ଆପଣଙ୍କ ଘରକୁ ଏହି କିଛି ସଙ୍କେତ ନେଇ ଆସିଥାଏ ଜନ୍ଦା । ଜାଣି ନିଅନ୍ତୁ କ’ଣ ହେବ ଆପଣଙ୍କ ସହିତ ।

ସାଧରଣତଃ ଘରେ ଜନ୍ଦା ଦେଖାଯିବା ଏକ ସାଧାରଣ କଥା । କିନ୍ତୁ ଅଧିକାଂଶ ଲୋକଙ୍କ ଘରେ ଏହା ନଦେଖା ଯିବାର କାରଣ ହେଉଛି ଏହାକୁ ଲୋକ ଘଉଡ଼ାଇ ଦିଅନ୍ତି । ଜନ୍ଦାକୁ ଆପଣ ମାନେ ନିଶ୍ଚିତ ଏକ ସାଧରଣ କୀଟ ଭାବୁଥିବେ । ମାତ୍ର ଜନ୍ଦାର ଅନେକ ମହତ୍ତ୍ୱ ରହିଛି । ବୈଜ୍ଞାନିକଙ୍କ ଅନୁଯାୟୀ ଜନ୍ଦା ମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରନ୍ତି , ଭଣ୍ଡାରର ସବୁ ବ୍ୟବସ୍ଥା କରିବା ଜାଣନ୍ତି ଏବଂ ସାମୁହିକ ଭାବରେ ଏକ ପାହାଡ଼କୁ କାଟିବାର ସାମ୍ୟର୍ଥ ମଧ୍ୟ ରଖନ୍ତି । ଜନ୍ଦା ଖୁବ ପରିଶ୍ରମୀ ହୋଇଥାଏ ଏବଂ ଘରେ ଜନ୍ଦା ଦେଖାଦେଲେ ତାହା ପ୍ରଥମେ ଶୁଭ କିମ୍ବା ଅଶୁଭ ତାହା ଜାଣି ରଖିବା ଉଚିତ । ଯାହାକି ଶାସ୍ତ୍ରରେ ମଧ୍ୟ ବର୍ଣ୍ଣନା କରାଯାଇଛି ଯେ ଜନ୍ଦାର ରଙ୍ଗ ଅନୁଯାୟୀ ତାହା ଶୁଭ କିମ୍ବା ଅଶୁଭ ତାହା ଜଣା ପଡ଼ିଥାଏ ।

ଜ୍ୟୋତିଷ ଶାସ୍ତ୍ରରେ ଜନ୍ଦାର ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ସାଧାରଣତଃ କଳା ରଙ୍ଗର ଜନ୍ଦାକୁ ଭଗବାନ ବିଷ୍ଣୁଙ୍କର ଅଂଶ ସହିତ ଏବଂ ଶନି ଦେବଙ୍କ ଆଧିପତ୍ୟ ରହିଥିବା କୁହାଯାଇଛି । କାରଣ ମନୁଷ୍ୟ ୮୪ ଲକ୍ଷ ୟୁନି ପରେ ମଣିଷ ଜନ୍ମ ନେଇଥାଏ । ସେଥିମଧ୍ୟରୁ ଜନ୍ଦା ଏକ ମହତ୍ୱପୂର୍ଣ୍ଣ ୟୁନି ଅଟେ । ଯଦି ଆପଣ କଳା ଜନ୍ଦା ଦେଖୁଛନ୍ତି ତେବେ ଚାଉଳ ଅଟା ଖାଇବାକୁ ଦିଅନ୍ତୁ । ଯଦି ଆପଣ ଦୁର୍ଭାଗ୍ୟର ଘେରି ରହିଛନ୍ତି ତେବେ ଚାଉଳ ଅଟା ସହିତ ଚିନି ମିଶାଇ ଜନ୍ଦାକୁ ଖାଇବାକୁ ଦିଅନ୍ତୁ । ଯଦି ଆପଣ ବୈକୁଣ୍ଠ ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଏକ ଶୁଖିଲା ନଡ଼ିଆକୁ ପାଉଡ଼ର ବନାଇ ସେଥିରେ ଚିନି ମିଶାଇ ଜନ୍ଦାକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ବୈକୁଣ୍ଠ ପ୍ରାପ୍ତି ହେବା ସହିତ ମନୁଷ୍ୟର ମୁଖର ପ୍ରକାଶ ମଧ୍ୟ ବଢ଼ିଯାଏ ।

ଯଦି ଆପଣଙ୍କର ଚାକିରୀ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ବାଦାମ ପାଉଡରରେ ଚିନି ମିଶାଇ ଜନ୍ଦାକୁ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଚାକିରୀରେ ପଦୋନ୍ନତି ହେବ । ଯଦି ଆପଣଙ୍କର ଶନି ଦୋଷ ରହିଛି କିମ୍ବା ଶନି ଦୁର୍ବଳ ଅଛନ୍ତି ତେବେ ମଧ୍ୟ ବାଦାମ ପାଉଡ଼ରରେ ଚିନି ମିଶାଇ ଖାଇବାକୁ ଦିଅନ୍ତୁ । ଶୁକ୍ର ଦୁର୍ବଳ ଥିଲେ ଚିନି ଖାଇବାକୁ ଦିଅନ୍ତୁ । ସେହିଭଳି ସୂର୍ଯ୍ୟ ଦୁର୍ବଳ ଥିଲେ ଜନ୍ଦାକୁ ପ୍ରତି ରବିବାର ଦିନ ଚାଉଳ କ୍ଷୀରି ବନାଇ ଖାଇବାକୁ ଦିଅନ୍ତୁ । ଯଦି ଆପଣଙ୍କର ରାହୁ କିମ୍ବା କେତୁ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି ତେବେ ଅଟାରେ ଗୁଡ଼ ମିଶାଇ ପଞ୍ଜରୀ ବନାଇ ୪୩ଦିନ ପର୍ଯ୍ୟନ୍ତ ଖାଇବାକୁ ଦିଅନ୍ତୁ ଏବଂ ଆପଣ ଚାହିଁଲେ କମ୍ବଳ ମଧ୍ୟ ଦାନ କରି ପାରିବେ ।

ଏହାଦ୍ବାରା ପିତୃ ଦୋଷ ଦୂର ହୋଇଥାଏ । ଯଦି ଆପଣଙ୍କର ଗ୍ରହ ଦୋଷ ସମସ୍ୟା ରହିଛି ତେବେ ଜନ୍ଦାକୁ ମିଠା ରୋଟି ବନାଇ ଖାଇବାକୁ ଦିଅନ୍ତୁ । ଘରେ କଳା ଜନ୍ଦା ଦେଖାଗଲେ ତାହା ଶୁଭ ହୋଇଥାଏ । ଏହାର ଅର୍ଥ ଆପଣଙ୍କୁ ମାନ ସମ୍ମାନ ପ୍ରତିଷ୍ଠା ପ୍ରାପ୍ତ ହେବାକୁ ଯାଉଛି । ଯଦି ଘରର କାନ୍ଥରେ କଳା ଜନ୍ଦାର ଲାଇନ ଦେଖିବାକୁ ମିଳେ ତେବେ ଏହାର ଅର୍ଥ ଆପଣଙ୍କ ଆମଦାନୀରେ ବୃଦ୍ଧି ଏବଂ ଲାଭ ହେବାକୁ ଯାଉଛି । କିନ୍ତୁ ଯଦି ଘରେ ନାଲି ପିମ୍ପୁଡ଼ି ଅଣ୍ଡା ଧରି ଯାଉଥିବାର ନଜର ଆସେ ତେବେ ଏହା ବଡ଼ ବିପଦ ପ୍ରତି ଇଙ୍ଗିତ କରିଥାଏ । ଏହାଦ୍ବାରା ଘରେ ବଡ଼ କ୍ଷତି , ରୋଗ , କଳହ ହେବାର ଆଶଙ୍କା ରହିଥାଏ । ନୂଆ ଘର ତିଆରି ସମୟରେ ନାଲି ଜନ୍ଦା ଦେଖାଗଲେ ତାହାକୁ ଅତ୍ୟନ୍ତ ଅଶୁଭ ମାନା ଯାଇଥାଏ ।

Leave a Reply

Your email address will not be published. Required fields are marked *