ସ୍ତ୍ରୀର ଏହି ଭୁଲ ପାଇଁ ସ୍ୱାମୀର ଜଲଦି ମୃତ୍ୟୁ ହୋଇଯାଏ । ନିଶ୍ଚୟ ଜାଣି ରଖନ୍ତୁ

ସ୍ୱାମୀ ସ୍ତ୍ରୀ ବନ୍ଧନ ଖୁବ ପବିତ୍ର ହୋଇଥାଏ । ଶାସ୍ତ୍ର ଅନୁସାରେ ଜଣେ ବ୍ୟକ୍ତିର ଜୀବନ ସେତେ ପର୍ଯ୍ୟନ୍ତ ଅଧା ଥାଏ ଯେତେ ପର୍ଯ୍ୟନ୍ତ ସେ ନିଜର ଜୀବନସାଥୀକୁ ବିବାହ ନକରିଛି । ଆପଣଙ୍କୁ କହି ରଖୁଛୁ ଯେ ଅର୍ଦ୍ଧାଙ୍ଗିନୀ କୁହାଯାଉଥିବା ସ୍ତ୍ରୀ ନିଜ ସ୍ୱାମୀକୁ ବଞ୍ଚାଇବା ପାଇଁ ଅନେକ ଏପରି ପ୍ରୟାସ କରିଥାଏ ଯାହାଦ୍ୱାରା ତାର ସ୍ୱାମୀ ମୃତ୍ୟୁ ଠାରୁ ଦୂରେଇ ରହିବ । ଯେମିତିକି ସାବିତ୍ରୀ ବ୍ରତ କରିବା ଏବଂ ଅନ୍ୟାନ୍ୟ ଧାର୍ମିକ ପୂଜା କରିବା ଇତ୍ୟାଦି । ତେଣୁ ଗରୁଡ଼ ପୁରାଣରେ କିଛି ଏପରି ଭୁଲ ବିଷୟରେ କୁହାଯାଇଛି ଯାହାକୁ ଯଦି ଜଣେ ମହିଳା କରେ ତେବେ ତାର ସ୍ୱାମୀର ମୃତ୍ୟୁ ହୋଇଯାଏ । ଅର୍ଥାତ ଯୁବା ଅବସ୍ଥାରେ ହିଁ ତାର ସ୍ୱାମୀର ମୃ ହୋଇଯାଏ ଏବଂ ସ୍ତ୍ରୀ କୁ ଯୁବାବସ୍ଥାରେ ହିଁ ଏକୁଟିଆ ରହିବାକୁ ପଡିଥାଏ । ତେଣୁ ଚାଲନ୍ତୁ ଜାଣିନେବା ।

୧ . ଯେଉଁ କେହି ନାରୀ ସାବିତ୍ରୀ କିମ୍ବା ବଟସାବିତ୍ରୀ କିମ୍ବା ସ୍ୱାମୀ ପାଇଁ ଅନ୍ୟ କୌଣସି ବ୍ରତ ରଖିଛନ୍ତି । ମାତ୍ର ଲୁଚି ଲୁଚି ଭୋଜନ କରନ୍ତି କିମ୍ବା ପାଣି ପିଇ ଦିଅନ୍ତି ତେବେ ନିକଟ ଭବିଷ୍ୟତରେ ସ୍ୱାମୀର ମୃତ୍ୟୁ ହୋଇଯିବ । ମନରେ ଭୋଜନ ସମୟରେ ଲାଳସା ମଧ୍ୟ ଜାତ ହୋଇଥାଏ । ଏପରି ମହିଳାଙ୍କୁ ଅନେକ ଜନ୍ମ ପର୍ଯ୍ୟନ୍ତ ସ୍ୱାମୀ ସୁଖରୁ ବଞ୍ଚିତ ରହିବାକୁ ପଡ଼ିଥାଏ । ଶାସ୍ତ୍ର ଅନୁସାରେ ମଧ୍ୟ ଯେଉଁ ନାରୀ ବ୍ରତ ରଖିବା ସତ୍ତ୍ୱେବି ଲୁଚି ଲୁଚି ଭୋଜନ କରିଥାଏ ଏବଂ ବ୍ରତ ଭାଙ୍ଗି ଦିଏ । ସେହି ମହିଳାଙ୍କ ସ୍ୱାମୀର ଯୁବ ଅବସ୍ଥାରେ ହିଁ ମୃତ୍ୟୁ ହୋଇଯାଏ । ଗରୁଡ଼ ପୁରାଣ ଅନୁସାରେ ଯେଉଁ ନାରୀ ନିଜ ସ୍ୱାମୀ ପାଇଁ ବ୍ରତ ରଖିଥାଏ ସେ ଭୋଜନ ଗ୍ରହଣ କରିବା ଉଚିତ ନୁହେଁ ।

୨ . ଯଦି କୌଣସି ମହିଳା ସ୍ୱାମୀକୁ ପ୍ରତ୍ୟକ କଥାରେ ମିଛ ଏବଂ ମିଛ ରାଣ ଖାଆନ୍ତି , ଝଗଡ଼ା କରନ୍ତି କିମ୍ବା ଖରାପ ଭାଷାରେ ଗାଳିଗୁଲଜ କରନ୍ତି ସେମାନଙ୍କ ସମ୍ପର୍କରେ ଅଳ୍ପ ଦିନ ପର୍ଯ୍ୟନ୍ତ ବି ତିଷ୍ଠି ରହିପାରେ ନାହିଁ । ସମ୍ପର୍କ ଭାଙ୍ଗିଯାଏ । ଏହାଦ୍ବାରା ଯୁବ ଅବସ୍ଥାରେ ହିଁ ସ୍ୱାମୀର ମୃତ୍ୟୁ ହୋଇଯାଏ । ଅନେକ ନାରୀ ବ୍ରତ କରନ୍ତି ତଥାପି ସ୍ୱାମୀକୁ ଗାଳି ଗୁଲଜ କରନ୍ତି । ସେମାନଙ୍କ କ୍ଷେତ୍ରରେ ମଧ୍ୟ ଏପରି ହୋଇଥାଏ । ଅଳ୍ପ ବୟସରେ ହିଁ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଏ ।

୩ . ଯେଉଁ ନାରୀ ମାଂସର ସେବନ କରିଥାଏ ସେହି ମହିଳାର ସ୍ୱାମୀର ମୃତ୍ୟୁ ଯୁବାବସ୍ଥାରେ ହିଁ ହୋଇଯାଏ । ଖାସକରି ଗୁରୁବାର ଦିନ କେଶ ଧୋଇଲେ ମଧ୍ୟ ସ୍ୱାମୀର ମୃତ୍ୟୁ ହୋଇଯାଏ । ପର ପୁରୁଷ ଉପରେ ନଜର ପକାଇଲେ କିମ୍ବା ପର ପୁରୁଷ ସହିତ ସମ୍ବନ୍ଧ ସ୍ଥାପନ କଲେ ମଧ୍ୟ ସ୍ୱାମୀର ମୃତ୍ୟୁ ଯୁବାବସ୍ଥାରେ ହୋଇଯାଏ । ଯଦି କେହି ମହିଳା ମଙ୍ଗଳସୁତ୍ର ନପିନ୍ଧେ କିମ୍ବା ହାତରେ ଚୁଡ଼ି ଏବଂ ପାଦରେ ପାଉଁଜି ପରିଧାନ ନକରେ ତେବେ ନିକଟ ଭବିଷ୍ୟତରେ ସ୍ୱାମୀର ମୃତ୍ୟୁ ହୋଇଥାଏ ।

ସ୍ୱାମୀଙ୍କ ପୂର୍ବରୁ ଯଦି ସ୍ତ୍ରୀ ଭୋଜନ କରେ ତେବେ ସ୍ୱାମୀର ମୃତ୍ୟୁ ହୋଇଥାଏ । ରାତିରେ ବିଳମ୍ବରେ ଶୋଉଥିବା ଏବଂ ସକାଳୁ ବିଳମ୍ବରେ ଉଠୁଥିବା ନାରୀର ସ୍ୱାମୀ ମଧ୍ୟ ଯୁବାବସ୍ଥାରେ ମୃତ୍ୟୁବରଣ କରିଥାଏ । ଯଦି କେହି ମହିଳା ସପ୍ତାହରେ କୌଣସି ଗୋଟିଏ ଦିନ ବି ବ୍ରତ ରଖେ ନାହିଁ ସେହି ମହିଳାଙ୍କ ସ୍ୱାମୀର ଆୟୁଷ କମିଯାଏ ।

ସିନ୍ଦୁର ଲଗାଇବା ସମୟରେ ଏହି ଭୁଲ କରୁଥିଲେ ହୋଇ ଯାଆନ୍ତୁ ସାବଧାନ :-

୧ . ଅନେକ ସମୟରେ ମହିଳା ମାନେ ମଝି ସିନ୍ଥିରେ ସିନ୍ଦୁର ନଲଗାଇ ପାର୍ଶ୍ଵରେ ଲଗାଇଥାନ୍ତି । ଏହାଦ୍ବାରା ମଧ୍ୟ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଏ ।

୨ . ଯେଉଁ ସ୍ତ୍ରୀ ସିନ୍ଥିରେ ସିନ୍ଦୁର ଅଧିକ ଲମ୍ବା ପିନ୍ଧିଥାଏ ସେହି ମହିଳାର ସ୍ୱାମୀର ଆୟୁ ସେତେ ଦୀର୍ଘ ହୋଇଥାଏ । ଏହାଦ୍ବାରା ମାତା ପାର୍ବତୀଙ୍କ ଆଶୀର୍ବାଦ ମଧ୍ୟ ମିଳିଥାଏ ।

୩ . ଯଦି କେହି ମହିଳା ଜାଣିବାକୁ ଚାହୁଁଥାନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କୁ ପ୍ରେମ କରୁଛନ୍ତି କି ନାହିଁ ତେବେ ତାଙ୍କୁ ସିନ୍ଥିରେ ସିନ୍ଦୁର ଭରିବାକୁ କହିବା ଉଚିତ । ଏହାଦ୍ବାରା ଯଦି ସିନ୍ଦୁର ଭରିବା ସମୟରେ ନାକରେ ସିନ୍ଦୁର ପଡ଼େ ତେବେ ଜାଣି ରଖନ୍ତୁ ଯେ ସେହି ମହିଳାଙ୍କ ସ୍ୱାମୀ ତାଙ୍କୁ ବହୁତ ଭଲ ପାଉଛନ୍ତି ।

୪ . ହିନ୍ଦୁ ଧର୍ମ ଅନୁସାରେ ଯେଉଁ ମହିଳା ନିଜ ସିନ୍ଦୁରକୁ ଲୁଚାଇ ଦିଏ ତାର ସ୍ୱାମୀ ମଧ୍ୟ ସମାଜରେ ଲୁଚି ଯାଏ । ସେହି ମହିଳାଙ୍କ ସ୍ୱାମୀକୁ ସମ୍ମାନ ମିଳିପାରେ ନାହିଁ । ତେଣୁ ସମସ୍ତଙ୍କୁ ଦୃଶ୍ୟମାନ ହେଉଥିବା ଭଳି ସିନ୍ଦୁର ଲଗାନ୍ତୁ । ସିନ୍ଦୁରର ସଜ୍ଜିତ ହୋଇଥିବା ସ୍ତ୍ରୀ ସୌଭାଗ୍ୟକୁ ଦର୍ଶାଇଥାଏ ।

Leave a Reply

Your email address will not be published. Required fields are marked *