କେବଳ ଏହି ଗୋଟିଏ ଉପାୟ ଦ୍ୱାରା ଦୁଇ ମିନିଟରେ ଭଲ ହୋଇଯିବ ଦାନ୍ତ ସମସ୍ୟା

ସାଧରଣତଃ ମନୁଷ୍ୟ ଖାଦ୍ୟ ଖାଇବା ପରେ ଦାନ୍ତରେ କିଛି ଖାଦ୍ୟ ଲାଗି ରହିଯାଏ । ତାହାକୁ ଭଲ ଭାବରେ ସଫା ନକଲେ ତାହା ଦାନ୍ତର ହଳଦିଆପଣର କାରଣ ହୋଇଥାଏ । ଯାହାକୁ ଦାନ୍ତ ସଢା କିମ୍ବା ଦାନ୍ତରେ ପୋକ ଲାଗିବା କୁହାଯାଏ । ଯାହାଦ୍ୱାରା ଦାନ୍ତ ବିନ୍ଧିବା ମଧ୍ୟ ଆରମ୍ଭ ହୋଇଯାଏ । ଆଜିକା ସମୟରେ ପିଲା ଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଦାନ୍ତ ବିନ୍ଧା ସମସ୍ୟାରେ ପୀଡ଼ିତ ହେଉଛନ୍ତି । ତେଣୁ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଏକ ପ୍ରାଚୀନ ଉପଚାର ବିଷୟରେ କହିବୁ ଯାହାକୁ କରିବା ଦ୍ୱାରା ଦାନ୍ତରେ ପୋକ ଲାଗିବା ସମସ୍ୟା ଏବଂ ଅନ୍ୟାନ୍ୟ ସମସ୍ୟା ଦୂରେଇ ଯିବ ।

ପ୍ରଥମତଃ ଦାନ୍ତ ବିନ୍ଧା ଦୂର କରିବା ପାଇଁ ଥିବା ଉପାୟ ଅନୁଯାୟୀ ଲବଙ୍ଗର ଆବଶ୍ୟକତା ରହିଛି । ତେଣୁ ଏହି ଉପାୟ ପାଇଁ ୧୦ – ୧୨ ଟି ଲବଙ୍ଗ ନିଅନ୍ତୁ । ମନେ ରଖନ୍ତୁ ଫୁଲ ଲାଗିଥିବା ଲବଙ୍ଗ ହିଁ ନିଅନ୍ତୁ । ଏହାପରେ ଲବଙ୍ଗକୁ ପେଶୀ ଦିଅନ୍ତୁ । ବର୍ତ୍ତମାନ ଏକ ଗ୍ଲାସ ଉଷୁମ ପାଣି ନିଅନ୍ତୁ । ସେଥିରେ ୨ରୁ ତିନି ଚିମୁଟା ସନ୍ଦ୍ୟଭ ଲବଣ ମିଶାନ୍ତୁ ଏବଂ ସେଥିରେ ଏକ ଚିମୁଟା ଲବଙ୍ଗ ଗୁଣ୍ଡ ମିଶାନ୍ତୁ । ଏହାପରେ ତାହାକୁ ଭଲଭାବରେ ମିଶାଇ ଦିଅନ୍ତୁ । ସେହି ଉଷୁମ ପାଣିକୁ ବର୍ତ୍ତମାନ ୨ରୁ ତିନି ମିନିଟ ପର୍ଯ୍ୟନ୍ତ କୁଳି କରନ୍ତୁ ।

ପାଞ୍ଚରୁ ୬ ଥର ଏହି ପ୍ରକ୍ରିୟା କରନ୍ତୁ । ଦେଖିବେ ଆପଣଙ୍କର ଦାନ୍ତ ବିନ୍ଧା ସମସ୍ୟା ଚୁଟକିରେ ଭଲ ହୋଇଯିବ । ଆପଣଙ୍କୁ ଆରାମ ଅନୁଭୂତ ହେବ । ଏହି ପ୍ରାଚୀନ ଉପାୟ ଅତ୍ୟନ୍ତ ଚମତ୍କାରୀ ଅଟେ । ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କ ଦାନ୍ତରେ କେବେ ପୋକ ନଲାଗୁ କିମ୍ୱା କେବେବି ଦାନ୍ତ ବିନ୍ଧା ନହେଉ ତେବେ ପ୍ରତ୍ୟେକ ଦିନ ଖାଇ ସାରିବା ପରେ ଏହି ଉପାୟରେ କୁଳି କରନ୍ତୁ । ଦେଖିବେ ଦାନ୍ତ ବିନ୍ଧା ସମସ୍ୟା ସବୁଦିନ ପାଇଁ ଦୂରେଇ ଯିବ ।

ଦ୍ୱିତୀୟ ଉପାୟ ଅନୁଯାୟୀ ଏକ ଚାମଚ ସୋରିଷ ତେଲ ନିଅନ୍ତୁ । ସେଥିରେ ଦୁଇ ଚିମୁଟା ସନ୍ଦ୍ୟଭ ଲବଣ ମିଶାନ୍ତୁ ଏବଂ କିଛି ଫିଟିକିରି ଗୁଣ୍ଡ ମିଶାନ୍ତୁ । ଫିଟିକିରି ଦାନ୍ତରେ ପୋକ ଲାଗିବାକୁ ଦେଇ ନଥାଏ । ବର୍ତ୍ତମାନ ସେଥିରେ ଅଳ୍ପ ଲବଙ୍ଗ ଗୁଣ୍ଡ ମିଶାନ୍ତୁ । ବର୍ତ୍ତମାନ ତାହାକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଏକ ବ୍ରସ ସାହାଯ୍ୟରେ ତାହାକୁ ନେଇ ଯେଉଁଠି ଦାନ୍ତ ପୋକ ଲାଗିଛି କିମ୍ବା ଦାନ୍ତ ବିନ୍ଧା ହେଉଛି ସେହି ସ୍ଥାନରେ ଧୀରେ ଧୀରେ ୨ରୁ ତିନି ମିନିଟ ପର୍ଯ୍ୟନ୍ତ ବ୍ରସ କରନ୍ତୁ । ଦେଖିବେ ଆପଣଙ୍କର ଦାନ୍ତ ଦାଗ ବିନ୍ଧା ଏବଂ ଦାନ୍ତରେ ପୋକ ଲାଗିବା ଭଳି ସମସ୍ୟା ଦୂରେଇ ଯିବ ।

Leave a Reply

Your email address will not be published. Required fields are marked *