ଯଦି ଆପଣବି କୁକୁର ପାଳୁଛନ୍ତି ତେବେ ଜାଣି ନିଅନ୍ତୁ କୁକୁର ରଖିବାର କିଛି ଖାସ ଫାଇଦା

ପ୍ରାୟତଃ ଯୁଗ ଯୁଗ ଯୁଗରୁ ଲୋକେ ଘରେ କୁକୁର ପାଳି ଆସୁଛନ୍ତି । କୁକୁର ପାଳିଲେ ଯେ କେବଳ ଘରକୁ ଖୁସି ଆସିଥାଏ ତାହା ନୁହେଁ ବରଂ ସଫଳତା ମଧ୍ୟ ମିଳିଥାଏ । ଆମ ଜ୍ୟୋତିଶ ଶାସ୍ତ୍ରରେ ମଧ୍ୟ କୁକୁରକୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଜୀବ ମାନା ଯାଇଛି । ଏପରି କୁହାଯାଇଛି ଯେ ଯଦି କୌଣସି ବାହାର କୁକୁରକୁ ନିୟମିତ ଭାବରେ ଭୋଜନ କରାଇଲେ ମନୁଷ୍ୟ ସ୍ୱର୍ଗ ବାସୀ ହୋଇଥାଏ । ଏହାଦ୍ବାରା ଅନେକ ଗୁଣା ପୁଣ୍ୟ ପ୍ରାପ୍ତି ମଧ୍ୟ ହୋଇଥାଏ । ଆଜିକାର ଲେଖାରେ ଆମେ ଦଶଟି ଫାଇଦା ବିଷୟରେ କହିବୁ ।

୧ . ନିୟମିତ ଭାବରେ କୁକୁରକୁ ଭୋଜନ କରାଇଲେ ବ୍ୟକ୍ତିର ବିବାହରେ ଆସୁଥିବା ସମସ୍ୟା ଦୂରେଇ ଯାଏ । ଏହାଦ୍ବାରା ବିବାହରେ ଆଉ ସମସ୍ୟା ଦେଖା ଦିଏନାହିଁ ଏବଂ ବିବାହ ବହୁତ ଜଲଦି ହୋଇଯାଏ ।

୨ . ବର୍ତ୍ତମାନ ସମୟରେ କ୍ୟାନ୍ସର ଭଳି ସମସ୍ୟା ଅଧିକାଂଶ ଲୋକଙ୍କ ଠାରେ ଦେଖା ଦେଉଛି । ତେଣୁ ଯଦି ଆପଣ ଚାହୁଁଛନ୍ତି ଯେ ଆପଣଙ୍କୁ ଏହି ସମସ୍ୟା ନହେଉ ବୋଲି ତେବେ ପ୍ରତ୍ୟେକ ଦିନ କୁକରକୁ ଖୁଆଇବା ଅଭ୍ୟାସ କରନ୍ତୁ ।

୩ . ଯଦି ଆପଣ ଶନିଙ୍କ କୋପ ଦୃଷ୍ଟିର ଶିକାର ହୋଇଛନ୍ତି ତେବେ କୁକୁରକୁ ଭୋଜନ କରାନ୍ତୁ । ଏହାଦ୍ବାରା ଶନିଦେବ ପ୍ରସନ୍ନ ହୁଅନ୍ତି ।

୪ . ଯଦି ଆପଣ ଚାହୁଁଛନ୍ତି ଯେ କୌଣସି ଭୂତ ପ୍ରେତ ଆପଣଙ୍କ ପାଇଁ ସମସ୍ୟା ନହୁଅନ୍ତୁ ଏବଂ ପିତୃ ମଧ୍ୟ ଶାନ୍ତ ରୁହନ୍ତୁ ତେବେ କୁକୁରକୁ ମିଠା ବିସ୍କୁଟ ନିଶ୍ଚୟ ଖୁଆନ୍ତୁ । ଏପରି କରିବା ଦ୍ୱାରା ପିତୃ ଖୁସି ହୁଅନ୍ତି ।

୫ . କୁକୁରକୁ ଭୈରବ ମହାରାଜଙ୍କ ସେବକ ମାନା ଯାଇଥାଏ । କୁକୁରକୁ ଭୋଜନ ଦେଲେ ଭୈରବ ମହାରାଜ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି । ଏହାବ୍ୟତୀତ ଭକ୍ତଙ୍କୁ ସଙ୍କଟରୁ ସର୍ବଦା ମୁକ୍ତ କରନ୍ତି ।

୬ . ଯେଉଁ ମହିଳାଙ୍କର ସନ୍ତାନ ହେଉନାହିଁ ସେମାନେ ଆଦୋୖ ଚିନ୍ତା କରନ୍ତୁ ନାହିଁ । ସନ୍ତାନ ସୁଖରେ ବାଧା ଆସିଲେ କଳା କୁକୁର ପାଳିଲେ ଏହି ସମସ୍ୟାର ସମାଧାନ ହୋଇଯାଏ ।

୭ . ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯେ ନିୟମିତ ଭାବରେ କୁକୁରକୁ ଭୋଜନ କରାଇଲେ ଶତ୍ରୁ ଉପରେ ବିଜୟ ହାସଲ ହୋଇଥାଏ । ମାତ୍ର ପ୍ରତ୍ୟେକ ଦିନ କୁକୁରକୁ ଭୋଜନ ନିଶ୍ଚୟ କରାନ୍ତୁ ।

୮ . କଳା କୁକୁର ଅତ୍ୟନ୍ତ ପ୍ରଭାବୀ ହୋଇଥାଏ । ସକାଳ ସନ୍ଧ୍ୟା କଳା କୁକୁରକୁ ରୋଟି ଦେଲେ କରଜରେ ବୁଡ଼ିଥିବା ବ୍ୟକ୍ତିକୁ କୁକୁର ଖୁବ ସହଜରେ ସମସ୍ୟାରୁ ବାହାର କରିଥାଏ । ଏହାଦ୍ବାରା ଅର୍ଥ ସମସ୍ୟା ମଧ୍ୟ ଦୂରେଇ ଯାଏ ।

୯ . ଯଦି ଆପଣ ଭୂତ ପ୍ରେତ ଆତ୍ମାକୁ ଡରନ୍ତି , କିମ୍ବା ଯଦି ଆପଣଙ୍କୁ କୌଣସି ବାହାର ସ୍ଥାନକୁ ଯିବାକୁ ଭୟ କରୁଛନ୍ତି ତେବେ ଆପଣ କୌଣସି କୁକୁରକୁ ସାଥିରେ ନେଇ ଯାଆନ୍ତୁ । ଏହାଦ୍ବାରା ଭୂତ ଏବଂ ଆତ୍ମା ଉଭୟ ପାଖକୁ ଆସି ନଥାଏ ।

୧୦ . ଭଗବାନ ଶ୍ରୀକୃଷ୍ଣଙ୍କ ଅନୁଯାୟୀ କୌଣସି ମୁକ ପଶୁକୁ ଭୋଜନ କରାଇଲେ ବ୍ୟକ୍ତି ପାପ ମୁକ୍ତ ହୋଇଥାଏ । ଏପରି ବ୍ୟକ୍ତିକୁ ସ୍ଵର୍ଗରେ ସ୍ଥାନ ମିଳିଥାଏ ।

Leave a Reply

Your email address will not be published. Required fields are marked *