ଏହି ତିନୋଟି କାମ କରିବାକୁ କେବେବି ପୁରୁଷ ମାନେ ଲାଜ କରିବା ଉଚିତ ନୁହେଁ , ଥରେ ନିଶ୍ଚୟ ଜାଣି ନିଅନ୍ତୁ :-

ପ୍ରାୟ ସବୁ ଲୋକଙ୍କ ଜୀବନରେ ସମସ୍ୟା ରହିଛି । କିଏ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ତ କିଏ ଜୀବନକୁ ନେଇ ଚିନ୍ତିତ , ପୁଣି କିଏ ନିଜ କ୍ୟାରିଅରକୁ ନେଇ ଚିନ୍ତିତ । କିନ୍ତୁ ସମସ୍ତଙ୍କ ଠାରେ ସାଧାରଣ ସମସ୍ୟା ହେଉଛି ଧନ ସମସ୍ୟା । ଯାହାକୁ ନେଇ ବ୍ୟକ୍ତି ପ୍ରାୟ ସବୁବେଳେ ଚିନ୍ତିତ ରହିଥାଏ । ହୁଏତ ଭଗବାନ ମଣିଷର କର୍ମ ଅନୁଯାୟୀ ଫଳ ଦେଇଥାନ୍ତି ଏବଂ ଭାଗ୍ୟ ଲେଖିଥାନ୍ତି କିନ୍ତୁ ମଣିଷର ପ୍ରତ୍ୟେକ କାମ ଉପରେ ଭଗବାନ ନଜର ରଖନ୍ତି । ପୁଣି କର୍ମ ଅନୁସାରେ ଭଗବାନ ଭାଗ୍ୟକୁ ବଦଳାଇ ଦିଅନ୍ତି ମଧ୍ୟ ।

ଗରୁଡ଼ ପୁରାଣରେ ଭଗବାନ ଶ୍ରୀକୃଷ୍ଣ ଗରୁଡ଼ଙ୍କୁ ମଣିଷ ଜୀବନକୁ ସୁଖକର ବନାଇବା ପାଇଁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଉପଦେଶ ଦେଇଛନ୍ତି ଯାହାକୁ ଆପଣ ମାନେ ନିଶ୍ଚୟ ଥରେ ଜାଣିନେବା ଉଚିତ । ଗରୁଡ଼ ପୁରାଣରେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟର ଏପରି କାମ ବିଷୟରେ କହିଛନ୍ତି ଯାହା କରିବା ଦ୍ୱାରା ଦାରିଦ୍ର୍ୟତା ଆସିଥାଏ । ଏପରି ବ୍ୟକ୍ତି ନିଜ ଭାଗ୍ୟକୁ ନଷ୍ଟ କରିଦିଏ ଏବଂ ନିଜର ସବୁକିଛି ହରାଇ ଦିଏ । ତେଣୁ ଚାଲନ୍ତୁ ସେହି କାର୍ଯ୍ୟ ଗୁଡ଼ିକ ବିଷୟରେ ଜାଣିନେବା ।

୧ . ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ନିଜ ବିଛଣାକୁ ପରିଷ୍କାର କରେନାହିଁ ସେହିଘରେ ଦାରିଦ୍ର୍ୟତା ରହିଥାଏ । ତେଣୁ ମନୁଷ୍ୟକୁ ପ୍ରତ୍ୟକ ଦିନ ଘର ସଫାସୁତୁରା କରିବା ସହିତ ନିଜ ବିଛଣାକୁ ମଧ୍ୟ ସଫା କରିବା ଉଚିତ ।

୨ . ଗରୁଡ଼ ପୁରାଣ ଅନୁସାରେ ଯଦି କେହି ବ୍ୟକ୍ତି ସବୁ ସମୟରେ ଆପରିଷ୍କାର ମଇଳା ପୋଷାକ ପିନ୍ଧିଥାଏ ତେବେ ମାତା ଲକ୍ଷ୍ମୀ ସେହି ବ୍ୟକ୍ତି ଠାରୁ ସବୁବେଳେ ଦୂରରେ ରହନ୍ତି । ଶାସ୍ତ୍ର ଅନୁସାରେ ମାତା ଲକ୍ଷ୍ମୀଙ୍କୁ ପରିଷ୍କାର ପରିଚ୍ଛନ୍ନତା ଅଧିକ ପସନ୍ଦ ଥାଏ । ମାତା ଲକ୍ଷ୍ମୀ ସେହିଠାରେ ହିଁ ବାସ କରିଥାନ୍ତି ଯେଉଁଠାରେ ସ୍ୱଚ୍ଛତା ବଜାୟ ରହିଥାଏ ।

ଆପରିଷ୍କାର ପୋଷାକ ପିନ୍ଧୁଥିବା ଲୋକର ଘରେ ଅଲକ୍ଷ୍ମୀ ବାସ କରିଥାଏ । ସେହି ବ୍ୟକ୍ତିକୁ ଦାରିଦ୍ର୍ୟତାର ସାମ୍ନା କରିବାକୁ ପଡ଼ିଥାଏ । ସେହିପରି ଯେଉଁ ବ୍ୟକ୍ତିକ୍ତି ନିଜକୁ ଆପରିଷ୍କାର ରହିଥାଏ ସେହି ବ୍ୟକ୍ତି ସବୁବେଳେ ରୋଗରେ ପୀଡ଼ିତ ହୋଇଥାଏ । ଯେଉଁ ବ୍ୟକ୍ତି ମାନେ ନିଜ ଦାନ୍ତ ଆପରିଷ୍କାର ରଖିଥାନ୍ତି ତାଙ୍କ ଉପରେ ମାତା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ।

୩ . ଗରୁଡ଼ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତି ସବୁବେଳେ ଖାଦ୍ୟ ଉପରେ ଆଲୋଚନା କରିଥାଏ ଏବଂ ସବୁବେଳେ ଆଲୋଚନା କରିଥାଏ ତେବେ ସେହି ବ୍ୟକ୍ତି ପାଖକୁ ମାତା ଆସିବେ ନାହିଁ । ତେଣୁ ଏପରି କରିବା ଉଚିତ ନୁହେଁ ।

୪ . ଯେଉଁ ବ୍ୟକ୍ତି ସୂର୍ଯ୍ୟ ଉଦୟ ପରେବି ଦୀର୍ଘ ସମୟ ଧରି ଶୋଇ ରହିଥାଏ ସେହି ବ୍ୟକ୍ତି ଜୀବନରେ କେବେବି ଧନବାନ ହୁଏନାହିଁ । ଗରୁଡ଼ ପୁରାଣ ଅନୁସାରେ ଏପରି ବ୍ୟକ୍ତି ଖୁବ ଅଧିକ ପରିଶ୍ରମ କରିବା ପରେ ହିଁ ଯାଇ ପରିଶ୍ରମର ମୂଲ୍ୟ ମିଳିଥାଏ । ଭଗବାନଙ୍କୁ ପୂଜା କରିବା ପାଇଁ ସକାଳ ଏବଂ ସନ୍ଧ୍ୟା ସମୟ ଉପଯୁକ୍ତ ଅଟେ । ତେଣୁ ଯେଉଁ ବ୍ୟକ୍ତି ସକାଳୁ ସୂର୍ଯ୍ୟ ଉଦୟ ପରେ ବିଳମ୍ବରେ ଉଠିଥାଏ ସେହି ବ୍ୟକ୍ତି ସୂର୍ଯ୍ୟଦେବଙ୍କ କୃପାରୁ ବଞ୍ଚିତ ହୋଇଯାଏ । ତେଣୁ ମନୁଷ୍ୟକୁ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ତର୍ପଣ କରିବା ଉଚିତ ।

୪ . କୌଣସି ପ୍ରକାରର ଭଙ୍ଗା ଜିନିଷ ଘରେ ରଖନ୍ତୁ ନାହିଁ । ଏହାଦ୍ବାରା ଘରେ ନକରାତ୍ମକତା ବୃଦ୍ଧି ହୋଇଥାଏ । ଏହାଦ୍ବାରା ମାନସିକ ଚିନ୍ତା ବଢ଼ିଥାଏ । ଯେପରିକି ଭଙ୍ଗା କାଚ , ଆଇନା , ଇଲେକ୍ଟ୍ରୋନିକ ଜିନିଷ ଇତ୍ୟାଦି ।

୫ . ଅନେକ ସମୟରେ ଲୋକେ ପୁରୁଣା ଏବଂ ଛିଡ଼ା ପୋଷାକକୁ ଘରେ ରଖିଥାନ୍ତି । ଏହାଦ୍ବାରା ଘରେ ନକରାତ୍ମକତା ବଢ଼ିଥାଏ ଏବଂ ଘରେ ପୁରୁଣା କଳହ କ୍ଳେଶ ସମାପ୍ତ ହୁଏ ନାହିଁ । ତେଣୁ ତାହାକୁ କେହି ଗରିବ ଲୋକଙ୍କୁ ଦେଇଦେବା ଉଚିତ ହୋଇଥାଏ ।

୬ . ଯେଉଁ ବ୍ୟକ୍ତି ଅଧିକ ଧନ କାରଣରୁ ଗର୍ବ କରିଥାଏ ସେହି ବ୍ୟକ୍ତି ଧୀରେ ଧୀରେ ଦାରିଦ୍ର୍ୟ ହୋଇଯାଏ । ସେପରି ବ୍ୟକ୍ତିର ଘରେ କେବେବି ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ।

୭ . ଯଦି ଆପଣଙ୍କ ଘରେ କୌଣସି ପୁରୁଣା ନଷ୍ଟ ହୋଇ ଯାଇଥିବା ଜୋତା ଚପଲ ଅଛି ତେବେ ତାହାକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ ।

୮ . ଘରର ଛାତ ଉପରେ ଆବର୍ଜନା ମଧ୍ୟ ଆର୍ଥିକ ସମସ୍ୟା ବଢ଼ାଇ ଥାଏ । ଏହାଦ୍ବାରା ପରିବାରର ଉନ୍ନତି ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହାଦ୍ବାରା ପରିବାରର ସଦସ୍ୟଙ୍କ ଉପରେ ଖରାପ ପ୍ରଭାବ ପଡ଼ିଥାଏ । ଏହାଦ୍ବାରା ପିତୃ ଦୋଷ ମଧ୍ୟ ଲାଗିଥାଏ ।

ପୁରୁଷ ମାନେ ଏହି ତିନୋଟି କାମ କରିବାକୁ ଲଜ୍ଜିତ ମନେ କରିବା ଉଚିତ ନୁହେଁ ।

୧ . ପୁରୁଷ ନାରୀକୁ ନିଜର ପ୍ରେମ ଆବେଦନ କରିବାରେ ଭୟ କରିବା ଉଚିତ ନୁହେଁ । ନଚେତ ଏହି ଭୟ ଆପଣଙ୍କର ହିଁ କ୍ଷତି କରିବ ।

୨ . ପୁରୁଷ ମାନେ ଦୁଃଖ , ସମସ୍ୟା ଏବଂ ଆର୍ଥିକ ସମସ୍ୟା ଭଳି କାରଣକୁ ଭୟ କରିବା ଉଚିତ ନୁହେଁ । ନଚେତ ଏହାଦ୍ବାରା ଆହୁରି ଅଧିକ କ୍ଷତି ହୋଇପାରେ । ବରଂ ପୁରୁଷ ଏହାକୁ ସାମ୍ନା କରି ସମସ୍ୟାର ସମାଧାନର ବାଟ ବାହାର କରିବା ଉଚିତ ।

୩ . ନିଜର ଦୁର୍ବଳତାକୁ ନିଜ ସ୍ତ୍ରୀ ସାମ୍ନାରେ ଦେଖାଇବା ଉଚିତ ନୁହେଁ । ନଚେତ ତାଙ୍କ ମନୋବଳ ଭାଙ୍ଗି ଯାଇ ପାରେ ।

Leave a Reply

Your email address will not be published. Required fields are marked *