ଘର ସାମ୍ନାରେ କିମ୍ବା ଦୋକାନ ସାମ୍ନାରେ ଟଙ୍ଗାନ୍ତୁ ଲେମ୍ବୁ ଲଙ୍କା । ମିଳିଥାଏ ଏହିସବୁ ଫାଇଦା ।

ସାଧରଣତଃ ଲୋକେ ଘର କିମ୍ବା ଦୋକାନ ସାମ୍ନାରେ ଲେମ୍ବୁ ଲଙ୍କା ଟଙ୍ଗାଇ ଥାଆନ୍ତି । କିନ୍ତୁ ଏହାଦ୍ବାରା ଯେ କେବଳ ନଜର ଦୋଷ ଦୂର ହୁଏ ତାହା ନୁହେଁ । ଲେମ୍ବୁ ଲଙ୍କାକୁ ଟଙ୍ଗାଇଲେ ଅନେକ ସମସ୍ୟା ଦୂର ହୋଇଥାଏ ଏବଂ ଏହାକୁ ଟଙ୍ଗାଇବା ସମୟରେ ଅନେକ ନିୟମ ମଧ୍ୟ ମାନିବାକୁ ପଡ଼ିଥାଏ । କହିରଖିବୁ ଯେ କୁଲକ୍ଷ୍ମୀ ଏବଂ ମାତା ଲକ୍ଷ୍ମୀ ଦୁଇ ଭଉଣୀ ଏବଂ ଦୁହେଁ ପ୍ରତ୍ୟେକ ମଣିଷ ଘରକୁ ନିଜ ଇଚ୍ଛା ଅନୁଯାୟୀ ପ୍ରବେଶ କରିଥାନ୍ତି । କିନ୍ତୁ ଯଦି ଆପଣ ଘରେ ସାମ୍ନାରେ ଲେମ୍ବୁ ଲଙ୍କା ଟଙ୍ଗାଉଛନ୍ତି ତେବେ କୁଲକ୍ଷ୍ମୀ ତାହାକୁ ଖାଇ ପଳାଇ ଯାଆନ୍ତି । କାରଣ ଲେମ୍ବୁ ଲଙ୍କା କୁଲକ୍ଷ୍ମୀଙ୍କର ପ୍ରିୟ ଅଟେ । ଏହାବ୍ୟତୀତ ମନୁଷ୍ୟ ନିଜର ମର୍ଯ୍ୟାଦାରେ ରହିବା ଉଚିତ ।

ନଚେତ ତ୍ରେତୟାରେ ମାତା ସୀତା ମର୍ଯ୍ୟାଦା ପାର କରିବା କାରଣରୁ କଣ ସମସ୍ୟା ସହ୍ୟ କରିବାକୁ ପଡ଼ିଥିଲା ତାହା ନିଶ୍ଚୟ ଜାଣିଥିବେ । ତେଣୁ ଯେଉଁ ଘରେ ଲେମ୍ବୁ ଲଙ୍କା ଟଙ୍ଗା ହୋଇ ନଥାଏ କୁଲକ୍ଷ୍ମୀ ସେହି ଘରକୁ ପ୍ରବେଶ କରି ଯାଆନ୍ତି । କିନ୍ତୁ ଭୁଲରେବି ଘରେ ଫ୍ରିଜରେ ଲେମ୍ବୁ ଲଙ୍କାକୁ ଏକା ସାଥିରେ ରଖନ୍ତୁ ନାହିଁ । ନଚେତ ଘରକୁ ଦାରିଦ୍ର୍ୟତା ଆସିଥାଏ । ଲେମ୍ବୁ ଲଙ୍କା ଘରେ ଟଙ୍ଗାଇବା ଦ୍ୱାରା ଏହା ନଜର ଦୋଷ କିମ୍ବା କୌଣସି ନକରାତ୍ମକତାକୁ ଅବଶୋଷିତ କରିଥାଏ ଏବଂ ତାହାକୁ ଘରକୁ ଆସିବାକୁ ଦିଏନାହିଁ । ଏହାବ୍ୟତୀତ ଏହା କଳା ବିଦ୍ୟାକୁ ମଧ୍ୟ ନଷ୍ଟ କରିଥାଏ । ଗାଡ଼ି ଚଳାଉଥିବା ଲୋକ ମଧ୍ୟ ଗାଡ଼ିରେ ଲେମ୍ବୁ ଲଙ୍କା ବାନ୍ଧିବା ଉଚିତ ।

ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ଶ୍ରୀହନୁମାନଙ୍କ କାନ୍ଧରୁ ଅଳ୍ପ ସିନ୍ଦୁର ଆଣି ଦୁଇଟି ଲେମ୍ବୁ ଏବଂ ପାଞ୍ଚଟି ଲଙ୍କାରେ ଅଳ୍ପ ଅଳ୍ପ ଲଗାଇ ତାହାକୁ ସୂତାରେ ବାନ୍ଧି ଗାଡ଼ିରେ ଝୁଲାଇ ଦିଅନ୍ତୁ । ଏହା ଆଜୀବନ ଆପଣଙ୍କ ଗାଡ଼ିକୁ ସୁରକ୍ଷିତ ରଖିବ । ଏହାବ୍ୟତୀତ ଏହା ଘରେ କୌଣସି ପିଲାକୁ ନଜର ଦୋଷ ଥିଲେ ମଧ୍ୟ ନକରାତ୍ମକତାକୁ ଘରକୁ ପ୍ରବେଶ କରିବାକୁ ଦିଏନାହିଁ । ଏହାବ୍ୟତୀତ ଲେମ୍ବୁ ଲଙ୍କା ଘର ବାହାରେ ଲଗାଇବା ଦ୍ୱାରା କୌଣସିବି ବ୍ୟକ୍ତି ବାହାରୁ ଆସନ୍ତୁ ନା କାହିଁକି ସେମାନେ ଭୟ କରିଥାନ୍ତି ଏବଂ ବାହାରେ ଜୋତା ବାହାର କରି ଆସିଥାନ୍ତି । କାରଣ ସେମାନଙ୍କ ଜୋତାରେ ହିଁ ନକରାତ୍ମକତା ରହିଥାଏ ।

ପୁଣି ବ୍ୟକ୍ତିର ଜୋତାରେ ତାର କୁକର୍ମ ମଧ୍ୟ ରହିଥାଏ ବୋଲି କୁହାଯାଏ । ବାସ୍ତୁ ଶାସ୍ତ୍ରରେ ସେଥିପାଇଁ କୁହାଯାଇଛି ଯେ କାହାରି ଜୋତା ଚପଲ ପିନ୍ଧିବା ଉଚିତ ନୁହେଁ । ଘର ବାହାରେ ଲେମ୍ବୁ ଲଙ୍କା ଲଗାଇଲେ ତାହା ବାସ୍ତୁ ଦୋଷ ଏବଂ ପିତୃ ଦୋଷରୁ ମୁକ୍ତ କରିଥାଏ । ଯେଉଁ ଘରେ କଳହ ବାଦ ବିବାଦ ଥାଏ ତାହା ମଧ୍ୟ ଦୂର ହୋଇଥାଏ । ଘରେ ଆଧ୍ୟାତ୍ମିକତା ପୁଣିଥରେ ଜାଗୃତ ହୋଇଥାଏ । ଘରେ କୌଣସି ବ୍ୟକ୍ତିକୁ ବାରମ୍ବାର ରୋଗ ଲାଗି ରହିଥିଲେ ଘର ବାହାରେ ଲେମ୍ବୁ ଲଙ୍କା ନିଶ୍ଚୟ ଲଗାନ୍ତୁ । ଏହା ଲକ୍ଷଣ ରେଖା ପରି କାମ କରିଥାଏ । ଏହା ଆଧ୍ୟାତ୍ମିକ ଉନ୍ନତି ମଧ୍ୟ କରିଥାଏ । ମାତ୍ର ଏହାକୁ ଅତି କମରେ ୧୫ ରୁ ଏକ ମାସ ମଧ୍ୟରେ ବଦଳାଇ ଦେବା ଉଚିତ ।

Leave a Reply

Your email address will not be published. Required fields are marked *