ଭୁଲରେ ଓଲଟା ଡ୍ରେସ ପିନ୍ଧିଲେ ମିଳିଥାଏ ଏହି ସାତୋଟି ସଙ୍କେତ , ଜାଣି ନିଅନ୍ତୁ :-

ମନୁଷ୍ୟ ଜୀବନରେ ପ୍ରତ୍ୟେକ ମୁହୂର୍ତ୍ତରେ ଅନେକ କିଛି ଛୋଟ ଛୋଟ ଘଟଣା ଘଟିଯାଏ । ଯାହାର ରହସ୍ୟ ମନୁଷ୍ୟ ଜାଣି ପାରେ ନାହିଁ । ମାତ୍ର ତାହାର ଅନେକ ମହତ୍ତ୍ୱପୁର୍ଣ୍ଣ ରହସ୍ୟ ଥାଏ । ଆମ ଶାସ୍ତ୍ରରେ ଏହିସବୁ ଘଟଣାର ଅନେକ ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି । ଯାହାର ଅତ୍ୟନ୍ତ ଗଭୀର ରହସ୍ୟ ରହିଥାଏ । ତେବେ ଏହା କୌଣସି ଅଦୃଶ୍ୟ ଶକ୍ତି ମଧ୍ୟ ମନୁଷ୍ୟ ଦ୍ୱାରା କରାଇ ପାରେ । ଯାହାଦ୍ୱାରା ମନୁଷ୍ୟ ନିଜେ କରୁଥିବା କାମ ବିଷୟରେ ଜାଣି ପାରେ ନାହିଁ । ଏବଂ ଅଜ୍ଞାତରେ ତାଦ୍ୱାରା ଅନେକ କିଛି କାମ ହୋଇଯାଏ ଯାହାର ଅର୍ଥ ଶୁଭ ଏବଂ ଅଶୁଭ ମଧ୍ୟ ହୋଇଥାଏ ।

ମନୁଷ୍ୟ ଅନେକ ସମୟରେ ଭୁଲରେ ଓଲଟା ଡ୍ରେସ ପିନ୍ଧି ବାହାରକୁ ଯାଇଥାଏ । ଯାହା ସେ ନିଜେ ଜାଣି ନଥାଏ । ମାତ୍ର ଶାସ୍ତ୍ରରେ ଓଲଟା ଡ୍ରେସ ପିନ୍ଧିବାର ଅନେକ ରହସ୍ୟ ବିଷୟରେ ବର୍ଣ୍ଣନା କରାଯାଇଛି । ଥରେ ମାତା ଯଶୋଦା ଜଣେ ମହାନ ଋଷିଙ୍କୁ ଏହି ପ୍ରଶ୍ନ ପଚାରି ଥିଲେ ଯେ କୃଷ୍ଣ ଅନେକ ସମୟରେ ଓଲଟା ପୋଷାକ ପିନ୍ଧି ବାହାରକୁ ଯାଉଛନ୍ତି । ଏହାର ଉତ୍ତରରେ ମହାନ ଋଷି ଜଣକ କହିଥିଲେ ଯେ ଏହାର ଅର୍ଥ ପ୍ରକୃତି ଯେତେବେଳେ କିଛି ସଙ୍କେତ ଦେବାକୁ ଚାହୁଁଥାଏ ସେତେବେଳେ ମନୁଷ୍ୟ ଦ୍ୱାରା ଏପରି ଓଲଟା ସିଧା କାମ କରାଇଥାଏ । ଏହାର ଅର୍ଥ ଥିଲା ଯେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା ଆଗକୁ ଅନେକ ମହାନ କାମ ହେବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଏହିସବୁ ସଙ୍କେତ ବିଷୟରେ ବର୍ଣ୍ଣନା କରାଯାଇଛି । ତେବେ ଚାଲନ୍ତୁ ଓଲଟା ପୋଷାକ ପିନ୍ଧିବା ଦ୍ୱାରା କେଉଁ ସଙ୍କେତ ମିଳିଥାଏ ଜାଣିନେବା ।

୧ . ଯଦି ଆପଣ କୌଣସି ମହତ୍ୱପୂର୍ଣ୍ଣ କାମ ଯେପରିକି ଚାକିରୀ , ବ୍ୟବସାୟ , କୌଣସି ମହତ୍ତ୍ୱପୂର୍ଣ୍ଣ ବସ୍ତୁ କିମ୍ବା କୌଣସି ବ୍ୟକ୍ତିକୁ ଖୋଜିବା ପାଇଁ ବାହାରକୁ ଯିବା ସମୟରେ ଭୁଲରେ ଓଲଟା ପୋଷାକ ପିନ୍ଧି ଯାଉଛନ୍ତି ତେବେ ତାହାର ଅର୍ଥ ଆପଣ ଯେଉଁ କାମ ନିମନ୍ତେ ବାହାରକୁ ଯାଉଛନ୍ତି ସେଥିରେ ନିଶ୍ଚୟ ସଫଳ ହେବେ ।

୨ . ଅନେକ ସମୟରେ ମନୁଷ୍ୟ ଯେତେବେଳେ ସମସ୍ୟାରେ ଥାଏ ସେତେବେଳେ କୌଣସି କାମ ବି ଠିକ ଭାବରେ ହୋଇପାରେ ନାହିଁ । ସେତେବେଳେ ମନୁଷ୍ୟ ବାରମ୍ବାର ଓଲଟା ପୋଷାକ ପିନ୍ଧିଥାଏ । ତେବେ ତାହାର ଅର୍ଥ ଶୁଭ ହୋଇଥାଏ । ଅର୍ଥାତ ବହୁତ ଶୀଘ୍ର ବ୍ୟକ୍ତିର ଖରାପ ସମୟ ବିତିଯାଇ ଭଲ ସମୟ ଆସିବାକୁ ଯାଉଛି ।

୩ . ଯଦି ଆପଣଙ୍କ ସନ୍ତାନ ବାରମ୍ବାର ଏପରି ଓଲଟା ପୋଷାକ ପିନ୍ଧୁଛନ୍ତି ଏବଂ ଯେତେ କହିଲେ ବି ତାଙ୍କୁ ଏପରି ଓଲଟା ପିନ୍ଧିବା ପସନ୍ଦ ଥାଏ ତେବେ ସେହି ପିଲା ଖୁବ ଭାଗ୍ୟବାନ ହୋଇଥାଏ । ସେହି ପିଲାର ଭବିଷ୍ୟତ ମଧ୍ୟ ଖୁବ ଉଜ୍ଜ୍ୱଳ ହୋଇଥାଏ । ଜୀବନରେ ଖୁବ ଉନ୍ନତି କରିଥାନ୍ତି ଏହି ପ୍ରକାରର ପିଲାମାନେ ।

୪ . ଯଦି ଆପଣଙ୍କ ଉପରେ ଖରାପ ନଜର ପଡ଼ିଥାଏ ତେବେ ଆପଣ ନିଜ ପୋଷାକକୁ ଓଲଟା ପିନ୍ଧନ୍ତୁ । ଯଦି ଉପର ପୋଷାକ ଓଲଟା ପିନ୍ଧିବାକୁ ଚାହୁଁନାହାଁନ୍ତି ତେବେ ଭିତର ପୋଷାକକୁ ଓଲଟା ଧାରଣ କରନ୍ତୁ । ଏହାଦ୍ବାରା ନଜର ମଧ୍ୟ ଓଲଟା ପଡ଼ିଯିବ । ଅର୍ଥାତ ଯେଉଁ ବ୍ୟକ୍ତିଙ୍କର ଆପଣଙ୍କ ଉପରେ ନଜର ଦୋଷ ରହିଥିବ ସେହି ବ୍ୟକ୍ତି ଉପରେ ଓଲଟା ନଜର ପଡ଼ିଯିବ । ତେଣୁ ଏହି ଓଲଟା ପୋଷାକ ଶନିବାର ଦିନ ହିଁ ପିନ୍ଧନ୍ତୁ ।

୫ . ଯଦି ଆପଣ କୌଣସି ନକରାତ୍ମକ ଶକ୍ତି ଥିବା ସ୍ଥାନ ଦେଇ ଆସିଛନ୍ତି କିମ୍ବା କୌଣସି ନକରାତ୍ମକ ଜିନିଷକୁ ଛୁଇଁଛନ୍ତି ତେବେ ଘରକୁ ଆସି ସ୍ନାନ ପରେ କିଛି ସମୟ ପାଇଁ ଓଲଟା ପୋଷାକ ପିନ୍ଧନ୍ତୁ । ଏହାଦ୍ବାରା ନକରାତ୍ମକତା ଦୂରେଇ ଯାଏ ।

୬ . ଓଲଟା ପୋଷାକ ପିନ୍ଧିବା ଶୁଭ ହୋଇଥାଏ । ମାତ୍ର ରାତିରେ ଓଲଟା ପୋଷାକ ପିନ୍ଧି ଶୋଇବା ଅଶୁଭ ହୋଇଥାଏ । ଏହାର ଅର୍ଥ ଆଗାମୀ ସମୟରେ ଆପଣଙ୍କର ଖରାପ ସମୟ ଆସୁଛି । ତେଣୁ ସତର୍କ ରହିବା ଉଚିତ ।

୭ . ଯଦି ଆପଣ ଭୁଲରେ ଓଲଟା ପୋଷାକ ପିନ୍ଧି ମନ୍ଦିରକୁ ଯାଉଛନ୍ତି ତେବେ ଏହାର ଅର୍ଥ ଆପଣଙ୍କୁ ନିକଟ ଭବିଷ୍ୟତରେ ଧନ ଲାଭ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *