ଆପଣଙ୍କ ସବୁ ଦୁଃଖର କାରଣ ହୋଇଥାଏ ଚପଲ , ଜାଣି ନିଅନ୍ତୁ କିପରି

ସବୁ ବ୍ୟକ୍ତିଙ୍କ ସଫଳତାର ସମ୍ବନ୍ଧ ଗ୍ରହ ସହିତ ଥାଏ । କାରଣ ଗ୍ରହର ଚଳନ ଦ୍ୱାରା ହିଁ ଆମକୁ ନାମ , ଯଶ ଏବଂ ଅପଯଶ ମିଳିଥାଏ । ଅନେକ ସମୟରେ ଆମେ ବହୁତ ଖୁସି ଥାଉ ଏବଂ ଆଉ କିଛି ସମୟରେ ଅତ୍ୟନ୍ତ ଦୁଃଖିତ ରହୁ । ଏହା ଚନ୍ଦ୍ରମାର ଚଳନ ଉପରେ ନିର୍ଭର କରିଥାଏ । ଯଦି ଆମେ ଆମ ଘରର ଜୋତା ଏବଂ ଚପଲକୁ ଠିକ ଭାବରେ ନରଖିବା କିମ୍ୱା ତାହାକୁ ଠିକ ଭାବରେ ବ୍ୟବହାର ନକରିବା ତେବେ ତାହା ଦାରିଦ୍ର୍ୟତାର କାରଣ ହୋଇଥାଏ ।

ଜୋତା ଚପଲ ସମ୍ବନ୍ଧିତ ଅନେକ ଖାସ କଥା ରହିଛି । ଜାତକରେ ଯଦି ଶନି ଦୋଷା ଅଛି କିମ୍ବା ଶନିଙ୍କର ସାଢ଼େସାତି ରହିଛି ତେବେ ଶନିବାର ଦିନ କାହାକୁ ନକହି କଳା ରଙ୍ଗର ଜୋତା ଚପଲ ଦାନ କରି ଦିଅନ୍ତୁ କିମ୍ବା ପାଖରେ କୌଣସି ମନ୍ଦିରର ପ୍ରବେଶ ଦ୍ୱାରରେ ଆପଣ ପିନ୍ଧି ଯାଆନ୍ତୁ ଏବଂ ସେଠାରେ ବାହାର କରି ଚାଲି ଆସନ୍ତୁ । ଭୁଲରେ ବି ପଛକୁ ବୁଲି ଦେଖନ୍ତୁ ନାହିଁ । ଏପରି କଲେ ଜୀବନର ସବୁ ସମସ୍ୟା ଶେଷ ହୋଇଯାଏ ।

ଅନେକ ସମୟରେ ଏପରି ହୋଇଥାଏ ଯେ ମନ୍ଦିରକୁ ପୂଜା କରିବାକୁ ଯାଇଥିବା ସମୟରେ ଜୋତା ଚୋରି ହୋଇଯାଏ । ତେବେ ସେଥିରେ ଚିନ୍ତିତ ହୁଅନ୍ତୁ ନାହିଁ । କାରଣ ଯଦି ଏପରି ଜୋତା ଚୋରି ହୁଏ ତେବେ ଆପଣଙ୍କ ଜୀବନର ସବୁ ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ ସବୁବେଳେ ମନେ ରଖନ୍ତୁ ଯେ ଫାଟି ଯାଇଥିବା ଜୋତା ଆଦୌ ପିନ୍ଧନ୍ତୁ ନାହିଁ । ସିଲାଇ କରି ଜୋତା ପିନ୍ଧନ୍ତୁ ନାହିଁ । ନଚେତ ଗ୍ରହର ଖରାପ ଚଳନ ହେବା ଆରମ୍ଭ ହୋଇଯିବ । ଯେତେ ସମସ୍ୟା ଆସିଲେ ବି ଏପରି କରନ୍ତୁ ନାହିଁ । କୌଣସିବି ବ୍ୟକ୍ତି ଘରର ଦ୍ୱାରରେ ଅର୍ଥାତ ଚଉକାଠ ପାଖରେ ଜୋତା ଚାପକ ଖୋଲି ରଖନ୍ତୁ ନାହିଁ ।

ଜ୍ୟୋତିଶ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ଭୁଲରେ ବି ଜୋତା ଚପଲ ବାହାର କରି ଉତ୍ତର ପୂର୍ବରେ ରଖି ଦିଅନ୍ତି ତେବେ ଆପଣଙ୍କ ଜୀବନରେ ସମସ୍ୟା ବଢ଼ିଯାଏ । ଆପଣ ଜୋତା ଚପଲକୁ ପଶ୍ଚିମ ଦିଗରେ ରଖି ପାରିବେ । ପୁଣି ଘର ଏବଂ ବାହାର ପାଇଁ ଭିନ୍ନ ଭିନ୍ନ ଜୋତା ରଖିବା ମଧ୍ୟ ଭଲ ହୋଇଥାଏ । କାରଣ ବାହାରୁ ନେଇ ଆସୁଥିବା ଜୋତାରେ ଅନେକ ନକରାତ୍ମକ ଶକ୍ତି ଜୋତା ଜରିଆରେ ଘରକୁ ଆସିଥାଏ ଯାହା ବର୍ବାଦିର କାରଣ ହୋଇପାରେ । ଯଦି କେହି ବ୍ୟକ୍ତି ବାହାରୁ ଜୋତା ଚପଲ ନେଇ ଘର ମଧ୍ୟକୁ ପ୍ରବେଶ କରୁଛନ୍ତି ତେବେ ଏହାର ଅର୍ଥ ହେଉଛି ଯେ ଘରକୁ ରାହୁ କେତୁ ପ୍ରବେଶ କରି ସାରିଛନ୍ତି । ଏହାଦ୍ବାରା ଘରେ ସମସ୍ୟା ବଢ଼ିବ ଏବଂ ଆକସ୍ମିକ ସମସ୍ୟା ବଢ଼ିବ ।

ଯଦି କୌଣସି ପୁରୁଣା ଜୋତା ଚପଲ ପଡ଼ିଛି ତେବେ ତାହାକୁ ତୁରନ୍ତ ହଟାଇ ଦିଅନ୍ତୁ । କାରଣ ତାହା ନକରାତ୍ମକତାର କେନ୍ଦ୍ରବିନ୍ଦୁ ହୋଇଥାଏ । ତେଣୁ ବ୍ୟବହାର କରୁନଥିବା ଜୋତା ଚପଲକୁ କାହାକୁ ଦାନ କରି ଦିଅନ୍ତୁ ନଚେତ ଅନ୍ୟତ୍ର ଫିଙ୍ଗି ଦିଅନ୍ତୁ । ଘରେ ଜୋତା ଚପଲକୁ ସବୁବେଳେ ସଜେଇ ରଖିବା ଉଚିତ । ନଚେତ ଘରେ ଚିନ୍ତା ସମସ୍ୟା ବଢ଼ିବ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ବ୍ରାଉନ ରଙ୍ଗର ଜୋତା ପିନ୍ଧି ଅଫିସ ଯିବା ଆଦୌ ଉଚିତ ନୁହେଁ । ଆପଣଙ୍କ ଘରର ପୂଜା ସ୍ଥାନରେ ଜୋତା ପିନ୍ଧି ବୁଲିବା ଉଚିତ ହୋଇ ନଥାଏ । ନଚେତ ଏହା ଲକ୍ଷ୍ମୀଙ୍କ ଅନାଦର ହେବ ।

ଯଦି ଆପଣ କୌଣସି ପବିତ୍ର ନଦୀକୁ ଯାଉଛନ୍ତି ତେବେ ସେଥିରେ ଜୋତା ଚପଲ ପିନ୍ଧି ଓଲ୍ହାନ୍ତୁ ନାହିଁ । ଜୋତାକୁ ସବୁବେଳେ ପରିଷ୍କାର ରଖନ୍ତୁ । କାରଣ ଜୋତା ଯେତେ ଚମକିବ ଆପଣଙ୍କ ଭାଗ୍ୟ ମଧ୍ୟ ସେତେ ଚମକିବ । ରୋଷେଇ ଘରେ ଜୋତା ଚପଲ ପିନ୍ଧୁଥିଲେ ରବର ଜୋତା ପିନ୍ଧନ୍ତୁ । ତାହା ଉତ୍ତମ ହୋଇଥାଏ । ଏବଂ ସେହି ଚପଲକୁ କେବଳ ଘରେ ହିଁ ପିନ୍ଧନ୍ତୁ , ଅନ୍ୟତ୍ର ପିନ୍ଧି ଯାଆନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *