ଶ୍ରୀକୃଷ୍ଣ କହିଛନ୍ତି ଏହି ତିନି ପ୍ରକାରର ଭୋଜନ କରିବା ଦ୍ୱାରା ଆୟୁ କମ ହୋଇଥାଏ ଆଉ ଦରିଦ୍ରତା ଆସିଥାଏ |

ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଅନେକ ପୌରାଣିକ ଗ୍ରନ୍ଥ ରହିଛି,ତେବେ ଶାସ୍ତ୍ରରେ ଅନେକ କଥା ମନୁଷ୍ୟ କୁ ନେଇ ମଧ୍ୟ କୁହାଯାଇଛି | ତେବେ ଏହିପରି ବିଶେଷ 18 ଟି ଗ୍ରନ୍ଥ ମଧ୍ୟରୁ ଗରୁଡ ପୂରଣ ଅନ୍ୟତମ | ଏଥିରେ ଭଗବାନ ବିଷ୍ଣୁ ଗରୁଡ କୁ ଜୀବନ ର ଅନେକ କଥା ବୁଝାଇ କହିଛନ୍ତି | ଏହି ପୁରାଣ ରେ ଜନ୍ମ ଠାରୁ ଆରମ୍ଭ କରି ମୃତ୍ୟୁ ପରେ ଆତ୍ମା ଗତି ଜନ୍ମ ସବୁ କିଛି ବର୍ଣ୍ଣନ ହୋଇଛି |

ତେବେ ଏହା ମଧ୍ୟ ଏଥିରେ କୁହାଯାଇଛି ଯେ ମୁତ୍ୟୁ ପରେ କିପରି ଶ୍ରଦ୍ଧ କରିବା କିପରି ଆତ୍ମା ର ଶାନ୍ତି ନିମନ୍ତେ କେଉଁ ଉପାୟ କରିବା ସେସବୁ ମଧ୍ୟ କୁହାଯାଇଛି ତେବେ ଭଗବାନ କୃଷ୍ଣ ଏହି ପୁରାଣ ରେ ଗରୁଡକୁ ଆହୁରି କଥା ମଧ୍ୟ କହିଛନ୍ତି | ତେବେ ମନୁଷ୍ୟ କୁ ଭୋଜନ କରିବା ନିହାତି ଆବଶ୍ୟକ ଭୋଜନ କରିବା ଦ୍ୱାରା ମନୁଷ୍ୟ କୁ ଶକ୍ତି ମିଳିଥାଏ | କୌଣସି ବି କାର୍ଯ୍ୟ କରିବାକୁ ଶକ୍ତି ମିଳିଥାଏ | ଖାଦ୍ୟ ଖାଇବ ଦ୍ଵାରା ମନୁଷ୍ୟ ଶରୀରର ଗଠନ ହୋଇଥାଏ ଏବଂ ସୁନ୍ଦର ମଧ୍ୟ ଦେଖାଯାଇଥାଏ ତେବେ ଭଗବାନ ଶ୍ରୀକୃଷ୍ଣ ଏହି ପରି ତିନି ଟି ଭୋଜନ କଥା କହିଛନ୍ତି ଯାହାକୁ ଖାଇବ ଦ୍ୱାରା ଆୟୁ କମିଯାଏ ତେବେ ଚାଲନ୍ତୁ ଜାଣିବା ସେସବୁ କଣ :

ଭଗବାନ ଶ୍ରୀକୃଷ୍ଣ ଗରୁଡ ପୁରାଣ ରେ ଗରୁଡଙ୍କୁ ଏହି ତିନି ପ୍ରକାର ଖାଦ୍ୟ ମନୁଷ୍ୟ କୁ ନଖାଇବାକୁ କହିଛନ୍ତି | ମନୁଷ୍ୟଙ୍କୁ ଶାସ୍ତ୍ର ଅନୁସାରେ ଖାଦ୍ୟ ଖାଇବ ଉଚିତ | ତେବେ ମନୁଷ୍ୟ ଯଦି ଏହି ଭୋଜନ କରେ ତେବେ ରୋଗ ହୋଇଥାଏ,ଅନେକ ପ୍ରକାରର ମାନସିକ, ଶାରୀରିକ ରୋଗ ବ୍ୟାଧି ହୋଇଥାଏ | ତେବେ ଭଗବାନ ଶ୍ରୀକୃଷ୍ଣ ଏହି ତିନି ପ୍ରକାରର ଭୋଜନ କରିବାକୁ ବର୍ଜିତ କରିଛନ୍ତି ଏହାକୁ କେବଲ ଭୂତ ପ୍ରେତ ଖାଇଥାନ୍ତି |

ମନୁଷ୍ୟ ଏହାକୁ ଖାଇବ ଠିକ ନୁହେଁ |ଯଦି ମନୁଷ ଭୁଲରେ ବି ଏମିତିକା ଭୋଜନ ଗ୍ରହଣ କରିନିଏ ତେବେ କାମ ସମୟରେ ସେହି ସେହି ମନୁଷ୍ୟର ମୃତ୍ୟୁ ହୋଇଯାଇଥାଏ | ଆସନ୍ତୁ ଜାଣିବା ଭଗବନ ଶ୍ରୀକୃଷ୍ଣ କେଉଁ ପ୍ରକାରର ଖାଦ୍ୟ ଖାଇବାକୁ କହିଛନ୍ତି ଏବଂ ଖାଇବା ବେଳେ କେଉଁ କଥାର ଧ୍ୟାନ ରଖିବା ନିହାତି ଆବଶ୍ବକ ଅଟେ |

ଭଗବାନ ଶ୍ରୀକୃଷ୍ଣ ସବୁବେଳେ କୁହନ୍ତି ଯେ ମନୁଷ୍ୟକୁ ସବୁବେଳେ ନିଜର ପାଞ୍ଚ ଅଙ୍ଗକୁ ସଫା କରିକି ହିଁ ଭୋଜନ କରିବା ଦରାକର ହୋଇଥାଏ | ନିଜର ଦୁଇ ପଦ ଦୁଇ ହାତ ଏବଂ ମୁଁହ କୁ ଧୋଇବା ପରେ ହିଁ ଭୋଜନ କରିବା ଉଚିତ ହୋଇଥାଏ | ଏମିତି କରିବା ଦ୍ୱାରା ମନୁଷ୍ୟ ବିଭିନ୍ନ ପ୍ରକାରର ରୋଗରୁ ବଞ୍ଚିଥାଏ | ଏବଂ ମନୁଷ୍ୟ ଦୀର୍ଘାୟୁ ଵନିଯାଏ | ଏବଂ ଖାଇବା ପୂର୍ବରୁ ମନୁଷ୍ୟକୁ ଭଗବାନଙ୍କୁ ଦାନ୍ୟବାଦ ଦେବା ଜରୁରି ହୋଇଥାଏ | ଏବଂ ସଂସାରର ସମସ୍ତ ପ୍ରାଣୀଙ୍କୁ ଭୋଜନ ଦେବା ପାଇଁ ପ୍ରାଥନା କରିବା ଆବଶ୍ବକ ହୋଇଥାଏ |

ଯେତେବେଳେ ଜଣେ ମଣିଷ କ୍ରୋଧରେ ଥାଏ ସେତେବେଳେ ତାଙ୍କୁ ଖାଦ୍ୟ ଖାଇବା ଉଚିତ ନୁହେଁ | ଏବଂ କାନ୍ଦିଲା ବେଳେ ଆଉ ହସିଲା ବେଳେ ବି ଖାଦ୍ୟ ଖାଇବା ଉଚିତ ନୁହେଁ | ଏଥିରେ ଶରୀରରେ ବିକ୍ୟର ଉତ୍ପନ ହୋଇଥାଏ | ଭଗବାନ ଶ୍ରୀକୃଷ୍ଣ ଖାଦ୍ୟ ଖାଇବାର ସବୁଠାରୁ ଭଲ ସମୟ କେଉଁଟା ବୋଲି କହିଛନ୍ତି | ଚଟାଣରେ ବାସି ଭୋଜନ କରିବା ହିଁ ସବୁଠାରୁ ଶ୍ରେଷ୍ଠ ହୋଇଥାଏ |

ଏଥିରେ ଆପଣଙ୍କ ଶରୀରରେ ଥିବା ଉଷ୍ମ ଯାଇ ପୃଥିବୀରେ ପ୍ରବେଶ କରିଥାଏ | ଏବଂ ଭୋଜନ ଅତ୍ୟନ୍ତ ଭଲ ଭାବରେ ହଜମ ହୋଇଯାଏ | ବେଡ଼ରେ ବେଶୀ ଖାଇବା ଦ୍ୱାରା ମଣିଷର ଦେହରେ ରୋଗ ଉତ୍ପାନ ହୋଇଥାଏ | ଏବଂ ତାଙ୍କ ଆୟୁ ମଧ୍ୟ କାମ ହୋଇଯାଏ | ଏହି ସାଥିରେ ଘରର ଏରୁଣ୍ଡି ବନ୍ଦରେ ବାସି ଖାଇବା ମଧ୍ୟ ଅନୁଚିତ ପ୍ରମାଣିତ ହୋଇଥାଏ | ଏମିତି କରିବା ଦ୍ୱାରା ମାତା ଲଷ୍ମୀ ଆପଣଙ୍କ ଉପରେ କ୍ରୋଧିତ ହୋଇଯାଆନ୍ତି | ଏବଂ ଚାଲୁଥିବା ବେଳେ ଖାଇଲେ କିମ୍ଭା ଦୌଡ଼ିଲା ବେଳେ ଖାଇଲେ ମଣିଷର ଜୀବନକୁ ଦରିଦ୍ରତା ଆସିଥାଏ | ଏବଂ ତାଙ୍କର ଧନ ନଷ୍ଟ ହୋଇଯାଏ |

ମଣିଷକୁ କେଉଁ ପ୍ରକାରର ଭୋଜନ ଖାଇବା ଉଚିତ ନୁହେଁ :-

ସର୍ବପ୍ରଥମେ ଯେଉ ଭୋଜନ କୁ କେହି ଡେଇଁକି ଯାଇଥିବେ ସେହି ଭୋଜନ କଦାପି ଖାଇବା ଉଚିତ ନୁହେଁ | ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉ ଭୋଜନ ଉପରେ କେହି ଗୋଡ଼ ରଖି କିମ୍ଭା କେହି ଡେଇଁ କରି ଚାଲିଯାଇଥାନ୍ତି ସେଇ ଖାଦ୍ୟକୁ କେବେ ବି ଖାଇବା ଉଚିତ ନୁହେଁ | ଏମିତିକା ଭୋଜନ ଅଶୁଦ୍ଧ ହୋଇଯାଇଥାଏ | ଏମିତି ଭୋଜନ କୁ ନଷ୍ଟ ନ କରି ପଶୁ ପାଖିଙ୍କୁ ଖୁଆଇଦେବା ଦରକାର ହୋଇଥାଏ | ଅନ୍ୟ ମାନଙ୍କ ଦ୍ୱାରା ଫିଙ୍ଗା ଯାଇଥିବା ଖାଦ୍ୟ ଖାଇଲେ ମଣିଷର ଆୟୁଷ କମିଯାଇଥାଏ | ଏବଂ ସେହି ମଣିଷର ଶରୀରରେ ଭିନ୍ନ-ଭିନ୍ନ ପ୍ରକାରର ରୋଗ ଉତ୍ପନ ହୋଇଥାଏ |

ଦ୍ୱିତୀୟତଃ ଯେଉ ଭୋଜନରୁ କେଶ ବାହାରେ | ଗରୁଡ଼ ପୂରଣ ଅନୁଯାୟୀ ଯଦି ଭୋଜନରେ କେଶ ବାହାରେ ତେବେ ସେହି ଖାଦ୍ୟ ଆଉ ଖାଇବା ଉପଯୋଗୀ ହୋଇନଥାଏ | ଯଦି କେବେ ଅର୍ଣ୍ଣରୁ କେଶ ବାହାରେ ତେବେ ତାହାକୁ କେବେ ବି ଈଶ୍ୱରଙ୍କୁ ପ୍ରସାଦ ଭାବେ ଛାଡେଇବା ଉଚିତ ନୁହେଁ |

ତୃତୀୟତଃ ଯେଉ ଭୋଜନ ଅନ୍ୟ କହା ପାଇଁ ବଢ଼ା ହୋଇଥାଏ | ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେ ମଣିଷଙ୍କୁ ଅନ୍ୟ ପାଇଁ ବଢ଼ା ଯାଇଥିବା ଖାଦ୍ୟକୁ ମଧ୍ୟ ଖାଇବା ଉଚିତ ହୋଇନଥାଏ | ଯେଉ ମଣିଷ ଅନ୍ୟ ମାନଙ୍କର ଭୋଜନକୁ ଛଡେଇକି ଖାଇଥାଏ ଅଥବା କାହାରିକୁ ନ ଦେଇ ଏକା ହିଁ ସବୁ ଅର୍ଣ୍ଣକୁ ଖାଇବା ଦ୍ୱାରା ସେହି ମଣିଷ ଉପରେ ଦେବି ଅର୍ନପୂର୍ଣ୍ଣା ରାଗିଯାଆନ୍ତି | ଭୋଜନକୁ ସମସ୍ତଙ୍କ ସହ ବାଣ୍ଟିକି ହିଁ ଖାଇବା ଉଚିତ ହୋଇଥାଏ |

Leave a Reply

Your email address will not be published. Required fields are marked *