ମଙ୍ଗଳବାର ଦିନ କେବଳ ଗୋଟିଏ ଜିନିଷ ଘରକୁ ଆଣିବା ଦ୍ୱାରା ଉତୁରି ଯାଏ ସବୁ କରଜ । ଜାଣି ରଖନ୍ତୁ ।

କରଜ କରିଥିବା ବ୍ୟକ୍ତିର ମୁଣ୍ଡରେ ସବୁଠାରୁ ବଡ଼ ଚିନ୍ତା ଥାଏ କାରଣ ଏହି କରଜ କାରଣରୁ ଆତ୍ମସମ୍ମାନ ହରାଇବାକୁ ପଡ଼ିଥାଏ ଏବଂ ଏହାଦ୍ବାରା ସମ୍ମାନ ହାନୀ ମଧ୍ୟ ହୋଇଥାଏ । ଯେଉଁ କାରଣରୁ ପୁରା ପରିବାରକୁ ଏହି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ପୁଣି ସେହି କରଜ କାରଣରୁ ଘରେ ଅଶାନ୍ତି , କଳହ , ପାଟିତୁଣ୍ଡ ଦେଖା ଦେଇଥାଏ ।

ତେଣୁ କରଜ ନେବା ପୂର୍ବରୁ ହିଁ ସତର୍କ ରହିବା ବୁଦ୍ଧିମାନର କାମ ଅଟେ । ମଙ୍ଗଳବାର ଏବଂ ଶନିବାର ଦିନ କରଜ ନିଅନ୍ତୁ ନାହିଁ କାରଣ ଏହାର ସମାଧାନ ବିଳମ୍ବ ହୋଇଥାଏ କିମ୍ବା କେବେ ସମାଧାନ ହୋଇପାରେ ନାହିଁ । ସେହିଭଳି ୮ , ୧୭ , ୨୬ ଏହି ତିନୋଟି ଅଙ୍କ ଶନିଦେବଙ୍କର ହୋଇ ଥିବାରୁ ଏହି ସବୁ ତାରିଖରେ କରଜ ନେବା ଆଦୋୖ ଉଚିତ ନୁହେଁ ।

ଏହାବ୍ୟତୀତ କରଜ ନେଉଥିବା କାଗଜପତ୍ରରେ କଳା କାଳିରେ ହସ୍ତାକ୍ଷର କରନ୍ତୁ ନାହିଁ । କରଜ ନେବାର ଉପଯୁକ୍ତ ବାର ହେଉଛି ସୋମବାର , ବୁଧବାର ଏବଂ ଶୁକ୍ରବାର । ଅନେକ ସମୟରେ ମନୁଷ୍ୟ କରଜ ମଧ୍ୟରେ ଏଭଳି ଫସି ଯାଏ ଯେ ତାହାର ସମାଧାନ ହୋଇପାରେ ନାହିଁ । ଏଭଳି ପରିସ୍ଥିତିରେ କିଛି ଖାସ ଉପାୟ ଜରୁରୀ ଅଟେ ।

ଏହି ଉପାୟ ପାଇଁ ଜରୁରୀ ହେଉଛି ପାନ ପତ୍ର ଯାହାକି ପ୍ରଥମ ଥର ପାଇଁ ସମୁଦ୍ର ମନ୍ଥନ ସମୟରେ ବ୍ୟବହାର କରାଯାଇଥିଲା ଏବଂ ତାହାକୁ ଶୁଭ କାର୍ଯ୍ୟରେ ବ୍ୟବହାର କରାଯାଇ ଆସୁଛି । ବୁଧ ଗ୍ରହ ସହିତ ପାନର ଅନେକ ସଂଯୋଗ ରହିଛି ଯାହାକି କରଜ ସମସ୍ୟାରୁ ମୁକ୍ତି ଦେଇଥାଏ ।

ତେବେ ଏହି ଖାସ ଉପାୟ କରିବା ପାଇଁ ଏକ ଗୋଟା ପାନ ପତ୍ର ନେଇ ଦୁଇଟି ଲବଙ୍ଗ ଏବଂ ଗୋଟିଏ ଅଳେଇଚ ରଖି ମୋଡ଼ି ଦିଅନ୍ତୁ ଏବଂ ମଙ୍ଗଳବାର ଦିନ ସନ୍ଧ୍ୟ ସମୟରେ ସ୍ନାନ କରି ପରିଷ୍କାର ବସ୍ତ୍ର ଧାରଣ କରି କୌଣସି ହନୁମାନ ମନ୍ଦିରକୁ ଯାଇ ହନୁମାନଙ୍କ ଚରଣରେ ଅର୍ପିତ କରନ୍ତୁ । ଏହି ଉପାୟ ଲଗାତାର ତିନି ମାସ ପ୍ରତ୍ୟକ ମଙ୍ଗଳବାରରେ ସାତ୍ଵିକତା ସହିତ ବଜାୟ ରଖନ୍ତୁ ।

ଅନେକ ସମୟରେ ଉଭୟ କରଜ ସମସ୍ୟା ସହିତ ବ୍ୟବସାୟରେ ମଧ୍ୟ କ୍ଷତି ଦେଖା ଦେଇଥାଏ । ତେଣୁ ଏକ ପାନ ପତ୍ର ଆଣି ଡେମ୍ଫ ବାହାର କରି ଚିକ୍କଣ ଅଂଶକୁ ତଳକୁ ରଖି ଖଦଡ଼ିଆ ପାର୍ଶ୍ଵ ଉପରେ ଦୁଇଟି ଲବଙ୍ଗ ରଖି ଭଗବାନଙ୍କୁ ପ୍ରାର୍ଥନା କରି କୌଣସି ପ୍ରବାହିତ ଜଳରେ ଭସାଇ ଦିଅନ୍ତୁ ।

ଏହି ଉପାୟ ଦ୍ୱାରା ଆପଣଙ୍କ ଜୀବନରେ କୌଣସିବି ସମସ୍ୟା ଏହି ପାନ ପତ୍ର ସହିତ ବୋହି ଯିବ । କରଜ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ନବରାତ୍ରୀର ପ୍ରତ୍ୟେକ ଦିନ ଗୋଟିଏ ଲେଖାଏଁ ପାନ ପତ୍ର ଆଣି ସେଥିରେ ରିମ ଲେଖି ମାତା ଦୁର୍ଗାଙ୍କୁ ଅର୍ପିତ କରି ଦିଅନ୍ତୁ । ଏହି ଉପାୟକୁ ଘରର କେହିବି କରି ପାରିବେ ମାତ୍ର ମହିଳା ହନୁମାନଙ୍କୁ ସ୍ପର୍ଶ କରନ୍ତୁ ନାହିଁ । ମଙ୍ଗଳବାର ଦିନ ଦିନ ସାତ୍ଵିକ ଭୋଜନ କରନ୍ତୁ ଏବଂ ଲୁଣ ସେବନ କରନ୍ତୁ ନାହିଁ ।

ରାତି ୧୧ ରୁ ୧ ମଧ୍ୟରେ ଶୁଦ୍ଧ ହୋଇ ହନୁମାନଙ୍କ ସାମ୍ନାରେ ଆସନ ପକାଇ ବସି ଯାଆନ୍ତୁ ଏବଂ ନାଲି ଫୁଲ ଅର୍ପିତ କରନ୍ତୁ । ଏହାପରେ ହନୁମାନ ଚାଳିଶା ପାଠ କରନ୍ତୁ । ଏହି ଉପାୟ ନିୟମିତ ଭାବରେ ୧୧ ମଙ୍ଗଳବାର ପର୍ଯ୍ୟନ୍ତ କରନ୍ତୁ । ପୁରୁଷ ମାନେ ମଙ୍ଗଳବାର ଦିନ ଦକ୍ଷିଣବର୍ତ୍ତି ହନୁମାନଙ୍କୁ ସିନ୍ଦୁର ଅର୍ପିତ କରିବା ଉଚିତ ଏବଂ ନାଲି ଫୁଲ ଅର୍ପିତ କରିବା ସହିତ ସକାଳ ସନ୍ଧ୍ୟା ଶଙ୍ଖ ବଜାଇ କରଜ ମୁକ୍ତି ନିମିତ୍ତ ପ୍ରାର୍ଥନା କରିବା ଉଚିତ ।

Leave a Reply

Your email address will not be published. Required fields are marked *