ଘର ସାମ୍ନାରେ ଏହି ଦୁଇଟି ଗଛ ଲଗାଇବା ଦ୍ୱାରା ଦୂର ହୋଇଥାଏ ଦାରିଦ୍ର୍ୟତା । ଲଗାଇ ଦିଅନ୍ତୁ ଅତିକମରେ କୌଣସି ଗୋଟିଏ ଗଛ ।

ଭଗବାନ ଶ୍ରୀକୃଷ୍ଣ ସମୟ ସମୟରେ ଧର୍ମରାଜ ଯୁଧିଷ୍ଠିରଙ୍କୁ ବାସ୍ତୁ ଶାସ୍ତ୍ରର ଜ୍ଞାନ ଦେଉଥିଲେ । ଯାହାକି ମାନବ ଜଗତ ପାଇଁ ଅତ୍ୟନ୍ତ କଲ୍ୟାଣକାରୀ ହୋଇଥାଏ । ସେହି ଅନୁଯାୟୀ ଯେଉଁ ଘର ସାମ୍ନାରେ ଏପରି କିଛି ଗଛ ଥାଏ ସେହି ଘରର ସଦସ୍ୟଙ୍କୁ ଦୁଃଖ ଏବଂ ନିରାଶାର ସାମ୍ନା କରିବାକୁ ପଡ଼ିଥାଏ । ସାଧରଣତଃ ଘର ସାମ୍ନାରେ କିମ୍ବା ଆଖପାଖରେ ଗଛ ରହିଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସକାରାତ୍ମକ ଶକ୍ତି ସଞ୍ଚାର କରିବାରେ ସାହାଯ୍ୟ କରିଥାଏ । ଏମିତିକି ସେହି ବୃକ୍ଷକୁ ଭଗବାନଙ୍କ ସଦୃଶ୍ୟ ମାନା ଯାଇଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ କହିବୁ ଯେ ଘର ସାମ୍ନାରେ କେଉଁ ଗଛ ରଖିବା ଉଚିତ ନୁହେଁ ଏବଂ କେଉଁ ଘର ରଖିବା ଉଚିତ ।

କିଛି ଗଛ ଏପରି ରହିଛି ଯାହାକୁ ଘର ସାମ୍ନାରେ ଲଗାଇଲେ ବ୍ୟକ୍ତି ଦୁଃଖ କଷ୍ଟ ଦାରିଦ୍ର୍ୟତାର ସାମ୍ନା କରିବା ସହିତ ମାନ ସମ୍ମାନରେ ମଧ୍ୟ ହାନୀ ଘଟିଥାଏ ।

୧ . ଅଶ୍ୱତ୍ଥ ବୃକ୍ଷ:-

ମନୁଷ୍ୟ କୌଣସି ଜଳାଶୟ ନିକଟରେ ଅଶ୍ୱତ୍ଥ ଗଛ ଲଗାଇଲେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । କାରଣ ସେହି ଅଶ୍ୱତ୍ଥ ଗଛରୁ ପତ୍ର ଜଳାଶୟରେ ପଡ଼ିଲେ ତାହା ପିତୃଙ୍କୁ ଶ୍ରାଦ୍ଧ ସଦୃଶ୍ୟ ହୋଇଥାଏ ଏବଂ ପିତୃ ମଧ୍ୟ ତୃପ୍ତ ହୋଇଥାନ୍ତି । ଏହାଦ୍ବାରା ପିତୃ ଦୋଷ ଦୂର ହୋଇଥାଏ ଏବଂ ଯେଉଁ ବ୍ୟକ୍ତି ଅଶ୍ୱତ୍ଥ ଗଛକୁ ପ୍ରତ୍ୟେକ ଦିନ ସ୍ପର୍ଶ କରିଥାଏ ସେହି ବ୍ୟକ୍ତିର ପାପ ନଷ୍ଟ ହୋଇଯାଏ । କାରଣ ଅଶ୍ୱତ୍ଥ ବୃକ୍ଷରେ ତ୍ରିଦେବ ବାସ କରନ୍ତି । ଯେଉଁ ବ୍ୟକ୍ତି ଅଶ୍ୱତ୍ଥ ବୃକ୍ଷକୁ କାଟି ଥାଏ ସେ ନର୍କକୁ ଯାଇଥାଏ ।

୨ . ଅଁଳା ଗଛ:-

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ସ୍ତ୍ରୀ ପୁରୁଷ ଅଁଳା ଗଛ ଲଗାନ୍ତି ସେମାନେ ଜନ୍ମ ମୃତ୍ୟୁର ବନ୍ଧନକୁ ମୁକ୍ତ ହୋଇ ଯାଆନ୍ତି । ଅଁଳା ଖାଇବା ଦ୍ୱାରା ଆୟୁଷ ବଢ଼ିଥାଏ ଏବଂ ତାର ରସ ପିଇବା ଦ୍ୱାରା ରୋଗ ଦୂର ହୋଇଥାଏ । ଅଁଳା ଜଳରେ ସ୍ନାନ କରିବା ଦ୍ୱାରା ଦାରିଦ୍ର୍ୟତା ଦୂର ହୋଇଥାଏ । ଯେଉଁ ଘର ସାମ୍ନାରେ ଅଁଳା ଗଛ ଥାଏ ସେଠାରେ ସାକ୍ଷାତ ଲକ୍ଷ୍ମୀ ନାରାୟଣ ବାସ କରନ୍ତି । ନିଜ କେଶରେ ଅଁଳା ଲଗାଉଥିବା ବ୍ୟକ୍ତି ପୁଣିଥରେ ମୃତ୍ୟୁଲୋକରେ ଜନ୍ମ ନେଇ ନଥାଏ ।

୩ . ଅଶୋକ ବୃକ୍ଷ:-

ଶାସ୍ତ୍ର ଅନୁଯାୟୀ ଅଶୋକ ଗଛରେ ଅପ୍ସରାଙ୍କ ବାସ ହୋଇଥାଏ । ଏହି ଗଛ ଲଗାଇବା ଦ୍ୱାରା ରୋଗ ଦୁଃଖ ଶୋକ ଦୂର ହୋଇଥାଏ । ଘରେ ସୁଖ ଶାନ୍ତି ଏବଂ ଶୀତଳତା ବଜାୟ ରହିଥାଏ । ମାତା ସୀତାଙ୍କୁ ରାବଣ ଅପହରଣ କରି ନେଇଯିବା ପରେ ମାତା ସୀତା ଅଶୋକ ବାଟିକାରେ ଥିଲେ ଏବଂ ସେହି ସମୟରେ ଅଶୋକ ବାଟିକା ମାତା ସୀତାଙ୍କର ଅନେକ ସେବା କରିଥିଲା । ତେଣୁ ମାତା ସୀତାଙ୍କ ବରଦାନ ଅନୁଯାୟୀ ସେହିଠାରୁ ଅଶୋକ ବୃକ୍ଷ ଯେଉଁ ସ୍ଥାନରେ ରହିବ ସେଠାରେ ମାତା ସୀତାଙ୍କ ବାସ ହେବ ।

୪ . ନିମ ବୃକ୍ଷ:-

ନିମ ଗଛ ଲଗାଇଲେ ସୂର୍ଯ୍ୟଦେବ ପ୍ରସନ୍ନ ହୁଅନ୍ତି । ଏହାକୁ ଘର ପାଖରେ ଲଗାଇଲେ ନାନା ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ । ଘର ପାଖରେ ନିମ ଗଛ ଲଗାଇଲେ ଧନ ସମ୍ପତ୍ତି ପାପ୍ତ ହୋଇଥାଏ । ନିମ ଗଛରେ ଦେବୀ ଦୁର୍ଗାଙ୍କ ବାସ ହୋଇଥାଏ ବୋଲି କୁହାଯାଏ ।

୫ . ଜାମୁ ଗଛ:-

କନ୍ୟା ସନ୍ତାନ ପ୍ରାପ୍ତି ନିମନ୍ତେ ଆଶା ଥିଲେ ଜାମୁ ଗଛ ରୋପଣ କରିବା ଉଚିତ । ଯାହାକି ପଦ୍ମ ପୁରାଣରେ ବର୍ଣ୍ଣନା କରାଯାଇଛି । ଯାହାକି କୁଳର ଗର୍ବ ବଢ଼ାଇଥାଏ ।

୬ . ବେଲ ବୃକ୍ଷ:-

ଯେଉଁ ଘର ପାଖରେ ବେଲ ବୃକ୍ଷ ପାଖରେ ଗୋଲାପ ଫୁଲ ଗଛ ଲଗାଯାଇଥାଏ ସେହି ଘରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ବାସ ହୋଇଥାଏ ଏବଂ ସେହି ଘରକୁ କେବେ ଦାରିଦ୍ର୍ୟତା ଆସେନାହିଁ ।

୭ . ନଡ଼ିଆ ଗଛ:-

ଘର ସାମ୍ନାରେ ନଡ଼ିଆ ଗଛ ରହିଲେ ଅତ୍ୟନ୍ତ ଶୁଭ ହୋଇଥାଏ ଏବଂ ସେହି ଘରର ମାନ ସମ୍ମାନ ବଢ଼ିଥାଏ ।

୮ . କଦଳୀ ଗଛ:-

କଲଦୀ ଗଛରେ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ । ତେଣୁ ଘରେ କଦଳୀ ଗଛ ରହିଲେ ଧନ ସମ୍ପତ୍ତି ଏବଂ ସୁଖ ସମୃଦ୍ଧିର ଅଭାବ ହୁଏନାହିଁ ।

Leave a Reply

Your email address will not be published. Required fields are marked *