ଟିଭି-ଫ୍ରିଜ୍ ଏବଂ ଗ୍ଲାସ୍-ଫର୍ନିଚର ଦ୍ୱାରା ମଧ୍ୟ ଯୋଡି ହୋଈ ରହିଥାଏ ଆପଣଙ୍କ ଭାଗ୍ୟ, ଜାଣିନିଅନ୍ତୁ ସେଗୁଡିକକୁ ରଖିବାର 4ଟି ସଠିକ୍ ଦିଗ ବିଷୟରେ |

ଆପଣ ନିଜ ଜୀବନରେ କେତେ ସଫଳ ହେବ ଏବଂ ଆପଣ କେତେ ଉପରକୁ ଯିବେ, ଏହା ଆପଣଙ୍କ କଠିନ ପରିଶ୍ରମ ଏବଂ ଭାଗ୍ୟ ଉପରେ ନିର୍ଭର କେଇଥାଏ | ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଏପରି ଅନେକ ଜିନିଷ ଅଛି, ଯାହା ଜଣେ ବ୍ୟକ୍ତିର ଭାଗ୍ୟ ନିର୍ଣ୍ଣୟ କରେ | ଆମ ଘରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଯଦି ଆମେ ବାସ୍ତୁ ଅନୁଯାୟୀ ସଠିକ ସ୍ଥାନରେ ରଖେ, ତେବେ ଆମର ଭାଗ୍ୟ ଉଜ୍ଜ୍ୱଳ ହେବାକୁ ଅଧିକ ସମୟ ଲାଗେ ନାହିଁ | ଏହା କରିଵା ଦ୍ୱାରା ଦେବୀ ଲକ୍ଷ୍ମୀ ଖୁସି ହୁଅନ୍ତି ଏବଂ ଘରେ ଧନ ଏବଂ ସମୃଦ୍ଧିର ଆଗମନ ହେବାକୁ ଅଧିକ ସମୟ ଲାଗେନାହିଁ | ଆସନ୍ତୁ ଜାଣିବା ଘରେ ଜିନିଷକୁ ସଠିକ୍ ଦିଗରେ ରଖିବା ପାଇଁ ବାସ୍ତୁ ଟିପ୍ସ କ’ଣ ରହିଛି |

ଘରେ ଔଷଧ କେଉଁଠାରେ ରଖିବା :-

ଘର ପରିବାରରେ ପ୍ରାୟତଃ କାହାର ନା କାହାର ସ୍ୱାସ୍ଥ୍ୟ ଖରାପ ରହିଥାଏ | ଏଭଳି ପରିସ୍ଥିତିରେ ଘରେ ଔଷଧର ଆସିବା ଲାଗିରହିଥାଏ | ଆମେ ଏହି ଔଷଧଗୁଡ଼ିକୁ ଟେବୁଲ୍, ରୋଷେଇ ଘର, ଚେୟାରରେ ଯେକୌଣସି ସ୍ଥାନରେ ରଖିଦେଇଥାଉ | ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହା କରିବା ଠିକ୍ ନୁହେଁ | ରୋଷେଇ ଘରେ କିମ୍ବା ଘରର ଦକ୍ଷିଣ ଦିଗରେ ଔଷଧ ରଖିବା ଉଚିତ୍ ନୁହେଁ | ବିଛଣା ପାଖରେ ଔଷଧ ରଖିବା ମଧ୍ୟ ଠିକ ନୁହେଁ। ଏହା କରିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାକୁ ବଢ଼ାଇ ଦେଇଥାଏ | ଏହା ପରିବର୍ତ୍ତେ ଆମେ ସବୁବେଳେ ଔଷଧଗୁଡ଼ିକୁ ଉତ୍ତର-ପୂର୍ବ ଦିଗରେ ରଖିବା ଉଚିତ୍ |

କାଚ ଲଗେଇବାର ସଠିକ ଦିଗ :-

ବୋଧହୁଏ କୋୖଣସି ଘର ଏମିତି ଥିବ, କେଉଁ ଘରର କାନ୍ଥରେ ଦର୍ପଣ ଲଗାହଉନଥିବ | ଘରେ ଦର୍ପଣ ଲଗେଇବା ଦ୍ୱାରା ଘରର ସୌନ୍ଦର୍ଯ୍ୟକ ବଢିଥାଏ | ଏହା ସହ ସେଥିରେ ଆମେ ଆମର ମୁଁହ ମଧ୍ୟ ସେଇଥିରେ ଦେଖିଥାଉ | କିନ୍ତୁ ଆମକୁ ଏହାର ଧ୍ୟାନ ରଖିବା ଉଚିତ ଯେ କୋୖଣସି ବି ପରିସ୍ଥିତିରେ ଶୋଇବା ଘରେ ଦର୍ପଣ ଲଗେଇବା କଥା ନୁହେଁ | ଏବଂ ଦୁଇଟି ଦର୍ପଣ ଯିଏକି ଅନ୍ୟଟି ଅନ୍ୟ କାଚରେ ତାର ପ୍ରତିବିମ୍ବ ନ ଦେଖା ଯିବା ଦରକାର | ଏମିତି କରିବା ଦ୍ୱାରା ବାସ୍ତୁ ଦୋଷ ଉତ୍ପନ ହୋଇଯାଏ | ଏବଂ ଦାରିଦ୍ର୍ୟ ବ୍ୟାପିବାଆରମ୍ଭ କରେ | ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଦର୍ପଣକୁ ପୂର୍ବ କିମ୍ବା ଉତ୍ତର ଦିଗରେ ରଖିବା ଶୁଭ ହୋଇଥାଏ |

ଟିଭି-ଫ୍ରିଜ୍ କେଉଁ ଦିଗରେ ରଖିବା :-

ଆମ ଘରେ ଫ୍ରିଜ, ଟିଭି କିମ୍ଭା ଅନ୍ୟ ଇଲୋ୍ଟ୍ରୋନିକ ଜିନିଷ କେଉଁ ଦିଗରେ ରହିଛି, ଏହା ଉପରେ ମଧ୍ୟ ଆମ ଭାଗ୍ୟ ବହୁତ ମାତ୍ରାରେ ନିର୍ଭର କରେ | ବାସ୍ତୁ ଅନୁଯାୟୀ ଏହି ଜିନିଷକୁ କେବେ ବି ଐସାନ୍ୟ କୋଣରେ ରଖିବା ଉଚିତ ନୁହେଁ | ଯଦି ଟିଭି, ମୋବାଇଲ, ମ୍ୟୁଜିକ ସିଷ୍ଟମର କଥା କୁହାଯାଏ ତେବେ ଏହି ମାନଙ୍କ ପାଇଁ ଆଗ୍ନେୟ କୋଣ ସବୁଠାରୁ ବେଶୀ ଶୁଭ ବୋଲି ବିବେଚନା କରାଯାଏ | ସେହିଠାରେ ଫ୍ରିଜ ରଖିବା ପାଇଁ ଉତ୍ତର-ପଶ୍ଚିମ ଦିଗ ଶୁଭ ବୋଲି ବିବେଚନା କରାଯାଏ |

ଏହି ଦିଗରେ ରଖନ୍ତୁ ପର୍ନିଚର :-

ଘରେ ରଖାଯାଇଥିବା ଫର୍ନିଚର ମଧ୍ୟ ଜଣେ ବ୍ୟକ୍ତିଙ୍କ ଭାଗ୍ୟ ଗଢିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ | ଯଦି ଆମେ ସୋଫା କିମ୍ବା ଡାଇନିଂ ବିଷୟରେ କଥା ହେବା ତେବେ ସେମାନଙ୍କୁ ଲିଭିଙ୍ଗ୍ ରୁମରେ ଅର୍ଥାତ୍ ପଶ୍ଚିମ କିମ୍ବା ଦକ୍ଷିଣ ଦିଗରେ ଡ୍ରଇଂ ରୁମ୍ ରେ ରଖିବା ଶୁଭ ବୋଲି ବିବେଚନା କରାଯାଏ | ଅନ୍ୟପକ୍ଷରେ, ହାଲୁକା ଆସବାବପତ୍ର ରଖିବା ପାଇଁ ପୂର୍ବ କିମ୍ବା ଉତ୍ତର ଏବଂ ଭାରୀ ଆସବାବପତ୍ର ରଖିବା ପାଇଁ ପଶ୍ଚିମ କିମ୍ବା ଦକ୍ଷିଣ ଦିଗ ସର୍ବୋତ୍ତମ ବୋଲି ବିବେଚନା କରାଯାଏ | ବାସ୍ତୁ ଅନୁଯାୟୀ, ଯଦି ଆମେ ଆସବାବପତ୍ରକୁ ସଠିକ୍ ଦିଗରେ ରଖୁ, ତେବେ ଭାଗ୍ୟର ଉଦୟ ହେବାକୁ ଅଧିକ ସମୟ ଲାଗେ ନାହିଁ |

Leave a Reply

Your email address will not be published. Required fields are marked *