ଯେଉଁ ସ୍ତ୍ରୀ ଅଟାରେ ଏହି ୩ଟି ଜିନିଷ ପକାଇ ରୁଟି ତିଆରି କରେ ତାଙ୍କ ଘରେ ଲକ୍ଷ୍ମୀ ସବୁଦିନ ପାଇଁ ବାସ କରନ୍ତି

ଏ ସଂସାରରେ ଏମିତି କେହି ନଥିବେ ଯିଏ କି ଧନ କୁ ଘୃଣା କରୁଥିବ । ସମସ୍ତେ ଚାହାଁନ୍ତି ତାଙ୍କ ପାଖରେ ଏତେ ଟଙ୍କା ପୋଇସା ଥାଉକି , ଯାହା ଦ୍ବାରା ତାଙ୍କର ସବୁ ଇଚ୍ଛା ପୂରଣ କରି ହେବ । ଯଦିଓ ଅଧିକ ନଥାଉ,କିନ୍ତୁ କମସେକମ୍ ଏତିକି ଥାଉ କି ତାଙ୍କର କାମ ଚଳି ଯିବ । ଧନକୁ ପାଇବା ପାଇଁ କିଛି ଲୋକ ସଠିକ୍ ରାସ୍ତା ବାଛନ୍ତି , କଠିନ ପରିଶ୍ରମ କରନ୍ତି । କିନ୍ତୁ କେତେକ ଛନ୍ଦକପଟର ସାହାରା ନେଇ ଧନ ଅର୍ଜନ କରିବାକୁ ଚେଷ୍ଟା କରନ୍ତି । ଆଉ କେତେକଙ୍କ ପାଖରେ ଧନ ଅଧିକ ସମୟ ପର୍ଯ୍ୟନ୍ତ ରହି ପାରେନାହିଁ । ଏପରି ମାନାଯାଏ ଯେ ଭଗବାନଙ୍କ ପାଖରେ ଡେରି ଅଛି କିନ୍ତୁ ଅନ୍ଧକାର ନାହିଁ । ଭଗବାନଙ୍କ ପୂଜା, ସେବା ଦ୍ବାରା ଧନ ପ୍ରାପ୍ତି ହେଇଥାଏ । ଆସନ୍ତୁ ଏହି ଲେଖାରୁ ଜାଣିବା ଅଟା ଦ୍ବାରା ଧନ କେମିତି ପ୍ରାପ୍ତି ହୋଇଥାଏ ।

୧ . ଆପଣ ଯଦି ଅଟା ପେଶିବା ପାଇଁଁ ଚାହୁଁଛନ୍ତି ତେବେ ଶନିବାର ଦିନକୁ ହିଁ ବାଛନ୍ତୁ । ଶନିବାର ଦିନ ଅଟା ପେଶୀବା ବହୁତ୍ ଶୁଭ ମାନାଯାଏ ।ମାତ୍ର ପେଷିବା ଆଗରୁ ସେଥିରେ କଳା ଚାଣା ମିଶାଇ ପେଶନ୍ତୁ । ଯାହାଦ୍ବାରା ଆପଣଙ୍କ ଗୁରୁଦଶା କଟିଥାଏ । କାହିଁକି ନା ଗୁରୁଗ୍ରହଞ୍ଜୁ ଧନର ପ୍ରତୀକ ବୋଲି ମାନାଯାଏ । ଯାହାଦ୍ଵାରା ଗୁରୁଗ୍ରହ ପ୍ରସନ୍ନ ହୁଅନ୍ତି ଆଉ ବ୍ୟକ୍ତିର ଜୀବନର ଆର୍ଥିକ ସମସ୍ୟା ଦୂର ହୋଇଥାଏ । ସେଥିପାଇଁ ୧୦୦ ଗ୍ରାମ କଳା ଚଣା , ୧୦୦ ଗ୍ରାମ ତୁଳସୀ ପତ୍ର ଏବଂ କେଶର ଦୁଇ ଦାନା ମିଶାଇ ପେଶନ୍ତୁ । ଆଉ ଧ୍ୟାନ ଦେବେ ଯେପରି ଘରର ପେଶା ଅଟା ସମସ୍ତେ ବ୍ଯବହାର କରିବା ଦରକାର । ଆଉ ଶନିବାର ଦିନହିଁ ପେଷନ୍ତୁ । ଏହା ଦ୍ବାରା ଘରର ଆର୍ଥିକ ସମସ୍ୟା ଦୂର ହେଇଥାଏ ।

୨ . ଯଦି ଆପଣ ଆର୍ଥିକ ସମସ୍ୟାର ସାମ୍ନା କରୁଛନ୍ତି , ଏହା ସହିତ ଘରର ସଦସ୍ୟଙ୍କ ଭିତରେ କଳି ଝଗଡ଼ା ହେଉଛି , ବାହାଘର ସମ୍ପନ୍ନ ହେଇପାରୁନାହିଁ କିମ୍ବା ମନମୁତାବକ ଚାକିରୀ ମିଳୁନି , ତେବେ ଆପଣ ଗହମ ଅଟା ରେ ଟିକିଏ ହଳଦୀ ମିଶାଇ , ଗୁରୁବାର ଦିନ ଗୋମାତାଙ୍କୁ ଖୁଆନ୍ତୁ । ଏହାଦ୍ବାରା ଘରର ନକାରାତ୍ମକ ଶକ୍ତି ସରିଯାଏ ଏବଂ ଧନର ଆଗମନ ହୋଇଥାଏ ।

୩ . ଗୁରୁବାର ଦିନ ଆପଣ ରୁଟି ବନେଇବା ପାଇଁ ଯେଉଁ ଅଟାକୁ ଚକଟନ୍ତି ସେଥିରେ ଟିକେ ହଳଦୀ ପକାଇ ରୁଟିକୁ ହଳଦିଆ କରନ୍ତୁ ଏବଂ ସେଥିରୁ ତିଆରି ପ୍ରଥମ ରୁଟି କୁ ଗୋମାତାଙ୍କୁ ଭୋଗ ଲୋଗାନ୍ତୁ । ଯାହାଦ୍ଵାରା ଗୁରୁଗ୍ରହ ଉଚିତ୍ ପ୍ରସନ୍ନ ହୁଅନ୍ତି ଏବଂ ଆପଣ ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିଥାଏ ।

୪ . ବହୁ ଲୋକ ଜାଣିପାରନ୍ତି ନାହିଁ ଯେ ସେମାନଙ୍କୁ ଶନି ଦୋଷା ଲାଗିଛି । ଯାହା ସେମାନେ ଭୁଲିଯାଆନ୍ତି କିମ୍ବା ନିଜ ଜାତକ କାହାରିକୁ ଦେଖାନ୍ତି ନାହିଁ । ଯଦି ଆପଣଙ୍କୁ କୌଣସି ଦୁର୍ଘଟଣା ର ଭୟ ଥାଏ କିମ୍ବା ପରିବାରରେ ଶନିମହରାଜ୍ ସମ୍ବନ୍ଧୀୟ ସମସ୍ୟା ଥାଏ ତେବେ ଶନିବାର ଦିନ କଳା କୁକୁରକୁ ସୋରିଷତେଲ ଭିଜା ରୁଟି ଖୁଆନ୍ତୁ । ଏହା ଦ୍ବାରା ଶନି ଦୋଷା ସମସ୍ୟାରୁ ମୁକ୍ତ ହେବା ସହିତ ଋଣ ସମାପ୍ତ ହୋଇଥାଏ । କେବଳ ଏତିକି ନୁହଁ ଆପଣଙ୍କ ସବୁ ମନସ୍କାମନା ମଧ୍ୟ ପୂର୍ଣ୍ଣ ହୋଇଥାଏ ।

୫ . ଯଦି ଆପଣଙ୍କର କାହା ଉପରେ ଅଧିକ ଋଣ ଥାଏ ଓ ଆପଣ ଠିକ ସମୟ ଅନ୍ତରାଳରେ ସୁଝି ପାରୁନାହାଁନ୍ତି ତେବେ ଶନିବାର ଦିନ ଅଟାରେ ସୋରିଷ ତେଲ ପୋକାଇ ଗୋଟିଏ ରୁଟି ବନାନ୍ତୁ । ସେହି ରୁଟି କୁ ସର୍ବାଧିକ ଋଣ ଥିବା ବ୍ୟକ୍ତି ଉପରେ ସାତ ଥର ବୁଲାନ୍ତୁ ଏବଂ” ॐ ଶ୍ରୀ ସନିଶ୍ଚରାୟ ନମଃ” ମନ୍ତ୍ରକୁ ଜପ କରନ୍ତୁ। ସେହି ରୁଟି କୁ କଳା କୁକୁର କିମ୍ବା ଅନ୍ୟ କୌଣସି କୁକୁର କୁ ଖୁଆନ୍ତୁ ।

୬ . ଯଦି ଆପଣଙ୍କ ଘରର ରୋଜଗାର କରୁଥିବା ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ଭଲ ରହୁନାହିଁ କିମ୍ବା ରୋଜଗାରର ସ୍ରୋତ ଦିନ କୁ ଦିନ କମିବାରେ ଲାଗିଛି , ତାହେଲେ ଆପଣଙ୍କୁ କେବଳ ଏକ ମୁଠା ଅଟା ନେଇ ସେଥିରେ ଅଧା ମୁଠା ଚିନି ଏବଂ ହଳଦୀ ସହିତ ଭଲଭାବରେ ମିଶାଇ ଦିଅନ୍ତୁ । ଯାହା ପାଇଁ କରୁଛନ୍ତି ସେହି ବ୍ୟକ୍ତି ଉପରେ ସାତ ଥର ସେହି ମିଶ୍ରଣକୁ ବୁଲାନ୍ତୁ । ତାପରେ ସେହି ମିଶ୍ରଣ କୁ ପିମ୍ପୁଡ଼ି ଥିବା ସ୍ଥାନ ରେ ରଖିଦିଅନ୍ତୁ । ଦେଖିବେ ସେହି ବ୍ୟକ୍ତି ର ସ୍ବାସ୍ଥ୍ୟ ଏବଂ ରୋଜଗରରେ ଦିନକୁ ଦିନ ସୁଧାର ଆସିବ।

Leave a Reply

Your email address will not be published. Required fields are marked *