । କାରଣ ଅନ୍ତିମ ସଂସ୍କାର ରୂପରେ ହେଉଥିବା ପାପ କିମ୍ୱା ଦୋଷର ପ୍ରାୟଶ୍ଚିତ ଆକାରରେ ଏହି ନିୟମ ପାଳନ କରାଯାଏ । ମନୁଷ୍ୟର ମୃତ୍ୟୁ ପରେ ପରିବାରର ଲୋକଙ୍କ ଉପରେ ଏକ ନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅଶୁଦ୍ଧି ଏବଂ ଅସୁଚିତ୍ୱ ପ୍ରାପ୍ତ ହୋଇଥାଏ ।

ଅସୁଚିତ୍ୱର ଅର୍ଥ ଅମଙ୍ଗଳ ଏବଂ ଅଶୁଦ୍ଧିର ଅର୍ଥ ଅପବିତ୍ର । ଗରୁଡ଼ ପୁରାଣ ଅନୁଯାୟୀ ଶିଶୁର ଜନ୍ମ ପରେ ଗ୍ରହଣ କାଳରେ ସ୍ତ୍ରୀର ମାସିକ ଧର୍ମ ସମୟରେ ଏବଂ ବ୍ୟକ୍ତିର ମୃତ୍ୟୁ ସମୟରେ ସୁତକ ଏବଂ ବାତକ ଲାଗିଥାଏ । ଯାହାର ନିୟମ ଭିନ୍ନ ଭିନ୍ନ ହୋଇଥାଏ । ଏହା ଅଧିକ ଦିନ ହୋଇପାରେ କିମ୍ବା ଅଳ୍ପ ଦିନ ମଧ୍ୟ ହୋଇପାରେ । ପରିବାରରେ କାହାରି ମୃତ୍ୟୁ ହେଲେ ପରିବାର ଲୋକଙ୍କୁ ୧୦ ଦିନର ସୁତକ କାଳ , ଅନ୍ତିମ ସଂସ୍କାରରେ ସାମିଲ ହେଉଥିବା ଲୋକଙ୍କୁ ୧୨ ରୁ ୧୩ ଦିନର ସୁତକ କାଳ ମାନିବାକୁ ପଡ଼ିଥାଏ । ଏହି ସମୟରେ ଶାସ୍ତ୍ରର ନିୟମ ପାଳନ କରାଯାଏ । ମୃତ୍ୟୁର ଦିନ ଠାରୁ ଆରମ୍ଭ କରି ପୁରା ଆଗାମୀ ମାସ ପର୍ଯ୍ୟନ୍ତ କାହାରି ଘରକୁ ଯିବା ଉଚିତ ନୁହେଁ । ଯାହାକି ସମ୍ପୂର୍ଣ୍ଣ ୪୦ ଦିନ ହୋଇଥାଏ ।

ମୃତକଙ୍କ ପରିବାର ଲୋକଙ୍କୁ ୪୦ ଦିନ ଏବଂ ଅନ୍ୟ ବନ୍ଧୁ ବାନ୍ଧବଙ୍କୁ ତିନି ଦିନର ସୁତକ କାଳ ମାନିବାକୁ ପଡ଼ିଥାଏ । ଯେଉଁ ମହିଳା ଶିଶୁକୁ ଜନ୍ମ ଦେଇଥାଏ ତାଙ୍କ ପାଇଁ ସୁତକ କାଳ ୪୫ ଦିନର ହୋଇଥାଏ । ଶିଶୁ ଜନ୍ମ ହୋଇଥିବା ସ୍ଥାନକୁ ୧ ମାସ ପର୍ଯ୍ୟନ୍ତ ଅଶୁଦ୍ଧ ମାନାଯାଏ । ବାପ ଘରେ ଶିଶୁକୁ ଜନ୍ମ ଦେଲେ ତିନି ଦିନ ଏବଂ ଶାଶୁ ଘରେ ୧୦ ଦିନର ସୁତକ ମାନ୍ୟ ହୋଇଥାଏ । ମୃତ୍ୟୁ ପରେ ଅନ୍ତିମ ସଂସ୍କାର ପରଦିନ ଠାରୁ ବାତକ କାଳ ମାନା ଯାଇଥାଏ । ଯଦି କୌଣସି ମହିଳାର ଗର୍ଭପାତ ହୋଇଛି ତେବେ ଗର୍ଭଧାରଣର ଯେତିକି ଦିନ ସେତିକି ଦିନ ସୁତକ କାଳ ମାନିବାକୁ ପଡ଼ିଥାଏ । ଛଅ ମାସ ହୋଇଥିଲେ ଛଅ ଦିନର ସୁତକ ମାନା ଯାଇଥାଏ ।

ଘରେ କେହି ସନ୍ୟାସୀ ଥିଲେ ଘରେ କାହାରି ମୃତ୍ୟୁରେ ତାଙ୍କ ଉପରେ ସୁତକ ମାନ୍ୟ ନୁହେଁ ମାତ୍ର ତାଙ୍କର ମୃତ୍ୟୁ ହେଲେ ଗୋଟିଏ ଦିନର ସୁତକ ଲାଗିଥାଏ । ମୃତକର ଅନ୍ତିମ ସଂସ୍କାର ଯାତ୍ରାରେ ସାମିଲ ହେଲେ ଗୋଟିଏ ଦିନର ଏବଂ ମୃତ ଶରୀରକୁ ସ୍ପର୍ଶ କଲେ ୩ ଦିନର ସୁତକ ଲାଗିଥାଏ । ମୃତକକୁ କାନ୍ଧ ଦେଉଥିବା ବ୍ୟକ୍ତିକୁ ୮ ଦିନର , ଘର ଭିତରେ କେହି ଆତ୍ମହତ୍ୟା କଲେ ଛଅ ମାସ ପର୍ଯ୍ୟନ୍ତ ବାତକ ଲାଗିଥାଏ ଏବଂ ଛଅ ମାସ ପର୍ଯ୍ୟନ୍ତ ସେହି ସ୍ଥାନରେ ଭୋଜନ , ଜଳପାନ ଏବଂ ମନ୍ଦିର ବର୍ଜିତ ଅଟେ । ଘରେ ପାଳିତ ପଶୁ ଶାବକ ଜନ୍ମ କଲେ ଗୋଟିଏ ଦିନର ସୁତକ ମାନା ଯାଇଥାଏ । ସୁତକ ସମୟରେ ଅନ୍ୟ ଲୋକକଙ୍କୁ ସ୍ପର୍ଶ କରିବା , ଧାର୍ମିକ ଏବଂ ମାଙ୍ଗଳିକ କାର୍ଯ୍ୟ କରିବା ମଧ୍ୟ ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *