ଶ୍ରାବଣ ମାସ ବୁଧବାର ଦିନ କରି ଦିଅନ୍ତୁ ଏହି ଗୋଟିଏ କାମ । ହୋଇଯିବେ କୋଟିପତି ।

ଭଗବାନ ଶ୍ରୀଗଣେଶଙ୍କୁ ଆଦି ଦେବତା କୁହାଯାଏ ଏବଂ ସବୁ ଶୁଭ ଅନୁଷ୍ଠାନ ପୂର୍ବରୁ ଶ୍ରୀଗଣେଶଙ୍କ ପୂଜା କରାଯାଏ । କାରଣ ପୂଜା ସମୟରେ କୌଣସି ବିଘ୍ନ ହେବାକୁ ଥିଲେ ତାହାକୁ ଶ୍ରୀଗଣେଶ ଦୂର କରି ଦିଅନ୍ତି । କିନ୍ତୁ ଶ୍ରୀଗଣେଶଙ୍କ ବାର ହେଉଛି ବୁଧବାର ଏବଂ ଏହି ଦିନ ଗଣେଶ ଗାୟତ୍ରୀ ମନ୍ତ୍ର ଜପ କରିବାର ଅନେକ ଲାଭ ରହିଛି । ବୁଧବାର ଦିନ ଏହି ଗଣେଶ ଗାୟତ୍ରୀ ମନ୍ତ୍ରକୁ ୧୦୮ ଥର ଜପ କଲେ ଜୀବନରେ କୌଣସି ସମସ୍ୟା ଆସିବ ନାହିଁ । ନିଜର କୌଣସି ମନସ୍କାମନା ଥିଲେ ବୁଧବାର ଦିନ ଶ୍ରୀଗଣେଶଙ୍କ ପୂଜା କରି ୧୦୮ ଥର ଗାୟତ୍ରୀ ମନ୍ତ୍ର ଜପ କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ । ସକାଳୁ ସୂର୍ଯ୍ୟ ଦେବଙ୍କୁ ତର୍ପଣ ଦେବା ପରେ ପୂଜଘରେ ସର୍ବପ୍ରଥମେ ଶ୍ରୀଗଣେଶଙ୍କ ପୂଜା କରନ୍ତୁ ।

ଏହାପରେ ଅନ୍ୟ ଦେବଦେବୀଙ୍କ ପୂଜା ଅର୍ଚ୍ଚନା କରନ୍ତୁ । ସକାଳୁ ଉଠି ସର୍ବପ୍ରଥମେ ଭଗବାନ ଶ୍ରୀଗଣେଶଙ୍କୁ ସ୍ମରଣ କଲେ ପୁରା ଦିନ ଭଲ ଯାଇଥାଏ ଏବଂ ସମସ୍ତ ବିଘ୍ନ ବାଧା ଦୂର ହୋଇଯାଏ । ବୁଧବାର ଦିନଟି ବିଶେଷ ଭାବରେ ଶ୍ରୀଗଣେଶଙ୍କୁ ସମର୍ପିତ ଅଟେ । ତେଣୁ ଯଦି ଆପଣ ପ୍ରତ୍ୟେକ ବୁଧବାର ବିଧି ବିଧାନର ସହିତ ଶ୍ରୀଗଣେଶଙ୍କ ପୂଜା କରନ୍ତି ତେବେ ଆପଣଙ୍କର କୌଣସିବି ମନସ୍କାମନା ପୂରଣ ହୋଇଯିବ । ସକାଳୁ ଉଠିବା ପରେ ସର୍ବପ୍ରଥମେ ଭଗବାନ ଗଣେଶଙ୍କୁ ଆରାଧନା କରି ନିଜର ମନସ୍କାମନା କହି ଦିଅନ୍ତୁ । ଏହାପରେ ସ୍ନାନ କରି ସ୍ୱଚ୍ଛ ବସ୍ତ୍ର ଧାରଣ କରି କୌଣସି ଗଣେଶ ମନ୍ଦିର କିମ୍ବା ଘରେ ବିଗ୍ରହ ସ୍ଥାପିତ ହୋଇଥିଲେ ପୂଜା କରି ପାରିବେ । କାରଣ ବିଗ୍ରହକୁ ଅଭିଷେକ କରାଇ ପୂଜା କଲେ ତାହାର ଅଧିକ ମହତ୍ତ୍ୱ ରହିଥାଏ ।

ଭଗବାନ ଗଣେଶଙ୍କ ବିଗ୍ରହକୁ ଗଙ୍ଗା ଜଳ , କ୍ଷୀର କିମ୍ବା ପଞ୍ଚାମୃତରେ ଅଭିଷେକ କରାଇ ହଳଦିଆ ବସ୍ତ୍ର ଅର୍ପିତ କରନ୍ତୁ । ଏହାପରେ ଅତର ଏବଂ ଶ୍ରୀଗଣେଶଙ୍କ ପୂଜାରେ ଲାଗୁଥିବା ସମସ୍ତ ଜିନିଷ ଅର୍ପିତ କରନ୍ତୁ । ଶୁଦ୍ଧ ଘିଅ ଦୀପ , ହଳଦିଆ ଫୁଲ ମାଳା ଇତ୍ୟାଦି କାରଣ ଏହିସବୁ ଜିନିଷ ଆପଣଙ୍କର ଭିନ୍ନ ଭିନ୍ନ ମନସ୍କାମନା ଅର୍ଥରେ ଅର୍ପିତ ହୋଇଥାଏ । ଗଣେଶଙ୍କର ଦୁବ ଘାସ ଅତ୍ୟନ୍ତ ପ୍ରିୟ ଅଟେ ତେଣୁ ନିଜ ସାମ୍ୟର୍ଥ ଅନୁଯାୟୀ ହିଁ ଅର୍ପିତ କରନ୍ତୁ । ଏହାପରେ ହଳଦୀ ସିନ୍ଦୁର ଏବଂ ଅକ୍ଷତର ତିଳକ ଲଗାନ୍ତୁ । ଅକ୍ଷତ ଲଗାଇବା ଦ୍ୱାରା ଜୀବନରେ ସବୁ ପ୍ରକାରର ସମସ୍ୟା ଦୂର ହୋଇଥାଏ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ ।

ଏହାବ୍ୟତୀତ ଶ୍ରୀଗଣେଶଙ୍କ ପ୍ରିୟ ମୋଦକ , ଗୋଟା ମୁଗ ଏବଂ ଧଣିଆ ଚୁରମା ବନାଇ ଅର୍ପିତ କରନ୍ତୁ । ଏହାଦ୍ବାରା ଭଗବାନ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଆପଣ ଚାହିଁଲେ ମୁଗ ହାଲୁଆ ମଧ୍ୟ ଅର୍ପିତ କରି ପାରିବେ । ଏହା ସହିତ ବିଧି ବିଧାନର ସହିତ ଶ୍ରୀଗଣେଶଙ୍କ ପୂଜା କରନ୍ତୁ । ଶ୍ରୀଗଣେଶଙ୍କୁ ପୂଜା କରିବା ସମୟରେ ଏକ ବିଶେଷ ମନ୍ତ୍ର ଜପ କରି ପାରିବେ । ମନ୍ତ୍ର ଏହି ପ୍ରକାରେ ” ଓଁ ନମଃ ଭଗବତେ ଗଜାନନାୟ ” ଅତିକମରେ ୧୦୮ ଥର ଜପ କରନ୍ତୁ । ଲଗାତାର ୭ଟି ବୁଧବାର କଲେ ଆପଣଙ୍କ ଜୀବନରେ କୌଣସି ପ୍ରକାରର ସମସ୍ୟା ଦୂର ହୋଇଯିବ । ଏହାଦ୍ବାରା ସିଦ୍ଧି ମଧ୍ୟ ପ୍ରାପ୍ତ ହୋଇଥାଏ । ବୁଧବାର ଦିନ ଶ୍ରୀଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ ଗଣେଶ ଅଥର୍ବ ଶୀର୍ଷ , ଗଣେଶ ମନ୍ତ୍ର କିମ୍ବା ସଙ୍କଟ ନାଶକ ଗଣେଶ ସ୍ତୋତ୍ରର ମଧ୍ୟ ପାଠ କରି ପାରିବେ ।

Leave a Reply

Your email address will not be published. Required fields are marked *