ଭୁଲରେ ବି ଏହି ଭୋଜନ କରନ୍ତୁ ନାହିଁ , ନଚେତ ଦାରିଦ୍ର୍ୟତା ସହିତ ଆସିଥାଏ ମୃତ୍ୟୁ ! :-

ଭଗବାନ ଶ୍ରୀକୃଷ୍ଣ ତିନୋଟି ଭୋଜନ ବିଷୟରେ କହିଛନ୍ତି ଯାହାକୁ ସେବନ କରିବା ଦ୍ୱାରା ମନୁଷ୍ୟ ଜୀବନକୁ ଦାରିଦ୍ର୍ୟତା ଆସିଥାଏ । ଆମ ପ୍ରାଚୀନ ଶାସ୍ତ୍ରରେ ହିନ୍ଦୁ ଧର୍ମରେ ମନୁଷ୍ୟର ଜୀବନକୁ ଉନ୍ନତ କରିବା ପାଇଁ ଅନେକ ଉପାୟ ବିଷୟରେ କୁହାଯାଇଛି । ପୁରାଣରେ ଏପରି ଅନେକ ବିଷୟରେ କୁହାଯାଇଛି ଯାହା ମନୁଷ୍ୟକୁ ଦୀର୍ଘାୟୁ କରିଥାଏ । ଗରୁଡ଼ ପୁରାଣ ହିନ୍ଦୁ ଧର୍ମର ପ୍ରାଚୀନ ୧୮ ପୁରାଣ ମଧ୍ୟରୁ ଗୋଟିଏ ।

ସେଥିରେ ଭଗବାନ ଶ୍ରୀକୃଷ୍ଣ ଗରୁଡ଼କୁ ଜୀବନ ଏବଂ ମୃତ୍ୟୁ ସମ୍ବନ୍ଧରେ ଅନେକ ମହତ୍ତ୍ୱପୂର୍ଣ୍ଣ ଜ୍ଞାନ ଦେଇଛନ୍ତି । ଯାହା ପ୍ରତ୍ୟେକ ମନୁଷ୍ୟ ଜାଣିବା ଉଚିତ । ଗରୁଡ଼ ପୁରାଣରେ ଆଚାର , ବିଚାର , ପୁରୁଷ , ସମ୍ବନ୍ଧ ଏବଂ ସ୍ତ୍ରୀ ବିଷୟରେ ବର୍ଣ୍ଣନା କରାଯାଇଛି । ଏହାବ୍ୟତୀତ ମୃତ୍ୟୁ ପୂର୍ବରୁ ମିଳୁଥିବା ସଙ୍କେତ , ମୃତ୍ୟୁ ପରେ ସମସ୍ତ କ୍ରିୟା କର୍ମ ବିଷୟରେ ମଧ୍ୟ ବର୍ଣ୍ଣନା କରାଯାଇଛି ।

ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ଭୋଜନ ସମ୍ବନ୍ଧୀୟ ଅନେକ ମହତ୍ତ୍ୱପୂର୍ଣ୍ଣ କଥା ସମ୍ବନ୍ଧରେ କହିଛନ୍ତି । କେଉଁ ପ୍ରକାରର ଭୋଜନ ଅଶୁଭ ହୋଇଥାଏ ଏବଂ କେଉଁ ପ୍ରକାରର ଭୋଜନ ଶୁଭ ହୋଇଥାଏ । ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଜଗତର ପ୍ରତ୍ୟେକ ପ୍ରାଣୀ ନିଜକୁ ଜୀବିତ ରଖିବା ପାଇଁ ଖାଦ୍ୟର ସେବନ କରିଥାନ୍ତି ଏବଂ ଏହା ଅନିର୍ବାର୍ଯ୍ୟ ମଧ୍ୟ । ଭୋଜନ ବିନା ଶରୀରକୁ ଶକ୍ତି ମିଳି ନଥାଏ ।

ଭୋଜନ ସମୟରେ ମନୁଷ୍ୟ ଶାସ୍ତ୍ରରେ କୁହାଯାଇଥିବା କିଛି ଗୁରୁତ୍ୱପୂର୍ଣ୍ଣ ନିୟମ ମାନିବା ଉଚିତ । ଶାସ୍ତ୍ରର ନିୟମ ଅନୁଯାୟୀ ଭୋଜନ କରୁଥିବା ମନୁଷ୍ୟ ଦୀର୍ଘାୟୁ ହୋଇଥାଏ । ଏହାସହିତ ତାକୁ ସୁନ୍ଦର ରୂପ ମଧ୍ୟ ପ୍ରାପ୍ତ ହୋଇଥାଏ । ଏହାଦ୍ବାରା ଦେବଦେବୀ ମଧ୍ୟ ସନ୍ତୁଷ୍ଟ ହୁଅନ୍ତି ଏବଂ ଆଶୀର୍ବାଦ ପ୍ରଦାନ କରନ୍ତି । ଏହାସହିତ ମାତା ଅନ୍ନପୂର୍ଣ୍ଣାଙ୍କର କୃପା ମଧ୍ୟ ବର୍ଷିଥାଏ । ଯାହାଦ୍ୱାରା ତାକୁ କେବେବି ଜୀବନରେ ଧନର ଅଭାବ ହୁଏନାହିଁ ।

ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ତିନି ପ୍ରକାରର ଭୋଜନ ବିଷୟରେ କହିଛନ୍ତି । ଯାହା ମନୁଷ୍ୟ କେବେବି ଖାଇବା ଉଚିତ ନୁହେଁ । କାରଣ ତାହା ରୋଗ ଉତ୍ପନ୍ନ କରିଥାଏ ଏବଂ ଶରୀରକୁ ଦୁର୍ବଳ କରି ଦେଇଥାଏ । ଏହି ଭୋଜନ ଅଭିଶାପ ସଦୃଶ୍ୟ ହୋଇଥାଏ । ଯାହାଦ୍ୱାରା ବ୍ୟକ୍ତି ଯୌବନରେ ବି ବୃଦ୍ଧ ଦେଖାଯାଏ । ତାହା ସେବନ କରିବା ଦ୍ୱାରା ବ୍ୟକ୍ତିକୁ ଶାରୀରିକ ଏବଂ ମାନସିକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଶ୍ରୀକୃଷ୍ଣଙ୍କ ଅନୁଯାୟୀ ଏପରି ଭୋଜନ କେବଳ ପ୍ରେତ ପାଇଁ ହୋଇଥାଏ । ମନୁଷ୍ୟ ଏପରି ଭୋଜନ କଲେ କମ ସମୟ ମଧ୍ୟରେ ହିଁ ମୃତ୍ୟୁ ମୁଖରେ ପଡ଼ିଥାଏ । ତେବେ ଚାଲନ୍ତୁ ଜାଣିନେବା ସେହି ତିନି ପ୍ରକାରର ଭୋଜନ ବିଷୟରେ ଏବଂ ଭୋଜନ ସମୟରେ କେଉଁ ନିୟମ ପାଳନ କରିବା ଉଚିତ ।

ଶ୍ରୀକୃଷ୍ଣଙ୍କ ଅନୁଯାୟୀ ମନୁଷ୍ୟ ନିଜର ପାଞ୍ଚ ଆଙ୍ଗୁଠି , ଦୁଇ ହାତ ଏବଂ ଦୁଇ ଗୋଡ଼କୁ ସଫା କରି ଭୋଜନ କରିବା ଉଚିତ । ଏହାଦ୍ବାରା ମନୁଷ୍ୟର ଶରୀର ରୋଗମୁକ୍ତ ହୋଇଥାଏ ଏବଂ ବ୍ୟକ୍ତି ଦୀର୍ଘାୟୁ ହୋଇଥାଏ । ଭୋଜନ କରିବା ପୂର୍ବରୁ ଭଗବାନଙ୍କୁ ଧନ୍ୟବାଦ ଦେବା ଉଚିତ ହୋଇଥାଏ । ଏହି କାମ ସଂସାରର ସବୁ ପ୍ରାଣୀ କରିବା ଉଚିତ ।

ଏହାଦ୍ବାରା ପାପ ଲାଗି ନଥାଏ । ଶ୍ରୀକୃଷ୍ଣ ଏହା ମଧ୍ୟ କହିଛନ୍ତି ଯେ ମନୁଷ୍ୟ ଭୋଜନ କରିବା ସମୟରେ ବାର୍ତ୍ତାଳାପ କରିବା ଉଚିତ ନୁହେଁ । ମନୁଷ୍ୟ କ୍ରୋଧରେ ରହିଥିବା ସମୟରେ ଭୋଜନ କରିବା ଉଚିତ ନୁହେଁ । ଏହାବ୍ୟତୀତ କାନ୍ଦୁଥିବା ସମୟରେ କିମ୍ବା ହସୁଥିବା ସମୟରେ ମଧ୍ୟ ଭୋଜନ କରିବା ଉଚିତ ନୁହେଁ । ଏଥିରେ ଶରୀରରେ ବିକାର ଉତ୍ପନ୍ନ ହୋଇଥାଏ ।

ଭୂମି ଉପରେ ବସି ଭୋଜନ କରିବା ସର୍ବଶ୍ରେଷ୍ଠ ହୋଇଥାଏ ବୋଲି ଶ୍ରୀକୃଷ୍ଣ କହିଛନ୍ତି । ଏହାଦ୍ବାରା ଶରୀର ମଧ୍ୟକୁ ଉଷ୍ମତା ପ୍ରବେଶ କରିଥାଏ । ଏହାଦ୍ବାରା ଖାଦ୍ୟ ଭଲଭାବରେ ହଜମ ହୋଇଥାଏ । ଖଟ ଉପରେ ବସି ଭୋଜନ କଲେ ରୋଗ ଉତ୍ପନ୍ନ ହୋଇଥାଏ । ଏହାଦ୍ବାରା ମନୁଷ୍ୟର ଆୟୁଷ କମ ହୋଇଥାଏ । ଘରର ଦ୍ୱାରରେ ବସି ଭୋଜନ କରିବା ଦ୍ୱାରା ମାତା ଲକ୍ଷ୍ମୀ ରୁସ୍ଟ ହୋଇଥାନ୍ତି ।

ହାତରେ ଧରି ଚାଲି ଚାଲି ଭୋଜନ କଲେ ଜୀବନରେ ଦାରିଦ୍ର୍ୟତା ଆସିଥାଏ । ଯଦି କେହି ବ୍ୟକ୍ତି କୌଣସି ଭୋଜନ ଉପର ଦେଇ ଡେଇଁ ଚାଲି ଯାଆନ୍ତି କିମ୍ବା ପାଦ ପକାଇ ଚାଲି ଯାଆନ୍ତି ସେହି ଭୋଜନ ଖାଇବା ଉଚିତ ନୁହେଁ । ତାହା ଅଶୁଦ୍ଧ ହୋଇଯାଏ । ତେଣୁ ସେହି ଭୋଜନକୁ ପଶୁଙ୍କୁ ଖାଇବାକୁ ଦେଇଦେବା ଉଚିତ । ସେହି ଖାଦ୍ୟ ଖାଇଲେ ମନୁଷ୍ୟର ଆୟୁଷ କମ ହୋଇଥାଏ ଏବଂ ଶରୀରରେ ଭିନ୍ନ ଭିନ୍ନ ରୋଗ ସୃଷ୍ଟି ହୋଇଥାଏ । ଭୋଜନରୁ ଚୁଟି ବାହାରିଲେ ତାହା ମଧ୍ୟ ଅଶୁଦ୍ଧ ହୋଇଥାଏ । ତେଣୁ ସେହି ଭୋଜନ ଖାଇବା ମଧ୍ୟ ବର୍ଜିତ ହୋଇଥାଏ ।

Leave a Reply

Your email address will not be published. Required fields are marked *