ଅଗଷ୍ଟ ୫ ଶନିବାର , ଚୁପଚାପ ଲେମ୍ବୁ ପୋତି ଦିଅନ୍ତୁ ଏହି ସ୍ଥାନରେ । ପୁରା ଘର ଭରିଯିବ ଧନ ସମ୍ପତ୍ତିରେ ।

ବାସ୍ତୁ ଶାସ୍ତ୍ରରେ ଲେମ୍ବୁର ଅନେକ ମହତ୍ତ୍ୱ ବିଷୟରେ ବର୍ଣ୍ଣନା କରାଯାଇଛି । ଲେମ୍ବୁକୁ ନେଇ କିଛି ଖାସ ପ୍ରୟୋଗ କରିବା ଦ୍ୱାରା ବାସ୍ତୁ ଦୋଷ ଏବଂ କିଛି ବ୍ୟକ୍ତିଗତ ସମସ୍ୟା ମଧ୍ୟ ଦୂର ହୋଇଥାଏ । ଏପଟେ ଏହା ଭିଟାମିନ ସି ରେ ଭରପୁର ଏବଂ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହା ମନୁଷ୍ୟର ପେଟ ସମ୍ବନ୍ଧୀୟ ସମସ୍ୟା ଏବଂ ଏସିଡିଟିକୁ ଦୂର କରିଥାଏ ।ଅନେକ ବର୍ଷ ପୂର୍ବରୁ ମଧ୍ୟ ଲେମ୍ବୁକୁ ନଜର ଦୋଷ ଦୂର କରିବା ପାଇଁ ମଧ୍ୟ ଲେମ୍ବୁ ବ୍ୟବହାର ହୋଇ ଆସୁଛି । ଆଜିକାର ଲେଖାରେ ଆମେ ଆପଣଙ୍କୁ ଲେମ୍ବୁର ଦଶଟି ମୁଖ୍ୟ ପ୍ରୟୋଗ ବିଷୟରେ କହିବୁ ଯାହାର ପ୍ରୟୋଗ ଦ୍ୱାରା ଜୀବନର ସବୁ ସମସ୍ୟା ଦୂର ହୋଇ ପାରିବ ।

୧ . ଘରେ ଛୋଟ ପିଲା କିମ୍ବା ବଡ଼ ଲୋକଙ୍କୁ ନଜର ଲାଗିଥିଲେ ଗୋଟିଏ ଲେମ୍ବୁ ନେଇ ନଜର ଲାଗିଥିବା ବ୍ୟକ୍ତିର ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଏକ ନୂଆ ଛୁରୀରେ ଚାରି ଭାଗ କରି ବାହାରେ ନେଇ ପୋତି ଦିଅନ୍ତୁ । ଏହାଦ୍ବାରା ନଜର ଦୋଷ ଦୂର ହୋଇଥାଏ ।

୨ . ବ୍ୟବସାୟର କିମ୍ବା କାର୍ଯ୍ୟରେ ଉନ୍ନତିରେ ବାଧାପ୍ରାପ୍ତ ଥିଲେ ଗୋଟିଏ ଲେମ୍ବୁ ନେଇ ଅଭିମନ୍ତ୍ରୀତ କରି ଚାରି ଭାଗ କରିଦିଅନ୍ତୁ ଏବଂ ତାହାକୁ କାର୍ଯ୍ୟ କ୍ଷେତ୍ରରେ ଚାରି ଅଂଶରେ ରଖି ଦିଅନ୍ତୁ ଏବଂ ପରେ ଯାହାକୁ ଉଠାଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ । ବ୍ୟବସାୟ ସମସ୍ୟା ଦୂର ହୋଇଯିବ ।

୩ . ଘରେ ନକରାତ୍ମକତା କାରଣରୁ ସଦସ୍ୟଙ୍କ ମଧ୍ୟରେ କଳହ କ୍ଳେଶ ଏବଂ ବିବାଦ ଦେଖା ଦେଇଥାଏ । ଯେଉଁ କାରଣରୁ ଘରକୁ କେବେ ଉନ୍ନତି ଆସି ନଥାଏ । ତେଣୁ ନକରାତ୍ମକତା ଦୂର କରିବା ପାଇଁ ଘର ପରିସରରେ ଲେମ୍ବୁ ଗଛ ଲଗାଇବା ସହିତ ଶନିବାର ଦିନ ଘରର ଚାରି କୋଣରେ ଚାରୋଟି ଲେମ୍ବୁ ରଖି ବାମରୁ ଡାହଣକୁ ଘର ଚାରିପଟେ ସାତ ଥର ପରିକ୍ରମା କରି , ଆଗାମୀ ଦିନ ସେହି ଚାରୋଟି ଲେମ୍ବୁ ନେଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ ।

୪ . କୌଣସି ସ୍ଥାନକୁ ବାହାରିବା ପୂର୍ବରୁ ପ୍ରଥମେ ଏକ ଲେମ୍ବୁ ଗାଡ଼ି ଚକ ତଳେ ରଖି ଚପାଇ ଦିଅନ୍ତୁ । ଯାହାଦ୍ୱାରା ଲେମ୍ବୁଟି ସମ୍ପୂର୍ଣ୍ଣ ଫାଟି ଯିବ । ଏହାଦ୍ବାରା ଯଦି ଆପଣଙ୍କ ଉପରେ କୌଣସି ସମସ୍ୟା ଆସିବାର ଥିବ ତାହା ସେହି ଲେମ୍ବୁ ସହିତ ଅଦୃଶ୍ୟ ହୋଇଯିବ ।

୫ . ଧନ ସମ୍ପତ୍ତି ପ୍ରାପ୍ତ ହେଉ ନଥିଲେ ୪୧ ଟି ଶନିବାର ପର୍ଯ୍ୟନ୍ତ ଗୋଟିଏ ଲେଖାଏଁ ଲେମ୍ବୁ ନିଜ ଉପର ଦେଇ ବୁଲାଇ ଭିନ୍ନ ଭିନ୍ନ ଅଶ୍ୱତ୍ଥ ଗଛ ମୂଳରେ ପୋତି ଦିଅନ୍ତୁ । ଏହାଦ୍ବାରା ଧନ ସମ୍ପତ୍ତି ସମସ୍ୟା ଦୂର ହୋଇଯିବ ।

୬ . ସନ୍ତାନ ପ୍ରାପ୍ତି ନିମନ୍ତେ ଉତ୍ତରା ଫାଲ୍ଗୁନି ନକ୍ଷତ୍ରରେ ଏକ ଲେମ୍ବୁ ଗଛର ମୂଳ ଆଣି ଦେଶୀ ଗାଈ ଖୀରରେ ମିଶାଇ ପିଇଲେ ସନ୍ତାନ ପ୍ରାପ୍ତି ନିଶ୍ଚୟ ହେବ । କିନ୍ତୁ ବିଶେଷଜ୍ଞଙ୍କ ପରାମର୍ଶ ଦ୍ୱାରା କରନ୍ତୁ ।

୭ . ଘରେ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଲେ ଗୋଟିଏ ଲେମ୍ବୁ ନେଇ ସେହି ବ୍ୟକ୍ତିର ମୁଣ୍ଡ ଗୋଡ଼ ଠାରୁ ମୁଣ୍ଡ ପର୍ଯ୍ୟନ୍ତ ସାତ ଥର ବୁଲାଇ ଏବଂ ଛୁରୀକୁ ୨୧ ଥର ବୁଲାଇ ସେହି ଲେମ୍ବୁକୁ ଚାରି ଭାଗ କରି ଦିଅନ୍ତୁ । ଏହାପରେ କୌଣସି ଉଚ୍ଚ ଛକକୁ ଯାଇ ଚାରି ଦିଗକୁ ଚାରୋଟି ଲେମ୍ବୁ ଫାଳ ଫିଙ୍ଗି ଦିଅନ୍ତୁ ।

୮ . ନଜର ଦୋଷ ଦୂର କରିବା ପାଇଁ ଲେମ୍ବୁ ଏବଂ ଲଙ୍କାକୁ ଏକତ୍ର ଘରର ଦ୍ୱାରରେ କିମ୍ବା କାର୍ଯ୍ୟସ୍ଥଳରେ ବାନ୍ଧି ଝୁଲାଇ ଦେବା ଉଚିତ । ମାନ୍ୟତା ରହିଛି ଯେ ଲେମ୍ବୁର ଖଟା ପଣ ଏବଂ ଲଙ୍କାର ତିକ୍ତ ଗୁଣ ନଜର ଭଳି ନକରାତ୍ମକତାକୁ ଅବଶୋଷିତ କରିଥାଏ ।

୯ . ଘରେ ନକରାତ୍ମକତା କାରଣରୁ ନାନା ପ୍ରକାରର ସମସ୍ୟା ଦେଖା ଦେଇଥାଏ । ଯେଉଁ କାରଣରୁ ସଦସ୍ୟଙ୍କ ମଧ୍ୟରେ କଳହ କ୍ଳେଶ ଏବଂ ବିବାଦ ଦେଖା ଦେଇଥାଏ । ସେହି ଘରେ କେବେବି ଉନ୍ନତି ହୁଏନାହିଁ । ଏପରି କ୍ଷେତ୍ରରେ ନକରାତ୍ମକତା ଦୂର କରିବା ପାଇଁ ଘର ପରିସରରେ ଲେମ୍ବୁ ଗଛ ଲଗାଇବା ସହିତ ଶନିବାର ଦିନ ଘରର ଚାରି କୋଣରେ ଚାରୋଟି ଲେମ୍ବୁ ରଖି ବାମରୁ ଦାହଣକୁ ଘର ଚାରିପଟେ ସାତ ଥର ପରିକ୍ରମା କରି , ଆଗାମୀ ଦିନ ସେହି ଚାରୋଟି ଲେମ୍ବୁ ନେଇ ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ ।

୧୦ . ଚାକିରୀରେ ସଫଳତା ପାଇଁ ମଙ୍ଗଳବାର ଦିନ ଗୋଟିଏ ଲେମ୍ବୁ ଏବଂ ଚାରୋଟି ଲବଙ୍ଗ ନେଇ କୌଣସି ହନୁମାନ ମନ୍ଦିର ଯାଇ ମନ୍ଦିର ମଧ୍ୟକୁ ପଶିବା ପୂର୍ବରୁ ସେହି ଲେମ୍ବୁରେ ଚାରୋଟି ଲବଙ୍ଗ ପୋତି ଶ୍ରୀହନୁମାନଙ୍କ ଚରଣରେ ଅର୍ପିତ କରି ମନରେ ହନୁମାନ ଚାଳିଶା ପାଠ କରନ୍ତୁ । ଏହାଦ୍ବାରା ଚାକିରୀରେ ପଦୋନ୍ନତି ମଧ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *