ତୁଳସୀ ଗଛରେ ପାଣି ଦେବା ସମୟରେ କେବଳ ଥରେ କହି ଦିଅନ୍ତୁ ଏହି ଶକ୍ତିଶାଳୀ ମନ୍ତ୍ର , ୨୪ ଘଣ୍ଟା ମଧ୍ୟରେ ମନସ୍କାମନା ହେବ ପୂରଣ :-

ହିନ୍ଦୁ ଧର୍ମରେ ତୁଳସୀ ଗଛର ବିଶେଷ ମହତ୍ତ୍ୱ ରହିଛି । କାରଣ ତୁଳସୀ ଗଛକୁ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ମାନାଯାଏ । ଏପରି କୁହାଯାଏ ଯେ ଯେଉଁ ଘରେ ପ୍ରତ୍ୟେକ ଦିନ ତୁଳସୀଙ୍କୁ ପୂଜା କରାଯାଏ ସେହି ଘରେ କେବେ ଦାରିଦ୍ର୍ୟତା ଏବଂ ଅଶାନ୍ତି ଦେଖାଦିଏ ନାହିଁ । ତୁଳସୀ ପୂଜା କରିବା ଦ୍ୱାରା ପାପ ନାଶ ହୋଇଥାଏ ଏବଂ ପୁଣ୍ୟ ପ୍ରାପ୍ତି ହୋଇଥାଏ । ସାଧରଣତଃ ତୁଳସୀ ତିନି ପ୍ରକାରର ହୋଇଥାଏ ।

କୃଷ୍ଣ ତୁଳସୀ , ଧଳା ତୁଳସୀ ଏବଂ ରାମ ତୁଳସୀ । ଏଥିମଧ୍ୟରୁ କୃଷ୍ଣ ତୁଳସୀର ଅଧିକ ମହତ୍ତ୍ୱ ରହିଛି । ପ୍ରତ୍ୟେକ ଦିନ ତୁଳସୀର ଦର୍ଶନ କରିବା ଦ୍ୱାରା ସବୁ ପ୍ରକାରର ପାପ ନାଶ ହୋଇଥାଏ । ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ ଦେବଦେବୀଙ୍କ ବାସ ହୋଇଥାଏ ଏବଂ ସେଠାରେ ନକରାତ୍ମକ ଶକ୍ତି ଦୂରେଇ ଯାଏ । ସକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ । ପୌରାଣିକ କଥା ଅନୁଯାୟୀ ପ୍ରତ୍ୟେକ ଦିନ ତୁଳସୀ ପୂଜା କରିବା ଦ୍ୱାରା ସୁଖ ସମୃଦ୍ଧି ଧନ ବୈଭବ ପ୍ରାପ୍ତ ହୋଇଥାଏ ।

ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ପ୍ରସନ୍ନ ରହନ୍ତି । ପଦ୍ମ ପୁରାଣ ଅନୁଯାୟୀ ଯେଉଁ ଘରେ ତୁଳସୀ ଗଛ ଥାଏ ସେହି ଘରେ ବ୍ରହ୍ମା ବିଷ୍ଣୁ ଏବଂ ମହେଶ୍ୱର ତ୍ରିଦେବଙ୍କ ବାସ ହୋଇଥାଏ । ଯେଉଁ ଘରେ ତୁଳସୀ ପୂଜା ହୋଇଥାଏ ସେହିଘରେ କେବେବି ଧନର ଅଭାବ ହୁଏନାହିଁ । ଯଦି ଆପଣଙ୍କର ଧନ ସମ୍ବନ୍ଧୀୟ କୌଣସି ସମସ୍ୟା ରହିଛି

ରୋଜଗାର ସତ୍ତ୍ୱେବି ଅଧିକ ଖର୍ଚ୍ଚ ହେଉଛି ତେବେ ତୁଳସୀ ଗଛରେ ପାଣି ଢ଼ାଳିବା ସମୟରେ ଗୋଟିଏ ମନ୍ତ୍ର କହି ଦିଅନ୍ତୁ । ମାତ୍ର କିଛି ଦିନ ମଧ୍ୟରେ ହିଁ ଆପଣଙ୍କର ସବୁ ମନସ୍କାମନା ପୂରଣ ହେବ ଏବଂ ସବୁ ଚିନ୍ତା ଦୂରେଇ ଯିବ । ଏହାଦ୍ବାରା ମାତା ଲକ୍ଷ୍ମୀ ମଧ୍ୟ ସବୁବେଳେ ପ୍ରସନ୍ନ ରୁହନ୍ତି । ଘରେ ମାତା ତୁଳସୀଙ୍କ ଆଶୀର୍ବାଦରୁ ହାସଖୁସିର ବାତାବରଣ ରହିଥାଏ । ଘରେ କେବେବି ଦୁଃଖ ଦରିଦ୍ରତାର ବାସ ହୋଇ ନଥାଏ ।

ତେବେ ସେହି ମନ୍ତ୍ର ଜପ ପାଇଁ ସକାଳୁ ସର୍ବପ୍ରଥମେ ଉଠି ସ୍ନାନ କରି ନିଜ ଇଷ୍ଟ ଦେବତାଙ୍କ ପୂଜା ଆରାଧନା କରନ୍ତୁ । ଏହାପରେ ପୂଜାଘରେ ସମସ୍ତ ଦେବଦେବୀଙ୍କ ପୂଜା କରନ୍ତୁ । ଏହାପରେ ତୁଳସୀ ଗଛ ପାଖକୁ ଯାଇ ସର୍ବପ୍ରଥମେ ତୁଳସୀ ଗଛକୁ ପ୍ରଣାମ କରନ୍ତୁ । ଏହାପରେ ତୁଳସୀ ଗଛରେ ଶୁଦ୍ଧ ଜଳ ଅର୍ପିତ କରନ୍ତୁ । ଆପଣ ଚାହିଁଲେ ଗଙ୍ଗା ଜଳ ଅର୍ପିତ କରି ପାରିବେ ।

ଏହାପରେ ସିନ୍ଦୁର ଏବଂ ହଳଦୀ ଚଢାନ୍ତୁ । କାରଣ ଏହା ତୁଳସୀ ମାତାଙ୍କ ଶୃଙ୍ଗାର ହୋଇଥାଏ । ତାପରେ ତୁଳସୀ ଚଉରା ତଳେ ଘିଅ ଦୀପ ପ୍ରଜ୍ଜ୍ୱଳନ କରନ୍ତୁ । ତାପରେ ଧୂପ ଜଳାଇ ତୁଳସୀ ଗଛ ଚାରିପଟେ ସାତ ଥର ପରିକ୍ରମା କରନ୍ତୁ ।

ଏହାପରେ ତୁଳସୀ ଗଛ ସାମ୍ନାରେ ବସି ଏକ ଖାସ ମନ୍ତ୍ରର ଜପ କରନ୍ତୁ । ମନ୍ତ୍ରଟି ହେଉଛି ” ମହାପ୍ରସାଦ ଜନନୀ ସର୍ବସୌଭଗ୍ୟ ବର୍ଧନି , ଆଦି ବ୍ୟାଧି ଜରାମୁକ୍ତ ତୁଳସୀତୟଂ ନମସ୍ତୁତେ ” ଏହି ମନ୍ତ୍ରର ଜପ ସାତ ଥର କରନ୍ତୁ । ମନ୍ତ୍ର ଜପ କରି ସାରିବା ପରେ ନିଜର ମନସ୍କାମନା ତୁଳସୀ ଦେବୀଙ୍କୁ କୁହନ୍ତୁ । ଏହାଦ୍ବାରା ଆପଣଙ୍କ ମନସ୍କାମନା ସିଧାସଳଖ ମାତା ତୁଳସୀ ଏବଂ ଅନ୍ୟ ଦେବଦେବୀଙ୍କ ଠାରେ ପହଞ୍ଚିଥାଏ । ଯାହାଦ୍ୱାରା ଆପଣଙ୍କ ମନସ୍କାମନା ପୂରଣ ହେବାକୁ କେହିବି ଅଟକାଇ ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *