ଅନ୍ୟର ଅଇଁଠା ଖାଉଥିବା କିମ୍ବା ଖୁଆଉଥିବା ଲୋକ ନିଶ୍ଚୟ ଜାଣି ରଖନ୍ତୁ । ଅଇଁଠା ଖାଇବା ଦ୍ୱାରା ହୋଇଥାଏ ଏହି ସମସ୍ୟା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଅନ୍ୟର ଅଇଁଠା ନିଜେ ଖାଇଥାନ୍ତି କିମ୍ବା ଅନ୍ୟକୁ ଅଇଁଠା ଖୁଆଇଥାନ୍ତି । କିନ୍ତୁ ହିନ୍ଦୁ ଧର୍ମ ଶାସ୍ତ୍ରରେ ଏହାର ଅନେକ ମହତ୍ୱପୂର୍ଣ୍ଣ କାରଣ ବିଷୟରେ ବର୍ଣ୍ଣନା କରାଯାଇଛି । ଏପରି କୁହାଯାଏ ଯେ ଶାସ୍ତ୍ର ଅନୁସାରେ ହିଁ ଧର୍ମ ଅଧର୍ମ ଏବଂ ସଂସାରର ସଞ୍ଚାଳନ ଉପଯୁକ୍ତ ଭାବରେ ହୋଇଥାଏ । ଆମର ପ୍ରାଚୀନ ମୁନିଋଷି ମାନେ ଯେଉଁ ନୀତି ଗୁଡ଼ିକର ପାଳନ କରୁଥିଲେ ସେମାନେ ସେହି ପରମ୍ପରାକୁ ବଜାୟ ରଖିବା ପାଇଁ ଶାସ୍ତ୍ରର ନିର୍ମାଣ କରିଛନ୍ତି । ତେଣୁ ଶାସ୍ତ୍ରକୁ ହିନ୍ଦୁ ଧର୍ମର ମସ୍ତକ କୁହାଯାଏ । ଶାସ୍ତ୍ରରେ କୁହାଯାଇଛି ଯେ ଆମକୁ ସମାଜରେ ଏବଂ ଘରେ କିଭଳି ବ୍ୟବହାର କରିବା ଉଚିତ । ଆଜିକାର କଳିଯୁଗ ବିଷୟରେ କହିଲେ ଆଜି ଆମେ ଶାସ୍ତ୍ରର ନିୟମ ଏବଂ କଥା ବିଷୟରେ ଭୁଲି ଯାଇଛୁ । ଯେଉଁ କାରଣରୁ କଳିଯୁଗର ପ୍ରଭାବ ବଢ଼ୁଥିବାର ଦେଖାଯାଇଛି । ଏହି କାରଣରୁ ହିଁ ମଣିଷର ଆୟୁଷ କମିବାରେ ଲାଗିଛି । ଶାସ୍ତ୍ରରେ ଭୋଜନ ପ୍ରତି ଶୁଦ୍ଧତା ଏବଂ ସତ୍ବିକତାର ଧର୍ମକୁ ସ୍ପଷ୍ଟ ଭାବରେ କୁହାଯାଇଛି ।

କିନ୍ତୁ ଆଜିକାଲି ଏପରି ଚଳଣି ରହି ଯାଇଛି ଯେ ଅଇଁଠା ଖାଇଲେ ପ୍ରେମ ବଢୁଛି । ମାତ୍ର ଭୋଜନ ବନାଇବା ଠାରୁ ପରୋଶିବ ପର୍ଯ୍ୟନ୍ତ ଏବଂ ରୋଷେଇ ଘରକୁ ଯିବା ଠାରୁ ଆରମ୍ଭ କରି ଭୋଜନ ସେବନ କରିବା ପର୍ଯ୍ୟନ୍ତ ଆମକୁ ଶୁଦ୍ଧତା ଏବଂ ସାତ୍ଵିକତାର ପାଳନ କରିବା ଉଚିତ । ଯାହାଦ୍ୱାରା ମଣିଷର ଆୟୁଷ ବଢ଼ିଥାଏ । ଆପଣ ମାନେ ବି ଜାଣିଥିବେ ଯେ ଆଗକାଳରେ ମମୁନିଋଷି ମାନେ ୧୦୦ ବର୍ଷରୁବି ଅଧିକ ବର୍ଷ ବଞ୍ଚୁଥିଲେ । ଏବଂ ଏହାର ଅର୍ଥ ଶାସ୍ତ୍ରରେ ହିଁ ବର୍ଣ୍ଣନା କରାଯାଇଛି । କାରଣ ଶାସ୍ତ୍ର ଅନୁଯାୟୀ ଖାଇବା ବସ୍ତୁକୁ କେବଳ ଭୋଜନ ଭାବରେ ନୁହେଁ ବରଂ ଭଗବାନ ସଦୃଶ ଦେଖା ଯାଉଥିଲା । ତେଣୁ ଶାସ୍ତ୍ରରେ କୁହାଯାଇଛି ଯେ କେବେବି କାହାର ଅଇଁଠା ଖାଇବା ଉଚିତ ନୁହେଁ ଏବଂ କାହାକୁ ଅଇଁଠା ଖୁଆଇବା ମଧ୍ୟ ଉଚିତ ନୁହେଁ । ଏପରି କରିବା ଦ୍ୱାରା କଣ ଖରାପ ପରିଣାମ ଭୋଗିବାକୁ ପଡ଼ିଥାଏ ତାହା ମଧ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି ।

୧ . ଯଦି ଆପଣ କୌଣସି ଅନ୍ୟ ବ୍ୟକ୍ତିର ଅଇଁଠା ଖାଉଛନ୍ତି ତେବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ଜାତକର ଅନ୍ୟ ଭାଗ , ବାଣୀସୁଖ , ଧନ ଏବଂ ଜୀବନରେ ମିଳୁଥିବା ସୁଖକୁ ସମ୍ବୋଧିତ କରିଥାଏ । ଯଦି ତାର ବାଣୀ ଉପରେ ଖରାପ ପ୍ରଭାବ ପଡ଼େ ତେବେ ବାଣୀରେ କର୍କଶତା ଆସିଥାଏ । ତେଣୁ ଶାସ୍ତ୍ରରେ ଏପରି କୁହାଯାଇଛି ଯେ ଯେପରି ମନ ସେମିତି ଅନ୍ନ । ଯଦି ଆପଣ କୌଣସି ବ୍ୟକ୍ତିର ଅଇଁଠା ଖାଉଛନ୍ତି ତେବେ ହୁଏତ ସେହି ବ୍ୟକ୍ତି ମନରେ ଆପଣଙ୍କ ପାଇଁ ରୁସ୍ଟ ଭାବନା କିମ୍ବା ବିରୋଧ ଭାବନା ପ୍ରଚଳନ ହେଉଥିବ । ତେବେ ସେହି ବ୍ୟକ୍ତିର ଅଇଁଠା ଖାଇଲେ ସେହି ବ୍ୟକ୍ତିର ବିଚାର ଆପଣଙ୍କ ମନରେ ପ୍ରବେଶ କରିଥାଏ । ଆପଣଙ୍କ ମନ ଏବଂ ବାଣୀ ସାମ୍ନା ଲୋକ ଭଳି କ୍ଳେଶ ଏବଂ କ୍ରୋଧରେ ପରିପୂର୍ଣ୍ଣ ହୋଇଯାଏ । ତେଣୁ ସନ୍ଥ ମହାତ୍ମା ମାନେ ଏକୁଟିଆ ଭୋଜନ କରନ୍ତି ଏବଂ ନିଜ ଅଇଁଠା କାହାକୁବି ଖାଇବାକୁ ଦିଅନ୍ତି ନାହିଁ ।

୨ . ଯଦି ଆପଣ କାହାରି ଅଇଁଠା ସେବନ କରନ୍ତି ତେବେ ୱା ଏବଂ ତାଙ୍କ ଜାତକରେ ମଙ୍ଗଳର ପ୍ରବେଶ ରହିଛି ଏବଂ ମଙ୍ଗଳ ଦେବ ସର୍ବଦା ଭାରି ଅଛନ୍ତି ତେବେ ସାବଧାନ ହୋଇ ଯାଆନ୍ତୁ । ମଙ୍ଗଳକୁ ଅଧିକ କ୍ରୋଧି ବୋଲି କୁହାଯାଏ । ତେଣୁ ଯଦି ଆପଣ ଏପରି ବ୍ୟକ୍ତିଙ୍କ ସହିତ ବସି ଭୋଜନ କରୁଛନ୍ତି ତେବେ ଆପଣଙ୍କ ଉପରେ ମଧ୍ୟ ମଙ୍ଗଳର ପ୍ରଭାବ ପଡ଼ିପାରେ । ତେଣୁ ଶାସ୍ତ୍ରରେ କୌଣସି ବ୍ୟକ୍ତିର ଅଇଁଠା ଖାଇବାକୁ ମନା କରାଯାଇଛି ।

୩ . ଯେଉଁ ବ୍ୟକ୍ତିର ଅଇଁଠା ଆପଣ ଖାଉଛନ୍ତି ସେହି ବ୍ୟକ୍ତି ସବୁବେଳେ ଚାହିଁବ ଯେ ସେ କିପରି ହୋଇଥିବ ତାହା ଆପଣଙ୍କୁ ବି ଜଣା ନାହିଁ । ଅନେକ ସମୟରେ ଆପଣଙ୍କ ଖାଦ୍ୟରେ ମଧ୍ୟ କେହି କିଛି ଏଣୁତେଣୁ ମିଶାଇ ଦେଇପାରେ । ଯାହାଦ୍ୱାରା ଆପଣ ସେମାନଙ୍କ ବଶବର୍ତ୍ତି ହୋଇଯାଆନ୍ତି । ଆପଣ ମାନେ ଅନେକ ସମୟରେ ଦେଖିଥିବେ ଯେ ବ୍ୟକ୍ତିର ବାଣୀ ଏବଂ ବ୍ୟବହାର ହଠାତ ବଦଳି ଯାଏ । ସେହି ବ୍ୟକ୍ତି ତାଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ହୋଇଯାଆନ୍ତି । ଏପରି କଳାଯାଦୁର ପ୍ରୟୋଗ ଅଇଁଠା ଭୋଜନ ଦ୍ୱାରା ହିଁ କରାଯାଇଥାଏ । ଯଦି କେହି ବ୍ୟକ୍ତି ଆପଣଙ୍କୁ ବାରମ୍ବାର ଅଇଁଠା ଖାଇବାକୁ ବାଧ୍ୟ କରୁଛନ୍ତି ତେବେ ତାଙ୍କ ଠାରୁ ଦୂରେଇ ରୁହନ୍ତୁ ।

୫ . ଅନେକ ସମୟରେ ଲୋକେ ଜାଣି ପାରନ୍ତି ନାହିଁ ଯେ ସେମାନେ ଯେଉଁ ବ୍ୟକ୍ତିର ଅଇଁଠା ଖାଉଛନ୍ତି ତାଙ୍କ ଉପରେ କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ରହିଛି କି ନାହିଁ । ଏପରି ବ୍ୟକ୍ତିର ଅଇଁଠା ଖାଇବା ଦ୍ୱାରା ମଣିଷ ଦେହରେ ନକରାତ୍ମକତା ପ୍ରବେଶ କରିଥାଏ । ଯେଉଁଥିରୁ ମୁକୁଳିବା ସମ୍ଭବ ହୁଏନାହିଁ । ଅନେକ ସମୟରେ ଆମେ ଏପରି ବ୍ୟକ୍ତିଙ୍କ ଅଇଁଠା ଖାଇ ଦେଉ ଯେଉଁ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସବୁବେଳେ ଖରାପ ଥାଏ । ଏହା ଦ୍ୱାରା ଆମ ସ୍ୱାସ୍ଥ୍ୟ ମଧ୍ୟ ସଂକ୍ରମିତ ହୋଇପାରେ । ତେଣୁ ଶାସ୍ତ୍ର ଅନୁଯାୟୀ ଏହା କୁହାଯାଇଛି ଯେ କୌଣସି ବ୍ୟକ୍ତିର ଅଇଁଠା ଖାଦ୍ୟ ସେବନ କରବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *