ଏହି ସାଧାରଣ ଗଛ ହିଁ ଆକର୍ଷିତ କରିଥାଏ ଧନ । ସାଧାରଣ ଭାବି କରନ୍ତୁ ନାହିଁ ଅଣଦେଖା ।

ଅପମାର୍ଗ ଗଛ ଏଭଳି ଏକ ଗଛ ଯାହାକି ପୋଷାକରେ ଲାଖି ହୋଇ ରହିଯାଏ । କିନ୍ତୁ ଏହାର ଅନେକ ତାନ୍ତ୍ରିକ ପ୍ରୟୋଗ ମଧ୍ୟ ରହିଛି । ଏହି ଗଛର ଚେର ଅତ୍ୟନ୍ତ ପ୍ରଭାବୀ ମାତ୍ର ଏହାକୁ ଉପଯୋଗ କରିବା ପୂର୍ବରୁ ଏହାକୁ ପ୍ରଥମେ ନିମନ୍ତ୍ରଣ ଦେଇ ଏହାକୁ ଆଣି ଉପଯୋଗ କରି ପାରିବେ । ଗର୍ଭବତୀ ମହିଳା ପ୍ରସବ ସମୟରେ ହେଉଥିବା ଯନ୍ତ୍ରଣା ସମୟରେ ଏହାର ଚେରକୁ ଆଣି ଅଣ୍ଟାରେ ବାନ୍ଧିଲେ ଅଳ୍ପ ସମୟ ମଧ୍ୟରେ ଯନ୍ତ୍ରଣା କମିଯାଏ । ଏହାର ମଞ୍ଜିକୁ ପୁରୁଣା ଯୁଗର ମୁନି ଋଷି ଖିରି ବନାଇ ଖାଉଥିଲେ ଯାହାଦ୍ୱାରା ଭୋକ ଲାଗିବ ନାହିଁ ଏବଂ ଏହାଦ୍ବାରା ମୋଟାପଣ ମଧ୍ୟ ଦୂର ହୋଇଥାଏ । ପୁଣି ଶାସ୍ତ୍ରରେ ବର୍ଣ୍ଣନା ରହିଛି ଯେ ଏହାର ମଞ୍ଜିରେ ଅମୃତ ରହିଛି ।

ଏହାର ଚେରକୁ ଘଷି ତାସହିତ ପାନ ପତ୍ର ରସ ମିଶାଇ ତିଳକ କଲେ ଏହା ବଶିକରଣ ଆକାରରେ କାମ କରିଥାଏ । ଏହାଦ୍ବାରା ଆପଣ ନିଜ ସ୍ୱାମୀ , ଶାଶୁ , ଶ୍ୱଶୁର କିମ୍ବା ପଡ଼ୋଶୀଙ୍କୁ ନିଜ ସପକ୍ଷରେ ରଖି ପାରିବେ । ବନ୍ଧ୍ୟା ସମସ୍ୟା ଥିବା ମହିଳାଙ୍କୁ ଏହାର ମୂଳକୁ ପେଶୀ କପିଳା ଗାଈର କ୍ଷୀର ସହିତ ମିଶାଇ ମହିଳାଙ୍କୁ ଖାଇବାକୁ ଦେଲେ ବନ୍ଧ୍ୟା ସମସ୍ୟା ଦୂର ହୋଇଥାଏ । ପୁଣି ଇନ୍ଦ୍ରଦେବ ଯେତେବେଳେ ଭଗବାନ ଶ୍ରୀକୃଷ୍ଣ ଧାରଣ କରୁଥିବା ବୈଜୟନ୍ତି ମାଳାର ଅପମାନ କରିଥିଲେ ସେତେବେଳେ ମାତା ଲକ୍ଷ୍ମୀ ଛାଡ଼ି ଯିବାରୁ , ଇନ୍ଦ୍ରଦେବଙ୍କୁ ସମସ୍ୟାର ସାମ୍ନା କରି ଏଣେତେଣେ ବୁଲିବାକୁ ପଡ଼ିଥିଲା । ଯୋଗ ସାଧନାରେ ମଧ୍ୟ ଏହାର ଉପଯୋଗ ଅତ୍ୟନ୍ତ ଲାଭଦାୟକ ଅଟେ ।

ପୁଷ୍ୟ ନକ୍ଷତ୍ରରେ ବୈଜୟନ୍ତିର ମଞ୍ଜିରେ ମାଳା ଧାରଣ କଲେ ଜୀବନରେ କେବେ ଧନର ଅଭାବ ହେବ ନାହିଁ । ସୋମବାର କିମ୍ବା ଶୁକ୍ରବାର ଦିନ ଏହାକୁ ଗଙ୍ଗା ଜଳରେ ପବିତ୍ର କରାଇ ଧାରଣ କରି ପାରିବେ । ଏହି ମାଳା ଦ୍ୱାରା ଭଗବାନ ସୂର୍ଯ୍ୟଦେବଙ୍କ ଆରାଧନା କଲେ ଗ୍ରହ ଦୋଷ , ଶନି ଦୋଷ ଦୂର ହୋଇଥାଏ ଏବଂ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । ଏହାକୁ ଧାରଣ କରିବା ଦ୍ୱାରା ସମସ୍ୟା ଦୂର ହୋଇଥାଏ ଏବଂ ବ୍ୟକ୍ତିର ଜୀବନରେ ମାନ ସମ୍ମାନ ବୃଦ୍ଧି ହୋଇଥାଏ । ସକାଳୁ ବୈଜୟନ୍ତି ମାଳା ସହିତ ଓଁ ନମଃ ଭାଗବତେ ବାସୁଦେବାୟ ଜପ କଲେ ପରିବାର , ସନ୍ତାନ , ଘର ସମସ୍ୟା ଦୂର ହୋଇଥାଏ । ଋଷି ଦୁର୍ବାସାଙ୍କୁ ବୈଜୟନ୍ତି ମାଳା ଧାରଣ କରିଥିବା ଦେଖି ଇନ୍ଦ୍ର ଅପମାନ କରିଥିଲେ ।

ଯେଉଁ କାରଣରୁ ଋଷି ଦୁର୍ବାସା କ୍ରୋଧିତ ହୋଇ ତାଙ୍କୁ ଲକ୍ଷ୍ମୀହୀନ ହେବାର ଅଭିଶାପ ଦେଇଥିଲେ । ପରେ ପଶ୍ଚାତାପ କରି ଏହାର ପ୍ରୟୋଗ କରିବା ପରେ ତାଙ୍କୁ ପୁଣିଥରେ ନିଜର ସବୁକିଛି ପ୍ରାପ୍ତ ହୋଇଥିଲା । ବୈଜୟନ୍ତି ଗଛର ମଞ୍ଜି ଅଭଙ୍ଗୁର ଏବଂ ତାହା କେବେ ନଷ୍ଟ ହୁଏନାହିଁ । ଭଗବାନ ଶ୍ରୀକୃଷ୍ଣ ଏହି ବୈଜୟନ୍ତି ମାଳାକୁ ଦୁଇଟି କାରଣ ପାଇଁ ଧାରଣ କରୁଥିଲେ । ପ୍ରଥମତଃ ସୁଖ ସମ୍ମାନ ପ୍ରାପ୍ତି ଏବଂ ଦ୍ୱିତୀୟ ହେଉଛି ରାଧାଙ୍କ ଉପସ୍ଥିତି ସବୁବେଳେ ନିଜ ପାଖରେ ଅନୁଭବ କରିବାକୁ ଏହି ମାଳାର ଧାରଣ ନିରନ୍ତର କରୁଥିଲେ । ଯେଉଁ ବ୍ୟକ୍ତି ଏହାର ଧାରଣ କରିଥାଏ ସେ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତ ହୋଇଯାଏ । ବୈଜୟନ୍ତି ମାଳା ଅତ୍ୟନ୍ତ ଶୁଭ ଏବଂ ସୌଭାଗ୍ୟଶାଳୀ ଅଟେ । ଏହାକୁ ଯେକୌଣସି ଦିନ ଧାରଣ କଲେ ବି ସୌଭାଗ୍ୟ ପ୍ରାପ୍ତି ହୋଇଥାଏ ।

Leave a Reply

Your email address will not be published. Required fields are marked *