ମଇ ୩୧ ନିର୍ଜଳା ଏକାଦଶୀ ଦିନ ଦୁଇଟି କଦଳୀ ନେଇ କରି ଦିଅନ୍ତୁ ଏହି ଉପାୟ । ସବୁ ସମସ୍ୟାର ହୋଇଯିବ ଅନ୍ତ ।

ଏକାଦଶୀ ତିଥି ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ତେଣୁ ଏହି ଦିନରେ କରାଯାଉଥିବା ଏକ ପ୍ରଭାବୀ ଉପାୟ ବିଷୟରେ ଆଜି ଆମେ କହିବୁ । ଏହିଦିନ ଭଗବାନ ବିଷ୍ଣୁଙ୍କ ପୂଜା ଆରାଧନା କରି ଜୀବନର ସବୁ ସମସ୍ୟାର ସମାଧାନ ସହିତ ମୋକ୍ଷ ମଧ୍ୟ ପ୍ରାପ୍ତ କରିହୁଏ । ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷର ଏକାଦଶୀ ଅର୍ଥାତ ନିର୍ଜଳା ଏକାଦଶୀରେ ବ୍ରତ ରଖି ସବୁ ଏକାଦଶୀର ପୁଣ୍ୟ ପ୍ରାପ୍ତ କରିହୁଏ । ମାତ୍ର ସବୁ ଏକାଦଶୀ ଅପେକ୍ଷା ନିର୍ଜଳା ଏକାଦଶୀ ସବୁଠାରୁ କଠିନ ହୋଇଥାଏ କାରଣ ଏହି ଏକାଦଶୀରେ ଅନ୍ନ ଜଳ କିମ୍ବା ଫଳ କିଛିବି ଗ୍ରହଣ କରାଯାଏ ନାହିଁ । ମଇ ୩୦ ଦ୍ୱିପ୍ରହର ୧.୦୭ ରୁ ଏହା ଆରମ୍ଭ ହୋଇ ଆଗାମୀ ଦିନ ୧.୪୫ ମିନିଟରେ ଶେଷ ହେବ ।

ଉଦୟା ତିଥି ଅନୁଯାୟୀ ବ୍ରତ ୩୧ ମଇରେ ରଖାଯିବ । ନିର୍ଜଳା ଉପବାସ ଜୁନ ୧ ସକାଳ ୫.୨୪ ରୁ ୮.୧୦ ପର୍ଯ୍ୟନ୍ତ ରହିବ । ନିର୍ଜଳା ଏକାଦଶୀ ଦିନ ସକାଳୁ ଉଠି ସ୍ନାନ କରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେଇ ପିତାମ୍ବର ବସ୍ତ୍ର ଧାରଣ କରି ବିଷ୍ଣୁ ସହସ୍ର ନାମର ପାଠ କରନ୍ତୁ ଏବଂ ଏହାପରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କୁ ହଳଦିଆ ଫୁଲ ଅର୍ପିତ କରନ୍ତୁ । ଏହିଦିନ ଜଳ ଭର୍ତ୍ତି କଳସ ଦାନ କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ନିଜ ସାମ୍ୟର୍ଥ ଅନୁଯାୟୀ ଉପାସ ରହି ବ୍ରତ କରନ୍ତୁ । ମାତ୍ର ନିର୍ଜଳ ବ୍ରତ ରଖିଲେ ଅଧିକ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ତେବେ ଏହି ଦିନ ଲକ୍ଷ୍ମୀ ନାରାୟଣଙ୍କୁ ମିଳିତ ଭାବରେ ପ୍ରସନ୍ନ କରିବା ପାଇଁ ଦୁଇଟି ହଳଦିଆ ପାଚିଲା କଦଳୀ ଏବଂ ଗୋଟିଏ ଲବଙ୍ଗ ନେଇ ଏକ ଉପାୟ କରି ପାରିବେ । ସେହି ଦୁଇଟି କଦଳୀ ଗୋଟିଏ ଡେମ୍ପରେ ଯୋଡ଼ି ରହିବା ଆବଶ୍ୟକ ।

ତାପରେ ତାହାକୁ ଗଙ୍ଗା ଜଳରେ ଧୋଇ ଶୁଦ୍ଧ କରି ଏକ ଥାଳି ଉପରେ ରଖି ଦିଅନ୍ତୁ । ଏହାପରେ ହଳଦିଆ ବସ୍ତ୍ର ଧାରଣ କରି ହଳଦୀରେ ଗଙ୍ଗା ଜଳ ମିଶାଇ ପ୍ରଥମେ ଭଗବାନ ଗଣେଶ ଏବଂ ତାପରେ ଲକ୍ଷ୍ମୀନାରାୟଣଙ୍କୁ ତିଳକ କରି ଦିଅନ୍ତୁ । ଏହାପରେ ଡାହାଣ ପାର୍ଶ୍ଵରେ ଥିବା କଦଳୀ ଉପରେ ସ୍ୱସ୍ତିକ ଏବଂ ବାମ ପାଖରେ ଥିବା କଦଳୀରେ ନିଜ ନାମ ଲେଖି ଭଗବାନ ବିଷ୍ଣୁଙ୍କ ଚରଣରେ ରଖି ଦିଅନ୍ତୁ । ଏହାପରେ ଏକ ଘିଅ ଦୀପ କୌଣସି କପଡ଼ା ଉପରେ ରଖି ଦିଅନ୍ତୁ କିନ୍ତୁ ଏହିଦିନ ଚାଉଳ ବର୍ଜିତ ଅଟେ । ତେଣୁ ଧ୍ୟାନ ରଖିବେ । ଏହାପରେ ଧୂପ ଜାଳି ଦିଅନ୍ତୁ । ଦୀପରେ ଲବଙ୍ଗ ପକାଇ ଦିଅନ୍ତୁ ଏବଂ ଭଗବାନ ବିଷ୍ଣୁଙ୍କ ମନ୍ତ୍ର ଓଁ ନମଃ ଭଗବତେ ବାସୁଦେବାୟ ମନ୍ତ୍ରର ଜପ କରନ୍ତୁ ।

ମନ୍ତ୍ର ଜପ ପରେ ଭଗବାନ ବିଷ୍ଣୁଙ୍କୁ ନିଜର ମନସ୍କାମନା କହି ଦିଅନ୍ତୁ । ମଥାରେ ଏବଂ କଣ୍ଠରେ ହଳଦୀ ତିଳକ କରିଦିଅନ୍ତୁ । ଆଗାମୀ ଦିନ ସକାଳୁ ସେହି ସ୍ୱସ୍ତିକ ଚିହ୍ନ ହୋଇଥିବା କଦଳୀକୁ ନେଇ ମୁଣ୍ଡ ଉପର ଦେଇ ସାତ ଥର ବୁଲାଇ ଗୋମାତାଙ୍କୁ ଖୁଆଇ ଦିଅନ୍ତୁ ଏବଂ ନିଜର ମନସ୍କାମନା ପୂର୍ତ୍ତି ପାଇଁ କାମନା କରନ୍ତୁ ।

ଏହାପରେ ଘରକୁ ଆସି ଭଗବାନ ବିଷ୍ଣୁଙ୍କୁ ଲଗାଇ ଥିବା ଭୋଗକୁ ନିଜ ପରିବାର ସହିତ ପ୍ରସାଦ ଆକାରରେ ଗ୍ରହଣ କରନ୍ତୁ ଏବଂ ନିଜ ନାମ ଲେଖା ହୋଇଥିବା କଦଳୀକୁ ନିଜେ ପ୍ରସାଦ ଆକାରରେ ଗ୍ରହଣ କରନ୍ତୁ । ଆଗାମୀ ଦିନ ଦୀପରେ ଥିବା ଲବଙ୍ଗ ନେଇ କୌଣସି ଜଳରେ ପ୍ରବାହିତ କରି ଦିଅନ୍ତୁ । ଏହି ଉପାୟକୁ ନିଷ୍ଠାର ସହିତ କଲେ ନିଜର ସବୁ ମନସ୍କାମନା ପୂରଣ ହୋଇଥାଏ । ଏକାଦଶୀ ଦିନ ତୁଳସୀ ପତ୍ର ଛିଡ଼ାଇବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *