Vastu Tips : ଅଟା ପେଡା-ବେଳଣା କିଣିବା ପୂର୍ବରୁ ଜାଣିନିଅନ୍ତୁ ଏହି ଜରୁରୀ ନିୟମ, ଏହି ଦିନ କିଣିବା ଦ୍ୱାରା ହୋଇପାରେ କ୍ଷତି, ହୋଇଥାଏ ଅତ୍ୟନ୍ତ ଅଶୁଭ ।

ରୋଷେଇ ଘରେ ରଖାଯାଇଥିବା ବେଳଣା ମଧ୍ୟ ଘରେ ସୁଖ ଏବଂ ସମୃଦ୍ଧତା ଆଣିବାରେ ସାହାଯ୍ୟ କରେ । ରୋଷେଇ ଘରେ ଏପରି ଅନେକ ଜିନିଷ ଅଛି ଯାହାର ବ୍ୟବହାର ବାସ୍ତୁ ଅନୁସାରେ କରାଯାଏ । ସବୁ ଜିନିଷର ବ୍ୟବହାର ପାଇଁ କିଛି ନିୟମ କୁହାଯାଇଛି । ଯଦି ଏହି ଜିନିଷଗୁଡିକ ନିୟମ ଅନୁଯାୟୀ ବ୍ୟବହାର ନକରାଯାଏ, ତେବେ ସେଗୁଡ଼ିକ କ୍ଷତିକାରକ ହୋଇପାରନ୍ତି । ସେହିଭଳି, ରୋଷେଇ ଘରେ ରୁଟି ତିଆରି ପାଇଁ ବ୍ୟବହୃତ ବେଳଣା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହାକୁ ବ୍ୟବହାର କରିବା ଠାରୁ କିଣିବା ପର୍ଯ୍ୟନ୍ତ, ନିୟମ ବିଷୟରେ କୁହାଯାଇଛି । ଚାଲନ୍ତୁ ଜାଣିବା ।

ଅଟା ପେଡା-ବେଳଣା କିଣିବା ସମୟରେ ଏହି ବିଶେଷ ଦିନର ଧ୍ୟାନ ରଖନ୍ତୁ :-

– ବାସ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣଙ୍କୁ ଅଟା ପେଡା-ବେଳଣା କିଣିବାର ଥାଏ,ତେବେ ଦିନର ଧ୍ୟାନ ରଖିବା ବହୁତ ଜରୁରୀ ଅଟେ । ବାସ୍ତୁ ବିଶେଷଜ୍ଞଙ୍କ କହିବା ଅନୁଯାୟୀ କୌଣସି ବି ମଙ୍ଗଳବାର ଏବଂ ଶନିବାର ଦିନ ଭୁଲ ରେ ମଧ୍ୟ ଅଟା ପେଡା-ବେଳଣା କିଣିବେ ନାହିଁ । ଏହା ବ୍ୟତୀତ ଅନ୍ୟ ଯେକୌଣସି ଦିନ ଅଟା ପେଡା-ବେଳଣା କିଣାଯାଇ ପାରେ ।

– ଏମିତି ରେ କହିରଖୁଛୁ କି ଅଟା ପେଡା-ବେଳଣା କିଣିବା ପାଇଁ ସବୁଠୁ ଶୁଭ ଦିନ ହେଉଛି ବୁଧବାର । ଯଦି ଏହି ଦିନ ବିଶେଷ ଭାବରେ ଅଟା ପେଡା-ବେଳଣା କିଣାଯାଏ ତେବେ ବ୍ୟକ୍ତିକୁ ସୁଖ ସମୃଦ୍ଧିର ପ୍ରାପ୍ତି ହୋଇଥାଏ ।

-ରୋଷେଇ ଘରେ ଅଟା ପେଡା-ବେଳଣା ରଖିବା ସମୟରେ ଧ୍ୟାନ ରଖନ୍ତୁ କି କେବେ ବି ଏହାକୁ ଓଲଟା କରିକି ରଖନ୍ତୁ ନାହିଁ । ଏମିତି କରିବା ଦ୍ୱାରା ଘରେ ବାସ୍ତୁ ଦୋଷ ଉତ୍ପନ ହୁଏ । ବେଳଣା କାଠିକୁ ଛିଡା କରିକି ଏବଂ ବେଳଣା କୁ ଝୁଲେଇକି ରଖିଦିଅନ୍ତୁ ।

-ଏହା ସହିତ ଏହି କଥାର ମଧ୍ୟ ଧ୍ୟାନ ରଖନ୍ତୁ ଯେ ଅଟାପଟା- ବେଲେଣା ଅଟା କିମ୍ବା ଚାଉଳ ଡବା ଉପରେ ରଖନ୍ତୁ ନାହିଁ | ଏହା କରିବା ଅନୁଚିତ ବୋଲି ବିବେଚନା କରାଯାଏ |

-ବାସ୍ତୁ ଶାସ୍ତ୍ର ଅନୁଯାୟୀ ରାତିରେ ଶୋଇବା ପୂର୍ବରୁ ଅଟା ପଟା-ଏବଂ ବେଲେଣାକୁ ସଫା କରି ଶୁଅନ୍ତୁ | ମଇଳା କିମ୍ଭା ଖରାପ ଅଟା ପଟା- ବେଲେଣାକୁ ବ୍ୟବହାର କରିବା ଦ୍ୱାରା ବ୍ୟକ୍ତିର ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ

– ପଟା-ବେଲେଣା କିଣିବାବେଳେ ମନେରଖନ୍ତୁ ଯେ ଏଥିରେ କୌଣସି ଶବ୍ଦ ନ ହେଉ | କୁହାଯାଉଛି ଯେ ଶବ୍ଦ କରୁଥିବା ପଟା-କାଠି ପାଇଁ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ |

– ଭଙ୍ଗା ପଟା କିମ୍ବା ବେଲେଣା କାଠି ଭୁଲରେ ବି ବ୍ୟବହାର କରନ୍ତୁ ନାହିଁ | କାରଣ ଏହା ଦ୍ୱାରା ଘରକୁ ଦାରିଦ୍ର୍ୟତା ଆସେ | ଆହୁରି ମଧ୍ୟ, ଧନ ହାନି ହେବାର ସମ୍ଭାବନା ମଧ୍ୟ ବଢିଯାଏ |

Leave a Reply

Your email address will not be published. Required fields are marked *