କୋଟିପତି ହେବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି ପାଞ୍ଚଟି ସଙ୍କେତ । ଆପଣଙ୍କୁ ବି ଏଭଳି ସଙ୍କେତ ମିଳୁଛି କି ??

ମନୁଷ୍ୟ ଜୀବନରେ ସମୟ ସବୁଠାରୁ ଅଧିକ ବଳବାନ ଅଟେ । କାରଣ ସମୟ ଅନୁଯାୟୀ ହିଁ ମଣିଷ ଜୀବନକୁ କେତେବେଳେ ସୁଖ ଆସିଥାଏ ତ କେତେବେଳେ ଦୁଃଖ ଆସିଥାଏ । ସମୟ ଏତେ ବଳବାନ ଯେ ତାହା ମଣିଷକୁ କେତେବେଳେ ଧନୀରୁ ଭିକାରୀ ବନାଇ ଦିଏ ତ ଭିକାରୀରୁ ହଠାତ କୋଟିପତି ମଧ୍ୟ ବନାଇ ପାରେ ।

ତେବେ ମନୁଷ୍ୟର ଭଲ ସମୟ କିମ୍ବା ଖରାପ ସମୟ ଆସିବା ପୂର୍ବରୁ ମଧ୍ୟ କିଛି ସଙ୍କେତ ଆସିଥାଏ । ନାରଦ ମୁନି ମଧ୍ୟ ଏହି ସମ୍ପର୍କରେ ଭଗବାନ ବିଷ୍ଣୁଙ୍କୁ ପଚାରିବାରୁ ଭଗବାନ ବିଷ୍ଣୁ କହିଥିଲେ ଯେ ମନୁଷ୍ୟର ଭଲ କିମ୍ବା ଖରାପ ସମୟ ଆସିବା ପୂର୍ବରୁ ଭଗବାନ ପ୍ରକୃତି , ପଶୁ ପକ୍ଷୀ କିମ୍ବା ଅନ୍ୟ ମନୁଷ୍ୟ ଦ୍ୱାରା କିଛି ସଙ୍କେତ ପଠାଇଥାନ୍ତି ।

୧ . ଯଦି ବ୍ରହ୍ମ ମୁହୂର୍ତ୍ତରେ ଆପଣଙ୍କ ଆଖି ଖୋଲୁଛି କିମ୍ବା ଆପଣଙ୍କୁ କେହି ଏପରି ଦିଗରେ ନେଇଯିବାରେ ପ୍ରତୀତ ହେଉଛ ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କର ଭଲ ସମୟ ଆସୁଛି । ଏହାର ଅର୍ଥ ଆପଣଙ୍କୁ ଆପଣଙ୍କ ସଫଳତା ଦିଗରେ ଭଗବାନ ମଧ୍ୟ ସହାୟତା କରିବେ ।

୨ . କେବେ କେବେ ମନୁଷ୍ୟ ବିନା କାରଣରେ ପ୍ରସନ୍ନ ରହିଥାଏ ଏବଂ ନିଜ ଖୁସିର କାରଣ ତା ନିଜକୁ ହିଁ ଜଣା ନଥାଏ । ଯେଉଁ ବିଷୟରେ ମନୁଷ୍ୟ ସ୍ୱପ୍ନରେ ସୁଦ୍ଧା ଚିନ୍ତା କରି ନଥାଏ ତାକୁ ସେହି ସମ୍ବନ୍ଧରେ ଖୁସି ଖବର ମିଳିଯାଏ । ତେଣୁ ମନ ପ୍ରସନ୍ନ ରହିବା ସବୁଠାରୁ ବଡ଼ ଶୁଭ ସଙ୍କେତ ଅଟେ ।

୩ . ଯଦି ବାରମ୍ବାର ଗାଈ ଆପଣଙ୍କ ଘରକୁ ଆସି କିଛି ଖାଇବାକୁ ମାଗୁଛି , ମାଙ୍କଡ଼ ହଠାତ ଆସି ଘରୁ କିଛି ଜିନିଷ ଉଠାଇ ନେଇ ଯାଉଛି , ବିଲେଇ ଛୁଆ ଜନ୍ମ ଦେଉଛି କିମ୍ବା ଘରେ ପକ୍ଷୀ ଆସି ବସା ତିଆରି କରୁଛି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି ।

୪ . ଛୋଟ ପିଲାଙ୍କ ମଧ୍ୟରେ ସ୍ୱୟଂ ଭଗବାନ ପ୍ରତ୍ୟକ୍ଷ ଭାବରେ ବିରାଜମାନ ରହିଥାନ୍ତି । ଯଦି ଆପଣଙ୍କୁ କେହି ଛୋଟ ପିଲା ଏଭଳି ଦେଖି ହସୁଛି , କିମ୍ବା ଆପଣଙ୍କ ଅଗଣାରେ ଖେଳୁଛି କିମ୍ବା ଘରକୁ ଆସୁଛି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କର ଭଲ ସମୟ ଆସିବାକୁ ଯାଉଛି ।

୫ . ଯଦି ଆପଣଙ୍କୁ ଏଭଳି ପ୍ରତୀତ ହେଉଛି ଯେ ଭଗବାନ ଆପଣଙ୍କୁ ଦେଖି ହସୁଛନ୍ତି , କିମ୍ବା ଆପଣଙ୍କ ବାମ ଆଖି ଡେଉଁଛି , ଘରକୁ ହଠାତ ଅତିଥି ଆସିବା , ସୁନା ଚାନ୍ଦିର ଆଗମନ ହେବା ପୁରୁଷଙ୍କର ଡାହାଣ ଆଖି ଡେଇଁବା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଆଗାମୀ ଶୁଭ ସଙ୍କେତ ବିଷୟରେ ଜ୍ଞାତ କରାଇ ଥାଏ ।

୬ . ଘରୁ ବାହାରିବା ସମୟରେ ହଠାତ କୌଣସି ସାଧୁ ସନ୍ଥ କିମ୍ୱା ପୂଜାରୀଙ୍କର ଆଶୀର୍ବାଦ ପ୍ରାପ୍ତ ହେଲେ ବୁଝି ଯାଆନ୍ତୁ ଯେ ଆପଣ ଯେଉଁ କାମରେ ବାହାରକୁ ଯାଉଛନ୍ତି ସେହି କାମରେ ଆପଣ ନିଶ୍ଚୟ ସଫଳ ହେବେ ।

Leave a Reply

Your email address will not be published. Required fields are marked *