ସାଧରଣତଃ ମନୁଷ୍ୟର ଏହି ଚିନ୍ତାଧାରା ରହିଥାଏ ଯେ ଅନ୍ୟର ମଙ୍ଗଳ କଲେ ନିଜର ମଙ୍ଗଳ ହୋଇଥାଏ । ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିରେ ଏହା କହିଛନ୍ତି ଯେ , କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ ମଙ୍ଗଳ କଲେ ନିଜକୁ ହିଁ କଷ୍ଟ ସହ୍ୟ କରିବାକୁ ପଡ଼ିଥାଏ । ସେହି ତିନି ପ୍ରକାରର ଲୋକଙ୍କ ଠାରୁ ଦୂରେଇ ରହିବା ଦ୍ୱାରା ହିଁ ମଙ୍ଗଳ ହୋଇଥାଏ । ସ୍ତ୍ରୀ ହେଉ କିମ୍ବା ପୁରୁଷ ହେଉ , ମୂର୍ଖ ବ୍ୟକ୍ତିକୁ ଉପଦେଶ ଦେବା ଉଚିତ ନୁହେଁ । କାରଣ ତାକୁ ଉପଦେଶ ଉପଯୁକ୍ତ ଲାଗି ନଥାଏ କାରଣ ସେ ମୂର୍ଖ । ଯଦି କେହି ସ୍ତ୍ରୀ ଦୁଷ୍ଟ ହୋଇଥାଏ ତେବେ ତାକୁ ଭରଣପୋଷଣ କରୁଥିବା ବ୍ୟକ୍ତିକୁ କେବେବି ସୁଖ ପ୍ରାପ୍ତ ହୁଏନାହିଁ ।
ଯଦି ଭଲ ଲୋକ ମାନେ ଏଭଳି ସ୍ତ୍ରୀ ସଂସ୍ପର୍ଶରେ ରହନ୍ତି ତେବେ ସେମାନଙ୍କୁ କଷ୍ଟ ପ୍ରାପ୍ତ ହୋଇଥାଏ । ସେମାନେ ନିଜେ ତ ପାପ କରନ୍ତି ଏହାବ୍ୟତୀତ ଅନ୍ୟକୁ ମଧ୍ୟ ପାପର ଭାଗିଦାର ବନାଇ ଥାନ୍ତି । ଏଭଳି ସ୍ତ୍ରୀ ସହିତ କୌଣସି ପ୍ରକାରର ସମ୍ପର୍କ ରଖିବା ଉଚିତ ନୁହେଁ । ସେମାନେ କେବେବି ସୁଖୀ ରହି ପାରନ୍ତି ନାହିଁ ଏବଂ ପରିବାରରେ ସବୁବେଳେ ବିଳାପ କରନ୍ତି । ଅକାରଣରେ ଦୁଃଖୀ ରହୁଥିବା ଲୋକ ସବୁବେଳେ ହିଁ ଦୁଃଖୀ ରହନ୍ତି । ବୁଦ୍ଧିମାନ ଲୋକ ସବୁବେଳେ ଖୁସିରେ ରହେ । କାରଣ ତାକୁ ଯିଏବି ମିଳିଥାଏ , ସେଥିରେ ସେ ସନ୍ତୁଷ୍ଟ ରହନ୍ତି । ଅନେକ ଲୋକ ଏଭଳି ଅଛନ୍ତି ଯେଉଁମାନେ ଅନ୍ୟର ସୁଖରେ ଦୁଃଖୀ ରହନ୍ତି ।
ଏଭଳି ଈର୍ଷା ଭାବ ରଖୁଥିବା ବ୍ୟକ୍ତି ଜୀବନରେ କେବେ ସୁଖୀ ରହିପାରେ ନାହିଁ । କାରଣ ଈର୍ଷା ଦ୍ୱାରା ମନୁଷ୍ୟର ଉନ୍ନତି ହୋଇପାରେ ନାହିଁ । ଏ ଜଗତରେ ମନୁଷ୍ୟକୁ ଭଗବାନଙ୍କ ଦ୍ଵାରା ପ୍ରାପ୍ତ ହୋଇଛି ସେଥିରେ ସେ ଖୁସିରେ ରହିବା ଉଚିତ । ମାତ୍ର ଯଦି ସେ ଅସନ୍ତୁଷ୍ଟ ରହେ ତେବେ ଦୁଃଖ ହିଁ ପ୍ରାପ୍ତ ହୋଇଥାଏ । ମନୁଷ୍ୟ କିଛି ଜିନିଷକୁ ପାଇବା ପାଇଁ ଅତି କଠିନ ପରିଶ୍ରମ କରିପାରେ । କିନ୍ତୁ ବିନା ପରିଶ୍ରମରେ କିଛି ଆଶା କରିବା ଉଚିତ ନୁହେଁ । ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ବାଣୀରେ ମଧ୍ୟ ଏହିଭଳି ଅନେକ କିଛି ବିଷୟରେ ବର୍ଣ୍ଣନା କରାଯାଇଛି ଯାହାକୁ ମନୁଷ୍ୟକୁ ମାନିବା ଉଚିତ । ଆଚାର୍ଯ୍ୟ ଚାଣକ୍ୟ ନିଜ ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା ବନାଇ ଥିଲେ ।
ସେତେବେଳେ ନନ୍ଦ ବଂଶର ରାଜା ଥିଲେ ଧନାନନ୍ଦ । ଥରେ ରାଜା ଧନାନନ୍ଦ ନିଜ ସଭାରେ ଆଚାର୍ଯ୍ୟ ଚାଣକ୍ୟଙ୍କୁ ଅପମାନ ଦେଇଥିଲେ । ତାହାର ପ୍ରତିଶୋଧ ନେବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ନିଜ ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ରାଜା କରିଥିଲେ । ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ବାଣୀରେ ଏଭଳି ଅନେକ କଥା ସେ ବର୍ଣ୍ଣନା କରିଛନ୍ତି ଯାହାକୁ ଯଦି ଜଣେ ବ୍ୟକ୍ତି ନିଜ ଜୀବନରେ ମାନି ଚାଲେ ତେବେ ଜୀବନରେ ସବୁ କ୍ଷେତ୍ରରେ ସଫଳତା ମିଳିଥାଏ ।