ମାଠିଆରୁ ପାଣି ପିଉଥିବା ଲୋକ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏପରି ଭୁଲ କେବେବି କରିବା ଉଚିତ ନୁହେଁ

ପୂର୍ବରୁ ପ୍ରାୟ ସବୁ ଲୋକ ମାଠିଆରେ ପାଣି ପିଉଥିଲେ । ବର୍ତ୍ତମାନ ସମୟରେ ଯୁଗ ବଦଳିଛି । ମାତ୍ର ତଥାପି ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଆଜିବି ମାଠିଆରୁ ପାଣି ପିଉଛନ୍ତି । ଆଜି ଆମେ ଆପଣଙ୍କୁ ଏହି ସମ୍ବନ୍ଧୀୟ କିଛି ଭୁଲ ବିଷୟରେ କହିବୁ । ଲୋକ ଆଜିବି ଭାବନ୍ତି ଯେ ଫ୍ରିଜ ପାଣି ବଦଳରେ ମାଠିଆ ପାଣି ଅଧିକ ଭଲ ହୋଇଥାଏ ଏବଂ ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ । ବାସ୍ତବରେ ହିଁ ମାଠିଆ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ହୋଇଥାଏ ଏବଂ ବାସ୍ତୁ ଅନୁଯାୟୀ ମଧ୍ୟ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଏହା ବ୍ୟତୀତ ସଗୁନ ଶାସ୍ତ୍ରରେ ମଧ୍ୟ ପାଣି ପୂର୍ଣ୍ଣ ମାଠିଆ ଦେଖିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଯଦି ଆପଣ କୌଣସି ସ୍ଥାନକୁ ଯାଉଛନ୍ତି ଏବଂ ରାସ୍ତାରେ ଆପଣଙ୍କୁ ଜଳ ପୂର୍ଣ୍ଣ ମାଠିଆ ଦେଖିବାକୁ ମିଳୁଛି ତେବେ ତାହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ । ଆପଣ ଯେଉଁ କାମରେ ଯାଉଥିବେ ତାହା ସଫଳ ମଧ୍ୟ ହେବ । ବାସ୍ତୁ ଶାସ୍ତ୍ରରେ ମାଠିଆକୁ ଧନ ସମ୍ପତ୍ତି ସହିତ ଯୋଡ଼ା ଯାଇଛି ।

ଯଦି ମାଠିଆକୁ ଠିକ ଦିଗରେ ରଖାଯାଏ ତେବେ ତାହା ଭଲ ବୋଲି ମାନାଯାଏ । ଘରର ଲୋକଙ୍କର ଉନ୍ନତି ହୋଇଥାଏ । ଏହା ସହିତ ତାଙ୍କର ଆୟ ମଧ୍ୟ ବଢ଼ିଥାଏ । ଗରମ ଦିନରେ ମାଠିଆ ଜଳ ଯେତେ ଥଣ୍ଡା ହୋଇଥାଏ ସେତେ ସ୍ୱାସ୍ଥ୍ୟ ପାଇଁ ଭଲ ମଧ୍ୟ ହୋଇଥାଏ । ଏହାର ତାପମାତ୍ରା ସାମାନ୍ୟରୁ ଟିକିଏ କମ ମଧ୍ୟ ହୋଇଥାଏ । ଥଣ୍ଡା ସହିତ ପାଚନ କ୍ରିୟାକୁ ସୁଦୃଢ଼ କରିଥାଏ । ମାଠିଆ ପାଣି ପିଇଲେ ଥଣ୍ଡା କାଶ ମଧ୍ୟ ହୁଏନାହିଁ । ବାସ୍ତୁ ଅନୁସାରେ ଘରେ ନିଶ୍ଚିତ ଭାବରେ ମାଟିର କୌଣସି ପାତ୍ର କିମ୍ବା ମାଠିଆ ନିଶ୍ଚିତ ରଖିବା ଆବଶ୍ୟକ । ଯାହାଦ୍ୱାରା ଆପଣଙ୍କ ଘର ସୁଖ ଶାନ୍ତିରେ ପୁରି ଉଠିବ । ଆପଣଙ୍କର ସବୁ ସଙ୍କଟ ମଧ୍ୟ ଦୂର ହୋଇଯିବ । ଏପରି ମଧ୍ୟ କୁହାଯାଏ ଯେ ଘରେ ମାଠିଆ ଥିଲେ ଘରୁ ସମସ୍ୟା ଦୂରେଇ ଯାଏ । ବାସ୍ତୁ ଅନୁସାରେ ଘରେ ମାଟି ପାତ୍ରରେ କିମ୍ବା ମାଠିଆ ମରେ ସବୁବେଳେ ପାଣି ଭର୍ତ୍ତି କରି ରଖିଲେ କେବେବି ଧନ ସମ୍ବନ୍ଧୀୟ ସମସ୍ୟା ହୁଏ ନାହିଁ । କିନ୍ତୁ ଘରେ ମାଠିଆ ଥିଲେ କେବେବି ଏହି ଭୁଲ କରିବା ଉଚିତ ନୁହେଁ । ନଚେତ ଘରକୁ ବର୍ବାଦି ଆସିଥାଏ । ତେଣୁ ଚାଲନ୍ତୁ ଜାଣିନେବା ।

୧ . ଯଦି ଆପଣ ଘରକୁ ମାଠିଆ ଆଣୁଛନ୍ତି ତେବେ ତାହାକୁ ସର୍ବପ୍ରଥମେ ଧୋଇ , ପାଣି ଭର୍ତ୍ତି କରି ସାରିବା ପରେ ପ୍ରଥମେ ଏକ ଛୋଟ ପିଲାକୁ ପାଣି ପିଇବାକୁ ଦିଅନ୍ତୁ । ଏହାଦ୍ବାରା ଘରକୁ ସବୁବେଳେ ଧନର ଆଗମନ ହେବ ।

୨ . ଯଦି ଆପଣ ମାଠିଆ ଆଣୁ ନାହାଁନ୍ତି ତେବେ କୌଣସି ଏକ ମାଟି ପାତ୍ର ଆଣି ସେଥିରେ ସବୁବେଳେ ପାଣି ଭର୍ତ୍ତି କରି ରଖନ୍ତୁ । ଯାହାଦ୍ୱାରା ଘରେ କେବେବି ଧନର ଅଭାବ ହେବ ନାହିଁ ।

୩ . ଯଦି ଘରେ ଆର୍ଥିକ ସମସ୍ୟା ରହିଛି ଏବଂ ଚାକିରୀ ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ମାଠିଆ ସାମ୍ନାରେ ଦୀପ ଜଳାଇଲେ ସମସ୍ୟା କମିଯାଏ ।

୪ . ଘରେ ଯଦି କେହି ମାନସିକ ଚାପରେ ଅଛନ୍ତି ତେବେ ତାଙ୍କୁ ମାଠିଆରୁ ପାଣି ବାହାର କରି ଗଛରେ ଦେବା ଉଚିତ । ଏହାଦ୍ବାରା ମାନସିକ ଚାପ ଦୂରେଇ ଯାଏ ଏବଂ ବ୍ୟକ୍ତି ଉନ୍ନତି କରେ ।

୫ . ଘରର ମାଠିଆକୁ ସବୁବେଳେ ଉତ୍ତର ଦିଗରେ ରଖିବା ଉଚିତ । ଉତ୍ତର ଦିଗ ବରୁଣ ଅର୍ଥାତ ଜଳ ଦେବତାଙ୍କ ଦିଗ ହୋଇଥାଏ । ତେଣୁ ଉତ୍ତର ଦିଗରେ ମାଠିଆ ରଖିଲେ ଘରେ ସବୁବେଳେ ସୁଖ ଶାନ୍ତି ବଜାୟ ରହେ ଏବଂ ଘର ଲୋକ ଉନ୍ନତି କରନ୍ତି ।

୬ . ଘରେ ଯଦି କେହି ଶ୍ୱାସ ରୋଗୀ କିମ୍ବା ପକ୍ଷାଘାତ ରୋଗୀ ଅଛନ୍ତି ଏବେ ମାଠିଆ ପାଣି ନିଶ୍ଚିତ ରୂପରେ ପିଇବା ଉଚିତ । ଏହାଦ୍ବାରା ଅନେକ ଲାଭ ହୋଇଥାଏ । ପୁଣି ଯଦି କାହାକୁ ସୁଗର ସମ୍ବନ୍ଧିତ ରୋଗ କିମ୍ବା ହୃଦ ସମ୍ବନ୍ଧୀୟ ରୋଗ ରହିଛି ତେବେ ସେହି ବ୍ୟକ୍ତି ମଧ୍ୟ ମାଠିଆ ପାଣି ପିଇବା ଉଚିତ ।

ବାସ୍ତୁ ଅନୁସାରେ ଏପରି ଅନେକ ଜିନିଷ ଅଛି ଯାହାକୁ ଘରେ ରଖିଲେ ସକାରାତ୍ମକତା ବଢ଼ିଥାଏ ଏବଂ ଆଉ କିଛି ଏପରି ଜିନିଷ ଅଛି ତାହାଦ୍ୱାରା ନକରାତ୍ମକତା ବଢ଼ିଥାଏ । ନକରାତ୍ମକତା ଦ୍ୱାରା ଘରେ ଅଶାନ୍ତି ଦେଖା ଦେଇଥାଏ । ସେହି ସବୁ ଜିନିଷ ଗୁଡ଼ିକୁ ଘରୁ ବାହାର କରିଦେବା ଉଚିତ । ତେଣୁ ଚାଲନ୍ତୁ ସେହି ଜିନିଷ ଗୁଡ଼ିକ ବିଷୟରେ ଜାଣିନେବା ।

୧ . କାଚ ଭାଙ୍ଗିବାକୁ ବାସ୍ତୁ ଅନୁସାରେ ଅଶୁଭ ବୋଲି କୁହାଯାଇଛି । ମାତ୍ର ତାଠାରୁ ଅଧିକ ଅଶୁଭ ଯଦି ଆପଣ ଭଙ୍ଗା କାଚକୁ ଘରେ ରଖନ୍ତି ।

୨ . ଘରେ ଭୁଲରେବି ଭଙ୍ଗା ମୂର୍ତ୍ତି ରଖନ୍ତୁ ନାହିଁ । ନଚେତ ଏହାଦ୍ବାରା ଭଗବାନ କ୍ରୋଧିତ ହୁଅନ୍ତି ଏବଂ ଘରକୁ ଦାରିଦ୍ର୍ୟତା ଆସିଥାଏ । ଏହାଦ୍ବାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

୩ . ଅନେକ ଲୋକଙ୍କ ଗଛ ଲଗାଇବା ପସନ୍ଦ ଥାଏ । ମାତ୍ର ଘରେ କେବେ କଣ୍ଟା ଜାତୀୟ ଗଛ ଲଗାନ୍ତୁ ନାହିଁ । ଏହାଦ୍ବାରା ଘରେ ଅଶାନ୍ତି ଏବଂ କ୍ଳେଶ ଦେଖାଦିଏ । ଏହାଦ୍ବାରା ଉନ୍ନତିରେ ମଧ୍ୟ ବାଧା ଆସିଥାଏ ।

୪ . ଛିଡ଼ି ଯାଇଥିବା ଚପଲକୁ ଘରେ ରଖିବା ଉଚିତ ନୁହେଁ । ଏହାଦ୍ବାରା ଘରକୁ ନକରାତ୍ମକତା ପ୍ରବେଶ କରିଥାଏ । କାରଣ ଆମ ଜୀବନରେ ଚପଲ ଖୁବ ଗୁରୁତ୍ୱପୂର୍ଣ୍ଣ ଅଟେ । କିନ୍ତୁ ଏହା ଛିଡ଼ିଯିବା ପରେ ଅନ୍ୟତ୍ର ଫିଙ୍ଗିଦେବା ଉଚିତ । ଏହାଦ୍ବାରା ଶନିଦେବ ମଧ୍ୟ କ୍ରୋଧିତ ରହନ୍ତି ।

Leave a Reply

Your email address will not be published. Required fields are marked *