ପେଚା ଦେଖିଲେ ମିଳିଥାଏ ଏହି ସଙ୍କେତ ! ଆଦୋୖ ଅଣଦେଖା କରନ୍ତୁ ନାହିଁ :-

ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘରର ଆଖପାଖରେ ଥିବା ଗଛଳତା ଏବଂ ପଶୁ ପକ୍ଷୀ ଆମକୁ ଅନେକ ପ୍ରକାରର ସଙ୍କେତ ଦେଇଥାନ୍ତି । ତେବେ ପ୍ରତ୍ୟେକ ଗଛଳତା ଏବଂ ପଶୁପକ୍ଷୀର ଏକ ବିଶେଷତ୍ୱ ରହିଥାଏ । ସେଥିମଧ୍ୟରୁ କିଛି ଶୁଭ ସଙ୍କେତ ଦେଉଥିବା ବେଳେ ଆଉ କିଛି ଅଶୁଭ ସଙ୍କେତ ଦେଇଥାଏ । ପେଚାକୁ ଆମ ଶାସ୍ତ୍ରରେ ଅନେକ ବିଶେଷ ମହତ୍ତ୍ୱ ଦିଆଯାଇଛି । ଶାସ୍ତ୍ର ଅନୁଯାୟୀ କିଛି ସ୍ଥାନରେ ପେଚାକୁ ଶୁଭ ମାନା ଯାଉଥିବା ବେଳେ ଆଉ କିଛି ସ୍ଥାନରେ ଅଶୁଭ ମାନା ଯାଇଛି ।

ପେଚା ସାଧରଣତଃ ଏକ ରାତ୍ରିଚର ପକ୍ଷୀ ଅଟେ । ଯାହାର ଶବ୍ଦ ପୁରା ବାତାବରଣକୁ ଭୟଙ୍କର ବନାଇ ଦିଏ । ପୁଣି ପେଚାର ଆଖି ଖୁବ ବଡ଼ ଏବଂ କାନ ମଧ୍ୟ ବେଶ ବଡ଼ ହୋଇଥାଏ । ଯାହାକି ବାସ୍ତବରେ ଖୁବ ଭୟଙ୍କର ଦେଖାଯାଏ । ପେଚା ନିଜ ଆଖିକୁ ଚାରି ଦିଗକୁ ବୁଲାଇ ପାରେ । ସାଧରଣତଃ ପେଚା ରାତିରେ ଶବ୍ଦ କରିଥାଏ ଏବଂ ଦିନରେ ଶିକାର କରିଥାଏ । ଯେଉଁ କାରଣରୁ ପ୍ରାଚୀନ କାଳରେ ଲୋକେ ଏହାକୁ ଖୁବ ଅଶୁଭ ମାନୁଥିଲେ । ମାତା ଲକ୍ଷ୍ମୀ ସ୍ଵର୍ଗରୁ ପୃଥିବୀକୁ ପ୍ରଥମ ଥର ଆସିବା ବେଳେ ସର୍ବପ୍ରଥମେ ପେଚାକୁ ହିଁ ଦେଖିଥିଲେ । ସବୁ ଜୀବ ମଧ୍ୟରେ ଏହି ଗୋଟିଏ ଜୀବ ଶୋଇ ନଥିବାରୁ ମାତା ଲକ୍ଷ୍ମୀ ତାହାକୁହିଁ ନିଜର ବାହାନ ବନାଇ ନେଲେ ।

ତେଣୁ ଦୀପାବଳି ଦିନ ପେଚା ଦେଖାଯିବା କିମ୍ବା ତାହାର ଶବ୍ଦ ଶୁଣାଯିବା ଅତ୍ୟନ୍ତ ଶୁଭ ହୋଇଥାଏ । ତେବେ ଚାଲନ୍ତୁ ଜାଣିନେବା ପେଚା ସହିତ ଜଡ଼ିତ ଶୁଭ ସଙ୍କେତ ବିଷୟରେ ।

୧ . କୌଣସି ଗର୍ଭବତୀ ମହିଳା ପେଚା ଦେଖିଲେ ତାହା ଅତ୍ୟନ୍ତ ଶୁଭ ସଙ୍କେତ ହୋଇଥାଏ । ଯଦି ଗର୍ଭବତୀ ମହିଳା ସେହି ପେଚାକୁ ଛୁଇଁ ଦିଏ ତେବେ ଜନ୍ମ ହେବାକୁ ଥିବା ସନ୍ତାନ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଏ ।

୧ . ପେଚା ଯଦି କେହି ରୋଗାକ୍ରାନ୍ତ ବ୍ୟକ୍ତିକୁ ଛୁଇଁ ଚାଲିଯାଏ ତେବେ ତାର ଗମ୍ଭୀର ରୋଗ ଠିକ ହୋଇଯାଏ ।

୩ . ଯଦି କେହି ବ୍ୟକ୍ତି କୌଣସି ମହତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅର୍ଥାତ କୌଣସି ଚାକିରୀ କିମ୍ବା ଅନ୍ୟ କୌଣସି କାମ ପାଇଁ ଯାଉଥିବା ସମୟରେ ଯଦି ପେଚା ଦେଖିଥାଏ । ତେବେ ତାହା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ ।

୪ . ସକାଳ ସମୟରେ ପେଚା ଦେଖାଗଲେ ଏବଂ ତାହାର ରାବ ଶୁଣାଗଲେ ତାହା ଧନ ପ୍ରାପ୍ତିର ସଙ୍କେତ ଅଟେ । ତେଣୁ ପେଚାକୁ ଏବଂ ତାର ରାବକୁ କେବେବି ଅଣଦେଖା କରିବା ଉଚିତ ନୁହେଁ ।

୫ . ପେଚାର ଆଖି ସହିତ ଆଖି ମିଶିବା ତ କଷ୍ଟକର । ତଥାପି ଯଦି ଏପରି କେବେ ହୋଇଯାଏ ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ଧନପ୍ରାପ୍ତିର ସଙ୍କେତ ଅଟେ ।

୬ . ପେଚାର ଆଖିର ଏହି ବିଶେଷତ୍ୱ ରହିଛି ଯେ ସେ ଦୁଇଟି ଆଖିରେ ଏକାସାଥିରେ ଦୁଇ ଦିଗକୁ ଦେଖିପାରେ । ତେଣୁ ଯଦି ପେଚା ବାମକୁ ଦେଖି ରବିଥାଏ ତେବେ ତାହା ଶୁଭ ସଙ୍କେତ ଏଟେ । ମାତ୍ର ଡାହାଣକୁ ଦେଖି ରାବିଲେ ତାହା ଅଶୁଭ ସଙ୍କେତ ଅଟେ ।

୭ . କୌଣସି ଘରକୁ ଆସି ପେଚା ବସିଲେ ତାହା ସେହି ଘରର ବର୍ବାଦିର କାରଣ ହୋଇଥାଏ । ଯଦି ପେଚା ସେହି ଘରେ ବାରମ୍ବାର ଆସି ବସେ ଏବଂ କାନ୍ଦିଥାଏ ତେବେ ତାହା ସେହି ଘର ପାଇଁ ଏବଂ ସେହି ଘରର ସଦସ୍ୟଙ୍କ ପାଇଁ ଅଶୁଭ ହୋଇଥାଏ ।

ତନ୍ତ୍ର ସାଧନାରେ ଅଧିକ ସଂଖ୍ୟାରେ ପେଚାକୁ ବଳି ଦିଆଯାଏ । ତାହାର ନଖ , ଚୁଟି ଏବଂ ପରକୁ ତାନ୍ତ୍ରିକ ସାଧନାରେ ଉପଯୋଗ କରାଯାଏ । ମାତ୍ର ଏପରି କରିବା ଉଚିତ ନୁହେଁ । କାରଣ ପେଚା ମାତା ଲକ୍ଷ୍ମୀଙ୍କ ବାହାନ ହୋଇଥାଏ । ତେଣୁ ତାହାକୁ ମାରି କୌଣସି ଦେବତାଙ୍କୁ ପ୍ରସନ୍ନ କରିହେବ ନାହିଁ ।

Leave a Reply

Your email address will not be published. Required fields are marked *