ଘରର ମୁଖ୍ୟଦ୍ୱାରରେ ବର୍ତ୍ତମାନ ହିଁ ଲେଖି ଦିଅନ୍ତୁ ଏହି ଗୋଟିଏ ନମ୍ବର । ଘରର ସବୁ ସଦସ୍ୟ ହେବେ କୋଟିପତି ।

ପ୍ରତ୍ୟେକ ବ୍ୟକ୍ତିର ଜୀବନରେ ଟଙ୍କାର ଅତ୍ୟନ୍ତ ଆବଶ୍ୟକତା ରହିଥାଏ । କାରଣ ଜୀବନ ବଞ୍ଚିବା ପାଇଁ ଏହା ନିତ୍ୟ ଆବଶ୍ୟକୀୟ ଜିନିଷ ଅଟେ । ପୁଣି ଯେଉଁ ଘରେ ମହିଳା ମାନଙ୍କୁ ସମ୍ମାନ କରାଯାଏ ଏବଂ ଯେଉଁ ଘରେ ସଂସ୍କାର ଥାଏ ସେହିଘରେ ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ । ଘର ପାଇଁ ଉପଯୁକ୍ତ ବାସ୍ତୁ ରହିବା ଜରୁରୀ ଅଟେ । କାରଣ ବାସ୍ତୁ ଦୋଷ ଦୁର୍ବଳ ହେଲେ ଘରେ ନାନା ପ୍ରକାରର ସମସ୍ୟା ଦେଖା ଦେଇଥାଏ । ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟଦ୍ୱାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଟେ । କାରଣ ଏହି ମୁଖ୍ୟଦ୍ୱାର ଦେଇ ହିଁ ନକରାତ୍ମକ କିମ୍ବା ସକାରତ୍ମକ ଶକ୍ତି ଘର ଭିତରକୁ ପ୍ରବେଶ କରିଥାଏ କିମ୍ବା ବାହାରକୁ ବାହାରି ଥାଏ । ତେଣୁ ଏହି ମୁଖ୍ୟଦ୍ୱାର ନିର୍ମାଣ ଠାରୁ ଏହାକୁ ପରିଚାଳିତ କରିବା ପର୍ଯ୍ୟନ୍ତ ସବୁକିଛି କାମ ଗୁରୁତ୍ୱପୂର୍ଣ୍ଣ ଅଟେ ।

ଘରର ମୁଖ୍ୟଦ୍ୱାର ସାମ୍ନାରେ କୌଣସି ବଡ଼ ଗଛ କିମ୍ବା ଖମ୍ବ ରହିବା ଉଚିତ ନୁହେଁ । ଘରର ବାହାର ଗେଟରେ ଏକ ସ୍ୱସ୍ତିକ ଚିହ୍ନ ବନାଇ ପାରିବେ । ଘରର ବାସ୍ତୁକୁ ଠିକ ରଖିବା ପାଇଁ ଘରର ଆଖପାଖରେ ତୁଳସୀ ଗଛ ନିହାତି ଲଗାଇବା ଉଚିତ । ଏହାଦ୍ବାରା କୌଣସି ପ୍ରକାରର ନକରାତ୍ମକ ଶକ୍ତି ଘର ମଧ୍ୟକୁ ପ୍ରବେଶ କରି ପାରିବ ନାହିଁ । ଘରର ମୁଖ୍ୟଦ୍ୱାର ଭୁଲରେବି ଦକ୍ଷିଣ ଦିଗରେ ରଖନ୍ତୁ ନାହିଁ ମାତ୍ର ପରିସ୍ଥିତି ଖରାପ ଥିଲେ ପଞ୍ଚମୁଖୀ ବାଲାଜିଙ୍କ ଫୋଟ ଲଗାଇ ଦିଅନ୍ତୁ । ମୁଖ୍ୟଦ୍ୱାରକୁ ସବୁବେଳେ ସଫାସୁତୁରା ରଖିବା ଆବଶ୍ୟକ । ଘରର ମୁଖ୍ୟଦ୍ୱାର ସାମ୍ନାରେ ସର୍ବଦା ରଙ୍ଗୀନ ଗଛ ଏବଂ ଫୁଲରେ ସଜାଇ ରଖିବା ଉଚିତ । ଏହାଦ୍ବାରା ଘରର ବାସ୍ତୁ ଦୋଷ ଦୃଢ଼ ହୋଇଥାଏ ।

ଘରର ମୁଖ୍ୟଦ୍ୱାର ଅନ୍ୟ ସମସ୍ତ ଦ୍ୱାର ଏବଂ କବାଟ ଠାରୁ ବଡ଼ ହେବା ଉଚିତ ଏବଂ ଏହାର ଦୁଇ ପାର୍ଶ୍ଵ ରହିବା ଉଚିତ । ଏହାଦ୍ବାରା ଆର୍ଥିକ ସ୍ଥିତି ସହିତ ସକାରାତ୍ମକତା ବଜାୟ ରହିଥାଏ । ଘରର ଦ୍ୱାର ପାଖରେ ନେମ ପ୍ଲେଟ ଲଗାଇଲେ ସମୃଦ୍ଧି ଦେଖା ଦେଇଥାଏ । ଘରର ମୁଖ୍ୟଦ୍ୱାରର କବାଟ ସର୍ବଦା ଭିତର ଦିଗକୁ ଖୋଲିବା ଉଚିତ । ସୁବର୍ଣ୍ଣ ରଙ୍ଗ ଖୁବ ଶୁଭ ହୋଇଥାଏ ତେଣୁ ସୁନା ରଙ୍ଗର ଜିନିଷ ଆଣି ଘରେ ରଖି ପାରିବେ । ଘରର ମହତ୍ତ୍ୱପୂର୍ଣ୍ଣ କାଠରୀ ରୋଷେଇ ଘରକୁ ସର୍ବଦା ଅବ୍ୟବସ୍ଥିତ ଏବଂ ସଫାସୁତୁରା ରଖିବା ଉଚିତ । ଘରେ କେବେବି ବାସନକୁସନର ଶବ୍ଦ ଶୁଭିବା ଉଚିତ ନୁହେଁ । ଏହା ନକରାତ୍ମକତା ସୃଷ୍ଟି କରିଥାଏ । ଏହାଦ୍ବାରା ଘରେ ବାଦ ବିବାଦ କଳହ ସୃଷ୍ଟି ହୋଇଥାଏ ।

ଘରର ପ୍ରତ୍ୟେକ ରୁମରେ ଝରକା ରଖନ୍ତୁ ଯେମିତି ବାୟୁ ବାହାର ଭିତର ହୋଇ ପାରୁଥିବ । ଘରେ ଯଦି କୌଣସି ଭଙ୍ଗା ଟ୍ୟାପରୁ ଅନାବଶ୍ୟକ ପାଣି ନଷ୍ଟ ହେଉଛି ତେବେ ତାହାକୁ ତୁରନ୍ତ ସଜାଡ଼ି ଦିଅନ୍ତୁ । ଘରକୁ ସର୍ବଦା ଆଲୋକିତ କରି ରଖନ୍ତୁ । ଘରକୁ ସ୍ୱଚ୍ଛ ଏବଂ ସର୍ବଦା ସଜାଇ ରଖନ୍ତୁ । ଘରର ମୁଖ୍ୟଦ୍ୱାରରେ ଡୋର ମେଟ ରଖିବା ଉଚିତ । ଏହା ଏକାଧିକ ବାସ୍ତୁ ସମସ୍ୟାର ସମାଧାନ କରିଥାଏ । ଏହାଦ୍ବାରା ପରିବାରରେ ସମସ୍ତଙ୍କ ମଧ୍ୟରେ ସମ୍ପର୍କ ଦୃଢ଼ ହୋଇଥାଏ । କିନ୍ତୁ ଡୋର ମେଟ ଚିରି ଯାଇଥିଲେ କିମ୍ବା ନଷ୍ଟ ହୋଇଯାଇଥିଲେ ତାହାକୁ ବଦଳାଇ ଦିଅନ୍ତୁ । ଘରର ମୁଖ୍ୟଦ୍ୱାର ପାଖରେ ଥିବା ଡୋର ମେଟ ତଳେ ଅଳ୍ପ ଫିଟିକିରି ରଖିଲେ ତାହା ଭଲ ହୋଇଥାଏ । ଏହାକୁ ରଖିବା ଦ୍ୱାରା ଘରେ ଲକ୍ଷ୍ମୀ ମାତାଙ୍କ ବାସ ହୋଇଥାଏ ।

Leave a Reply

Your email address will not be published. Required fields are marked *