ସକାଳୁ ଉଠି ଏହି କାମ କରୁଛନ୍ତି କି ? ତେବେ ହୋଇ ଯାଆନ୍ତୁ ସାବଧାନ ! ନଚେତ ବର୍ବାଦ ହୋଇଯିବ ଜୀବନ

ସକାଳୁ ଉଠିବା ମାତ୍ରେ ଘରର ମୁଖ୍ୟ ଦ୍ୱାରରେ କିଛି ଏପରି କାମ କରିବା ଉଚିତ ଯାହାଦ୍ୱାରା ଦାରିଦ୍ର୍ୟତା ଆପଣଙ୍କୁ ସ୍ପର୍ଶ କରି ପାରିବ ନାହିଁ ଏବଂ ଉନ୍ନତି ମଧ୍ୟ ହେବ । ଆପଣ ମାନେ ବି ଜାଣିଥିବେ ଯେ ଘରର ଯେଉଁ ମୁଖ୍ୟଦ୍ୱାର ଥାଏ ତାହାର ଅନେକ ବିଶେଷ ମହତ୍ତ୍ୱ ରହିଥାଏ । ଘରର ଅନ୍ୟ ଦ୍ୱାର ଠାରୁ ମୁଖ୍ୟଦ୍ୱାର ସବୁଠାରୁ ବଡ଼ ହୋଇଥାଏ ଏବଂ ଏହାର କବାଟ ମଧ୍ୟ ବଡ଼ ହୋଇଥାଏ । ମନୁଷ୍ୟକୁ ସର୍ବଦା ନିଜର ମୁଖ୍ୟଦ୍ୱାରକୁ ସଫାସୁତୁରା ରଖିବା ଉଚିତ । କାରଣ ଘରର ମୁଖ୍ୟଦ୍ୱାର ଦେଇ ହିଁ ମହାଲକ୍ଷ୍ମୀ ଘରକୁ ପ୍ରବେଶ କରନ୍ତି । ତେଣୁ ବାସ୍ତୁ ଅନୁସାରେ ଘରର ମୁଖ୍ୟଦ୍ୱାର ଠିକ ଦିଗ ଏବଂ ଠିକ ସ୍ଥାନରେ ରହିବା ଉଚିତ । ଯାହାକି ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଆଣିଥାଏ । ତେଣୁ ପ୍ରତ୍ୟେକ ଦିନ ସକାଳୁ ଉଠିବା ମାତ୍ରେ ଘରର ମୁଖ୍ୟଦ୍ୱାରରେ ମହିଳାଙ୍କୁ କଣ କରିବା ଉଚିତ , ସେହି ସମ୍ବନ୍ଧରେ ଆଜି ଆମେ କହିବୁ ।

ସକାଳୁ ଉଠିବା ମାତ୍ରେ ଘରର ମହିଳାଙ୍କୁ ମୁଖ୍ୟଦ୍ୱାରର ଦୁଇ ପାର୍ଶ୍ଵରେ ଅଳ୍ପ ଅଳ୍ପ ଜଳ ଢ଼ାଳିବା ଉଚିତ । ସେହି ଜଣ ଗଙ୍ଗା ଜଳ ହୋଇଥିଲେ ଅଧିକ ଉତ୍ତମ । ନଚେତ ଆପଣ ପୂଜା ଲୋଟାରେ ସାଧାରଣ ପାଣି ମଧ୍ୟ ରଖି ପାରିବେ । ରାତିରେ ହିଁ ଶୋଇବା ପୂର୍ବରୁ ଏହାକୁ ଭରି ରଖନ୍ତୁ ଏବଂ ସକାଳୁ ଉଠିବା ମାତ୍ରେ ମୁଖ୍ୟଦ୍ୱାରରେ ଢ଼ାଳି ଦିଅନ୍ତୁ । ଏହାଦ୍ବାରା ଘରର ପବିତ୍ରତା ବଢ଼ିଥାଏ ଏବଂ ଘରକୁ ସୁଖ ସମୃଦ୍ଧି ଆସିବା ବଜାୟ ରହେ ।

୨ . ଶନିବାର ଏବଂ ରବିବାର ଦିନ ସକାଳୁ ଉଠିବା ମାତ୍ରେ ଘରର ମୁଖ୍ୟଦ୍ୱାରରେ ଦୁଇ ବାଲଟି ପାଣି କିମ୍ବା ଦୁଇ ମଗ ପାଣି ପ୍ରଥମେ ଢ଼ାଳି ଦିଅନ୍ତୁ ଏବଂ ତାପରେ ଝାଡ଼ୁ ମାରନ୍ତୁ । ଏପରି ଯଦି ପ୍ରତିଦିନ ସମ୍ଭବ ହୁଏ ତେବେ କରନ୍ତୁ । ନଚେତ ଶନିବାର ଏବଂ ରବିବାରରେ ନିଶ୍ଚିତ । ଏପରି କରିବା ଦ୍ୱାରା ଯଦି ଆପଣଙ୍କ ଉପରେ କେହି ଯାଦୁ କରିଥିବ ତେବେ ତାହା ଓଲଟା ତାପଖକୁ ଫେରିଯିବ । ଏହାଦ୍ବାରା ଘରକୁ ମାତା ଲକ୍ଷ୍ମୀ ମଧ୍ୟ ପ୍ରବେଶ କରିବେ ।

ଆପଣ ନିଜ ଘରର ମୁଖ୍ୟଦ୍ୱାରରେ ହଳଦିଆ ରଙ୍ଗର ପ୍ୟାଣ୍ଟିଙ୍ଗ ଲଗାନ୍ତୁ । ଯଦି ଘରେ ଆପଣ ପ୍ରତିଦିନ ପୋଛା ଲଗାଉଛନ୍ତି ତେବେ କେବଳ ଗୁରୁବାର ଦିନ ଛାଡ଼ି ଅନ୍ୟ ଦିନ ମାନଙ୍କରେ ଲୁଣ ମିଶା ଯାଇଥିବା ପାଣିରେ ଘର ପୋଛା କରନ୍ତୁ । ଏହାବ୍ୟତୀତ ଯଦି ସେଥିରେ ଏକ ଚୁଟିକି ହଳଦୀ ବି ମିଶାଇ ଦିଅନ୍ତି ତେବେ ବୃହଷ୍ପତି ମଧ୍ୟ ଦୃଢ଼ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ଗୃହକୁ ଆସନ୍ତି । ସୋମବାର ଦିନ ମୁଖ୍ୟଦ୍ୱାରରେ ଆମ୍ବ ପତ୍ରର ବନ୍ଦନବାର ଲଗାନ୍ତୁ । ଏବଂ ପ୍ରତ୍ୟକ ସୋମବାର ଏହାକୁ ବଦଳାନ୍ତୁ । ପୁରୁଣାକୁ ବାହାରେ ଫିଙ୍ଗି ଦିଅନ୍ତୁ । ଏପରି କଲେ ଆପଣଙ୍କ ଘରେ କାହାର ଶ୍ୱାସ ସମସ୍ୟା ହେବ ନାହିଁ । ଏହାସହିତ ଆପଣ ଯଦି ବୃହଷ୍ପତି ବାର ଦିନ ଧନ ପ୍ରାପ୍ତି ଚାହୁଁଛନ୍ତି ତେବେ ସେଦିନ ଅଶୋକ ପତ୍ରର ବନ୍ଦନବାର ଲଗାନ୍ତୁ ।

ମୁଖ୍ୟଦ୍ୱାରରେ ସାମ୍ନାରେ ଗଣେଶ ପ୍ରତିମା ରଖନ୍ତୁ । କିନ୍ତୁ ଘରର ଭିତର ଦିଗକୁ ଗଣେଶଙ୍କ ପ୍ୟାଣ୍ଟିଙ୍ଗ କିମ୍ବା ଫୋଟ ରହେନାହିଁ । ଏହାଦ୍ବାରା ଘରକୁ ଦାରିଦ୍ରତା ଆସିଥାଏ। ଘରବିନା କାରଣରେ ବିଭିନ୍ନ ଜୀବଜନ୍ତୁଙ୍କ ଫୋଟ ରଖନ୍ତୁ ହିଁ । ଆପଣ ନିଜ ଘରର ମୁଖ୍ୟଦ୍ୱାରର ଦ୍ଵି ପାର୍ଶ୍ଵରେ ସ୍ୱସ୍ତିକ ଚିହ୍ନ ରଖିବା ନିହାତି ଆବଶ୍ୟକ । ଏହି ଉପାୟକୁ କରିବା ପାଇଁ ସୋରିଷ ତେଲରେ ସିନ୍ଦୁର ମିଶାଇ କରନ୍ତୁ ।

କିଂବା ଘିଅରେ ସିନ୍ଦିର ମିଶାଇ ମଧ୍ୟ କରି ପାରିବେ। ଏହାଦ୍ବାରା ଘରକୁ ଶାନ୍ତି ଆସିଥାଏ ଏବଂ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଏହି ସ୍ୱସ୍ତିକର କେନ୍ଦ୍ରରେ ଚାଉଳ ଏବଂ ହଳଦୀ ଦିଅନ୍ତୁ । ଘରର ସାମ୍ନାକୁ ସବୁବେଳେ ସଫାସୁତୁରା ନିଶ୍ଚୟ ରଖନ୍ତୁ । ଘର ବାହାରେ କୌଣସି ଗଛ ମଧ୍ୟ ଲଗାନ୍ତୁ ।

Leave a Reply

Your email address will not be published. Required fields are marked *