ଖରାପ ହୋଇଯାଇଥିବା ଝାଡୁକୁ ଫୋପାଡିବା ପୂର୍ବରୁ ଏହି ପୋଷ୍ଟ କୁ ନିଶ୍ଚିନ୍ତ ପଢନ୍ତୁ,ଘରେ ରଖା ଯାଇଥିବା ଏହି ପରି ଝାଡୁ ପଇସା କୁ ପାଣି କରିଦିଏ..

ଘରେ ବ୍ୟବହୃତ ହେଉଥିବା ଝାଡୁ ଆର୍ଥିକ ଦୃଷ୍ଟି ରେ ବହୁତ ହିଁ ଅଧିକ ମହତ୍ୱପୁର୍ଣ ହୋଇଥାଏ | ଏବଂ ଏହି ଝାଡୁ ମଣିଷ କୁ କୋଟିପତି ମଧ୍ୟ ବନେଇ ପାରେ ଆଉ କାଙ୍ଗାଳ ବି ବନେଇ ପାରେ | ବନ୍ଧୁଗଣ ଶୁଭ ଏବଂ ଅଶୁଭ ଶାସ୍ତ୍ର ରେ ଝାଡୁର ପ୍ରୟୋଗ ସହ ଯୋଡି ହୋଇଅଛି ଏବଂ ଏହାର ପ୍ରୟୋଗ କରିବାର ବିଧିକୁ ଅତ୍ୟଧିକ ମହତ୍ୱ ଦିଆ ଯାଇଛି |

ଏହା ସେମାନଙ୍କ ପାଇଁ ଯେଉଁ ମାନେ ଆମ ଶାସ୍ତ୍ର ଉପରେ ବିଶ୍ୱାସ କରନ୍ତି ଏବଂ ତାହାର ବୈଜ୍ଞାନିକ କାରଣ କୁ ବୁଝାନ୍ତି | ତେବେ ଆଜି ଆମେ ଝାଡୁର ସେହୁ ପ୍ରୟୋଗ ବିଷୟରେ କହିବାକୁ ଯାଉଛୁ ବନ୍ଧୁଗଣ ଝାଡୁକୁ କେଉଁ ଦିଗରେ ରଖିବା ଉଚିତ ହୋଇଥାଏ ଏବଂ କଣ କରିବା ଦ୍ୱାରା ଶୁଭ ହୋଇଥାଏ ଚାଲନ୍ତୁ ସେହି ବିଷୟରେ ଜାଣିବା |

ତେବେ ବନ୍ଧୁଗଣ ଯେଉଁ ଘର ପରିଷ୍କାର ପାରିଛନ୍ନ ରହିଥାଏ ଏବଂ ଝାଡୁ କୁ ସଠିକ ସ୍ଥାନ ରେ ରଖା ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଏବଂ ସେହି ପରି ଯେଉଁ ଘର ସଫା ସୁତୁରା ନଥାଏ ସେହି ଅଲକ୍ଷ୍ମୀ ବାସ କରନ୍ତି | ତେବେ ବନ୍ଧୁଗଣ ଘରେ ଅଶାନ୍ତି ହେବାର କାରଣ ନକାରାତ୍ମକ ଉର୍ଜା ହୋଇଥାଏ ଆଉ ଏହି ଉର୍ଜା ଝାଡୁ ଠାରୁ ମଧ୍ୟ ଆସିଥାଏ |

ତେବେ ଏହିପରି ଅନେକ ଉପାୟ ଅଛି ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୁଏନ୍ତି ଏବଂ ସେହି ଘରକୁ ଅଜସ୍ର ଧନ ଦେଇଥାନ୍ତି | ଯେଉଁ ଘରେ ଶାନ୍ତି ଥାଏ ସେହି ଘରେ ସବୁବେଳେ ସକାରାତ୍ମକ ଉର୍ଜା ଭରି ହୋଇ ରହିଥାଏ ଏବଂ ସେହି ଘରେ ମାତା ଲକ୍ଷ୍ମୀ ମଧ୍ୟ ବାସ କରିଥାନ୍ତି | ତେବେ ବନ୍ଧୁଗଣ ଚାଲନ୍ତୁ ଆଜି ସେହି ଝାଡୁର କିଛି ଉପାୟ ବିଷୟରେ ଜାଣିବା |

ବ୍ୟସ୍ତ ବ୍ରିବତ ସମୟରୁ କିଛି ସମୟରେ ନିଶ୍ଚିନ୍ତ ବାହାର କରନ୍ତୁ ଏବଂ ସକାଳ,ସନ୍ଧ୍ୟା ରେ ଘର ଝାଡୁ କରନ୍ତୁ |ଏହିପରି କରିବା ଦ୍ୱରା ଘରୁ ନକାରାତ୍ମକ ଉର୍ଜା ଦୁରେଇ ଯାଇଥାଏ | ତେବେ ବନ୍ଧୁଗଣ କେଉଁ ବାର ରେ ଝାଡୁ କିଣିବା ଉଚିତ ହୋଇଥାଏ?ତେବେ ବନ୍ଧୁଗଣ ଆମ ହିନ୍ଦୁ ଧର୍ମ ରେ ସପ୍ତାହରେ ସାତ ଦିନ ହୋଇଥାଏ |

ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ଏବଂ ରବିବାର ତେବେ ଶାସ୍ତ୍ର ଅନୁଯାଇ ଏହାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି | କଡା ବାର ହେଉ ଛନ୍ତି ରବିବାର,ମଙ୍ଗଳବାର,ଶନିବାର ଏବଂ ସୌମ୍ୟ ବାର ହେଉଛନ୍ତି ସୋମବାର,ବୁଧବାର,ଗୁରୁବାର,ଶୁକ୍ରବାର | ତେବେ ସର୍ବଦା ମନେ ରଖନ୍ତୁ ଶନିବାର ଝାଡୁ କିଣନ୍ତୁ ଏବଂ କଡା ବାର ରେ କିଣନ୍ତୁ ଲାଭ ହୋଇଥାଏ | ଏବଂ ବଡ଼ ପର୍ବ ପର୍ବାଣି ରେ ମଧ୍ୟ କିଣନ୍ତୁ ଦୀପାବଳି ରେ କିଣିବା ଅତ୍ୟନ୍ତ ଶୁଭ ହୋଇଥାଏ |

ତେବେ ବନ୍ଧୁଗଣ କେଉଁ କୋଣ ରେ ଝାଡୁ ରଖିବା ଉଚିତ ଆଉ କେଉଁ କୋଣ ରେ ନରଖିବା ଉଚିତ ଚାଲନ୍ତୁ ଜାଣିବା | ଝାଡୁକୁ ଈଶାଣ କୋଣ ରେ ରଖନ୍ତୁ ନାହିଁ | ଏହା ଦ୍ୱାରା ଘରୁ ଲକ୍ଷ୍ମୀ ଛାଡି ଚାଲି ଯାଇଥାନ୍ତି | ତେବେ ବନ୍ଧୁଗଣ ପୂଜା ଘରେ ମଧ୍ୟ ଝାଡୁ ରଖିବା ଉଚିତ ହୋଇନଥାଏ ଯେଉଁ ଘରେ ଏମିତି କରନ୍ତି ସେଇଠି ଦୁର୍ଭାଗ୍ୟ ଆସିଥାଏ |

ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି | ତେବେ ଆପଣଙ୍କୁ କହିରଖୁଛୁ କି ଝାଡୁ କୁ ସଦା ସର୍ବଦା ଦକ୍ଷିଣ ପଶ୍ଚିମ କୋଣ ରେ ରଖିବା ଉଚିତ ହୋଇଥାଏ | ଆପଣଙ୍କୁ କହି ରଖୁଛୁ କି ଝାଡୁ କରିବାର ଉଚିତ ସମୟ ହେଉଛି ସକାଳୁ ଉଠି କରିବା ଏବଂ ସନ୍ଧ୍ୟାରେ କରିବା ଏହିପରି କରିବା ଦ୍ୱାରା ଅନେକ ଲାଭ ହୋଇଥାଏ | ଝାଡୁ ରେ ପାଦ ଲଗାନ୍ତୁ ନାହିଁ ଲକ୍ଷ୍ମୀ ଛାଡି ଚାଲିଯାନ୍ତି |

ସଦା ସର୍ବଦା ଝାଡୁ କୁ ଲୁଚେଇକି ରଖନ୍ତୁ | ଏହାକୁ ଆଖୀ ସାମ୍ନା ରେ ରଖିବା ଦ୍ୱାରା ନକାରାତ୍ମକ ପ୍ରଭାବ ପଡିଥାଏ | ତେବେ ଝାଡୁ କୁ ସର୍ବଦା ଆଖି ଠାରୁ ଦୂରରେ ରଖନ୍ତୁ | ଝାଡୁ କୁ ପଲଙ୍କ ତଳେ ଆଦୌ ରଖିବା ଉଚିତ ନୁହେଁ ଏହିପରି କରିବା ଦ୍ୱାରା ଦେହ ଖରାପ ହୋଇଥାଏ | ଝାଡୁ କୁ ରୋଷେଇ ଘରେ ରଖନ୍ତୁ ନାହିଁ କାରଣ ଏହାର ବୈଜ୍ଞାନିକ କାରଣ ମଧ୍ୟ ରହିଛି | ଏହା ଦ୍ୱାରା ସ୍ୱାସ୍ଥ୍ୟ ମଧ୍ୟ ଖରାପ ହୋଇପାରେ ତେଣୁ ଝାଡୁ ଏହିପରି ରଖନ୍ତୁ ନାହିଁ |ତେବେ ଆପଣଙ୍କୁ କହିରଖୁଛୁ କି ଝାଡୁ କୁ ସଦା ସର୍ବଦା ଦକ୍ଷିଣ ପଶ୍ଚିମ କୋଣ ରେ ରଖିବା ଉଚିତ ହୋଇଥାଏ |

Leave a Reply

Your email address will not be published. Required fields are marked *