ଘରର ଏହି ସ୍ଥାନରେ ଲୁଣ ରଖିଲେ ଦୂରେଇ ଯାଏ ସବୁ ଦାରିଦ୍ର୍ୟତା

ଆମ ଜୀବନରେ ଏବଂ ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ଲୁଣର ଅନେକ ମହତ୍ତ୍ୱପୁର୍ଣ୍ଣ ଭୂମିକା ରହିଥାଏ । ବାସ୍ତୁକୁ ଠିକ କରିବା ପାଇଁ ମଧ୍ୟ ଲୁଣର ଉପଯୋଗ ହୋଇଥାଏ । ଲୁଣ ଆମର ଆୟୁଷ କମ କରିପାରେ କିମ୍ବା ଅଧିକ ମଧ୍ୟ କରିପାରେ । ସାଧରଣତଃ ଲୁଣ ଦୁଇ ପ୍ରକାରର । ଗୋଟିଏ ହେଉଛି ସମୃଦ୍ରୀ ଲୁଣ ଏବଂ ଅନ୍ୟଟି ହେଉଛି ପାହାଡ଼ି ଲୁଣ । ଆଜିକାର ଏହି ଲେଖାରେ ଆମେ କହିବୁ ଯେ ଲୁଣର ଉପଯୋଗ କରି ଆମେ ଜୀବନକୁ କିପରି ବଦଳାଇ ପାରିବା ।

ଜାତକରେ ଚନ୍ଦ୍ର ଦୁର୍ବଳ ଥିଲେ ସମୁଦ୍ରି ଲୁଣର ବ୍ୟବହାର କରାଯାଏ ନାହିଁ ବରଂ ପାହାଡ଼ି ଲୁଣର ବ୍ୟବହାର କରାଯାଏ । ଏହାଦ୍ବାରା ରକ୍ତଚାପ ଜନିତ ସମସ୍ୟା ମଧ୍ୟ ଦୂରେଇ ଯାଏ । ଘରର କୌଣସି ଏକ କୋଣରେ ଏକ ପାତ୍ରରେ ଲୁଣ ରଖିବା ଉଚିତ । ଯାହାଦ୍ୱାରା ଘର ସାରା ସକାରାତ୍ମକତା ବୃଦ୍ଧି ପାଏ ଏବଂ ନକରାତ୍ମକତା ନଷ୍ଟ ହୋଇଯାଏ ।

ଭୁଲରେବି ଘରେ ଯେକୌଣସି ମସଲା ଡବାରେ ଲୁଣ ଭରି ରଖନ୍ତୁ ନାହିଁ । କାରଣ ଲୁଣ ଚନ୍ଦ୍ର ଏବଂ ଶୁକ୍ରର ପ୍ରତୀକ ହୋଇଥାଏ ଏବଂ ଅନ୍ୟ ଧାତୁ ଶନିଙ୍କ ପ୍ରତୀକ ହୋଇଥାଏ । ଯାହା ମିଳିତ ଭାବରେ ଖୁବ ଖରାପ ପ୍ରଭାବ ସୃଷ୍ଟି କରିଥାଏ । ତେଣୁ ସବୁବେଳେ ଲୁଣ କାଚ ପାତ୍ରରେ ରଖନ୍ତୁ । ବାଥରୁମରେ ଏକ କାଚ ପାତ୍ରରେ ଲୁଣ ଭର୍ତ୍ତି କରି ରଖିବା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇଥାଏ । ବିଜ୍ଞାନ ଅନୁଯାୟୀ ଏହି ଉପାୟ କରିବା ଦ୍ୱାରା ଘରର ସବୁ ପ୍ରକାରର ଜୀବାଣୁ ନଷ୍ଟ ହୋଇଯାଏ । ଆପଣ ଚାହିଁଲେ ରୋକ ସଲଟ ମଧ୍ୟ ବ୍ୟାବହାର କରି ପାରିବେ ।

ଲୁଣ କାହାକୁ ଦାନ କରିବା ଉଚିତ ନୁହେଁ । ମାତ୍ର ଯଦି ଆପଣ କାହାକୁ ଖାଇବାକୁ ଦେଉଛନ୍ତି ତେବେ ହାତରେ ନଦେଇ ଚାମଚରେ ଦେବା ଉଚିତ । ଏହାବ୍ୟତୀତ କୌଣସି ପ୍ୟାକେଟ ମଧ୍ୟ ହାତକୁ ହାତ ଦେବା ଉଚିତ ନୁହେଁ । ଏହାଦ୍ବାରା ସମ୍ବନ୍ଧ ଖରାପ ହୋଇଥାଏ । ଯଦି ଆପଣଙ୍କ ଘର ଉପରେ କୌଣସି ପ୍ରକାରର ଖରାପ ନଜର , ଶନି , ରାହୁ କିମ୍ବା କେତୁ ଦୋଷ ପଡ଼ିଥାଏ ତେବେ ଏକ ନାଲି କପଡ଼ାରେ କଳା ଲୁଣ ବାନ୍ଧି ଘରର ମୁଖ୍ୟଦ୍ୱାରରେ ଝୁଲାଇ ଦିଅନ୍ତୁ । ଏହାଦ୍ବାରା ସବୁପ୍ରକାରର ଦୋଷ ଦୂର ହେବା ସହିତ ସମସ୍ୟା ମଧ୍ୟ ଦୂର ହୋଇଯିବ । ଯଦି ଧନ ପ୍ରାପ୍ତି ସମ୍ବନ୍ଧୀୟ କୌଣସି ଲାଭ ପାଇବାକୁ ଚାହାନ୍ତି ତେବେ ଦୋକାନ କିମ୍ବା ବ୍ୟବସାୟ କ୍ଷେତ୍ରରେ କଳା ଲୁଣ ଏକ ନାଲି କପଡ଼ାରେ ବାନ୍ଧି ଝୁଲାଇ ଦିଅନ୍ତୁ ।

ଘରେ ଯଦି କୌଣସି କାଚ ପାତ୍ରରେ ଲୁଣ ରଖୁଛନ୍ତି ତେବେ ସେଥିରେ ଚାରି ପାଞ୍ଚଟି ଲୁଣ ମିଶାଇ ଦିଅନ୍ତୁ । ଏହାଦ୍ବାରା ମହକ ବଜାଇ ରହିବା ସହିତ ଧନ ପ୍ରାପ୍ତି ହେବ ଏବଂ ବାସ୍ତୁ ମଧ୍ୟ ଦୂର ହୋଇଯିବ । କାଚ ଗ୍ଲାସରେ ଲୁଣ ମିଶାଇ ଘରର ନୌରୁତ କୋଣରେ ରଖିଲେ ବାସ୍ତୁ ଦୋଷ ଦୂର ହୋଇଥାଏ । ପାଣି ଶୁଖିଯିବା ପରେ ସେହି ଲୁଣକୁ ବାଥରୁମରେ ଫ୍ଲସ କରି ଦିଅନ୍ତୁ । ଯଦି ଦାରିଦ୍ର୍ୟତା ଦୂର କରିବାକୁ ଚାହୁଁଛନ୍ତି ତେବେ ସପ୍ତାହରେ ପ୍ରତ୍ୟେକ ଦିନ ପାଣିରେ ଲୁଣ ମିଶାଇ ପୋଛା ଲଗାଇବା ଉଚିତ । କେବଳ ଗୁରୁବାର ଦିନ ପୋଛା ଲଗାଇବା ବର୍ଜିତ ରହିଛି ।

ଅନେକ ପୁରୁଣା କାଳରୁ ଛୋଟ ପିଲାଙ୍କ ନଜର ଦୋଷ ଦୂର କରିବା ପାଇଁ ଲୁଣର ଉପଯୋଗ ଆସୁଛି । ତେଣୁ ଏହି ପ୍ରୟୋଗରେ କିଛି ଲୁଣ , କିଛି ଲଙ୍କା ନେଇ ଛୋଟ ପିଲାଙ୍କ ଉପର ଦେଇ ବୁଲାଇ ଜଳରେ ପ୍ରବାହିତ କରି ଦିଅନ୍ତୁ । ଏପରି କଲେ ସବୁ ପ୍ରକାରର ନଜର ଦୂରେଇ ଯିବ । ଏହି ନଜର ହଟାଇବା ସମୟରେ ବାମ ହାତର ପ୍ରୟୋଗ କରିବା ଉଚିତ ।

Leave a Reply

Your email address will not be published. Required fields are marked *