ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମନୁଷ୍ୟକୁ ମୃତ୍ୟୁର ଏକ ଘଣ୍ଟା ପୂର୍ବରୁ ମିଳିଥାଏ ଏହି ସଙ୍କେତ । ନିଶ୍ଚିତ ଜାଣି ରଖନ୍ତୁ ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଏହି ଭୌତିକ ବ୍ରହ୍ମାଣ୍ଡ ଅସ୍ତିତ୍ୱହୀନ ଅଟେ । ତେଣୁ ମୃତ୍ୟୁ ପୂର୍ବରୁ ଯଦି ମନୁଷ୍ୟ କେବଳ ଭଗବାନ ଶ୍ରୀକୃଷ୍ଣଙ୍କୁ ସ୍ମରଣ କରିଥାଏ ତେବେ ତାକୁ ମୁକ୍ତି ପ୍ରାପ୍ତ ହୋଇଥାଏ । ତେବେ ମୃତ୍ୟୁର ଅର୍ଥ ହେଉଛି କେବଳ ମନୁଷ୍ୟ ଧାରଣ କରିଥିବା ଭୌତିକ ଶରୀରର ନଷ୍ଟ । କିନ୍ତୁ ଆତ୍ମା ଅମର ଅଟେ ଏବଂ ତାହା ସ୍ବୟଂ ଏକ ଶକ୍ତି ଅଟେ । ତେଣୁ ମନୁଷ୍ୟକୁ ଏହା ଜାଣି ରଖିବା ଉଚିତ ଯେ ଆତ୍ମା ଅନେକ ଥର ଜନ୍ମ ନେଇ ସାରିଛି ଏବଂ ଆଗକୁ ମଧ୍ୟ ଅନେକ ଥର ଜନ୍ମ ନେବ । ତେଣୁ ମୃତ୍ୟୁକୁ ମନୁଷ୍ୟ ଭୟ କରିବା ଉଚିତ ନୁହେଁ । ଜନ୍ମ ସମୟରେ ବ୍ରହ୍ମା ପ୍ରତ୍ୟେକ ମନୁଷ୍ୟର ଭାଗ୍ୟ ଲେଖନ୍ତି ଏବଂ ସେହି ସମୟରେ ମୃତ୍ୟୁର ସମୟ ମଧ୍ୟ ଲେଖନ୍ତି ।

ଆଉ ତାଠାରୁ ଅଧିକ ସମୟ କୌଣସି ପ୍ରାଣୀ ଜୀବିତ ରହିପାରେ ନାହିଁ । ପ୍ରାଚୀନ ଗରୁଡ଼ ପୁରାଣରେ ଜନ୍ମ ଏବଂ ମୃତ୍ୟୁ ସମ୍ବନ୍ଧରେ ଅନେକ ତଥ୍ୟ ବର୍ଣ୍ଣନା କରାଯାଇଛି । ତେଣୁ ଆଜି ଆମେ ଆପଣଙ୍କୁ ମୃତ୍ୟୁ ପୂର୍ବରୁ ମିଳୁଥିବା ସଂକେତ ବିଷୟରେ କହିବୁ । ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମନୁଷ୍ୟକୁ ନିଜର ମୃତ୍ୟୁ ପୂର୍ବରୁ ହିଁ ସେହି ବିଷୟରେ ଜ୍ଞାତ ହୋଇଯାଏ । ଗରୁଡ଼ ପୁରାଣ ଅନୁଯାୟୀ ଯେତେବେଳେ ମନୁଷ୍ୟର ମୃତ୍ୟୁ ନିକଟ ହୁଏ ସେତେବେଳେ ତାର ଛାୟା ତାର ସାଥ ଛାଡ଼ି ଦିଏ । ସେତେବେଳେ ପାଣି କିମ୍ବା ତେଲରେ ଛାଇ ଦେଖାଯାଏ ନାହିଁ ଏବଂ ସବୁ ଇନ୍ଦ୍ରିୟ ଦୁର୍ବଳ ହେବା ସହିତ ଆଖପାଖରେ କେହିବି ନଜର ଆସି ନଥାଏ ।

ସେତେବେଳେ କେବଳ ପିତୃ ହିଁ ଦୃଶ୍ୟମାନ ହୁଅନ୍ତି । ଏହାବ୍ୟତୀତ ମୃତ୍ୟୁ ପୂର୍ବରୁ ମନୁଷ୍ୟର ଶରୀରରୁ ଏକ ପ୍ରକାରର ଗନ୍ଧ ଆସିଥାଏ ଯାହାକି ମୃତ୍ୟର ଗନ୍ଧ ହୋଇଥାଏ । ମନୁଷ୍ୟର ମୃତ୍ୟୁ ନିକଟ ହେଲେ ସୂର୍ଯ୍ୟ ଚନ୍ଦ୍ରମା ନଜର ଆସିବା ବନ୍ଦ ହୋଇଯାଏ ଏବଂ ଚନ୍ଦ୍ରମାର ବିଘଟନ ନଜର ଆସିଥାଏ । ଏହାବ୍ୟତୀତ ସେ ଧ୍ୟାନ ଯୋଗ ଅବସ୍ଥାରେ ପହଞ୍ଚି ନିଜ ଦ୍ୱାରା ହୋଇଥିବା ଖରାପ ଏବଂ ଭଲ କର୍ମ ବିଷୟରେ ସନ୍ତୁଳନ ବନାଇବାରେ ଲାଗିଥାଏ । କିନ୍ତୁ ତାକୁ ଏହା ଜଣା ନଥାଏ ଯେ ଏସବୁ କେଉଁ କାରଣରୁ ହେଉଛି । ଆଉ କିଛି ସମୟ ପରେ ସ୍ୱତନ୍ତ୍ର ଅବସ୍ଥାକୁ ଆସି ମନୁଷ୍ୟ ସବୁକିଛି ଭୁଲିଯାଏ । ଯଦି କୌଣସି ବ୍ୟକ୍ତିକୁ ସ୍ୱପ୍ନରେ ଏକ ଦିବ୍ୟ କବାଟ ନିଆଁରେ କିମ୍ବା ଦିବ୍ୟ ଆଲୋକରେ ନଜର ଆସେ ତେବେ ସେହି ବ୍ୟକ୍ତିର ମୃତ୍ୟୁ ଗୋଟିଏ ଦିନ ମଧ୍ୟରେ ହୋଇଯାଏ ।

ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଯେଉଁ ବ୍ୟକ୍ତିର ମୃତ୍ୟୁର ଶେଷ ପ୍ରହର ଆସିଯାଏ ସେତେବେଳେ ତାକୁ ଯମରାଜଙ୍କ ଦୂତ ପାଖକୁ ଆସିବାର ଆଭାସ ହୋଇଯାଏ । କିନ୍ତୁ ମୃତ୍ୟୁର ମାତ୍ର ୨୧ ମିନିଟ ପୂର୍ବରୁ ହିଁ ସାମ୍ନାରେ ଯମଦୂତ ପ୍ରତ୍ୟକ୍ଷ ନଜର ଆସିଥାଏ । ଯାହାକୁ ଦେଖି ସେ ହଠାତ ନିଜର ମାନସିକ ସନ୍ତୁଳନ ହରାଇ ବସେ । ସେ କାନ୍ଦିବାରେ ଲାଗିଥାଏ ଏବଂ ଭୟଭୀତ ହୋଇଯାଏ । କିନ୍ତୁ ତାର ପରିବାର ଲୋକ କିଛି ବୁଝି ପାରନ୍ତି ନାହିଁ । ଏହାର କିଛି ସମୟ ପରେ ହିଁ ତାର ମୃତ୍ୟୁ ହୋଇଯାଏ । ଯଦି କେହି ବ୍ୟକ୍ତିକୁ ସ୍ୱପ୍ନରେ ନିଜର ପୂର୍ବ ପୁରୁଷ ଦୁଃଖରେ କିମ୍ବା କାନ୍ଦୁ ଥିବାର ନଜର ଆସେ ତେବେ ସେ ଜାଣିଯିବା ଉଚିତ ଯେ ଖୁବଶୀଘ୍ର ତାର ମୃତ୍ୟୁ ହେବାକୁ ଯାଉଛି । ଗରୁଡ଼ ପୁରାଣ ଅନୁଯାୟୀ ଯଦି ପେଚା ଘରକୁ ଆସି ବାରମ୍ବାର ରାବିଥାଏ ତେବେ ଏହା ମଧ୍ୟ ମୃତ୍ୟୁର ସଙ୍କେତ ହୋଇଥାଏ।

Leave a Reply

Your email address will not be published. Required fields are marked *