ବନ୍ଧୁଗଣ ଆମେ ଘରେ ପୋଛା ଲଗେଇବା ବେଳେ ଏମିତି କିଛି ଭୁଲ କରିଦେଇଥାଏ ଯେଉଁପାଇଁ ଆମ ଘରକୁ ଦରିଦ୍ରତା ଅସିଥାଏ | ଯେଉଁକାରଣରୁ ଘରକୁ ଧନ ଆସିବା ଜାଗାରେ ଧନ ଆସିବ ବନ୍ଧ ହୋଇଯାଇଥାଏ | ବନ୍ଧୁଗଣ ଅନେକ ଲୋକଙ୍କର ଏହି ଧାରଣା ଥାଏ ଯେ ବାସ୍ତୁ ଶାସ୍ତ୍ରରେ କେବଳ ବାସ୍ତୁ ଏବଂ ଘରର ସ୍ଥିତି ବିଷୟରେ ହିଁ ବର୍ଣ୍ଣନା କରାଯାଇଥାଏ ବୋଲି | କିନ୍ତୁ ବନ୍ଧୁଗଣ ଏହା ସମ୍ପୂର୍ଣ୍ଣ ଭୁଲ କାରଣ ବାସ୍ତୁ ଶାସ୍ତ୍ରରେ ଘରର ପ୍ରତ୍ୟେକ ଜିନିଷ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଥାଏ |
କୁହାଯାଏ ଯେ ଯେଉଁଘରେ ବାସ୍ତୁ ଦୋଷ ଥାଏ ସେହିଘରେ ସମସ୍ୟା ସବୁବେଳେ ଲାଗି ରହିଥାଏ | ଘରେ ବାସ୍ତୁ ଦୋଷ ହେବାର ମୁଖ୍ୟ କାରଣ ଘରର ଲୋକଙ୍କ ଦ୍ୱାରା ହେଇଥିବା ଛୋଟ ମୋଟ ଭୁଲ ହିଁ ହୋଇଥାଏ | ଯାହା ପାଇଁ ମଣିଷଙ୍କୁ ନିଜ ଜୀବନରେ ବଡ଼ ବଡ଼ ସମସ୍ୟାର ସମାଧାନ କରିବାକୁ ପଡ଼ିଥାଏ | ଏହି ଭୁଲ ଭିତରୁ ଗୋଟେ ଭୁଲ ଘରେ ସଫା ସୂତୁରା ମଧ୍ୟ ରହିଥାଏ | ବନ୍ଧୁଗଣ ଆପଣଙ୍କ ଘର ସଫା ସୂତୁରା ରହିଲେ ଆପଣଙ୍କ ଘରକୁ ମାତା ଲଷ୍ମୀଙ୍କର ଆଗମନ ହୋଇଥାଏ | ଯେଉଁଘର ସଫା ଏବଂ ସ୍ୱଚ୍ଛ ନଥାଏ ସେହି ଘରେ କେବେ ବି ମାତା ଲଷ୍ମୀ ବାସ କରନ୍ତି ନାହିଁ | ସେହିଘରେ ସବୁବେଳେ କଳି ଏବଂ ଅଶାନ୍ତି ଦେଖିବାକୁ ମିଳିଥାଏ |
ଆମ ହିନ୍ଦୁ ଧର୍ମ ରେ ଘରକୁ ମନ୍ଦିର ବୋଲି କୁହାଯାଏ ସେଥିପାଇଁ ଆମେ ଘରକୁ ସର୍ବଦା ସଫା ସୁତର ରଖିଥାଉ | ଶାସ୍ତ୍ର ରେ କୁହାଯାଇଛି ଯେଉଁ ଘର ସଫା ନଥାଏ ସେହି ଘରେ ମାତା ଲକ୍ଷ୍ମୀ ରୁହନ୍ତି ନାହିଁ ସେଥିପାଇଁ ସେହି ଘର ଦରିଦ୍ର ହୋଇଯାଏ | ସେଥିପାଇଁ ସର୍ବଦା ଘରକୁ ସଫା ସୁତର ରଖନ୍ତୁ କାରଣ ଏହା ଦ୍ୱାରା ନକାରାତ୍ମକ ଉର୍ଜା ଘରୁ ବାହାର ହୋଇଯାଏ ଏବଂ ସକାରାତ୍ମକ ଉର୍ଜା ଘରକୁ ପ୍ରବେଶ କରେ |
ରାତି ରେ ଅନେକ ନକାରାତ୍ମକ ଉର୍ଜା ଘରେ ପ୍ରବେଶ କରିଯାନ୍ତି ତେବେ ସୂର୍ଯ୍ୟ ଆସିବା ପୂର୍ବରୁ ଯଦି ଘରକୁ ସଫା କରାଯାଏ ତେବେ ଏହି ନକାରାତ୍ମକ ଉର୍ଜା ଘରୁ ଚାଲିଯାନ୍ତି | ବନ୍ଧୁଗଣ ହିନ୍ଦୁ ଧର୍ମ ର ପ୍ରାଚୀନ ଗ୍ରନ୍ଥ ରେ ଝାଡୁ କୁ ପବିତ୍ର ବୋଲି ବିଶ୍ୱାସ କରାଯାଏ ଏହା ସହ ଝାଡୁ କୁ ମା ଲକ୍ଷ୍ମୀ ଙ୍କ ପ୍ରତୀକ ବୋଲି ମଧ୍ୟ ବିଶ୍ୱାସ କରାଯାଏ | ଝାଡୁ ସଫେଇ ର ଅଭିନ୍ନ ଅଙ୍ଗ ହୋଇଥାଏ ଏବଂ ଏହିପରି ଘରେ ମା ଲକ୍ଷ୍ମୀ ବାସ କରନ୍ତି ଯେଉଁ ଘର ସଫା ସୁତୁରା ରହିଥାଏ |
ଯେଉଁ ଘରେ ମଇଳା, ବୁଢିଆଣୀ ଜାଲ, ଅଳିଆ ଆବର୍ଜନା ରହିଥାଏ ଏମିତି ଘରେ ମା ଲକ୍ଷ୍ମୀ କେବେ ବି ପ୍ରବେଶ କରନ୍ତି ନାହିଁ | ଏହି କାରଣ ରୁ ଝାଡୁ କୁ ମା ଲକ୍ଷ୍ମୀ ଙ୍କ ପ୍ରତୀକ କୁହାଯାଏଁ ଏବଂ ଅସନା ମଇଳା କୁ ଅଲକ୍ଷ୍ମୀ କୁହାଯାଏ | ଅଲକ୍ଷ୍ମୀ ମା ଲକ୍ଷ୍ମୀ ବଡ ଭଉଣୀ ଅଟନ୍ତି ଯିଏ କି ମା ଲକ୍ଷ୍ମୀ ଙ୍କର ବିପରୀତ ଅଟନ୍ତି ଯାହା ଙ୍କ ଆଗମନ ଦ୍ୱାରା ଘରେ ଦରିଦ୍ରତା ଆସିଥାଏ | କେବେ କେବେ ଆମେ ଝାଡୁ ସହ କିଛି ଏମିତି ଭୁଲ କରିଦେଉ ଯାହା ଆମ ଗରିବୀ ର କାରଣ ହୋଇଯାଏ |
ଏହି ଭୁଲ ଆମେ ଅଜାଣତ ରେ କରିଥାଉ ଯାହା ପାଇଁ ଆମକୁ ଆର୍ଥିକ ସମସ୍ୟା ପରି ଦଣ୍ଡ ମିଳିଥାଏ | କଣ ଆପଣ ମଧ୍ୟ ଅଜାଣତ ରେ ଏହି ଭୁଲ କରୁଛନ୍ତି କି ତେବେ ଆଜି ଆମେ ଏହି ପୋଷ୍ଟ ରେ ଝାଡୁ ବିଷୟରେ କିଛି ମହତ୍ୱପୂର୍ଣ ତଥ୍ୟ ବିଷୟ ରେ କହିବୁ | ଯାହା ଆପଣ ସାଫ ସଫେଇ କରିବା ସମୟ ରେ ଧ୍ୟାନ ରେ ରଖିବା ଉଚିତ ନହେଲେ ଆପଣଙ୍କ ଘରେ ମା ଲକ୍ଷ୍ମୀ ଙ୍କ ଜାଗାରେ ଅଲକ୍ଷ୍ମୀ ବାସ କରିଯିବେ | ତେବେ ଆସନ୍ତୁ ଜାଣିବା ;
ଝାଡୁ କୁ ନଜର ରୁ ଦୂର ରେ ରଖନ୍ତୁ, ଧ୍ୟାନ ରଖନ୍ତୁ ବାହାରୁ ଆସୁଥିବା ଲୋକ ଙ୍କ ନଜର ରେ ଝାଡୁ ରଖିବା ଉଚିତ ନୁହେଁ | ଏହା ଦ୍ୱାରା ଅଫିସ ଏବଂ ବିଜନେସ ରେ ଏହାର ନକାରାତ୍ମକ ପ୍ରଭାବ ପଡିପାରେ | ସେଥିପାଇଁ ଝାଡୁ କୁ ନଜର ରୁ ଲୁଚେଇକି ରଖନ୍ତୁ |
ପୁରୁଣା ଝାଡୁ ବ୍ୟବହାର କରିବା ଅଶୁଭ ହୋଇଥାଏ | ଶାସ୍ତ୍ର ରେ ପୁରୁଣା କିମ୍ବା ଖରାପ ଝାଡୁ କୁ ଘରେ କିମ୍ବା ଅଫିସ ରେ ବ୍ୟବହାର କରିବା ଅଶୁଭ ହୋଇଥାଏ | ଏହା ସହ ଝାଡୁ କୁ କେବେ ବି ଛିଡା କରି ରଖନ୍ତୁ ନାହିଁ | ଏହା ଦ୍ୱାରା ନକାରାତ୍ମକ ପ୍ରଭାବ ପଡିଥାଏ, ଝାଡୁ କୁ ସର୍ବଦା ତଳେ ଶୁଆଇ କି ରଖନ୍ତୁ |
3.ବାସ୍ତୁ ଶାସ୍ତ୍ର ଅନୁଯାଇ ସୂର୍ଯ୍ୟାସ୍ତ ପରେ କିମ୍ବା ରାତି ରେ ଝାଡୁ କରିବା ଉଚିତ ନୁହେଁ | ଏହା ଦ୍ୱାରା ଆର୍ଥିକ ସମସ୍ୟା ଆସିଥାଏ | ଯଦି ରାତିରେ ଝାଡୁ ଲଗେଇବା ଅତ୍ୟନ୍ତ ଜରୁରୀ ହୋଇଥାଏ ତେବେ ଝାଡୁ କରିବା ପରେ ସେହି ଅଳିଆ କୁ ବାହାରେ ଫୋପାଡ଼ନ୍ତୁ ନାହିଁ ଏହାକୁ ସକାଳେ ଘରୁ ବାହାର କରନ୍ତୁ |
ପୌରାଣିକ ମାନ୍ୟତା ଅନୁସାରେ ଗୁରୁବାର ଦିନ ଘରେ ପୋଛା ଲଗେଇବା ଉଚିତ ନୁହେଁ | ତେବେ ଯଦି ପୋଛା ଲଗେଇବା ଅତ୍ୟନ୍ତ ଜରୁରୀ ଅଛି ତେବେ ପାଣି ରେ ହଳଦୀ ମିଶେଇ ପୋଛା ଲଗାନ୍ତୁ ଦୋଷ ଦୂର ହୋଇଥାଏ | ଝାଡୁ କୁ କୌଣସି ଖୋଲା ସ୍ଥାନ ରେ ରଖନ୍ତୁ ନାହିଁ,ଝାଡୁ କୁ ଏହିପରି ଜାଗା ରେ ରଖନ୍ତୁ ଯେଉଁଠି କାହାର ନଜର ନପଡେ | ଯେଉଁଠି ଆପଣ ଖାଦ୍ୟ ଖାଆନ୍ତି ସେଇଠି ଝାଡୁ କଦାପି ରଖନ୍ତୁ ନାହିଁ ଏହା ଦ୍ୱାରା ଦରିଦ୍ରତା ଏବଂ ରୋଗ ବଢିଥାଏ | ନୂଆ ଝାଡୁ କିଣିକି ଆଣିବା ପରେ ସେଥିରେ ଧଳା ସୁତା ବାନ୍ଧି ଦିଅନ୍ତୁ ଏହା ଦ୍ୱାରା ମା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥିର ରହିଥାନ୍ତି | ରାତି ରେ ଶୋଇବା ପୂର୍ବରୁ ଘରର ମୁଖ୍ୟ ଦ୍ୱାର ରେ ଟିକିଏ ଜିରା ରଖି ସେଥି ରେ ଝାଡୁ ରଖିଦିଅନ୍ତୁ ଏବଂ ସକାଳୁ ଉଠି ସେହି ଜିରା କୁ ଓଲେଇ ଘରୁ ବାହାର କରିଦିଅନ୍ତୁ ଏହା ଦ୍ୱାରା ଆପଣଙ୍କର ସମସ୍ତ ସମସ୍ୟା ଦୂର ହୋଇଯିବ |
ମାନ୍ୟତା ଅନୁସାରେ ଝାଡୁ କୁ କେବେ ବି ପାଦ ରେ ଲଗେଇବା ଉଚିତ ନୁହେଁ | ଭୁଲ ରେ ବି କାହାକୁ ଝାଡୁ ରେ ମାରନ୍ତୁ ନାହିଁ, ଝାଡୁ କୁ କେବେ ଛିଡା କରି ରଖନ୍ତୁ ନାହିଁ | ଦୁଇଟି ଝାଡୁ କୁ କେବେ ବି ଏକାଠି ରଖନ୍ତୁ ନାହିଁ | ଯେବେ ବି ଆପଣ କୌଣସି ନୂଆ ଘରେ ପ୍ରବେଶ କରିବେ ନୂଆ ଝାଡୁ ନେଇକି ଯିବା ଉଚିତ ହୋଇଥାଏ |
ନୂତନ ଘରେ ପ୍ରବେଶ କରିବା ସମୟ ରେ ନୂଆ ଝାଡୁ, ତୁଳସୀ ପତ୍ର ଏବଂ ଜଳ ପୂର୍ଣ୍ଣ ଢାଳ ନେଇ ପ୍ରବେଶ କରିବା ଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ | ଏବଂ ଧ୍ୟାନ ରଖନ୍ତୁ ରାତି ସମୟ ରେ କେବେବି ଝାଡୁ ଲଗେଇବା ଉଚିତ ନୁହେଁ | ଝାଡୁ କୁ କେବେ ବି ଜୋତା ଚପଲ ରଖିବା ସ୍ଥାନ ରେ ରଖନ୍ତୁ ନାହିଁ | ସର୍ବଦା ଝାଡୁ କୁ ସଫା ସୁତୁରା ଜାଗା ରେ ରଖିବା ଶୁଭ ହୋଇଥାଏ |ଝାଡୁ କୁ ସର୍ବଦା ପଶ୍ଚିମ ଏବଂ ଉତ୍ତର ଦିଗ ରେ ରଖିବା ଉଚିତ |