ଟଙ୍କା ରୋଜଗାର କରିବାକୁ ଚାହୁଁଥିଲେ ନିଜର ଏହି ଗୋଟିଏ କଥା କେବେ ବି କାହାକୁ କୁହନ୍ତୁ ନାହିଁ,ଜାଣନ୍ତୁ କେଉଁ କଥା ?

ଚାଣକ୍ୟ ନୀତି ହେଉଛି ଆଚାର୍ଯ୍ୟ ଚାଣକ୍ୟ ଦ୍ୱାରା ରଚିତ ଏକ ନୀତି ଗ୍ରନ୍ଥ । ଯେଉଁଥିରେ ଆଚାର୍ଯ୍ୟ ଚାଣକ୍ୟ ଜୀବନକୁ ସରଳ ଏବଂ ସୁଫଳ କରିବା ପାଇଁ ଅନେକ ନିୟମ ବିଷୟରେ କହିଛନ୍ତି । ଆଚାର୍ଯ୍ୟ ଚାଣକ୍ୟ ଏତେ ବୁଦ୍ଧିମାନ ଥିଲେ ଯେ ନିଜ କୌଶଳ ଏବଂ ବୁଦ୍ଧି ବଳରେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କୁ ସିଂହାସନରେ ବସାଇ ଥିଲେ ।

ଚାଣକ୍ୟ ନୀତିରେ ଆଚାର୍ଯ୍ୟ ଚାଣକ୍ୟ ବର୍ଣ୍ଣନା କରିଥିବା ନୀତି ଗୁଡ଼ିକୁ ଯଦି ମଣିଷ ନିଜ ଜୀବନରେ ବ୍ୟବହାର କରି ତେବେ ଜୀବନ ସୁଫଳ ହୋଇଥାଏ । ଚାଣକ୍ୟ ନିଜ ନୀତିରେ ଅର୍ଥ , ରାଜନୀତି , ସଂସ୍କୃତି ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବିଷୟରେ ବର୍ଣ୍ଣନା କରିଛନ୍ତି । ଆଜିକାର ଲେଖାରେ ଆମେ ଆପଣଙ୍କୁ ଅର୍ଥ ସଞ୍ଚୟ ଏବଂ ଉପଯୋଗ ବିଷୟରେ ଆଚାର୍ଯ୍ୟ ଚାଣକ୍ୟ କେଉଁ ମତ ଦେଇଛନ୍ତି ସେହି ବିଷୟରେ କହିବୁ ।

୧ . ମନୁଷ୍ୟକୁ ଅର୍ଥ ସଞ୍ଚୟ କରିବା ଆବଶ୍ୟକ । ଯେଉଁ ବ୍ୟକ୍ତି ଭବିଷ୍ୟତ ପାଇଁ ଅର୍ଥ ସଞ୍ଚୟ କରେ ସେହି ବ୍ୟକ୍ତି ଭବିଷ୍ୟତରେ ଆସୁଥିବା ସମସ୍ୟାକୁ ସମ୍ମୁଖୀନ କରିବାକୁ ସାହସ ରଖେ । ଆଉ ଯେଉଁ ବ୍ୟକ୍ତି ଟଙ୍କା ସଞ୍ଚୟ କରି ନାହିଁ ସେହି ବ୍ୟକ୍ତି ସମସ୍ୟାର ସାମ୍ନା କରିଥାଏ ।

୨ . ମନୁଷ୍ୟକୁ ସେହି ସ୍ଥାନରେ ରହିବା ଆଦୋୖ ଉଚିତ ନୁହେଁ ଯେଉଁ ସ୍ଥାନରେ ମନୁଷ୍ୟକୁ ସମ୍ମାନ ନାହିଁ । ଯେଉଁ ସ୍ଥାନରେ ଆଦର ନଥାଏ ସେହି ସ୍ଥାନ ଛାଡ଼ି ଦେବା ଉଚିତ ।

୩ . ଧନ ଏକ ସାଧନ ସ୍ୱରୂପ ହୋଇଥାଏ । ତେଣୁ ସେଥିପାଇଁ ଯଦି ନିଚ୍ଚ କାମ କରିବାକୁ ପଡ଼େ ତେବେ ସେହି ଧନ ଉପଯୁକ୍ତ ନୁହେଁ । ଧନ ପ୍ରାପ୍ତି ପାଇଁ ଯଦି ଧର୍ମ ତ୍ୟାଗ କରିବାକୁ ପଡ଼େ କିମ୍ୱା ଶତ୍ରୁର ଆଗରେ ପଛରେ ବୁଲିବାକୁ ପଡ଼େ ତେବେ ସେହି ଧନ ନିରର୍ଥକ ଅଟେ । ଧନ ପ୍ରାପ୍ତି ପାଇଁ ଉପଯୁକ୍ତ ମାର୍ଗ ଚୟନ କରିବା ଉଚିତ ।

୪ . ଧନ ପ୍ରାପ୍ତି ପାଇଁ ପ୍ରଥମେ ଲକ୍ଷ ନିର୍ଦ୍ଧାରିତ କରିବା ଉଚିତ । ବିନା ଲକ୍ଷ୍ୟରେ ଅସଫଳତା ହିଁ ମିଳିଥାଏ । ଏହାବ୍ୟତୀତ କୌଣସି ଲକ୍ଷ ହାସଲ ନିମନ୍ତେ ନିର୍ଦ୍ଧାରିତ ଯୋଜନା ବିଷୟରେ କାହାକୁ କହିବା ଉଚିତ ନୁହେଁ ।

୫ . ଧନ ଉପାର୍ଜନ ସହିତ ତାହାକୁ ପ୍ରୟୋଗ ମଧ୍ୟ କରିବା ଉଚିତ । ଆଶ୍ଚର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଏକ ପାତ୍ରରେ ପାଣି ଭରି ରଖିଲେ ତାହା କୌଣସି ଏକ ସମୟରେ ଶେଷ ହୋଇଯାଏ । ସେହିପରି ଟଙ୍କା ଗଛିତ ହୋଇ ରହିଲେ ଏକ ନିର୍ଦିଷ୍ଟ ସମୟରେ ତାହା ଶେଷ ହୋଇଯିବ । ତେଣୁ ଟଙ୍କା ଅର୍ଜନ ସହିତ ପ୍ରୟୋଗ ଶିକ୍ଷା ମଧ୍ୟ କରିବା ଉଚିତ ।

୬ . ଦୁନିଆରେ କେବେବି ଅଧିକ ସଚୋଟ ଏବଂ ଭଲ ହୋଇ ଜୀବନ ବ୍ୟତୀତ କରିବା ଭଲ ନୁହେଁ । କାରଣ ଆଜିକାଲି ଭଲ ଲୋକ ମାନେ ଖରାପ ଲୋକଙ୍କ ମଧ୍ୟରେ ବଞ୍ଚିବା କଷ୍ଟକର । ତେଣୁ ସର୍ବଦା ସମୟ ଅନୁଯାୟୀ ମଣିଷକୁ ବଦଳାଇବାକୁ ପଡ଼ିଥାଏ ।

୭ . ଜୀବନରେ କୌଣସି ବି ନିର୍ଣ୍ଣୟ ନେବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନେବା ଉଚିତ କାରଣ ଆମ ନିଷ୍ପତ୍ତି ଅନୁଯାୟୀ ହିଁ ଭବିଷ୍ୟତ ତିଆରି ହୋଇଥାଏ ।

୮ . ଭଲ ମନୁଷ୍ୟର ଚରିତ୍ର କେଉଁ ପରିସ୍ଥିତିରେ ବି ବଦଳି ନଥାଏ । ସେହି ବ୍ୟକ୍ତି ଯେଉଁ ସ୍ଥାନକୁ ବି ଯାଏ ନିଜର ଭଲ ଗୁଣ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଥାଏ ।

୯ . ଲୋକେ ଏପରି ହୋଇଥାନ୍ତି ଯେ ଆଖିରେ ଦେଖୁଥିବା କୌଣସି ଜିନିଷକୁ ସତ୍ୟ ମାନି ନିଅନ୍ତି । କିନ୍ତୁ ବାସ୍ତବରେ କହିବାକୁ ଗଲେ ଦୁନିଆରେ ଅନ୍ନ , ପାଣି ଏବଂ ଜ୍ଞାନ ହିଁ ସତ୍ୟ ଏବଂ ଶକ୍ତିଶାଳୀ ହୋଇଥାଏ ।

୧୦ . ସଚ୍ଚା ବନ୍ଧୁ ଏବଂ ନିଜର ଲୋକଙ୍କ ପରୀକ୍ଷା ସେତେବେଳେ ହୋଇଥାଏ ଯେତେବେଳେ ମନୁଷ୍ୟ ବିପଦରେ ପଡ଼ିଥାଏ । ସେତେବେଳେ ଜଣା ପଡ଼ିଥାଏ ଯେ କିଏ ନିଜର ହେବାକୁ ଯୋଗ୍ୟ ଏବଂ କିଏ ଅଯୋଗ୍ୟ । ଏମିତିରେ ତ ଖରାପ ସମୟରେ ନିଜର ଲୋକ ମଧ୍ୟ ହାତ ଛାଡ଼ି ଦିଅନ୍ତି । ମନୁଷ୍ୟକୁ ନିଜକୁ ସର୍ବଜ୍ଞ ନଭାବି ଯାହା ପାଖରୁ ଜ୍ଞାନ ଆରୋହଣ କରିହେବ ନିଶ୍ଚିତ କରିବା ଉଚିତ ।

Leave a Reply

Your email address will not be published. Required fields are marked *